Posted inRasifala

ରାଶିଫଳ: ଶନିବାର , ଅଗଷ୍ଟ ୩୦ ତାରିଖ – Daily Horoscope

ମେଷ
ପଦାଧିକାରୀଙ୍କ ପୃଷ୍ଠପୋଷକତାରୁ ଆଜି ଦୃଢ଼ ମନୋବଳ ନେଇ କାର୍ଯ୍ୟହାସଲ କରିବେ। ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯନତ୍ କଲେ ଉପକୃତ ହେବେ। ବନ୍ଧୁଙ୍କ ମିଥ୍ୟାଭିଯୋଗରୁ କ୍ରୋଧାନ୍ବିତ ହୋଇପାରନ୍ତି। ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ।
ବୃଷ
ବୃଷ
ସମ୍ପର୍କୀୟଙ୍କ ସାହାଯ୍ୟ ଲାଭକରି ସ୍ଥଗିତ ରହିଯାଇଥିବା କାମ ସମ୍ପନ୍ନ କରିବେ। ନିର୍ମାଣ, କର୍ମାରମ୍ଭ, ଯୋଗାଯୋଗ, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ରହିବ ନାହିଁ। ଆଲୋଚନା ପରିସରରେ ଆପଣ ଅନ୍ୟମାନଙ୍କ ମତକୁ ସମ୍ମାନ ଦେବା ସହ ପ୍ରଶଂସା ମଧ୍ୟ କରିବେ। ସରକାରୀ କ୍ଷେତ୍ରରୁ ଋଣ ଆଣିବା ସକାଶେ ମନସ୍ଥ କରିପାରନ୍ତି।
ମିଥୁନ
ମିଥୁନ
ଶୁକ୍ରଙ୍କ ସୁପ୍ରଭାବରେ ସୁଖ ଲାଭ କରିବା ସହ ମାନସିକ ସ୍ତରରେ ଅସ୍ଥିରତା ଦୂର ହେବ। ପରୀକ୍ଷା, ଇଣ୍ଟରଭ୍ୟୁ, ସରକାରୀ ସ୍ତରରେ କାମ ହାସଲରେ ଅକୃତକାର୍ଯ୍ୟ ହେବା ଯୋଗୁ ବ୍ୟସ୍ତ ରହିବେ। ଋଣ ପରିଶୋଧ ପାଇଁ ଚାପର ବଶବର୍ତ୍ତୀ ହେବେ। ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ଅକ୍ଷୁଣ୍ଣ ରହିବ।
କର୍କଟ
କର୍କଟ
ଅନ୍ୟମନସ୍କଜନିତ ସତର୍କତା ଅଭାବରୁ ଅନ୍ୟ ପାଇଁ ନିଜେ ସମସ୍ୟାର କାରଣ ହୋଇପାରନ୍ତି। ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି କିମ୍ବା ମତପାର୍ଥକ୍ୟଜନିତ ବାକ୍‍ବିତଣ୍ଡା ସୃଷ୍ଟି ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ପରେ ବହୁମୂଲ୍ୟ ଦେବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ନିଜ ସାଧନାର କୃତି ଓ କୃତିତ୍ୱର ଅଧିକାରୀ ହୋଇପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ। ପାରିବାରିକ ଜୀବନରେ ଖଳଲୋକଙ୍କ କାନକୁହା କଥା ସୁଖ ସନ୍ତୋଷରେ ବାଧା ଉପୁଜାଇବ। ଗୁରୁତ୍ୱପୂର୍ଣ୍ଣ କାମ ନିର୍ଦ୍ଦିଷ୍ଟ ସମୟରେ ନ ହେବାରୁ ଅନ୍ୟ ଉପରେ ବିରକ୍ତ ହେବେ। ଯାତ୍ରା ସମୟରେ ବନ୍ଧୁଙ୍କୁ ପ୍ରତୀକ୍ଷା କରି ଅସନ୍ତୁଷ୍ଟ ହୋଇପାରନ୍ତି ା
କନ୍ୟା
ଆଜିର ଗ୍ରହଯୋଗ ପ୍ରଭାବରୁ କାର୍ଯ୍ୟ ହାସଲ ସହ ଆର୍ଥିକ ଉନ୍ନତି, ବନ୍ଧୁ ସମ୍ପର୍କ ଓ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟଲାଭ କରାଇବ। କୌଣସି ପାରିବାରିକ କଥା ମନକୁ ଆଲୋଡିତ କରିପାରେ। ଅପ୍ରିୟ ସତ କଥା କହି ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବାଜନିତ ମନ ଉଦ୍‍ବେଗଯୁକ୍ତ ରହିବ।
ତୁଳା
ତୁଳା
ପାରିବାରିକ ଜୀବନ ସୁଖଶାନ୍ତିରେ କଟିବା ସହ ନୂଆ କାମଟିଏ ଆରମ୍ଭ କରିବେ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ଦୁଶ୍ଚିନ୍ତାର କାରଣ ହୋଇପାରେ। ଅନ୍ୟମାନଙ୍କର ଭୁଲ୍‍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିପାରନ୍ତି। ବନ୍ଧୁମାନଙ୍କ ସାହାଯ୍ୟ ଏବଂ ସହଯୋଗ ଫଳରେ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିପାରେ।
ବିଛା
ବିଛା
କାର୍ଯ୍ୟସିଦ୍ଧି ସହ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାର ଲକ୍ଷ୍ୟ କରି ଆଶ୍ୱସ୍ତି ଲାଭ କରିବେ। ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଆକସ୍ମିକ ଭାବରେ କୌଣସି ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଉପରିସ୍ଥଙ୍କ ଆଦେଶାନୁସାରେ କିମ୍ବା ଘରୋଇ କାମରେ ହେଉ ଆପଣଙ୍କୁ ଦୂରଯାତ୍ରା ପାଇଁ ପ୍ରସ୍ତୁତ କରିପାରନ୍ତି।
ଧନୁ
ଧନୁ
ମତାନୈକ୍ୟ କାରଣରୁ କର୍ମକ୍ଷେତ୍ରରେ କିମ୍ବା ସଭାସମିତିରେ ଆଲୋଚନା ଅସମାପ୍ତ ରହିପାରେ। ପରୋକ୍ଷ ଶତ୍ରୁତାରୁ ଅପମାନଜନକ ସ୍ଥିତି ଉପୁଜିପାରେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ। କୌଣସି କ୍ଷେତ୍ରରେ ସାହାଯ୍ୟ ଓ ଅର୍ଥ ପାଇଁ ବନ୍ଧୁଙ୍କ ହାତକୁ ଚାହିଁ ବସିପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଅଂଶୀଦାରଙ୍କ ସହ ବ୍ୟବସାୟରେ ମତାନ୍ତର ଦେଖାଦେଇପାରେ। ଆକସ୍ମିକ କୌଣସି ସମସ୍ୟାର ସମ୍ମୁଖୀନ ହେବା କାରଣରୁ ଗସ୍ତ କାଯର୍‍ୟକ୍ରମ ବାତିଲ ହେବାର ସୂଚନା ରହିଛି। ଅସାବଧାନତା କାରଣରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ।
କୁମ୍ଭ
କୁମ୍ଭ
ସ୍ଥଗିତ ରହିଯାଇଥିବା କେତେକ ପୁରୁଣା ବାକିଆ କାମ ଶେଷ କରିବାକୁ ବାଧ୍ୟ ହେବେ। ପ୍ରିୟଜନଙ୍କ ସାହାଯ୍ୟ ମାଧ୍ୟମରେ ଜମିଜମା ସମ୍ପର୍କୀୟ ବିବାଦର ଆଶୁ ସମାଧାନ ହୋଇଯିବ। ଯାନବାହନ, ନିର୍ମାଣ, ଶିଳ୍ପ, ବାଣିଜ୍ୟାଦିରେ ଶୁଭଫଳ ପାଇବେ। କଳା, ସାହିତ୍ୟ, କ୍ରୀଡ଼ା,ଚଳଚ୍ଚିତ୍ରାଦିରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ

ଅବିମୃଶ୍ୟକାରିତାରୁ ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର ନ କରି କାମ କଲେ ଅପଦସ୍ଥ ହେବେ। ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ସମସ୍ୟାକୁ ବଢ଼ାଇଦେବ। ଆଜି ଶିଳ୍ପ, ବାଣିଜ୍ୟ ଓ ପରିବହନ ମାନ୍ଦା ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ସରକାରୀ କାମ ଏବଂ ସାଂଗଠନିକ କାର୍ଯ୍ୟ ନେଇ କାମର ଚାପ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri