Posted inRasifala

ରାଶିଫଳ: ମଙ୍ଗଳବାର , ଫେବୃୟାରୀ ୧ ତାରିଖ – Daily Horoscope

ମେଷ
ଆଜି କର୍ମସ୍ଥାନରେ ଚତୁଃଗ୍ରହଯୋଗ ପାରିବାରିକ ଜୀବନକୁ କୁସୁମିତ କରିବ। ଭାଗ୍ୟସ୍ଥ ଶୁକ୍ର ଅର୍ଥାଗମର ରାସ୍ତା ଉନ୍ମୁକ୍ତ କରି ବିଳାସ ବ୍ୟସନରେ ମଧ୍ୟ ବ୍ୟୟ କରାଇବେ। କୌଣସି ବନ୍ଧୁଙ୍କୁ ଦେଖିବା ପାଇଁ ମନ ଛଟପଟ ହେବ। ପ୍ରକାଶନ, ପ୍ରଶାସନ, ସଭାସମିତି, ନିର୍ମାଣ, ଆଇନ, ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇବେ।
ବୃଷ
ବୃଷ
ନିଜଲୋକଙ୍କୁ ପକ୍ଷଭୁକ୍ତ କରାଇବାରେ ଅସୁବିଧା ରହିବ ନାହିଁ। ଗତକାଲିର ବାକି ପଡିଥିବା କାମକୁ ଆଜି ପୂରାଦମରେ କରିବା ସକାଶେ ନିଷ୍ପତ୍ତି ନେବେ। କୃତ୍ତିକା ନକ୍ଷତ୍ରର ପାରିବାରିକ ଅସ୍ଥିରତା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ। ନିର୍ମାଣ କାର୍ଯ୍ୟ, ଶିଳ୍ପ ଓ ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ମିଥୁନ
ନସ୍ଥାନକୁ ଏକାଧିକଗ୍ରହ ଦୃଷ୍ଟି ହେତୁ ଅର୍ଥଲାଭ ଅବଶ୍ୟମ୍ଭାବୀ। ପରିବାରର ଭୁଲ୍‌ ବୁଝାମଣା ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି କରିବ। କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗିତା ହେତୁ ମାନସିକ ସ୍ଥିତି ଠିକ୍‌ ରହିବ। ଅବଶ୍ୟ ପୁନର୍ବସୁ ନକ୍ଷତ୍ର ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କର୍କଟ
କର୍କଟ
ଷଷ୍ଠସ୍ଥ ଶୁକ୍ର ଓ ମଙ୍ଗଳ ସନ୍ତାନଙ୍କ ସ୍ବାସ୍ଥ୍ୟହାନିରୁ ଚିନ୍ତିତ କରିପାରେ। କିନ୍ତୁ ସପ୍ତମସ୍ଥ ଗ୍ରହ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ଓଲଟା ଫଳ ଦେବାର ଆଶଙ୍କା ରହିଛି। ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ପରିବହନ ଓ ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ସି˚ହ
ସି˚ହ
ଚତୁର୍ଥସ୍ଥ କେତୁ ହେତୁ ପାରିବାରିକ ଅଶାନ୍ତି ଲାଗି ରହିବ। ଯାନବାହନରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିବେ। ଅପବ୍ୟୟ, ନିଦ୍ରାହୀନତା ଓ ଶତ୍ରୁଙ୍କ ସହ ଲଢୁଆ ମନୋବୃତ୍ତି ମାନସିକ ଅଶାନ୍ତିର କାରଣ ହେବ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। କଳା, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
କନ୍ୟା
ବୃହସ୍ପତିଙ୍କ ଅଶୁଭାବସ୍ଥାନ ପାରିବାରିକ ସମସ୍ୟାକୁ ନିମନ୍ତ୍ରଣ କରିପାରେ। କର୍ମକ୍ଷେତ୍ରର ଅସଜଡା କାମକୁ ଆଜି ହିଁ ସଜାଡି ନେବା ପାଇଁ ଚେଷ୍ଟା କରିବେ। ସଭାସମିତିରେ,ଆନୁଷ୍ଠାନିକ କାମରେ,ଅଫିସିଆଲି ଆଲୋଚନାରେ ସମୟ କଟାଇବାକୁ ପଡିପାରେ। ଅର୍ଥ ସଂଗ୍ରହ କରିବାରେ ତପତ୍ରତା କିମ୍ବା ତୀର୍ଥାଟନ କଥା ଚିନ୍ତା କରିପାରନ୍ତି।
ତୁଳା
ତୁଳା
କେତୁ ଧନହାନି ସହ କଳହର ସୂତ୍ରପାତ କରାଇପାରନ୍ତି। କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାର ତୁଳନାମତ୍କ ବିଚାର କରି କର୍ମାରମ୍ଭ ସକାଶେ ମନ ବଳାଇବେ। ମନେ ମନେ ଭାବୁଥିବା କୌଣସି ଦ୍ରବ୍ୟଲାଭରୁ ଖୁସି ହେବେ। ନିଜ ଲୋକମାନଙ୍କ ବିଶ୍ୱାସଘାତକତା କାରଣରୁ ମାନସିକ ବିଚଳତା ଅନୁଭବ କରିପାରନ୍ତି।
ବିଛା
ବିଛା
ଭାଗ୍ୟସ୍ଥାନକୁ ଏକାଧିକଗ୍ରହ ଦେଖୁଥିବାରୁ ସମସ୍ୟା ଦୂର ହୋଇ ସୌଭାଗ୍ୟ ଅନୁଭବ କରିବେ। ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ଦୃଢ଼ ମନୋବଳ ନେଇ କାମ କରି ଲକ୍ଷ୍ୟ ହାସଲ କରିବେ। ବନ୍ଧୁମାନଙ୍କ ସହାୟତାରେ ଆର୍ଥିକ ପରିସ୍ଥିତିରେ ସୁଧାର ଆସିପାରେ। କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ଧନୁ
ଧନୁ
ରାହୁଙ୍କ ଶୁଭାବସ୍ଥାନ ଶତ୍ରୁତା ଓ ସମସ୍ୟାକୁ ପ୍ରତିହତ କରିବ। ସ୍ବାସ୍ଥ୍ୟରେ ଉନ୍ନତି ସହ ରାଜନୀତି, ସାଂଗଠନିକ କ୍ଷେତ୍ରରେ ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ବିଭିନ୍ନ ଯୋଜନାର ପରିକଳ୍ପନା ଧିମା ହେବ। ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରହନ୍ତୁ, ଯାହାକି ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟିର ହେତୁ ସ୍ବରୂପ ହୋଇପାରେ।
ମକର
ମକର
ଏକଧିକ କାମରେ ଅନୁପ୍ରବେଶ କରି ମାନସିକ ଶାନ୍ତିକୁ ନଷ୍ଟ କରିପାରନ୍ତି। ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ କିମ୍ବା ସନ୍ଦହ ଓ ଭୁଲ୍‌ ବୁଝାମଣା ଅଶାନ୍ତିର କାରଣ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ସଭା ସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଗୁରୁଙ୍କ ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହ ଜନ ସମାଜରେ ଆଦରଣୀୟ ରହିବେ। ଆପଣଙ୍କ ବହୁତ ଦିନର ଅଭିଳାଷ ଅପରାହ୍ନ ସମୟରେ ପୂରଣ ହୋଇଯିବ। ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ, ଅନ୍ୟଥା ଠିକଣା ସମୟରେ କିଛି କରିପାରିବେ ନାହିଁ। ଅଫିସ୍‌ରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମୀନମୀନ
କର୍ମସ୍ଥାନରେ ଶୁକ୍ରମଙ୍ଗଳ ଯୋଗ କାମ ଅଗ୍ରଗାମୀ କରାଇବାରେ ସାହାଯ୍ୟ କରିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ ସଙ୍ଗକୁ ନିଜ ଲୋକଙ୍କୁ ନିକଟରେ ପାଇ ଦୁଃଖ ଶୋକ ଭୁଲିଯିବେ। ସାମାଜିକ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟହାସଲ କରିପାରନ୍ତି। ପରିବାରର ଖର୍ଚ୍ଚ ଦି’ଗୁଣା ହୋଇ ମନକୁ ଭାରାକ୍ରାନ୍ତ କରି ରଖିବ ା

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri