Posted inRasifala

ରାଶିଫଳ: ଶନିବାର , ଅଗଷ୍ଟ ୨ ତାରିଖ – Daily Horoscope

ମେଷ
ଆଜି ଯେକୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଆଡ୍‍ଜଷ୍ଟ କରିନେବାରେ ସମର୍ଥ ହେବେ। ବନ୍ଧୁଙ୍କ ଆଗମନରେ ପରିବାର ସହ କିଛି ସମୟ ଅତିବାହିତ କରିବାକୁ ପଡିପାରେ। ଆକସ୍ମିକଭାବରେ ସରକାରୀ କାମରେ ହଠାତ୍‍ ବାହାରକୁ ଯାତ୍ରା କରିବାକୁ ପଡିପାରେ। ଲାଗି ରହିଥିବା ବିବାଦର ସମାଧାନର ରାସ୍ତା ସୁଗମ ହୋଇଯିବ।
ବୃଷ
ବୃଷ
ବିଭିନ୍ନ ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇପାରନ୍ତି। ଆନୁଷ୍ଠାନିକ କାମ, ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପୂର୍ବ ଯୋଜନା ଅନୁଯାୟୀ କାମ କରି ସଫଳତା ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବାର ସୂଚନା ରହିଛି।
ମିଥୁନ
ମିଥୁନ
ଆଜି ଅସୁବିଧାବଶତଃ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକିରହିଥିବା ଯୋଗୁ ଅନ୍ୟମନସ୍କ ରହିପାରନ୍ତି ା ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ବିତର୍କ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାନବାହନ, ଜମିଜମା, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ। ପଡ଼ୋଶୀଙ୍କ ସହ ଏକ ସାମାନ୍ୟ କାରଣରୁ ସମ୍ପର୍କ ହାନି ଘଟିପାରେ।
କର୍କଟ
କର୍କଟ
ଅର୍ଥ ଓ ସମ୍ମାନ ଲାଭରେ ଗୌରବାନ୍ବିତ ମନେ କରିବାର ସୁଯୋଗ ମିଳିବ। ପାରିବାରିକ ଶୃଙ୍ଖଳା ରକ୍ଷା ଦିଗରେ ନିଜର ଅଭିଜ୍ଞତା ଓ ଦୂରଦର୍ଶିତା ବହୁ ମାତ୍ରାରେ ସାହାଯ୍ୟ କରିବ। ସଭାସମିତି, ଆନୁଷ୍ଠାନିକ କାମ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଶଂସିତ ହୋଇପାରନ୍ତି।
ସି˚ହ
ସି˚ହ
ଭୁଲ୍‍ ବୁଝାମଣାରୁ ପରିବାରରେ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିବେ। ଅନେକାଂଶରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିପାରେ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ମିଳିବ। ବନ୍ଧୁମିଳନ ଅବସରରେ ଆଜି ଦିନଟି ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
କନ୍ୟା
ଘଟିଯାଇଥିବା ଘଟଣାଗୁଡ଼ିକ ମନକୁ ବାରମ୍ବାର ଆଲୋଡ଼ନ କରିବା ଫଳରେ ମାନସିକ ସ୍ଥିତି ଭଲ ରହିବ ନାହିଁ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତା ବଢ଼ିବାରୁ ବ୍ୟବସାୟରେ ମନାନ୍ତର ଦେଖା ଦେବ। ବନ୍ଧୁଙ୍କ ସହାୟତାରେ ଟେନଶନ୍‍ ଦୂର ହେବ ଓ ତୀର୍ଥାଟନ ଯୋଗ ରହିଛି।
ତୁଳା
ତୁଳା
ବ୍ୟବସାୟରେ କ୍ଷତି, ଯାନବାହନରୁ ଆଘାତ, ଏବଂ ବନ୍ଧୁବର୍ଗରେ ମନାନ୍ତର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ କେତେକ କାର୍ଯ୍ୟରେ ବହୁ କଷ୍ଟରେ ସଫଳତା ହାସଲ ଆଶା କରାଯାଇପାରେ। ଜମିଜମା ପ୍ରଭୃତି କିଣାବିକାରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ସାମୟିକ ବିଚଳିତ ହେବେ।
ବିଛା
ବିଛା
କର୍ମକ୍ଷେତ୍ରରେ ସାହାଯ୍ୟକାରୀ ମନୋବୃତ୍ତି ହେତୁ ସହକର୍ମୀଙ୍କ ସହ ସଦ୍‍ଭାବ ବୃଦ୍ଧି ହେବ। ଆଜି ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ ଜିନିଷ ଆଣି ପାରନ୍ତି। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବାରୁ ଆଶ୍ୱସ୍ତିଲାଭ କରିବେ। କୌଣସି କଥାର ସତ୍ୟତା ନ ଥାଇ ବନ୍ଧୁଙ୍କଠାରୁ ମିଥ୍ୟା ଗୁଜବ ଶୁଣି ଆତଙ୍କିତ ହୁଅନ୍ତୁ ନାହିଁ।
ଧନୁ
ଧନୁ
ନିଜ ଘର ଅପେକ୍ଷା ବାହାର ଲୋକ ଆପଣଙ୍କ ପକ୍ଷ ସମର୍ଥନ କରିବେ। ଅଟକିଥିବା କାମ ହାସଲ ପାଇଁ ଚେଷ୍ଟା କରି କିଛି ମାତ୍ରାରେ ସଫଳ ହେବେ । ବାଣିଜ୍ୟ, ବ୍ୟବସାୟରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଏଥିପାଇଁ ଜଣାଶୁଣା ବ୍ୟକ୍ତିଙ୍କ ପରାମର୍ଶ ମାନିବା ଠିକ୍‍ ହେବ।
ମକର
ମକର
ସମ୍ପର୍କୀୟଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡ଼ିବେ। ବାକି ପଡିଥିବା ଅର୍ଥ ଆଦାୟରେ ସକ୍ଷମ ହେବେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା ବିଫଳ ହେବ ନାହିଁ। ବ୍ୟବସାୟରେ ଅନ୍ୟମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ଅଯଥା ସମ୍ପର୍କକୁ ତିକ୍ତ କରିବାରେ ସାହାଯ୍ୟ କରିବ।
କୁମ୍ଭ
କୁମ୍ଭ
ଆଜି ଯାହା ଚିନ୍ତା କରିଛନ୍ତି ତାହା ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବନାହିଁ। ସଭାସମିତି, ଆନୁଷ୍ଠାନିକ କାମ ପ୍ରଭୃତିରେ କିମ୍ବା ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବନ୍ଧୁ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ ଠିକ୍‍ ସମୟରେ ଠକି ଦେବେ। ପରିବାରରେ ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି।
ମୀନମୀନ

ବାରମ୍ବାର ଚେଷ୍ଟା ଦ୍ୱାରା କାର୍ଯ୍ୟ ହାସଲ କରିବା ହେତୁ ମାନସିକ ସ୍ଥିତି ଭଲ ରହିବ। ପଡ଼ୋଶୀଙ୍କ ପରାମର୍ଶରେ ପାରିବାରିକ ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟାକଲେ ସଫଳ ହେବେ। କର୍ମକ୍ଷେତ୍ରରେ ଅସମର୍ଥିତ ସୂତ୍ରରୁ ଭୁଲ୍‍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?