Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ
କର୍ମାଧିପ ଦ୍ୱାଦଶସ୍ଥ ଯୋଗୁ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟିହେବ। ଚନ୍ଦ୍ରମଙ୍ଗଳ ଯୋଗରୁ ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କର ବିଲୟ ଘଟିପାରେ। ଆର୍ଥିକ ସ୍ଥିତି, ବ୍ୟବସାୟ, ବନ୍ଧୁଙ୍କ ଆଲୋଚନା ଏବଂ ଆନୁଷ୍ଠାନିକ କାମ ପାଇଁ ବିଶେଷ ଅସୁବିଧା ହେବନାହିଁ। କୃତି ଓ କୃତିତ୍ୱ ହେତୁ ସାମାଜିକ ସ୍ତରରେ ସମ୍ମାନିତ ହେବାର ସୌଭାଗ୍ୟ ଅର୍ଜନ କରିବେ।
ବୃଷ
ବୃଷ
ମୁଖଭାବରେ ଗୁରୁଶୁକ୍ର ଆପଣଙ୍କୁ ବାଗ୍ମୀ ଭାବରେ ପ୍ରଶଂସିତ କରାଇପାରନ୍ତି। ବୈଷୟିକ ଅଭିବୃଦ୍ଧିଜନିତ ସୁଖସମୃଦ୍ଧିରେ ହର୍ଷୋତ୍‍ଫୁଲ୍ଲ ରହିବେ। ପ୍ରକାଶନ, ପ୍ରଶାସନ, ଆଇନ, କ୍ରୀଡ଼ା ଓ ସାହିତ୍ୟ କ୍ଷେତ୍ର ମଧ୍ୟ ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ ,ସେମାନେ କହିବେ ବହୁତ କିନ୍ତୁ କାମ କଲା ବେଳକୁ କିଏ ପାଖ ମାଡ଼ିବେ ନାହିଁ।
ମିଥୁନ
ମିଥୁନ
ବୁଧାଦିତ୍ୟ ଯୋଗ ଆପଣଙ୍କୁ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ଭାବରେ ଆଦରଣୀୟ କରାଇବ। ଆର୍ଥିକ ଉନ୍ନତି ସାଙ୍ଗକୁ ବନ୍ଧୁବର୍ଗଙ୍କ ଆଦର ସମ୍ମାନରେ ନିଜକୁ ଭାଗ୍ୟବାନ୍‍ ମନେକରିବେ। ଅପ୍ରିୟସତ୍ୟ କହି କଳହକୁ ନିମନ୍ତ୍ରଣ କରିପାରନ୍ତି। ପରିବାରରେ ଭୁଲ୍‍ ବୁଝାମଣା, ସନ୍ତାନହେତୁକ ମାନସିକ ଦ୍ୱନ୍ଦ୍ୱ ଦୁଶ୍ଚିନ୍ତାର କାରଣ ନ ହୋଇପାରେ।
କର୍କଟ
କର୍କଟ
ଆଜି ସପ୍ତମ ଭାବାଧିପତି ଭାଗ୍ୟସ୍ଥାନରେ ରହି ପ୍ରତିଦ୍ୱନ୍ଦ୍ୱିତାରେ କଡ଼ା ଟକ୍କର ସୃଷ୍ଟିକରିବେ। ରବି ଓ ବୁଧ ସଂଯୋଗ ହେତୁ ବନ୍ଧୁଙ୍କ ନିକଟରୁ ଅର୍ଥ ପାଇବେ ସତ , କିନ୍ତୁ ମାନସିକ ଶାନ୍ତି ହରାଇବେ। କେତୁଙ୍କ ପ୍ରଭାବରୁ କେତେକ କ୍ଷେତ୍ରରେ ଠିକ୍‍ ସିଦ୍ଧାନ୍ତ ନେଇ ପାରିବେନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ,ସୁଖ ସମ୍ମାନ ପାଇ ଖୁସି ହେବେ।
ସି˚ହ
ସି˚ହ
କେତୁଙ୍କ ପ୍ରଭାବରୁ ଦିନଟି ସଂଘର୍ଷ ଓ ବ୍ୟୟାଧିକ୍ୟଜନିତ କାରଣରୁ ମନ ଭଲ ରହି ନ ପାରେ। ବନ୍ଧୁଙ୍କ ନିକଟରୁ କୌଣସି ଖବର ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ। ରହୁଥିବା ପରିବେଶରେ କୌଣସି ବ୍ୟତିକ୍ରମରୁ ଆପଣଙ୍କ କାମ ଅଟକି ରହିଯାଇପାରେ। ଉପସ୍ଥିତି ବୁଦ୍ଧି ଖଟାଇ କାର୍ଯ୍ୟସାଧନ କରିପାରିବେ।
କନ୍ୟା
ଆଜିର ଗ୍ରହ ସ୍ଥିତି ଆପଣଙ୍କ ସକାଶେ ଅନୁକୂଳ ରହିବ। ଦୀର୍ଘଦିନର ପ୍ରଚେଷ୍ଟାର ପରିଣାମ ସ୍ବରୂପ ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିପାରନ୍ତି। ସ୍ତ୍ରୀଙ୍କ ବରାଦ, ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟ, ବାଣିଜ୍ୟରେ ପ୍ରତିବନ୍ଧକ ଓ ଯାତ୍ରା ଜନିତ ଦୁଶ୍ଚିନ୍ତା ବଢ଼ିପାରେ। କଠିନ ଶ୍ରମ ଓ ବିଶେଷ ଭ୍ରମଣଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି ା
ତୁଳା
ତୁଳା
ଭାଗ୍ୟ ସ୍ଥାନରେ ଗୁରୁଶୁକ୍ର ଥିବାରୁ ନୂଆ ନୂଆ କାମ କରିବା ପାଇଁ ନିଷ୍ପତ୍ତି ନେବେ। ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ପାଇବା ସକାଶେ ବେଶି କଷ୍ଟ କରିବାକୁ ପଡ଼ିବନାହିଁ। ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
ବିଛା
ବିଛା
ଶନିଙ୍କ ଯୋଗୁ ପରିସ୍ଥିତିକୁ ଅନୁଧ୍ୟାନକରି ପୂର୍ବ ସ୍ଥିରୀକୃତ ନିଜର ମତ ଓ କାମକୁ ବଦଳାଇପାରନ୍ତି। ନବମଭାବରେ ଶୁକ୍ର ଓ ବୃହସ୍ପତି କର୍ମକ୍ଷେତ୍ରରେ ଆଶା ପୂରଣରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଲୋଚନା ଓ ବନ୍ଧୁସମ୍ପର୍କ ମନ୍ଦ ହେବନାହିଁ। କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତାରେ ସମସ୍ୟା ସମାଧାନ ହେବ।
ଧନୁ
ଧନୁ
କେନ୍ଦ୍ରସ୍ଥ ଶୁଭଗ୍ରହଜନିତ ଅର୍ଥନୈତିକ ସ୍ଥିତି, ବନ୍ଧୁ ସମ୍ପର୍କ, ଚେଷ୍ଟା କରୁଥିବା କାମ କ୍ଷେତ୍ରରେ ଶୁଭଫଳ ପାଇବେ। ବିବାଦୀୟ କ୍ଷେତ୍ରରେ ଅନ୍ୟମାନଙ୍କର ସମର୍ଥନ ହାସଲରେ ଅସୁବିଧା ହେବନାହିଁ। ସୁସ୍ଥତା ଫେରିପାଇବା ସାଙ୍ଗକୁ ଶିକ୍ଷା କ୍ଷେତ୍ରରେ ଶୁଭଫଳ ମିଳିବ। ଶନିଙ୍କ ପ୍ରଭାବରୁ ସହକର୍ମୀଙ୍କ ପରୋକ୍ଷ ଶତ୍ରୁତା ମାନସିକ ଅସ୍ଥିରତା ବୃଦ୍ଧି କରିପାରେ।
ମକର
ମକର
ଶୁଭଗ୍ରହ ଦୃଷ୍ଟିରୁ କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା ଦୂର ହେବାରେ ବନ୍ଧୁଙ୍କ ଅବଦାନକୁ ଭୁଲିପାରିବେ ନାହିଁ। ରପ୍ତାନି ବାଣିଜ୍ୟ, ହୋଟେଲ, ରେସ୍ତେଁାରା ବ୍ୟବସାୟ ଚନ୍ଦ୍ର ଓ ଶନିଙ୍କ ପ୍ରଭାବରୁ ଭଲ ରହିବ। କେତେକ ଅଟକି ରହିଥିବା କାମକୁ ଆଜି ହିଁ ପୂର୍ଣ୍ଣାଙ୍ଗ କରିବାକୁ ତପ୍ତର ହେବେ। କାର୍ଯ୍ୟଦକ୍ଷତା ଲାଗି ପଡ଼ୋଶୀ ଭୂରି ଭୂରି ପ୍ରଶଂସା କରିପାରନ୍ତି।
କୁମ୍ଭ
କୁମ୍ଭ
ଦ୍ୱିତୀୟସ୍ଥ ଶନିଙ୍କ ଯୋଗୁ ଆପଣଙ୍କ ସାମ୍ନାରେ କିଏ କିଛି କହିବାକୁ ସାହସ କରିପାରିବେ ନାହିଁ। ପରିସ୍ଥିତିବଶତଃ ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ସକାଳ ସମୟରେ ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା କୌଣସି ଶୁଭ ଖବର ପାଇପାରନ୍ତି। ସଭାସମିତିରେ, ଆନୁଷ୍ଠାନିକ କ୍ଷେତ୍ର, ବନ୍ଧୁ ଗହଣରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
ମୀନମୀନ

ରାଶ୍ୟାଧିପଙ୍କ କୃପାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଥିବାରୁ ଆଶ୍ୱସ୍ତି ଅନୁଭବ କରିବେ। ଅଟକିଥିବା କାମ ଆଜି ଅପରାହ୍ନେ ସମ୍ପନ୍ନ ହେବ। ଅଯଥା ତର୍କ ଓ ବିବାଦରୁ ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି ହୋଇପାରେ। ଅବଶ୍ୟ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବା ସାଙ୍ଗକୁ ପ୍ରଶଂସିତ ହେବେ। ସତ୍‍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri