Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ
କର୍ମାଧିପ ଦ୍ୱାଦଶସ୍ଥ ଯୋଗୁ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟିହେବ। ଚନ୍ଦ୍ରମଙ୍ଗଳ ଯୋଗରୁ ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କର ବିଲୟ ଘଟିପାରେ। ଆର୍ଥିକ ସ୍ଥିତି, ବ୍ୟବସାୟ, ବନ୍ଧୁଙ୍କ ଆଲୋଚନା ଏବଂ ଆନୁଷ୍ଠାନିକ କାମ ପାଇଁ ବିଶେଷ ଅସୁବିଧା ହେବନାହିଁ। କୃତି ଓ କୃତିତ୍ୱ ହେତୁ ସାମାଜିକ ସ୍ତରରେ ସମ୍ମାନିତ ହେବାର ସୌଭାଗ୍ୟ ଅର୍ଜନ କରିବେ।
ବୃଷ
ବୃଷ
ମୁଖଭାବରେ ଗୁରୁଶୁକ୍ର ଆପଣଙ୍କୁ ବାଗ୍ମୀ ଭାବରେ ପ୍ରଶଂସିତ କରାଇପାରନ୍ତି। ବୈଷୟିକ ଅଭିବୃଦ୍ଧିଜନିତ ସୁଖସମୃଦ୍ଧିରେ ହର୍ଷୋତ୍‍ଫୁଲ୍ଲ ରହିବେ। ପ୍ରକାଶନ, ପ୍ରଶାସନ, ଆଇନ, କ୍ରୀଡ଼ା ଓ ସାହିତ୍ୟ କ୍ଷେତ୍ର ମଧ୍ୟ ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ ,ସେମାନେ କହିବେ ବହୁତ କିନ୍ତୁ କାମ କଲା ବେଳକୁ କିଏ ପାଖ ମାଡ଼ିବେ ନାହିଁ।
ମିଥୁନ
ମିଥୁନ
ବୁଧାଦିତ୍ୟ ଯୋଗ ଆପଣଙ୍କୁ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ଭାବରେ ଆଦରଣୀୟ କରାଇବ। ଆର୍ଥିକ ଉନ୍ନତି ସାଙ୍ଗକୁ ବନ୍ଧୁବର୍ଗଙ୍କ ଆଦର ସମ୍ମାନରେ ନିଜକୁ ଭାଗ୍ୟବାନ୍‍ ମନେକରିବେ। ଅପ୍ରିୟସତ୍ୟ କହି କଳହକୁ ନିମନ୍ତ୍ରଣ କରିପାରନ୍ତି। ପରିବାରରେ ଭୁଲ୍‍ ବୁଝାମଣା, ସନ୍ତାନହେତୁକ ମାନସିକ ଦ୍ୱନ୍ଦ୍ୱ ଦୁଶ୍ଚିନ୍ତାର କାରଣ ନ ହୋଇପାରେ।
କର୍କଟ
କର୍କଟ
ଆଜି ସପ୍ତମ ଭାବାଧିପତି ଭାଗ୍ୟସ୍ଥାନରେ ରହି ପ୍ରତିଦ୍ୱନ୍ଦ୍ୱିତାରେ କଡ଼ା ଟକ୍କର ସୃଷ୍ଟିକରିବେ। ରବି ଓ ବୁଧ ସଂଯୋଗ ହେତୁ ବନ୍ଧୁଙ୍କ ନିକଟରୁ ଅର୍ଥ ପାଇବେ ସତ , କିନ୍ତୁ ମାନସିକ ଶାନ୍ତି ହରାଇବେ। କେତୁଙ୍କ ପ୍ରଭାବରୁ କେତେକ କ୍ଷେତ୍ରରେ ଠିକ୍‍ ସିଦ୍ଧାନ୍ତ ନେଇ ପାରିବେନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ,ସୁଖ ସମ୍ମାନ ପାଇ ଖୁସି ହେବେ।
ସି˚ହ
ସି˚ହ
କେତୁଙ୍କ ପ୍ରଭାବରୁ ଦିନଟି ସଂଘର୍ଷ ଓ ବ୍ୟୟାଧିକ୍ୟଜନିତ କାରଣରୁ ମନ ଭଲ ରହି ନ ପାରେ। ବନ୍ଧୁଙ୍କ ନିକଟରୁ କୌଣସି ଖବର ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ। ରହୁଥିବା ପରିବେଶରେ କୌଣସି ବ୍ୟତିକ୍ରମରୁ ଆପଣଙ୍କ କାମ ଅଟକି ରହିଯାଇପାରେ। ଉପସ୍ଥିତି ବୁଦ୍ଧି ଖଟାଇ କାର୍ଯ୍ୟସାଧନ କରିପାରିବେ।
କନ୍ୟା
ଆଜିର ଗ୍ରହ ସ୍ଥିତି ଆପଣଙ୍କ ସକାଶେ ଅନୁକୂଳ ରହିବ। ଦୀର୍ଘଦିନର ପ୍ରଚେଷ୍ଟାର ପରିଣାମ ସ୍ବରୂପ ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିପାରନ୍ତି। ସ୍ତ୍ରୀଙ୍କ ବରାଦ, ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟ, ବାଣିଜ୍ୟରେ ପ୍ରତିବନ୍ଧକ ଓ ଯାତ୍ରା ଜନିତ ଦୁଶ୍ଚିନ୍ତା ବଢ଼ିପାରେ। କଠିନ ଶ୍ରମ ଓ ବିଶେଷ ଭ୍ରମଣଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି ା
ତୁଳା
ତୁଳା
ଭାଗ୍ୟ ସ୍ଥାନରେ ଗୁରୁଶୁକ୍ର ଥିବାରୁ ନୂଆ ନୂଆ କାମ କରିବା ପାଇଁ ନିଷ୍ପତ୍ତି ନେବେ। ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ପାଇବା ସକାଶେ ବେଶି କଷ୍ଟ କରିବାକୁ ପଡ଼ିବନାହିଁ। ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
ବିଛା
ବିଛା
ଶନିଙ୍କ ଯୋଗୁ ପରିସ୍ଥିତିକୁ ଅନୁଧ୍ୟାନକରି ପୂର୍ବ ସ୍ଥିରୀକୃତ ନିଜର ମତ ଓ କାମକୁ ବଦଳାଇପାରନ୍ତି। ନବମଭାବରେ ଶୁକ୍ର ଓ ବୃହସ୍ପତି କର୍ମକ୍ଷେତ୍ରରେ ଆଶା ପୂରଣରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଲୋଚନା ଓ ବନ୍ଧୁସମ୍ପର୍କ ମନ୍ଦ ହେବନାହିଁ। କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତାରେ ସମସ୍ୟା ସମାଧାନ ହେବ।
ଧନୁ
ଧନୁ
କେନ୍ଦ୍ରସ୍ଥ ଶୁଭଗ୍ରହଜନିତ ଅର୍ଥନୈତିକ ସ୍ଥିତି, ବନ୍ଧୁ ସମ୍ପର୍କ, ଚେଷ୍ଟା କରୁଥିବା କାମ କ୍ଷେତ୍ରରେ ଶୁଭଫଳ ପାଇବେ। ବିବାଦୀୟ କ୍ଷେତ୍ରରେ ଅନ୍ୟମାନଙ୍କର ସମର୍ଥନ ହାସଲରେ ଅସୁବିଧା ହେବନାହିଁ। ସୁସ୍ଥତା ଫେରିପାଇବା ସାଙ୍ଗକୁ ଶିକ୍ଷା କ୍ଷେତ୍ରରେ ଶୁଭଫଳ ମିଳିବ। ଶନିଙ୍କ ପ୍ରଭାବରୁ ସହକର୍ମୀଙ୍କ ପରୋକ୍ଷ ଶତ୍ରୁତା ମାନସିକ ଅସ୍ଥିରତା ବୃଦ୍ଧି କରିପାରେ।
ମକର
ମକର
ଶୁଭଗ୍ରହ ଦୃଷ୍ଟିରୁ କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣା ଦୂର ହେବାରେ ବନ୍ଧୁଙ୍କ ଅବଦାନକୁ ଭୁଲିପାରିବେ ନାହିଁ। ରପ୍ତାନି ବାଣିଜ୍ୟ, ହୋଟେଲ, ରେସ୍ତେଁାରା ବ୍ୟବସାୟ ଚନ୍ଦ୍ର ଓ ଶନିଙ୍କ ପ୍ରଭାବରୁ ଭଲ ରହିବ। କେତେକ ଅଟକି ରହିଥିବା କାମକୁ ଆଜି ହିଁ ପୂର୍ଣ୍ଣାଙ୍ଗ କରିବାକୁ ତପ୍ତର ହେବେ। କାର୍ଯ୍ୟଦକ୍ଷତା ଲାଗି ପଡ଼ୋଶୀ ଭୂରି ଭୂରି ପ୍ରଶଂସା କରିପାରନ୍ତି।
କୁମ୍ଭ
କୁମ୍ଭ
ଦ୍ୱିତୀୟସ୍ଥ ଶନିଙ୍କ ଯୋଗୁ ଆପଣଙ୍କ ସାମ୍ନାରେ କିଏ କିଛି କହିବାକୁ ସାହସ କରିପାରିବେ ନାହିଁ। ପରିସ୍ଥିତିବଶତଃ ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ସକାଳ ସମୟରେ ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା କୌଣସି ଶୁଭ ଖବର ପାଇପାରନ୍ତି। ସଭାସମିତିରେ, ଆନୁଷ୍ଠାନିକ କ୍ଷେତ୍ର, ବନ୍ଧୁ ଗହଣରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
ମୀନମୀନ

ରାଶ୍ୟାଧିପଙ୍କ କୃପାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଥିବାରୁ ଆଶ୍ୱସ୍ତି ଅନୁଭବ କରିବେ। ଅଟକିଥିବା କାମ ଆଜି ଅପରାହ୍ନେ ସମ୍ପନ୍ନ ହେବ। ଅଯଥା ତର୍କ ଓ ବିବାଦରୁ ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି ହୋଇପାରେ। ଅବଶ୍ୟ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବା ସାଙ୍ଗକୁ ପ୍ରଶଂସିତ ହେବେ। ସତ୍‍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri