Posted inRasifala

ରାଶିଫଳ: ସୋମବାର, ଜୁନ୍ ୯ ତାରିଖ – Daily Horoscope

ମେଷ
ଆଜି ରାଶିରେ ଶୁକ୍ର ରହିଥିବା ଯୋଗୁ ଶ୍ରୁତିମଧୁର ବାକ୍ୟାଳାପରେ ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନି ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ କୌଣସି ଆନୁଷ୍ଠାନିକ କାମ ସକାଶେ ତତ୍ପରତା ବୃଦ୍ଧି ପାଇବ। ବାଣିଜ୍ୟ, ପ୍ରଶାସନ, ସାହିତ୍ୟ ତଥା ସଭାସମିତିରେ ପ୍ରଶଂସିତ ହେବେ।
ବୃଷ
ବୃଷ
ବାଣୀକାରକ ବୁଧ ଗୌରବର ପ୍ରତୀକ ବୃହସ୍ପତିଙ୍କ ସଙ୍ଗଲାଭ କରି ଶାଳୀନତା ପ୍ରଦାନ କରିପାରନ୍ତି। କର୍ମକ୍ଷେତ୍ରରେ କିଛି କାମ ଅନିଚ୍ଛା ସତ୍ତ୍ୱେ କରିବାକୁ ବାଧ୍ୟ ହେବେ। ବନ୍ଧୁମିଳନଜନିତ ପ୍ରଫୁଲ୍ଲିତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଶିଳ୍ପ ଓ ଏଜେନ୍ସିପ, ସାମ୍ବାଦିକତା, ଯୋଗାଯୋଗ ପ୍ରଭୃତିରୁ ଖୁସି ରହିବେ ା
ମିଥୁନ
ମିଥୁନ
ପାପାକ୍ରାନ୍ତ ଗ୍ରହଙ୍କ ଦ୍ୱାରା କବଳିତ ରାଶି ଏକାଧାରରେ ଦୈହିକ ଓ ମାନସିକ ସୁସ୍ଥତାକୁ କ୍ଷୁଣ୍ଣ କରିପାରେ। ଅନ୍ୟମାନଙ୍କୁ ଖୁସି କରିବାକୁ ଯାଇ ନିଜର ସ୍ବାର୍ଥକୁ ବଳି ଦେବାକୁ ବାଧ୍ୟ ହେବେ। ଘରୋଇ କଥା ମନରେ ଆଲୋଡନ ସୃଷ୍ଟି କରି ଚିନ୍ତାଧାରାକୁ ବିକ୍ଷିପ୍ତ କରିଦେବ। ଆନୁଷ୍ଠାନିକ, ସାଂଗଠନିକ ତଥା ରାଜନୈତିକ କ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରୁ ଆପଣଙ୍କ ହସ ହସ ମୁହଁର ବିନୟପୂର୍ଣ୍ଣ ସାଦର ସମ୍ଭାଷଣ ବନ୍ଧୁଙ୍କ ହୃଦୟଗ୍ରାହୀ ହେବ। ଆତ୍ମୀୟଙ୍କ ଅକୁଣ୍ଠ ସମର୍ଥନ ଦୁଃଖକୁ ଭୁଲାଇ ନେଇପାରେ। ସଭାସମିତି, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସାହିତ୍ୟ, ଗବେଷଣା ତଥା ରଚନାତ୍ମକ କାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି।
ସି˚ହ
ସି˚ହ
ଆପଣଙ୍କ ରାଶି ପାଇଁ ଆଜିର ଗ୍ରହସ୍ଥିତି ନୂତନ ସମ୍ପର୍କ, ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ, ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟରେ ପ୍ରଫୁଲ୍ଲିତ ରହିବେ। କାର୍ଯ୍ୟ ହାସଲ ପାଇଁ ଅର୍ଥାଭାବ, ଅସହଯୋଗ, ପ୍ରତିବନ୍ଧକ ବାଧକ ହେବ ନାହିଁ। କର୍ମକ୍ଷେତ୍ର ପରିସ୍ଥିତି ଜଟିଳ ହେବ ନାହିଁ। ପାରିବାରିକ କଳହକୁ ନେଇ ମାନସିକ ଶାନ୍ତି ବ୍ୟାହତ ହୋଇପାରେ।
କନ୍ୟା
ଆଜି ପାରିବାରିକ, କର୍ମକ୍ଷେତ୍ର, ଦିନଚର୍ଯ୍ୟା, ବନ୍ଧୁ ସମ୍ପର୍କ ବିବାଦୀୟ ରହିପାରେ। କୌଣସି ନିର୍ଦ୍ଦିଷ୍ଟ ସ୍ଥାନରୁ ଯାହା ପାଇବା କଥା ତାହା କଷ୍ଟସାଧ୍ୟ ହେବ। ପ୍ଲଟିଂ କାରବାର, ଯାନ୍ତ୍ରିକ ଜିନିଷ କିମ୍ବା ବିଦ୍ୟୁତ୍‍ ବ୍ୟବସାୟୀ ଲାଭବାନ୍‍ ହୋଇପାରନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟ, ଉଚ୍ଚ ଶିକ୍ଷା ଓ କୌଣସି ସମସ୍ୟା ନିରାକରଣ ସକାଶେ ଆଲୋଚନା ଜାରି ରଖିବେ।
ତୁଳା
ତୁଳା
ଅଷ୍ଟମଭାବସ୍ଥ ରବିଙ୍କ ଯୋଗୁ କର୍ମକ୍ଷେତ୍ରରେ ସମସ୍ୟା ଯୁକ୍ତ ହୋଇପାରନ୍ତି। କୌଣସି ଜିନିଷର ଅଭାବ ନ ଥିଲେ ମଧ୍ୟ ନିଜର ପ୍ରିୟବ୍ୟକ୍ତିଙ୍କଠାରୁ ବହୁ ଦୂରରେ ରହି ଚିନ୍ତିତ ରହିବେ। ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଯୋଗୁ ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଆନୁଷ୍ଠାନିକ କାମରେ ପାରିବାରିକ ସମସ୍ୟାକୁ ମନ ଭିତରେ ରଖି କାମ କରିବାକୁ ବାଧ୍ୟ ହେବେ।
ବିଛା
ବିଛା
ଚନ୍ଦ୍ରଙ୍କ କୋଣଭାବସ୍ଥ ବୃହସ୍ପତି ସ୍ଥଗିତ କାର୍ଯ୍ୟକୁ ପୂରଣ କରିବେ। ଭାଙ୍ଗି ପଡିଥିବା ସମ୍ପର୍କକୁ ଯୋଡିବାକୁ ଚେଷ୍ଟାକରି ଅସଫଳ ହୋଇପାରନ୍ତି। ନିଜ ପରିସରର ବ୍ୟକ୍ତିମାନେ ଅଯଥା ଦୋଷାରୋପ କରି ମାନସିକ ସ୍ଥିତିକୁ ବିଗାଡିଦେବେ। ଈର୍ଷାପରାୟଣ ବ୍ୟକ୍ତିମାନେ ଉପର ମନରେ ଭଲ କଥା କହି ପଛରେ ବହୁତ ସମାଲୋଚନା କରିବେ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟିବ। ଅନାବଶ୍ୟକ କଥାଗୁଡିକୁ ମନରୁ ପରିହାର କରି ବାସ୍ତବତାକୁ ଗୁରୁତ୍ୱ ଦେଇ କାମ କରିବା ଭଲ ହେବ। ବିଭିନ୍ନ ପ୍ରକାରର ସ୍ଥଗିତ କାମକୁ ନେଇ ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ। ସଭାସମିତି କିମ୍ବା ବନ୍ଧୁ ଗହଣରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ଆଜିର ଗ୍ରହସ୍ଥିତିଜନିତ ମାନସିକ ଦୁଶ୍ଚିନ୍ତା ଲାଗିରହିବ। ବ୍ୟବସାୟ, ସଭାସମିତି ତଥା ପ୍ରଶାସନିକ ସ୍ତରରେ ପ୍ରତିବନ୍ଧକ ଦେଖାଦେବ। ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗିରହିବ କିନ୍ତୁ ସେପରି କିଛି ବିଶେଷ ଅସୁବିଧା ହେବ ନାହିଁ। ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଇ କାମଟିକୁ ଭଣ୍ଡୁର କରି ଦେଇପାରନ୍ତି।
କୁମ୍ଭ
କୁମ୍ଭ
ଉପଚୟଭାବସ୍ଥ ଶୁକ୍ରଙ୍କ ଯୋଗୁ ପାରିବାରିକ ସମସ୍ୟା ହେତୁ ମନ ଭଲ ରହି ନ ପାରେ। ଅବଶ୍ୟ ଅର୍ଥଲାଭ ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଆଜି ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ କିନ୍ତୁ କିଛି ବି କରିବାର ଉପାୟ ନ ଥିବ।
ମୀନମୀନ

ଆଜିର ଚନ୍ଦ୍ରଙ୍କ ସ୍ଥିତି ମନ ଚାହୁଁଥିବା କାମ କରାଇ ଦେବନାହିଁ। ଏଣେ ଷଷ୍ଠାଧିପତିଙ୍କ ତୃତୀୟାବସ୍ଥାନ ଭାଇ, ବନ୍ଧୁ କୁଟୁମ୍ବଙ୍କ ଦ୍ୱାରା ପୀଡିତ କରାଇପାରେ। ଅବଶ୍ୟ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ରାହୁ ସହ ବୁଧଙ୍କ ସମ୍ବନ୍ଧରୁ ଭୁଲ୍‍ ବୁଝାମଣାଜନିତ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହେବାର ଆଶଙ୍କା ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri