Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍ ୬ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ସକାଶେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତରର ସୂଚନାରୁ ସାମୟିକ ଚିନ୍ତିତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ଭୁଲ୍‍ ବୁଝାମଣା କାରଣରୁ ମାନସିକ ସ୍ଥିତି ହଠାତ୍‍ ବଦଳି ଯିବ। ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ।
ବୃଷ
ବୃଷ
ଆଜିର ଶନି ଓ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଅଫିସରେ ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ। ଆକସ୍ମିକ ଆବଶ୍ୟକତା କାରଣରୁ ପରିବାରର ଖର୍ଚ୍ଚ ବୃଦ୍ଧି ଚିନ୍ତାକୁ ବଢାଇ ଦେବ। କେତେକ କାରଣକୁ ନେଇ ଇଚ୍ଛା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ମିଥୁନ
ମିଥୁନ
ଶନିଙ୍କ ଦୃଷ୍ଟିରେ ବୁଧ ଦୈହିକ ସ୍ବାସ୍ଥ୍ୟ ଓ ମାନସିକ ସ୍ଥିତିକୁ ବିଗାଡି ଦେବ। ଋଣ ପରିଶୋଧ ପାଇଁ ବିଭିନ୍ନ ଧନ୍ଦା କରିବା ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜିପାରନ୍ତି ଓ ତାଙ୍କ ସାହାଯ୍ୟ ମଧ୍ୟ ପାଇବେ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
କର୍କଟ
କର୍କଟ
ଅନୁକୂଳ ଗ୍ରହ ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇ ନିୟନ୍ତ୍ରଣ ମଧ୍ୟରେ ରହିବ। ପରିବାରର କେତେକ ବ୍ୟତିକ୍ରମ କଥା ଓ ଆର୍ଥିକ ସମସ୍ୟାକୁ ବୁଝାମଣା ଭିତ୍ତିରେ ସୁଧାରିନେବେ। ସାହିତ୍ୟ, ସଙ୍ଗୀତ ତଥା ଚଳଚ୍ଚିତ୍ର, ସାମ୍ବାଦିକତା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ ା
ସି˚ହ
ସି˚ହ
ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ। ପିଲାଙ୍କ ଇଚ୍ଛା ଓ ଅଭିଳାଷ ସମ୍ପର୍କରେ ଆଲୋଚନା କରିପାରନ୍ତି। ଆମତ୍ୀୟଙ୍କ ସକାଶେ ଯେତେ ସୁବିଧା କଲେ ମଧ୍ୟ ଓଲଟି ନିନ୍ଦା ଶୁଣିବେ। ବୟସ୍କଙ୍କ ସାହାଯ୍ୟ ଓ ସମର୍ଥନକ୍ରମେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ।
କନ୍ୟା
କର୍ମଭାବସ୍ଥ ବୃହସ୍ପତିଙ୍କ ପ୍ରଭାବରେ ଆଶା ପୂରଣ ହୋଇଯିବ। ଗୃହ ସଜ୍ଜା, ଗାଡି ମରାମତି, ପୁରୁଣା ଘର ସଜାଡିବାରେ ମନୋନିବେଶ କରିବେ। କର୍ମକ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିବା ଫଳରେ ସହକର୍ମୀମାନଙ୍କ ଅପ୍ରିୟଭାଜନ ହୋଇପାରନ୍ତି। ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ।
ତୁଳା
ତୁଳା
ଅଧିକାଂଶ ସମୟ ମନ ଅସ୍ଥିର ରହିବାରୁ ଦୃଷ୍ଟିକୋଣ ବଦଳି ଯାଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବା ପରି ଆଶଙ୍କା ଦେଖାଦେବ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଫିସ୍‍ରୁ ଫେରିବା ସମୟରେ ଘରର ବରାଦୀ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
ବିଛା
ବିଛା
ଶନି ଓ ରାହୁଙ୍କ ଦ୍ୱାରା କବଳିତ ଚନ୍ଦ୍ର ଯୋଗୁ ଅତୀତ ଘଟଣାକୁ କେନ୍ଦ୍ରକରି ମନଟା ଗୋଳେଇଘାଣ୍ଟି ହେବ। ଘର କାମ ସାଙ୍ଗକୁ ଅବହେଳାକ୍ରମେ ରହିଯାଇଥିବା ଅଫିସ୍‍ କାମର ଜଞ୍ଜାଳ ମଧ୍ୟ ବଳିପଡିବ। ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ଲୋକକୁ ପରଖି ଯାହା କରିବା କଥା କରନ୍ତୁ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରର ସମସ୍ୟା ଦୂରେଇ ନେବେ।
ଧନୁ
ଧନୁ
ରାଶି ଅପେକ୍ଷା ସପ୍ତମସ୍ଥାନ ପ୍ରଭାବଶାଳୀ ଯୋଗୁ ଆଜିର ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା ଅନୁକୂଳ ରହି ନ ପାରେ। ମନର ଅସନ୍ତୋଷକୁ ଚାପି ରଖି ମୁହଁରେ ହସ ଫୁଟାଇ ଓ ଶ୍ରୁତିମଧୁର କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବେ। ଗଣ ଯୋଗାଯୋଗ, ସାମ୍ବାଦିକତା ଓ ପ୍ରକାଶନ କ୍ଷେତ୍ରରୁ ସମସ୍ୟା ଓ ପ୍ରତିବନ୍ଧକ ଦୂର ହୋଇଯିବ।
ମକର
ମକର
ପ୍ରତିକୂଳ ଗ୍ରହଙ୍କ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ର ଓ କାର୍ଯ୍ୟ ଦ୍ୱନ୍ଦ୍ୱାମତ୍କ ସ୍ଥିତିରେ ରହିବ। ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ସହକର୍ମୀ କିମ୍ବା ଆମତ୍ୀୟଙ୍କଠାରୁ ସାହାଯ୍ୟ ଲାଭ କରିବେ। ଶିକ୍ଷା, ଗଠନମୂଳକ ଆଲୋଚନା, ଆନୁଷ୍ଠାନିକ କାମ, ଲେଖାପଢା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
ପ୍ରତିବନ୍ଧକ ରହିଥିଲେ ମଧ୍ୟ ଆପଣଙ୍କ କାମ ଅଟକିବ ନାହିଁ। ସରଳ ଓ ସହଜରେ କୌଣସି କାମ ହାସଲ କରିବା ଆଜି ଦୁରୂହ ହୋଇପାରେ। ପରିବାରରେ କାହାର ସ୍ବାସ୍ଥ୍ୟହାନି କାରଣରୁ ମନ ସ୍ଥିର ରହିପାରିବ ନାହିଁ। ଅବଶ୍ୟ ବନ୍ଧୁମାନଙ୍କ ସହାୟତା ନେଇ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ା
ମୀନମୀନ

କର୍ମକ୍ଷେତ୍ର ପ୍ରତି ଗ୍ରହଦୃଷ୍ଟି ପ୍ରଭାବ ଅସଜଡା ସ୍ଥିତିକୁ ସଜାଡିବାରେ ସାହାଯ୍ୟ କରିବ। ଶିକ୍ଷା, ସନ୍ତାନ, ଆଲୋଚନା ପାଇଁ ପ୍ରକୃଷ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାତ୍ରା, ବ୍ୟବସାୟ, ମକଦ୍ଦମା, ସଂଗଠନ, ଲେଖାପଢାରେ ସମସ୍ୟା ସମାଧାନ ହୋଇଯିବ। କୌଣସି ନୂଆ କାମଟିଏ ଆରମ୍ଭ ସକାଶେ ମନ ବଳାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri