Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍ ୬ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ସକାଶେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତରର ସୂଚନାରୁ ସାମୟିକ ଚିନ୍ତିତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ଭୁଲ୍‍ ବୁଝାମଣା କାରଣରୁ ମାନସିକ ସ୍ଥିତି ହଠାତ୍‍ ବଦଳି ଯିବ। ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ।
ବୃଷ
ବୃଷ
ଆଜିର ଶନି ଓ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଅଫିସରେ ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ। ଆକସ୍ମିକ ଆବଶ୍ୟକତା କାରଣରୁ ପରିବାରର ଖର୍ଚ୍ଚ ବୃଦ୍ଧି ଚିନ୍ତାକୁ ବଢାଇ ଦେବ। କେତେକ କାରଣକୁ ନେଇ ଇଚ୍ଛା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ମିଥୁନ
ମିଥୁନ
ଶନିଙ୍କ ଦୃଷ୍ଟିରେ ବୁଧ ଦୈହିକ ସ୍ବାସ୍ଥ୍ୟ ଓ ମାନସିକ ସ୍ଥିତିକୁ ବିଗାଡି ଦେବ। ଋଣ ପରିଶୋଧ ପାଇଁ ବିଭିନ୍ନ ଧନ୍ଦା କରିବା ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜିପାରନ୍ତି ଓ ତାଙ୍କ ସାହାଯ୍ୟ ମଧ୍ୟ ପାଇବେ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
କର୍କଟ
କର୍କଟ
ଅନୁକୂଳ ଗ୍ରହ ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇ ନିୟନ୍ତ୍ରଣ ମଧ୍ୟରେ ରହିବ। ପରିବାରର କେତେକ ବ୍ୟତିକ୍ରମ କଥା ଓ ଆର୍ଥିକ ସମସ୍ୟାକୁ ବୁଝାମଣା ଭିତ୍ତିରେ ସୁଧାରିନେବେ। ସାହିତ୍ୟ, ସଙ୍ଗୀତ ତଥା ଚଳଚ୍ଚିତ୍ର, ସାମ୍ବାଦିକତା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ ା
ସି˚ହ
ସି˚ହ
ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ। ପିଲାଙ୍କ ଇଚ୍ଛା ଓ ଅଭିଳାଷ ସମ୍ପର୍କରେ ଆଲୋଚନା କରିପାରନ୍ତି। ଆମତ୍ୀୟଙ୍କ ସକାଶେ ଯେତେ ସୁବିଧା କଲେ ମଧ୍ୟ ଓଲଟି ନିନ୍ଦା ଶୁଣିବେ। ବୟସ୍କଙ୍କ ସାହାଯ୍ୟ ଓ ସମର୍ଥନକ୍ରମେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ।
କନ୍ୟା
କର୍ମଭାବସ୍ଥ ବୃହସ୍ପତିଙ୍କ ପ୍ରଭାବରେ ଆଶା ପୂରଣ ହୋଇଯିବ। ଗୃହ ସଜ୍ଜା, ଗାଡି ମରାମତି, ପୁରୁଣା ଘର ସଜାଡିବାରେ ମନୋନିବେଶ କରିବେ। କର୍ମକ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିବା ଫଳରେ ସହକର୍ମୀମାନଙ୍କ ଅପ୍ରିୟଭାଜନ ହୋଇପାରନ୍ତି। ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ।
ତୁଳା
ତୁଳା
ଅଧିକାଂଶ ସମୟ ମନ ଅସ୍ଥିର ରହିବାରୁ ଦୃଷ୍ଟିକୋଣ ବଦଳି ଯାଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବା ପରି ଆଶଙ୍କା ଦେଖାଦେବ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଫିସ୍‍ରୁ ଫେରିବା ସମୟରେ ଘରର ବରାଦୀ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
ବିଛା
ବିଛା
ଶନି ଓ ରାହୁଙ୍କ ଦ୍ୱାରା କବଳିତ ଚନ୍ଦ୍ର ଯୋଗୁ ଅତୀତ ଘଟଣାକୁ କେନ୍ଦ୍ରକରି ମନଟା ଗୋଳେଇଘାଣ୍ଟି ହେବ। ଘର କାମ ସାଙ୍ଗକୁ ଅବହେଳାକ୍ରମେ ରହିଯାଇଥିବା ଅଫିସ୍‍ କାମର ଜଞ୍ଜାଳ ମଧ୍ୟ ବଳିପଡିବ। ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ଲୋକକୁ ପରଖି ଯାହା କରିବା କଥା କରନ୍ତୁ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରର ସମସ୍ୟା ଦୂରେଇ ନେବେ।
ଧନୁ
ଧନୁ
ରାଶି ଅପେକ୍ଷା ସପ୍ତମସ୍ଥାନ ପ୍ରଭାବଶାଳୀ ଯୋଗୁ ଆଜିର ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା ଅନୁକୂଳ ରହି ନ ପାରେ। ମନର ଅସନ୍ତୋଷକୁ ଚାପି ରଖି ମୁହଁରେ ହସ ଫୁଟାଇ ଓ ଶ୍ରୁତିମଧୁର କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବେ। ଗଣ ଯୋଗାଯୋଗ, ସାମ୍ବାଦିକତା ଓ ପ୍ରକାଶନ କ୍ଷେତ୍ରରୁ ସମସ୍ୟା ଓ ପ୍ରତିବନ୍ଧକ ଦୂର ହୋଇଯିବ।
ମକର
ମକର
ପ୍ରତିକୂଳ ଗ୍ରହଙ୍କ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ର ଓ କାର୍ଯ୍ୟ ଦ୍ୱନ୍ଦ୍ୱାମତ୍କ ସ୍ଥିତିରେ ରହିବ। ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ସହକର୍ମୀ କିମ୍ବା ଆମତ୍ୀୟଙ୍କଠାରୁ ସାହାଯ୍ୟ ଲାଭ କରିବେ। ଶିକ୍ଷା, ଗଠନମୂଳକ ଆଲୋଚନା, ଆନୁଷ୍ଠାନିକ କାମ, ଲେଖାପଢା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
ପ୍ରତିବନ୍ଧକ ରହିଥିଲେ ମଧ୍ୟ ଆପଣଙ୍କ କାମ ଅଟକିବ ନାହିଁ। ସରଳ ଓ ସହଜରେ କୌଣସି କାମ ହାସଲ କରିବା ଆଜି ଦୁରୂହ ହୋଇପାରେ। ପରିବାରରେ କାହାର ସ୍ବାସ୍ଥ୍ୟହାନି କାରଣରୁ ମନ ସ୍ଥିର ରହିପାରିବ ନାହିଁ। ଅବଶ୍ୟ ବନ୍ଧୁମାନଙ୍କ ସହାୟତା ନେଇ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ା
ମୀନମୀନ

କର୍ମକ୍ଷେତ୍ର ପ୍ରତି ଗ୍ରହଦୃଷ୍ଟି ପ୍ରଭାବ ଅସଜଡା ସ୍ଥିତିକୁ ସଜାଡିବାରେ ସାହାଯ୍ୟ କରିବ। ଶିକ୍ଷା, ସନ୍ତାନ, ଆଲୋଚନା ପାଇଁ ପ୍ରକୃଷ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାତ୍ରା, ବ୍ୟବସାୟ, ମକଦ୍ଦମା, ସଂଗଠନ, ଲେଖାପଢାରେ ସମସ୍ୟା ସମାଧାନ ହୋଇଯିବ। କୌଣସି ନୂଆ କାମଟିଏ ଆରମ୍ଭ ସକାଶେ ମନ ବଳାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri