Posted inRasifala

ରାଶିଫଳ: ସୋମବାର, ଏପ୍ରିଲ୍‍ ୨୧ ତାରିଖ – Daily Horoscope

ମେଷ
ଆଜି ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମ୍ମାନିତ ହେବେ। ଆପଣ ସମୟୋଚିତ ପଦକ୍ଷେପ ନେଇପାରିଲେ ହିଁ କୃତକାର୍ଯ୍ୟ ହେବା ସମ୍ଭାବନା ରହିବ। ସ୍ଥଗିତ କାମ ସକାଶେ ପାରସ୍ପରିକ ଦୋଷାରୋପଜନିତ ତିକ୍ତତା ଦେଖାଦେଇପାରେ। ପାରିବାରିକ ଦିଗଟି ଭଲ ରହିବ ଏବଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସଙ୍କଟଜନକ ସ୍ଥିତି ଦୂରେଇଯିବ।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ମାର୍ମିକ ବିଚାରଧାରା ଶୃଙ୍ଖଳିତ ଜୀବନଯାପନରେ ସହାୟକ ହେବ। ଅଭିଳଷିତ ଦ୍ରବ୍ୟପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଅସହଯୋଗ କରିପାରେ। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ବାଣିଜ୍ୟ, ବ୍ୟବସାୟ, ଯାତ୍ରା ସନ୍ତୋଷଜନକ ନ ହୋଇପାରେ।
ମିଥୁନ
ମିଥୁନ
ମାନସିକ ଦ୍ୱନ୍ଦ୍ୱର ଅବସାନ ସକାଶେ ବନ୍ଧୁଙ୍କ ପରାମର୍ଶ ଗ୍ରହଣକଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ପରିବାରର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ମୂଲ୍ୟବାନ୍‍ ଜିନିଷ କିଣିପାରନ୍ତି। ଯାତ୍ରା ସମୟରେ କୌଣସି ଭୁଲ୍‍ କାମ କରି ଅନୁତପ୍ତ ହେବେ।
କର୍କଟ
କର୍କଟ
କୌଣସି କାର୍ଯ୍ୟ ଶୃଙ୍ଖଳିତ ନ ହେବାରୁ ମନ ଚିନ୍ତାକୁଳ ରହିପାରେ। ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ବନ୍ଧୁଙ୍କ ସହାୟତାରେ ପୁନଃ ପ୍ରତିଷ୍ଠିତ ହେବ। ସାମାଜିକ ସ୍ତରରେ ସମ୍ମାନିତ ହେବେ ଏବଂ ଶିକ୍ଷା, ପରୀକ୍ଷା, ଗବେଷଣା, କଳା, ସାହିତ୍ୟାଦିରେ ସମସ୍ୟା ଦୂରେଇଯିବ। ତଥାପି ପରକଥାରେ ପ୍ରଭାବିତ ହୋଇ ସମାଲୋଚନାର ଶରବ୍ୟ ହୋଇପାରନ୍ତି।
ସି˚ହ
ସି˚ହ
ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରୁ ପୂର୍ଣ୍ଣ ସନ୍ତୋଷ ପାଇବା କଷ୍ଟକର ହେବ। ଆପଣଙ୍କ ଦୂରଯାତ୍ରାର ପ୍ରସ୍ତୁତି, ବ୍ୟୟବୃଦ୍ଧି ରୋକିବା ପାଇଁ ଯୋଜନା, ବନ୍ଧୁଙ୍କ ସହ ଆଲୋଚନାରେ ଅଗ୍ରଗତି ଘଟିବ। ବ୍ୟବସାୟରେ ସନ୍ତୋଷଜନକ ଫଳ ଦେଖା ଦେବ। ସ୍ବାର୍ଥକୁ ଆଖିଆଗରେ ରଖି ମିତ୍ର କେହି ଛଳନା କରିପାରେ।
କନ୍ୟା
ବୁଝାମଣା ଅଭାବରୁ ଭ୍ରାତୃବିବାଦ, ଜମିଜମା କଳହ, ପାରିବାରିକ ଅଶାନ୍ତିର କାରଣ ହେବ ା ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କଲେ ଶତ୍ରୁତା ଅର୍ଜନ କରିପାରନ୍ତି ା ଉପରିସ୍ଥ ପଦାଧିକାରୀଙ୍କ ଆଦେଶାନୁସାରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିବ ା ବଳହୀନ ବୁଧ ଗ୍ରହ ବୌଦ୍ଧିକତାକୁ ବର୍ଦ୍ଧନକଲେ ମଧ୍ୟ ବନ୍ଧୁତାକୁ କ୍ଷୁଣ୍ଣ କରିବ ା
ତୁଳା
ତୁଳା
ଆଜି କାହାକୁ କିଛି କଡ଼ା କଥା କହିବେ ନାହିଁ , ମାତ୍ର ଆପଣଙ୍କୁ କିଏ କହିଲେ ଜମା ଛାଡ଼ିବେ ନାହିଁ। ସବୁ ସମୟରେ ମିଶୁଥିବା ଲୋକ ପଛରେ ଚେର କାଟୁଥିବାର ଝଲକ ଦେଖିବାକୁ ମିଳିବ। ବନ୍ଧୁମାନେ ବିଭ୍ରାନ୍ତିକର ଖବର ପରିବେଷଣକରି ସମସ୍ୟାକୁ ବଢ଼ାଇଦେଇ ପାରନ୍ତି। ଆନୁଷ୍ଠାନିକ କାମ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା
ବିଛା
ଆଜି ଆପଣ ବଡ଼ଲୋକାଙ୍କ ସହ ମିଶିବେ, ହସଖୁସିରେ ରହିବା ସହ ନୂଆ ନୂଆ କାମ କରିବେ। ମାତ୍ର ବେକାର ଖର୍ଚ୍ଚ, ବୃଥା ଭ୍ରମଣ, ପରିବାରରେ ଝଗଡ଼ାରୁ ତ୍ରାହି ମିଳିବ ନାହିଁ। ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇ ଦୁଃଖକୁ ଭୁଲିଯାଇପାରନ୍ତି। ସାମାଜିକ ପ୍ରତିଷ୍ଠା ବଢ଼ିବା ସହ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‍ ହୋଇଯିବ ା
ଧନୁ
ଧନୁ
ମନ ଭିତରେ କୋହକୁ ଲୁଚାଇ ହସି କଥା କହିବେ। ବନ୍ଧୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେବେ, କିନ୍ତୁ ଅଲଗା ଅନ୍ତର୍ନିହିତ ଉଦ୍ଦେଶ୍ୟ ନିହିତ ରଖିଥାଇପାରନ୍ତି। ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ, କିନ୍ତୁ ବିଶେଷ ଅସୁବିଧା ହେବନାହିଁ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ ଏବଂ ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
ମକର
ମକର
ଘରେ ହେଉ କିମ୍ବା ବାହାରେ ସବୁଠି ସ୍ନେହ, ଶ୍ରଦ୍ଧା, ଆଦର ଓ ସମ୍ମାନ ଊଣା ହେବ ନାହିଁ। କିନ୍ତୁ ମନ ଭିତରର ଅଲଗା ଚିନ୍ତାଧାରାଟି ପୂର୍ଣ୍ଣ ନ ହେବା କାରଣରୁ ଛଟପଟ ହେବାକୁ ପଡ଼ିପାରେ। ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ କିମ୍ବା କିଛି ଭୁଲ୍‍ କରିପାରନ୍ତି। ଆର୍ଥିକ ସ୍ଥିତି କ୍ରମଶଃ ବଦଳିଯିବା କାରଣରୁ ଉଦ୍‍ବିଗ୍ନତା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଶ୍ରୁତିରୋଚକ କଥା କହି ଅନ୍ୟଙ୍କୁ ମନେଇ ନେବେ ଓ ଆର୍ଥିକ ଦିଗରୁ ଉପକୃତ ହେବେ। ହାତରେ ଥିବା କାମ ଯେତେ ଶୀଘ୍ର ସମାପ୍ତ କରିବାକୁ ଚାହୁଁଛନ୍ତି ତାହା ହେବା କଷ୍ଟକର ହୋଇପାରେ। ଯଦିଓ କୌଣସି କାମ ଅଟକି ରହିବ ନାହିଁ ତଥାପି ଧୀର ମନ୍ଥର ଗତି ହେତୁ ବିରକ୍ତିକର ମନେହେବ। ପରକଥାରେ ମୁଣ୍ଡ ପୂରାଇ ଭୁଲ୍‍ ମାର୍ଗାନୁସରଣ କରିପାରନ୍ତ।
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ ନ କଲେ ନେଡ଼ିଗୁଡ଼ କହୁଣିକୁ ବୋହିଯିବା ଆଶଙ୍କା ଦେଖାଦେଇପାରେ। ଆଜି ଆପଣଙ୍କ ସମ୍ମୁଖରେ କିଏ କିଛି କହିବେ ନାହିଁ, କିନ୍ତୁ ପଛରେ ସମାଲୋଚନା କରିବାକୁ ଛାଡ଼ିବେ ନାହିଁ। ତଥାପି ବିଭିନ୍ନ କ୍ଷେତ୍ରରେ ସମସ୍ୟା ସମାଧନ ହୋଇପାରିବା କାରଣରୁ କିଛିଟା ଆଶ୍ୱସ୍ତି ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri