Posted inRasifala

ରାଶିଫଳ: ଶନିବାର, ଏପ୍ରିଲ୍‍ ୧୨ ତାରିଖ – Daily Horoscope

ମେଷ
ଆଗାମୀ ନୂତନ ଯୋଜନାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଗାଡ଼ି, ମୋଟର, ପରିବହନ, ସଭାସମିତି, ସତ୍‍ସଙ୍ଗ କ୍ଷେତ୍ରରୁ ସଫଳତା ପାଇବେ। ସ୍ବାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ।
ବୃଷ
ବୃଷ
ଘରେ ମୂଲ୍ୟବାନ ଦବ୍ର୍ୟ ନଷ୍ଟଜନିତ ଉଚ୍ଚବାଚ୍ଚ ଘଟିପାରେ । ଅଯାଚିତ ଭାବରେ ପଡ଼ୋଶୀଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। କଳା, କାରିଗରି, ଶିଳ୍ପ, ବାଣିଜ୍ୟ ତଥା ସାହିତ୍ୟ ଓ ସଙ୍ଗୀତାଦିରେ ସୁନାମ ଅର୍ଜନ କରିପାରନ୍ତି। ଆପଣଙ୍କ ରଚନାତ୍ମକ କାର୍ଯ୍ୟ ବହୁଜନ ପ୍ରଶଂସିତ ହେବାର ଯୋଗ ରହିଛି।
ମିଥୁନ
ମିଥୁନ
ପୂର୍ବ ନିର୍ଦ୍ଧାରିତ ଯୋଜନାନୁସାରେ ବନ୍ଧୁମିଳନ ସାଙ୍ଗକୁ ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଖୋରାକ ପାଇବେ। ସ୍ଥଗିତ କାମ କରିବା ପାଇଁ ନିଷ୍ପତ୍ତି ନେବେ। ଗତକାଲିର କୌଣସି ଘଟଣା ସକାଶେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ବନ୍ଧୁଙ୍କ ସହ ଆଲୋଚନା ବେଶ୍‍ ଫଳପ୍ରଦ ହେବ।
କର୍କଟ
କର୍କଟ
କର୍ମଜଞ୍ଜାଳର ବହୁଳତା ଆପଣଙ୍କୁ କୌଣସି ସ୍ଥାନରେ ସ୍ଥିରଭାବରେ ରଖାଇ ଦେବନାହିଁ। ଯେଉଁ ଆଶା ନେଇ ଅନ୍ୟମାନଙ୍କ ପାଇଁ କିଛି କରିବେ ପ୍ରତିବଦଳରେ କିଛି ପାଇବା କଷ୍ଟକର ହେବ। ବନ୍ଧୁଙ୍କ ମାଧ୍ୟମରେ ଶୁଭ ଖବର ମନକୁ ଆମୋଦିତ କରିବ। ପ୍ରତ୍ୟୁଷ ସମୟରେ ଭ୍ରମଣ ଅବକାଶରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି।
ସି˚ହ
ସି˚ହ
ବିଶିଷ୍ଟବ୍ୟକ୍ତିଙ୍କ ସହୃଦୟତା ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ। ଆମତ୍ୀୟମାନେ ସମାଲୋଚନା କରିପାରନ୍ତି। ଯାତ୍ରା,ନୂତନ କର୍ମାରମ୍ଭ, ଶିଳ୍ପ, ବାଣିଜ୍ୟ ପରିବହନ, ବ୍ୟବସାୟ ସକାଶେ ଦିନଟି ମନ୍ଦ ନୁହେଁ। ନୂତନ ବନ୍ଧୁସମ୍ପର୍କ ସ୍ଥାପନ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ସୃଷ୍ଟି ହେବାର ସୂଚନା ରହିଛି।
କନ୍ୟା
ଆଜି ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହି ନପାରେ। ପରିବାରରେ ବିତର୍କ କିମ୍ବା ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ଆସନ୍ତାକାଲି ଖୋଜୁଥିବା ଜିନିଷଟି ଆଜି ଅପରାହ୍ନରେ ପାଇଯିବେ। ପ୍ରଶାସନ, ଅର୍ଥ ସମ୍ପର୍କ, ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ଉଠାପକା ମଧ୍ୟଦେଇ ଚାଲିପାରେ।
ତୁଳା
ତୁଳା
ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କ୍ଷେତ୍ରରେ ସାଧାରଣ କଥାକୁ ନେଇ ତର୍କବିତର୍କ ଲାଗିପାରେ। ବ୍ୟବସାୟରେ ମନର ବଳ ଖୁବ୍‍ ଟାଣ ରହିବ ଏବଂ ଲାଭବାନ୍‍ ମଧ୍ୟ ହେବେ। ବନ୍ଧୁମାନଙ୍କ ସାହାଯ୍ୟ ଏବଂ ସହଯୋଗ କାରଣରୁ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି ା
ବିଛା
ବିଛା
ଆଜିର ଗ୍ରହସ୍ଥିତି ଅନୁକୂଳ ନ ଥିବାରୁ ସତର୍କତା ଅବଲମ୍ବନ କରିବା ଭଲ। ପ୍ରତିଟି ପଦକ୍ଷେପରେ ଆଖିରେ ନ ଦେଖିଥତ୍ବା କିମ୍ବା କାନରେ ଶୁଣି ନ ଥିବା କଥାକୁ ବିଶ୍ୱାସ କଲେ କ୍ଷତିରେ ପଡ଼ିବେ। ସାହାଯ୍ୟ ମନୋବୃତ୍ତିରୁ କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ । ରୋଗ, ଋଣରୁ ରକ୍ଷା ପାଇବାର ପରିକଳ୍ପନା କରିବେ।
ଧନୁ
ଧନୁ
ଶୁଭଯୋଗ ପ୍ରଭାବରୁ କର୍ମକ୍ଷେତ୍ର ସାଙ୍ଗକୁ ପାରିବାରିକ କ୍ଷେତ୍ରରେ ସମସ୍ୟା ରହିବନାହିଁ। ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ପରିସ୍ଥିତିର ତାଡ଼ନାରେ ମନକୁ ନ ପାଇଲେ ମଧ୍ୟ ପରିବାର ସଦସ୍ୟଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପ୍ରଶାସନ, ଆଇନ ତଥା ବାଣିଜ୍ୟ ଓ ପରିବହନରେ ସୁଫଳ ପାଇବେ।
ମକର
ମକର
ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ସହ ଆଜିର ଯାତ୍ରା ବ୍ୟୟବହୁଳ ହେବ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଗୁଜବ ଶୁଣି ମନରେ ଦୁଶ୍ଚିନ୍ତା ସୃଷ୍ଟିହେବ। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣକରି ଠିକଣା ସମୟରେ ଉଚିତ ପଦକ୍ଷେପ ନିଅନ୍ତୁ। ମନୋରଞ୍ଜନ କାର୍ଯ୍ୟକ୍ରମ, ଭ୍ରମଣ, ବନ୍ଧୁମିଳନ ଓ ନୂତନ ଯୋଜନାରମ୍ଭ କ୍ଷେତ୍ରରେ ଆଶା ପୂରଣ ହୋଇପାରିବ।
କୁମ୍ଭ
କୁମ୍ଭ
ଆଜି ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ। ବନ୍ଧୁଙ୍କ କାର୍ଯ୍ୟକଳାପକୁ ନେଇ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ସକାଳୁ ସମ୍ପର୍କୀୟ ଜଣେ ବନ୍ଧୁ ଆଜି ମଧ୍ୟାହ୍ନରେ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳତା ଦୂରେଇଯିବା ସହ ଆଶା ଓ ଅଭିଳାଷ ପୂରଣ ହେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ଅନ୍ୟଥା ଚିନ୍ତା କରିବାକୁ ପଡ଼ିପାରେ। ସୁପରିକଳ୍ପିତ ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ପାରିବାରିକ ସ୍ତରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri