Posted inRasifala

ରାଶିଫଳ: ମଙ୍ଗଳବାର , ଏପ୍ରିଲ୍‍ ୮ ତାରିଖ – Daily Horoscope

ମେଷ
ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁଙ୍କ ସହଯୋଗରେ ନୂଆ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। କର୍ମକ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ। ବନ୍ଧୁ, ପରିବାର କ୍ଷେତ୍ରରେ ବୁଝାମଣାର ଅଭାବ କାରଣରୁ ତିକ୍ତତା ସୃଷ୍ଟି ହେବ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ସମସ୍ୟା ଭିତରେ ଉବୁଟୁବୁ ହୋଇପାରନ୍ତି।
ବୃଷ
ବୃଷ
ଆଜି କୌଣସି କାମ ସହଜରେ ହୋଇପାରିବ ନାହିଁ। ଦୀର୍ଘ ଦିନରୁ ଭଲ ପାଉଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନ କେବଳ ଅତୀତକୁ ଖୋଜି ବୁଲିବ। ରୋହିଣୀ ନକ୍ଷତ୍ରର ବନ୍ଧୁଙ୍କ ପରାମର୍ଶରେ ଆଧ୍ୟାମତ୍ିକତା କାର୍ଯ୍ୟରେ ରୁଚି ବଳିବ। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବାଜନିତ ସାମାଜିକ ସ୍ତରରେ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଅନୁକୂଳ ଗ୍ରହଜନିତ ଆଜି ଯେଉଁ କାମରେ ହାତ ଦେବେ, ତାହା ବେକାର ଯିବ ନାହିଁ। ଆଜିର କର୍ମକ୍ଷେତ୍ରରୁ ଫେରିବା ବାଟରୁ କୌଣସି ନୂଆ ଜିନିଷ ଘରକୁ ଆଣିପାରନ୍ତି। ଏଜେନ୍‍ଶିପ୍‍, କଳା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। ଆର୍ଦ୍ରା ନକ୍ଷତ୍ର ପରିସ୍ଥିତିବଶତଃ ହଠାତ୍‍ ବହୁତ ଟଙ୍କା ଖର୍ଚ୍ଚ କରି ଦୁଃଖତ୍ତ ହୋଇପାରନ୍ତି।
କର୍କଟ
କର୍କଟ
ଆଜି ସମସ୍ତ ଆଶା ଓ ଅଭିଳାଷ ପୂରଣ ହୋଇଯିବାର ଗ୍ରହ ସମ୍ପର୍କରୁ ସୂଚନା ରହିଛି। ବିଭିନ୍ନ ସମସ୍ୟା ବିଜଡ଼ିତ ମନ ମାନସିକ ସନ୍ତୁଳନକୁ ରକ୍ଷା କରିବାରେ ସାହାଯ୍ୟ କରିବ। କିଛି ମୂଲ୍ୟବାନ୍‍ ଜିନିଷ କିଣିବା ସକାଶେ ଅର୍ଥର ଆବଶ୍ୟକତାକୁ ବନ୍ଧୁ ପୂରଣ କରିବେ। ପୁନର୍ବସୁ ନକ୍ଷତ୍ର ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ସି˚ହ
ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ପଡ଼ୋଶୀ ସାହାଯ୍ୟ କରିପାରନ୍ତି। ଆର୍ଥିକ ଅନଟନ ରହିଥିଲେ ମଧ୍ୟ କାମ ଅଟକି ରହିବ ନାହିଁ। ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ପୂର୍ବା ଫାଲ୍‍ଗୁନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଦୂର ହୋଇପାରେ।
କନ୍ୟା
ଉପରିସ୍ଥଙ୍କ ସହାନୁଭୂତିରୁ ଯାହା ପାଇବା କଥା, ତାହା ଠିକ୍‍ ସମୟରେ ପାଇପାରିବେ। ଋଣ ସୂତ୍ରରେ ଅର୍ଥ ପାଇବା ସକାଶେ ବହୁତ ଚେଷ୍ଟା କରି ସଫଳ ହେବେ। ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ପରିବାରରେ କ୍ରମାଗତ ସମସ୍ୟା ବଢ଼ିପାରେ। ଚିତ୍ରା ନକ୍ଷତ୍ରର ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‍ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ।
ତୁଳା
ତୁଳା
ସମସ୍ୟା ସମାଧାନ ଦିଗରେ ପଡ଼ୋଶୀଙ୍କ ସହାୟତା ପାଇବେ। ସ୍ବାତୀ ନକ୍ଷତ୍ରର ଏକ ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ଆମତ୍ୀୟଙ୍କ ସ୍ବାର୍ଥ ହାସଲ ନ ହୋଇ ପାରିବାରୁ ସେମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‍ବ୍ୟବହାର କରିବା କଷ୍ଟ ହେବ।
ବିଛା
ବିଛା
ମୂଲ୍ୟହୀନ କଥାକୁ ଗୁରୁତ୍ୱଦେଇ ଅଯଥାରେ ସମୟର ଅପଚୟ କରି ମନସ୍ତାପ କରିପାରନ୍ତି। ଧର୍ମ ସଙ୍କଟରେ ପଡ଼ି କଣ କରିବେ କିମ୍ବା ନ କରିବେ ଏହି ପରିସ୍ଥିତି ସୃଷ୍ଟି ହୋଇପାରେ। କୌଣସି ନୀଚ ଜାତିର ବ୍ୟକ୍ତି ବିଶେଷ ପରୋକ୍ଷ ଭାବେ ସମାଲୋଚନା କରିପାରନ୍ତି। ଅନୁରାଧା ନକ୍ଷତ୍ର ସକାଶେ ଆଜିର ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହଁି।
ଧନୁ
ଧନୁ
ଆପଣ ଯାହା ଯେମିତି ଚିନ୍ତା କରୁଛନ୍ତି ଆଜିର କାମ ଠିକ୍‍ ସେହିପରି ହେବ। ନୂତନ କାମରେ ମନ ଦେବେ ଏବଂ ଆଶାନୁରୂପ ସଫଳତା ହାସଲ କରିବେ। ଉତ୍ତରାଷାଢ଼ା ନକ୍ଷତ୍ର ହିତୈଷୀଙ୍କ ଗଠନମୂଳକ ପରାମର୍ଶ ଓ ଦିଗ୍‍ଦର୍ଶନରୁ ଉପକୃତ ହେବେ। ହୋଟେଲ, ଦୋକାନ, ବ୍ୟବସାୟ ପ୍ରଭୃତି ଆଶା କରୁଥିବା ଫଳ ଅବଶ୍ୟ ପାଇବେ।
ମକର
ମକର
ଆପଣଙ୍କ କାର୍ଯ୍ୟଦକ୍ଷତା କର୍ମକ୍ଷେତ୍ରରେ ବ୍ୟକ୍ତିତ୍ୱକୁ ଶୀର୍ଷ ସ୍ଥାନକୁ ନେବାରେ ସାହାଯ୍ୟ କରିବ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ। ପଡ଼ୋଶୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନରେ ଅସୁବିଧା ହେବ ନାହିଁ ା ଯାତ୍ରା, ବାଣିଜ୍ୟ ଏବଂ ବନ୍ଧୁଙ୍କ ସହିତ ଆଲୋଚନା ଶ୍ରବଣା ପାଇଁ ମନ୍ଦ ହେବନି।
କୁମ୍ଭ
କୁମ୍ଭ
ଆଜି ଧନିଷ୍ଠା ନକ୍ଷତ୍ରର ମୁହଁଜୋର୍‍ ହେତୁ କୌଣସି କାମ ଅଟକିବ ନାହିଁ। ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଆଶ୍ଚର୍ଯ୍ୟଜନକ ଭାବରେ ସଫଳତା ପାଇପାରନ୍ତି। ଗଣ୍ଡଗୋଳିଆ ପରିସ୍ଥିତିରେ ତରବରିଆ ପଦକ୍ଷେପ ନେବା ଠିକ୍‍ ହେବ ନାହିଁ ା ଆନୁଷ୍ଠାନିକ କିମ୍ବା ସତ୍‍ସଙ୍ଗ ପ୍ରତି ମନ ବଳିବ। ସାହିତ୍ୟ କ୍ଷେତ୍ରରୁ ସୁଫଳ ପାଇବେ।
ମୀନମୀନ

କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି। ରେବତୀ ନକ୍ଷତ୍ରର ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବ। ହଜି ଯାଇଥିବା ବ୍ୟକ୍ତି, ଚୋରି ଯାଇଥିବା ଜିନିଷର ଖବର ପାଇପାରନ୍ତି। ଉତ୍ତରଭାଦ୍ର ନକ୍ଷତ୍ର ସକାଶେ ବ୍ୟବସାୟିକ ଦୃଷ୍ଟିକୋଣରୁ ଆଜି ଦିନଟି ବହୁତ ଭଲ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri