Posted inRasifala

ରାଶିଫଳ: ମଙ୍ଗଳବାର , ଏପ୍ରିଲ୍‍ ୮ ତାରିଖ – Daily Horoscope

ମେଷ
ଆଜି କୃତ୍ତିକା ନକ୍ଷତ୍ର ବନ୍ଧୁଙ୍କ ସହଯୋଗରେ ନୂଆ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। କର୍ମକ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ। ବନ୍ଧୁ, ପରିବାର କ୍ଷେତ୍ରରେ ବୁଝାମଣାର ଅଭାବ କାରଣରୁ ତିକ୍ତତା ସୃଷ୍ଟି ହେବ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ସମସ୍ୟା ଭିତରେ ଉବୁଟୁବୁ ହୋଇପାରନ୍ତି।
ବୃଷ
ବୃଷ
ଆଜି କୌଣସି କାମ ସହଜରେ ହୋଇପାରିବ ନାହିଁ। ଦୀର୍ଘ ଦିନରୁ ଭଲ ପାଉଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନ କେବଳ ଅତୀତକୁ ଖୋଜି ବୁଲିବ। ରୋହିଣୀ ନକ୍ଷତ୍ରର ବନ୍ଧୁଙ୍କ ପରାମର୍ଶରେ ଆଧ୍ୟାମତ୍ିକତା କାର୍ଯ୍ୟରେ ରୁଚି ବଳିବ। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବାଜନିତ ସାମାଜିକ ସ୍ତରରେ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଅନୁକୂଳ ଗ୍ରହଜନିତ ଆଜି ଯେଉଁ କାମରେ ହାତ ଦେବେ, ତାହା ବେକାର ଯିବ ନାହିଁ। ଆଜିର କର୍ମକ୍ଷେତ୍ରରୁ ଫେରିବା ବାଟରୁ କୌଣସି ନୂଆ ଜିନିଷ ଘରକୁ ଆଣିପାରନ୍ତି। ଏଜେନ୍‍ଶିପ୍‍, କଳା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। ଆର୍ଦ୍ରା ନକ୍ଷତ୍ର ପରିସ୍ଥିତିବଶତଃ ହଠାତ୍‍ ବହୁତ ଟଙ୍କା ଖର୍ଚ୍ଚ କରି ଦୁଃଖତ୍ତ ହୋଇପାରନ୍ତି।
କର୍କଟ
କର୍କଟ
ଆଜି ସମସ୍ତ ଆଶା ଓ ଅଭିଳାଷ ପୂରଣ ହୋଇଯିବାର ଗ୍ରହ ସମ୍ପର୍କରୁ ସୂଚନା ରହିଛି। ବିଭିନ୍ନ ସମସ୍ୟା ବିଜଡ଼ିତ ମନ ମାନସିକ ସନ୍ତୁଳନକୁ ରକ୍ଷା କରିବାରେ ସାହାଯ୍ୟ କରିବ। କିଛି ମୂଲ୍ୟବାନ୍‍ ଜିନିଷ କିଣିବା ସକାଶେ ଅର୍ଥର ଆବଶ୍ୟକତାକୁ ବନ୍ଧୁ ପୂରଣ କରିବେ। ପୁନର୍ବସୁ ନକ୍ଷତ୍ର ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ସି˚ହ
ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ପଡ଼ୋଶୀ ସାହାଯ୍ୟ କରିପାରନ୍ତି। ଆର୍ଥିକ ଅନଟନ ରହିଥିଲେ ମଧ୍ୟ କାମ ଅଟକି ରହିବ ନାହିଁ। ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ପୂର୍ବା ଫାଲ୍‍ଗୁନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଦୂର ହୋଇପାରେ।
କନ୍ୟା
ଉପରିସ୍ଥଙ୍କ ସହାନୁଭୂତିରୁ ଯାହା ପାଇବା କଥା, ତାହା ଠିକ୍‍ ସମୟରେ ପାଇପାରିବେ। ଋଣ ସୂତ୍ରରେ ଅର୍ଥ ପାଇବା ସକାଶେ ବହୁତ ଚେଷ୍ଟା କରି ସଫଳ ହେବେ। ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ପରିବାରରେ କ୍ରମାଗତ ସମସ୍ୟା ବଢ଼ିପାରେ। ଚିତ୍ରା ନକ୍ଷତ୍ରର ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‍ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ।
ତୁଳା
ତୁଳା
ସମସ୍ୟା ସମାଧାନ ଦିଗରେ ପଡ଼ୋଶୀଙ୍କ ସହାୟତା ପାଇବେ। ସ୍ବାତୀ ନକ୍ଷତ୍ରର ଏକ ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ଆମତ୍ୀୟଙ୍କ ସ୍ବାର୍ଥ ହାସଲ ନ ହୋଇ ପାରିବାରୁ ସେମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‍ବ୍ୟବହାର କରିବା କଷ୍ଟ ହେବ।
ବିଛା
ବିଛା
ମୂଲ୍ୟହୀନ କଥାକୁ ଗୁରୁତ୍ୱଦେଇ ଅଯଥାରେ ସମୟର ଅପଚୟ କରି ମନସ୍ତାପ କରିପାରନ୍ତି। ଧର୍ମ ସଙ୍କଟରେ ପଡ଼ି କଣ କରିବେ କିମ୍ବା ନ କରିବେ ଏହି ପରିସ୍ଥିତି ସୃଷ୍ଟି ହୋଇପାରେ। କୌଣସି ନୀଚ ଜାତିର ବ୍ୟକ୍ତି ବିଶେଷ ପରୋକ୍ଷ ଭାବେ ସମାଲୋଚନା କରିପାରନ୍ତି। ଅନୁରାଧା ନକ୍ଷତ୍ର ସକାଶେ ଆଜିର ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହଁି।
ଧନୁ
ଧନୁ
ଆପଣ ଯାହା ଯେମିତି ଚିନ୍ତା କରୁଛନ୍ତି ଆଜିର କାମ ଠିକ୍‍ ସେହିପରି ହେବ। ନୂତନ କାମରେ ମନ ଦେବେ ଏବଂ ଆଶାନୁରୂପ ସଫଳତା ହାସଲ କରିବେ। ଉତ୍ତରାଷାଢ଼ା ନକ୍ଷତ୍ର ହିତୈଷୀଙ୍କ ଗଠନମୂଳକ ପରାମର୍ଶ ଓ ଦିଗ୍‍ଦର୍ଶନରୁ ଉପକୃତ ହେବେ। ହୋଟେଲ, ଦୋକାନ, ବ୍ୟବସାୟ ପ୍ରଭୃତି ଆଶା କରୁଥିବା ଫଳ ଅବଶ୍ୟ ପାଇବେ।
ମକର
ମକର
ଆପଣଙ୍କ କାର୍ଯ୍ୟଦକ୍ଷତା କର୍ମକ୍ଷେତ୍ରରେ ବ୍ୟକ୍ତିତ୍ୱକୁ ଶୀର୍ଷ ସ୍ଥାନକୁ ନେବାରେ ସାହାଯ୍ୟ କରିବ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ। ପଡ଼ୋଶୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନରେ ଅସୁବିଧା ହେବ ନାହିଁ ା ଯାତ୍ରା, ବାଣିଜ୍ୟ ଏବଂ ବନ୍ଧୁଙ୍କ ସହିତ ଆଲୋଚନା ଶ୍ରବଣା ପାଇଁ ମନ୍ଦ ହେବନି।
କୁମ୍ଭ
କୁମ୍ଭ
ଆଜି ଧନିଷ୍ଠା ନକ୍ଷତ୍ରର ମୁହଁଜୋର୍‍ ହେତୁ କୌଣସି କାମ ଅଟକିବ ନାହିଁ। ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଆଶ୍ଚର୍ଯ୍ୟଜନକ ଭାବରେ ସଫଳତା ପାଇପାରନ୍ତି। ଗଣ୍ଡଗୋଳିଆ ପରିସ୍ଥିତିରେ ତରବରିଆ ପଦକ୍ଷେପ ନେବା ଠିକ୍‍ ହେବ ନାହିଁ ା ଆନୁଷ୍ଠାନିକ କିମ୍ବା ସତ୍‍ସଙ୍ଗ ପ୍ରତି ମନ ବଳିବ। ସାହିତ୍ୟ କ୍ଷେତ୍ରରୁ ସୁଫଳ ପାଇବେ।
ମୀନମୀନ

କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି। ରେବତୀ ନକ୍ଷତ୍ରର ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବ। ହଜି ଯାଇଥିବା ବ୍ୟକ୍ତି, ଚୋରି ଯାଇଥିବା ଜିନିଷର ଖବର ପାଇପାରନ୍ତି। ଉତ୍ତରଭାଦ୍ର ନକ୍ଷତ୍ର ସକାଶେ ବ୍ୟବସାୟିକ ଦୃଷ୍ଟିକୋଣରୁ ଆଜି ଦିନଟି ବହୁତ ଭଲ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri