Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ
ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ଅର୍ଥ, ସମ୍ମାନ ଲାଭ ସାଙ୍ଗକୁ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆତ୍ମୀୟସ୍ବଜନ ସୁବିଧାବାଦୀ ଭଳି କାମ କଲେ ମଧ୍ୟ ଆପଣଙ୍କୁ କିଛି ଫରକ ପଡ଼ିବ ନାହିଁ। ସାମାଜିକ କାର୍ଯ୍ୟ କିମ୍ବା ଧର୍ମାନୁଷ୍ଠାନ ଦିଗରେ ଆଗ୍ରହ ପ୍ରକାଶ କରିପାରନ୍ତି।
ବୃଷ
ବୃଷ
ଏକାଦଶସ୍ଥ ବୁଧ ଯୋଗୁ ଅର୍ଥଲାଭର ଆଶା ବ୍ୟର୍ଥ ଯିବନାହିଁ ଏବଂ କାର୍ଯ୍ୟସିଦ୍ଧି ଘଟିବ। କିନ୍ତୁ ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଷ୍ଟକର ହେବ। ସନ୍ତାନଙ୍କ ଶିକ୍ଷା, ପରୀକ୍ଷାରେ ଆଶାନୁରୂପ ଫଳ ଲାଭର କ୍ଷୀଣ ଆଶା ଚିନ୍ତାକରି ବ୍ୟଥିତ ହେବେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ବନ୍ଧୁଙ୍କ ଆଲୋଚନା କେତେକାଂଶରେ ଭଲ ରହିବ।
ମିଥୁନ
ମିଥୁନ
କର୍ମସ୍ଥାନରେ ରାହୁ ଓ ଶୁକ୍ର ସହିତ ବୁଧ ହେତୁ ବନ୍ଧୁଙ୍କ କାର୍ଯ୍ୟକଳାପକୁ ନେଇ ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‍ ଦେବାକୁ ପଡ଼ିପାରେ। ସଭାସମିତି, ଆଇନ ଅଦାଲତ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ତୀର୍ଥାଟନାଦି ଦିଗରେ ମାନସିକ ପ୍ରସ୍ତୁତି ଚଳାଇବେ।
କର୍କଟ
କର୍କଟ
ରାଶ୍ୟାଧିପ ଅଷ୍ଟମସ୍ଥ ହୋଇ ଶନି ଯୁକ୍ତ କାରଣରୁ ଆପଣଙ୍କ ପ୍ରତ୍ୟେକ ଆଶା ଅପୂରଣ ରହିପାରେ। ଅବଶ୍ୟ ଆନୁଷଙ୍ଗିକ ଅନୁକୂଳ ପରିବେଶ ମଧ୍ୟରେ ଇପ୍ସିତ ଦ୍ରବ୍ୟଲାଭ କରିବେ। ଖର୍ଚ୍ଚାନ୍ତ ହେଲେ ମଧ୍ୟ ସୁଯୋଗର ସଦ୍‍ବ୍ୟବହାରରେ ଅସୁବିଧା ହେବନାହିଁ। ସ୍ତ୍ରୀଙ୍କ ପରାମର୍ଶ ନେଇ କାଯର୍‍ୟ କଲେ ବିଶେଷ ଭାବରେ ଉପକୃତ ହୋଇପାରନ୍ତି।
ସି˚ହ
ସି˚ହ
ଶନି ଓ ଚନ୍ଦ୍ର ସଂଯୋଗ ଯୋଗୁ ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ବ୍ୟବସାୟିକ ଦୃଷ୍ଟିକୋଣରୁ କିଣା ବିକାରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ସଭାସମିତିରେ ଆପଣଙ୍କ କାର୍ଯ୍ୟଦକ୍ଷତା ବନ୍ଧୁବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେବ। ଅବହେଳାରୁ କର୍ମକ୍ଷେତ୍ରରେ ଅନ୍ୟକୁ କୈଫିୟତ୍‍ ଦେବାକୁ ପଡ଼ିପାରେ।
କନ୍ୟା
ରାଶିରେ କବନ୍ଧଗ୍ରହ କେତୁ ହେତୁ ସ୍ବାସ୍ଥ୍ୟ, ଶତ୍ରୁତା, ବିବାଦ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବେ। ଜମା ଟଙ୍କାରୁ କିମ୍ବା ବ୍ୟାଙ୍କସୂତ୍ରରୁ ଅଥବା ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ରହିଛି। ଅସୁବିଧା କ୍ଷେତ୍ରରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବାର ସୁଯୋଗ ପାଇବେ। ମାନସିକ ଅସ୍ଥିରତା ମଧ୍ୟରେ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ।
ତୁଳା
ତୁଳା
କର୍ମାଧିପ ନିଜ ଭାବରୁ ଅଷ୍ଟମସ୍ଥ ହୋଇଥିବାରୁ କାମ ଶୃଙ୍ଖଳିତ ହୋଇ ନ ପାରେ। ଅବଶ୍ୟ ସ୍ବାତୀ ନକ୍ଷତ୍ର ସାମାନ୍ୟ ବିଳମ୍ବିତ ସମୟରେ ଲକ୍ଷ୍ୟ ହାସଲ କରି ଉପକୃତ ହୋଇପାରନ୍ତି। ବନ୍ଧୁଙ୍କ ସହାୟତା ନେଇ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ଆନୁଷ୍ଠାନିକ କାମ ପରିସରରେ ମିତ୍ରତାର ବନ୍ଧନରେ ଆବଦ୍ଧ ହେବେ।
ବିଛା
ବିଛା
ମଙ୍ଗଳ ଅଷ୍ଟମ ଭାଗରେ ଥିବାରୁ ଭାବିଚିନ୍ତି କଥା ନ କହିଲେ ଓଲଟା ବୁଝାମଣା ଅନର୍ଥ ସୃଷ୍ଟିକରିବ। ଆଜିହିଁ ସମ୍ପନ୍ନ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ। ବନ୍ଧୁଙ୍କ ଅନୁରୋଧରେ ସହଯାତ୍ରୀ ଭାବରେ ଦୂରସ୍ଥାନକୁ ଯାଇପାରନ୍ତି।
ଧନୁ
ଧନୁ
ସ୍ବଗୃହୀ ତୃତୀୟସ୍ଥ ଶନିଙ୍କ ପ୍ରଭାବରେ ପ୍ରତ୍ୟେକ କାର୍ଯ୍ୟରେ ମନ୍ଥରତା ପରିଲକ୍ଷିତ ହେବ। ଆକସ୍ମିକ ଭାବରେ ସ୍ଥାନାନ୍ତର କିମ୍ବା ନୂତନ କର୍ମସସ୍ଥାନ ପାଇଁ ମନ ବଳାଇବେ। ପରିବାରର ସହମତିରେ କାମ କଲେ ଆଶା ପୂରଣ ହେବ। କିନ୍ତୁ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମକର
ମକର
ଦୁଃସ୍ଥାନରେ ମଙ୍ଗଳ ଅବସ୍ଥାନ କରିଥିବାରୁ ପାରିବାରିକ ଜୀବନରେ ସାମାନ୍ୟ ବ୍ୟତିକ୍ରମ ସୃଷ୍ଟି ହୋଇପାରେ। ଯେତେ ଚେଷ୍ଟା କଲେ ମଧ୍ୟ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
କୋଣଭାବସ୍ଥ ଭୂମିପୁତ୍ର ଯୋଗୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଲକ୍ଷ୍ୟ ପୂରଣ କରିପାରିବେ। ପରିବାରରେ ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁଙ୍କୁ ଦେଇଥିବା ଜିନିଷ ଠିକ୍‍ ସମୟରେ ନ ପାଇ ବ୍ୟସ୍ତତା ଅନୁଭବ କରିପାରନ୍ତି। ପାରିବାରିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ହେବ ା
ମୀନମୀନ

ରାଶିରେ ଏକାଧିକ ଗ୍ରହ ସହିତ ରାହୁ ଥିବାରୁ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‍ ବୁଝିପାରନ୍ତି। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବେ। ପୂର୍ବପରିକଳ୍ପିତ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri