Posted inRasifala

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ
ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଥିଲେ ମଧ୍ୟ ମାନସିକ ସ୍ଥିରତା ଅକ୍ଷୁଣ୍ଣ ରହିବ। ପ୍ରତ୍ୟେକ କାମ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କଷ୍ଟକର ହେବ। ବୃହସ୍ପତିଙ୍କ ସୁଦୃଷ୍ଟି ଆପଣଙ୍କ ଅର୍ଥନୀତି, ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ସଭାସମିତିର ସୁବିଚାର ଦିଗରେ ସାହାଯ୍ୟ କରିବ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ପାରିବାରିକ ଶାନ୍ତି ନଷ୍ଟ ହୋଇପାରେ।
ବୃଷ
ବୃଷ
ନିଜର ସହଜାତ ଗୁଣଧର୍ମାନୁଯାୟୀ ବନ୍ଧୁ ମାଧ୍ୟମରେ କର୍ମକ୍ଷେତ୍ରକୁ ହଲ୍‍ଚଲ୍‍ କରିପାରନ୍ତି। ଆବଶ୍ୟକତା ପୂରଣ ସକାଶେ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ନିଷ୍ଫଳ ହେବନାହିଁ। ଅଫିସ୍‍ର କାର୍ଯ୍ୟବ୍ୟସ୍ତତା ଯୋଗୁ ଘରୋଇ କାମଗୁଡିକ ବାଧାପ୍ରାପ୍ତ ହେବ। କଳା, କ୍ରୀଡ଼ା, ସଙ୍ଗୀତ ଓ ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ।
ମିଥୁନ
ମିଥୁନ
ସବୁ କିଛି ଠିକ୍‍ ଥିଲେ ମଧ୍ୟ ଶେଷ ପର୍ଯ୍ୟାୟର ବିବାଦୀୟ ସ୍ଥିତି ସଫଳତାକୁ ସ୍ଥଗିତ ରଖି ଦେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ବନ୍ଧୁବର୍ଗଙ୍କ ସହ ସୁସମ୍ପର୍କ ରହିବ ନାହିଁ। ଆର୍ଥିକ, ପାରିବାରିକ ଓ ଆନୁଷ୍ଠାନିକ କ୍ଷେତ୍ର ମଧ୍ୟ ବିଶେଷ ଭଲ ରହି ନ ପାରେ। ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ପ୍ରତ୍ୟେକ କ୍ଷେତ୍ରରେ ଲକ୍ଷ୍ୟହାସଲରେ ସମର୍ଥ ହେବେ।
କର୍କଟ
କର୍କଟ
ମନ ଯେମିତି ଚାହୁଁଛି ତଦନୁଯାୟୀ କାମ ନ ହୋଇପାରେ। କୌଣସି ବିଜାତୀୟ ବ୍ୟକ୍ତି ପରିସ୍ଥିତିକୁ ଓଲଟପାଲଟ କରିଦେବେ। ଦୈହିକ ଦୁର୍ବଳତା ମନୋବଳକୁ କମାଇଦେବା କାରଣରୁ କର୍ମସମ୍ପାଦନରେ ପଛେଇଯିବେ। ଆର୍ଥିକ ଅନଟନ ଥିଲେ ମଧ୍ୟ ବନ୍ଧୁଙ୍କ ସହଯୋଗ ପରିସ୍ଥିତିକୁ ସମ୍ଭାଳି ନେବାରେ ମୁଖ୍ୟ ଭୂମିକା ସାଜିପାରେ।
ସି˚ହ
ସି˚ହ
ମାନସିକ ଅସ୍ଥିରତା କାରଣରୁ ଉପରିସ୍ଥ କର୍ମଚାରୀଙ୍କ ପ୍ରତ୍ୟେକ କଥାକୁ ଠିକ୍‍ ଭାବେ ବୁଝି ପାରିବେନି। ବ୍ୟବସାୟ କ୍ଷେତ୍ରରୁ ଅଂଶଧନ ହିସାବରେ ଅଧିକ ଧନ ପାଇ ଖୁସି ହେବେ। ପରସ୍ଥିତିରେ ପଡି ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡିପାରେ। ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି।
କନ୍ୟା
ଦୀର୍ଘ ଦିନର ଆଶା ପୂରଣ ଦିଗରେ ସହକର୍ମୀଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇବେ। ଭାଇଙ୍କ ଆରୋଗ୍ୟଲାଭ ପାଇଁ ଦେବାର୍ଚ୍ଚନା ସକାଶେ ତତ୍ପରତା ପ୍ରକାଶ ପାଇବ। ପାରିବାରିକ, ସାମାଜିକ ଓ ରାଜନୈତିକ ପତିଆରା ବୃଦ୍ଧି ପାଇବା ସମ୍ଭାବନା ରହିଛି।
ତୁଳା
ତୁଳା
କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବା ସାଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ପାଇ ଖୁସି ହେବେ। କିନ୍ତୁ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ । ଆଲୋଚନା ପରିସରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସହକର୍ମୀଙ୍କ ସାହାଯ୍ୟ ଓ ସହାନୁଭୂତିରୁ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି।
ବିଛା
ବିଛା
ପରିସ୍ଥିତିବଶତଃ ଉପରିସ୍ଥଙ୍କ ସମ୍ମୁଖରେ ଭାବୁଥିବା କଥାଟି ପ୍ରକାଶ କରିବାରେ ପଛେଇଯିବେ। ଫଳତଃ ପାଇବା ସକାଶେ ଅନୁକୂଳ ସ୍ଥିତି ଥିଲେ ମଧ୍ୟ ସୁଯୋଗ ହାତଛଡ଼ା ହୋଇଯାଇପାରେ। ପରିବାରରେ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ରଚନାତ୍ମକ କାର୍ଯ୍ୟ, ନୂତନ ଯୋଜନା ତଥା ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିର ମୁକାବିଲା କରନ୍ତୁ, ଉପକାର ମିଳିବ। ଆପଣଙ୍କ ପ୍ରତିଷ୍ଠାକୁ ସହ୍ୟ କରି ନ ପାରି ନିଜ ଲୋକ ସମାଲୋଚନା କରିପାରନ୍ତି। ପାରିବାରିକ, ବ୍ୟବସାୟିକ କ୍ଷେତ୍ର, ନିର୍ମାଣାଧୀନ କାମ, ଚୁକ୍ତିପତ୍ର ସ୍ବାକ୍ଷରିତ ପାଇଁ ସମୟଟି ଅନୁକୂଳ ରହିବ। ଆଜିର ବନ୍ଧୁମିଳନ ସାଙ୍ଗକୁ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି।
ମକର
ମକର
ସମ୍ପର୍କୀୟଙ୍କ ସହଯାତ୍ରୀ ଭାବରେ ଆଜିର ସକାଳ ଯାତ୍ରା ବେଶ୍‍ ପ୍ରୀତିପ୍ରଦ ରହିବ। ସ୍ତ୍ରୀଙ୍କ ଉଦ୍ୟମରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବା । କାର୍ଯ୍ୟର ଗୁରୁତ୍ୱ ଦୃଷ୍ଟିକୋଣରୁ ଅଫିସ୍‍ରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। କିଛି କହି ନ ପାରିଲେ ମଧ୍ୟ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ।
କୁମ୍ଭ
କୁମ୍ଭ
ସରକାରୀ ସ୍ତରରୁ ଆଶା କରିଥିବା ଖବରଟି ପଡ଼ୋଶୀଙ୍କଠାରୁ ପାଇ ଖୁସି ହେବେ। ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସହକର୍ମୀମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଯାତ୍ରା, ବାଣିଜ୍ୟ, ଲେଖାପଢ଼ା, କଳା ସାହିତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗିତ କରିବେ।
ମୀନମୀନ

ଅତୀତର ଅନାଲୋଚିତ ଘଟଣାବଳୀ ମନକୁ ଆନ୍ଦୋଳିତ କରିପାରେ। ଭାଗୁଆଳିଙ୍କ ଉପରେ ସନ୍ଦେହ ବୃଦ୍ଧି କାରଣରୁ ବ୍ୟବସାୟରେ ମନାନ୍ତର ସୃଷ୍ଟି ହେବ। ଅଧୈର୍ଯ୍ୟ ନ ହୋଇ ସମୟକୁ ଅପେକ୍ଷା କଲେ ବିଳମ୍ବରେ ହେଉ ପଛେ କାର୍ଯ୍ୟ ସାଧିତ ହେବ। ସଭାସମିତିରେ ନୂତନ ଯୋଜନା ସମ୍ପର୍କିତ ଆଲୋଚନା ଫଳପ୍ରଦ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri