Posted inRasifala

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୪ ତାରିଖ – Daily Horoscope

ମେଷ
ଆଜି ପଡ଼ୋଶୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟା ହିଁ ଚିନ୍ତାର କାରଣ ହୋଇପାରେ। ସମସ୍ୟାକୁ ସୁଧାରି ନେବା ସକାଶେ ପ୍ରଯନତ୍କଲେ ସଫଳତା ମିଳିବ। କର୍ମକ୍ଷେତ୍ରର ଅସଜଡ଼ା ପରିସ୍ଥିତି ଆପଣଙ୍କୁ ଅତ୍ୟଧିକ ଦାୟିତ୍ୱ ନେବାକୁ ବାଧ୍ୟକରିବ। ପରିବାର ମଧ୍ୟରେ ପିଲାଙ୍କ କାର୍ଯ୍ୟକଳାପ ଆପଣଙ୍କୁ ଅସୁବିଧାରେ ପକାଇପାରେ।
ବୃଷ
ବୃଷ
ଯାହା ଚାହୁଁଛନ୍ତି ତାହା ପାଇବାରେ ଅନୁକୂଳ ବାତାବରଣ ସୃଷ୍ଟିକରିବେ। ଅସମ୍ପୂର୍ଣ୍ଣ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ଆନୁଷ୍ଠାନିକ କ୍ଷେତ୍ର, ସାଙ୍ଗଠନିକ କାମ, ପ୍ରତିଯୋଗିତାରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କଳା, ସାହିତ୍ୟ, ସଙ୍ଗୀତ ଓ ରଚନାମତ୍କ କାର୍ଯ୍ୟରେ ସୁନାମ ଅର୍ଜନ କରିବେ।
ମିଥୁନ
ମିଥୁନ
ଆଜି ଯାହା କରନ୍ତୁନା କାହିଁକି ପ୍ରତିବନ୍ଧକ ଓ ବିଳମ୍ବିତ ସମୟ ଦୁଶ୍ଚିନ୍ତାର କାରଣ ହେବ। ଜଣେ ମିତ୍ର ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ଆଗେଇଆସିବେ। ରାଜନୀତି, ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ଜଣାଶୁଣା ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି। ଭୁଲ୍‍ ବୁଝାମଣା କାରଣରୁ ପରିବାରରେ ଅଶାନ୍ତି ବାତାବରଣ ଦେଖାଦେବ।
କର୍କଟ
କର୍କଟ
ବନ୍ଧୁଙ୍କ ସହାନୁଭୂତି, ଅଧସ୍ତନ କର୍ମଚାରୀଙ୍କ ଆନୁଗତ୍ୟ ଓ ପାରିବାରିକ କ୍ଷେତ୍ରରେ ଅନୁରାଗରୁ ଖୁସି ରହିବେ। କାର୍ଯ୍ୟ ଚାପ ବୃଦ୍ଧି ହେତୁ ମାନସିକ ସ୍ଥିତି ଠିକ୍‍ ରହିବ ନାହିଁ। ଗୁରୁତ୍ୱପୂର୍ଣ୍ଣ କାମରେ ବନ୍ଧୁଙ୍କ ପରାମର୍ଶରେ ଅବଶ୍ୟ ସାନ୍ତ୍ବନା ମିଳିବ। ସରକାରୀ ସ୍ତରରେ ଅଟକି ରହିଥିବା କୌଣସି କାମ ସକାଶେ ମନ ଅସ୍ଥିର ରହିପାରେ।
ସି˚ହ
ସି˚ହ
ଯେତେ ସହଯୋଗ ଓ ଉଦାରତା ପ୍ରଦର୍ଶନକଲେ ମଧ୍ୟ ନିଜ ଲୋକ ତାହାର ମୂଲ୍ୟ ବୁଝିବେ ନାହିଁ। କର୍ମକ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଅସୁବିଧା ପରିସ୍ଥିତି ବଦଳିଯିବ। ଖଳଲୋକଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। ଫେରିବା ବାଟରେ ବନ୍ଧୁଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି।
କନ୍ୟା
ଶିକ୍ଷା କ୍ଷେତ୍ର ଓ ସନ୍ତାନଙ୍କ ସମସ୍ୟା ଏବଂ ଭଲ ସମ୍ପର୍କରେ ଫାଟ ସୃଷ୍ଟି ଚିନ୍ତାରେ ଚିନ୍ତିତ କରାଇବ। ଅର୍ଥନୈତିକ ଦୃଷ୍ଟିକୋଣରୁ, ଗୁରୁତ୍ୱପୂର୍ଣ୍ଣ ଆଲୋଚନାରୁ, ରାଜନୀତି କ୍ଷେତ୍ରରୁ ସନ୍ତୋଷଜନକ ସୁଫଳ ମିଳିବ। ବନ୍ଧୁଙ୍କ କାମ ପାଇଁ ନିଜେ ହଇରାଣରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଏହାଦ୍ୱରା କୌଣସି ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ ବରଂ ଲାଭବାନ୍‍ ହେବେ। ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟକଲେ ବିଶେଷ ଭାବରେ ଉପକୃତ ହେବେ।
ବିଛା
ବିଛା
କର୍ମକ୍ଷେତ୍ରରେ ଠିକ୍‍ ସମୟରେ ଉଚିତ ପଦକ୍ଷେପ ନେବା କାରଣରୁ ଯାହା ଆଶା କରୁଥିବେ ତାହା ସୁବିଧାରେ ପାଇବେ। ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ବିବ୍ରତ କରିପାରେ। ବାରମ୍ବାର ଚେଷ୍ଟାକରି ମଧ୍ୟ ପାଇ ନ ଥିବା ଅର୍ଥ ଆଦାୟ କରିବାରେ ଆଜି ସକ୍ଷମ ହେବେ। ବାକ୍‍ ଅସଂଯମ ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ।
ଧନୁ
ଧନୁ
ସକାଳୁ ବନ୍ଧୁଙ୍କ ଜରିଆରେ ଖୁସି ଖବରଟିଏ ପାଇ ମନ ହାଲୁକା ହୋଇଯିବ। ଅତ୍ୟଧିକ ସ୍ନେହବଶତଃ ଅତି ନିକଟତମ ବ୍ୟକ୍ତିଟି ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ପ୍ରଶାସନିକ କ୍ଷେତ୍ରରେ କିମ୍ବା କଳା, ସାହିତ୍ୟ, ଚଳଚ୍ଚିତ୍ରରେ ଦ୍ୱନ୍ଦ୍ୱ ଦୂରହେବା ସକାଶେ ଚେଷ୍ଟା କରିପାରନ୍ତି। ହଠାତ୍‍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ।
ମକର
ମକର
ପାରିବାରିକ ସମସ୍ୟାରେ ଭାରାକ୍ରାନ୍ତ ମନ ବେଶି ସମୟ ତିଷ୍ଠି ରହିବନାହିଁ। ମନ ଭଲ ନ ଥିବାରୁ ଆନନ୍ଦଦାୟକ ପରିବେଶକୁ ମଧ୍ୟ ଉପଭୋଗ କରିପାରିବେ ନାହିଁ। ମନର କଥାକୁ ଲୁଚାଇ ବନ୍ଧୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିପାରନ୍ତି। ଶିକ୍ଷା, ପରୀକ୍ଷା, ଆଲୋଚନା, ଦୂରଯାତ୍ରା ପାଇଁ ଦିନଟି ଭଲ।
କୁମ୍ଭ
କୁମ୍ଭ
ସକାଳୁଆ ପ୍ରୀତିଦାୟକ ଯାତ୍ରା, ଶାରୀରିକ ସୁସ୍ଥତା ଓ ଦୃଢ଼ ମନୋବଳ କାମକୁ ତ୍ୱରାନ୍ବିତ କରିବ। କୌଣସି କାମକୁ ବାଧ୍ୟ ବାଧକତାରେ କରିବାକୁ ପଡ଼ିବ। ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ, ଯାହାକି ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟି କରିବ।
ମୀନମୀନ

ଆଜି ଅର୍ଥଲାଭ ସହ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇବା ହେତୁ ନିର୍ମାଣ କାମ ମଧ୍ୟ ତ୍ୱରାନ୍ବିତ ହୋଇ ପାରିବ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପରିଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି। ପ୍ରିୟଜନଙ୍କ ସାହାଯ୍ୟରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ଆଜି ହଠାତ୍‍ ସମ୍ପନ୍ନ ହୋଇଯିବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri