Posted inRasifala

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୪ ତାରିଖ – Daily Horoscope

ମେଷ
ଆଜି ପଡ଼ୋଶୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟା ହିଁ ଚିନ୍ତାର କାରଣ ହୋଇପାରେ। ସମସ୍ୟାକୁ ସୁଧାରି ନେବା ସକାଶେ ପ୍ରଯନତ୍କଲେ ସଫଳତା ମିଳିବ। କର୍ମକ୍ଷେତ୍ରର ଅସଜଡ଼ା ପରିସ୍ଥିତି ଆପଣଙ୍କୁ ଅତ୍ୟଧିକ ଦାୟିତ୍ୱ ନେବାକୁ ବାଧ୍ୟକରିବ। ପରିବାର ମଧ୍ୟରେ ପିଲାଙ୍କ କାର୍ଯ୍ୟକଳାପ ଆପଣଙ୍କୁ ଅସୁବିଧାରେ ପକାଇପାରେ।
ବୃଷ
ବୃଷ
ଯାହା ଚାହୁଁଛନ୍ତି ତାହା ପାଇବାରେ ଅନୁକୂଳ ବାତାବରଣ ସୃଷ୍ଟିକରିବେ। ଅସମ୍ପୂର୍ଣ୍ଣ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ଆନୁଷ୍ଠାନିକ କ୍ଷେତ୍ର, ସାଙ୍ଗଠନିକ କାମ, ପ୍ରତିଯୋଗିତାରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କଳା, ସାହିତ୍ୟ, ସଙ୍ଗୀତ ଓ ରଚନାମତ୍କ କାର୍ଯ୍ୟରେ ସୁନାମ ଅର୍ଜନ କରିବେ।
ମିଥୁନ
ମିଥୁନ
ଆଜି ଯାହା କରନ୍ତୁନା କାହିଁକି ପ୍ରତିବନ୍ଧକ ଓ ବିଳମ୍ବିତ ସମୟ ଦୁଶ୍ଚିନ୍ତାର କାରଣ ହେବ। ଜଣେ ମିତ୍ର ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବାକୁ ଆଗେଇଆସିବେ। ରାଜନୀତି, ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ଜଣାଶୁଣା ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି। ଭୁଲ୍‍ ବୁଝାମଣା କାରଣରୁ ପରିବାରରେ ଅଶାନ୍ତି ବାତାବରଣ ଦେଖାଦେବ।
କର୍କଟ
କର୍କଟ
ବନ୍ଧୁଙ୍କ ସହାନୁଭୂତି, ଅଧସ୍ତନ କର୍ମଚାରୀଙ୍କ ଆନୁଗତ୍ୟ ଓ ପାରିବାରିକ କ୍ଷେତ୍ରରେ ଅନୁରାଗରୁ ଖୁସି ରହିବେ। କାର୍ଯ୍ୟ ଚାପ ବୃଦ୍ଧି ହେତୁ ମାନସିକ ସ୍ଥିତି ଠିକ୍‍ ରହିବ ନାହିଁ। ଗୁରୁତ୍ୱପୂର୍ଣ୍ଣ କାମରେ ବନ୍ଧୁଙ୍କ ପରାମର୍ଶରେ ଅବଶ୍ୟ ସାନ୍ତ୍ବନା ମିଳିବ। ସରକାରୀ ସ୍ତରରେ ଅଟକି ରହିଥିବା କୌଣସି କାମ ସକାଶେ ମନ ଅସ୍ଥିର ରହିପାରେ।
ସି˚ହ
ସି˚ହ
ଯେତେ ସହଯୋଗ ଓ ଉଦାରତା ପ୍ରଦର୍ଶନକଲେ ମଧ୍ୟ ନିଜ ଲୋକ ତାହାର ମୂଲ୍ୟ ବୁଝିବେ ନାହିଁ। କର୍ମକ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଅସୁବିଧା ପରିସ୍ଥିତି ବଦଳିଯିବ। ଖଳଲୋକଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। ଫେରିବା ବାଟରେ ବନ୍ଧୁଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି।
କନ୍ୟା
ଶିକ୍ଷା କ୍ଷେତ୍ର ଓ ସନ୍ତାନଙ୍କ ସମସ୍ୟା ଏବଂ ଭଲ ସମ୍ପର୍କରେ ଫାଟ ସୃଷ୍ଟି ଚିନ୍ତାରେ ଚିନ୍ତିତ କରାଇବ। ଅର୍ଥନୈତିକ ଦୃଷ୍ଟିକୋଣରୁ, ଗୁରୁତ୍ୱପୂର୍ଣ୍ଣ ଆଲୋଚନାରୁ, ରାଜନୀତି କ୍ଷେତ୍ରରୁ ସନ୍ତୋଷଜନକ ସୁଫଳ ମିଳିବ। ବନ୍ଧୁଙ୍କ କାମ ପାଇଁ ନିଜେ ହଇରାଣରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଏହାଦ୍ୱରା କୌଣସି ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ ବରଂ ଲାଭବାନ୍‍ ହେବେ। ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟକଲେ ବିଶେଷ ଭାବରେ ଉପକୃତ ହେବେ।
ବିଛା
ବିଛା
କର୍ମକ୍ଷେତ୍ରରେ ଠିକ୍‍ ସମୟରେ ଉଚିତ ପଦକ୍ଷେପ ନେବା କାରଣରୁ ଯାହା ଆଶା କରୁଥିବେ ତାହା ସୁବିଧାରେ ପାଇବେ। ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ବିବ୍ରତ କରିପାରେ। ବାରମ୍ବାର ଚେଷ୍ଟାକରି ମଧ୍ୟ ପାଇ ନ ଥିବା ଅର୍ଥ ଆଦାୟ କରିବାରେ ଆଜି ସକ୍ଷମ ହେବେ। ବାକ୍‍ ଅସଂଯମ ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ।
ଧନୁ
ଧନୁ
ସକାଳୁ ବନ୍ଧୁଙ୍କ ଜରିଆରେ ଖୁସି ଖବରଟିଏ ପାଇ ମନ ହାଲୁକା ହୋଇଯିବ। ଅତ୍ୟଧିକ ସ୍ନେହବଶତଃ ଅତି ନିକଟତମ ବ୍ୟକ୍ତିଟି ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ପ୍ରଶାସନିକ କ୍ଷେତ୍ରରେ କିମ୍ବା କଳା, ସାହିତ୍ୟ, ଚଳଚ୍ଚିତ୍ରରେ ଦ୍ୱନ୍ଦ୍ୱ ଦୂରହେବା ସକାଶେ ଚେଷ୍ଟା କରିପାରନ୍ତି। ହଠାତ୍‍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ।
ମକର
ମକର
ପାରିବାରିକ ସମସ୍ୟାରେ ଭାରାକ୍ରାନ୍ତ ମନ ବେଶି ସମୟ ତିଷ୍ଠି ରହିବନାହିଁ। ମନ ଭଲ ନ ଥିବାରୁ ଆନନ୍ଦଦାୟକ ପରିବେଶକୁ ମଧ୍ୟ ଉପଭୋଗ କରିପାରିବେ ନାହିଁ। ମନର କଥାକୁ ଲୁଚାଇ ବନ୍ଧୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିପାରନ୍ତି। ଶିକ୍ଷା, ପରୀକ୍ଷା, ଆଲୋଚନା, ଦୂରଯାତ୍ରା ପାଇଁ ଦିନଟି ଭଲ।
କୁମ୍ଭ
କୁମ୍ଭ
ସକାଳୁଆ ପ୍ରୀତିଦାୟକ ଯାତ୍ରା, ଶାରୀରିକ ସୁସ୍ଥତା ଓ ଦୃଢ଼ ମନୋବଳ କାମକୁ ତ୍ୱରାନ୍ବିତ କରିବ। କୌଣସି କାମକୁ ବାଧ୍ୟ ବାଧକତାରେ କରିବାକୁ ପଡ଼ିବ। ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ, ଯାହାକି ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟି କରିବ।
ମୀନମୀନ

ଆଜି ଅର୍ଥଲାଭ ସହ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇବା ହେତୁ ନିର୍ମାଣ କାମ ମଧ୍ୟ ତ୍ୱରାନ୍ବିତ ହୋଇ ପାରିବ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପରିଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି। ପ୍ରିୟଜନଙ୍କ ସାହାଯ୍ୟରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ଆଜି ହଠାତ୍‍ ସମ୍ପନ୍ନ ହୋଇଯିବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri