Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୨୦ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ରର ଅର୍ଥନୈତିକ ଅଭିବୃଦ୍ଧି, ଗୃହଜମି ଲାଭ, ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ହେବ। କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ନିୟନ୍ତ୍ରଣରେ ରହିବା ସହ ଆମତ୍ୀୟଙ୍କ ସହୃଦୟତାରୁ ଖୁସି ରହିବେ। ପରିବାରରେ ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେବ। ଆନୁଷ୍ଠାନିକ କାମରେ ନିଜର ପତିଆରା ବୃଦ୍ଧି ପାଇବ ଏବଂ ରାଜନୈତିକ ସ୍ଥିତି ଉତ୍ତମ ରହିବ।
ବୃଷ
ବୃଷ
ଆଜିର ଯାତ୍ରାରେ ରୋହିଣୀ ଯେଉଁ କାମରେ ଯାଉଛନ୍ତି ସେଥିରେ ସଫଳତା ନିଶ୍ଚିତ ପାଇବେ। ପରିବାରରେ ପିଲାମାନଙ୍କ ସମସ୍ୟା ବିଷୟକୁ ନେଇ ମନରେ ସରସତା ରହି ନ ପାରେ। ଆକସ୍ମିକ ଭାବରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ। ପଡୋଶୀଙ୍କୁ କୌଣସି ଘରୋଇ କଥାରେ ନିଜର ଅସୁବିଧା ଜଣାଇପାରନ୍ତି।
ମିଥୁନ
ମିଥୁନ
ମୃଗଶିରା ନକ୍ଷତ୍ରର ବନ୍ଧୁ ଓ ପଡୋଶୀଙ୍କ ସହ ଅର୍ଥ ସମ୍ବନ୍ଧକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ। ବାଣିଜ୍ୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ଯୋଗ ଦେଇପାରନ୍ତି। ପାରିବାରିକ ଦିଗଟି ଭଲ ରହିବ ନାହିଁ କିନ୍ତୁ କଳା, କ୍ରୀଡ଼ା ଓ ସଭାସମିତିରେ ସମ୍ମାନିତ ହେବେ। ମାଙ୍ଗଳିକ କାମ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
ସାମଗ୍ରିକ ଦୃଷ୍ଟିକୋଣରୁ ପ୍ରତ୍ୟେକ କ୍ଷେତ୍ରରେ ସୁଫଳ ଲାଭକରିବା ସହ ଦିନଟି ସ୍ମରଣୀୟ ରହିବ। ଅଶ୍ଳେଷା ନକ୍ଷତ୍ର କାର୍ଯ୍ୟବ୍ୟସ୍ତତା ହେତୁ ଘରୋଇ କାମରେ ସମୟ ଦେଇପାରିବେ ନାହିଁ। ସାଙ୍ଗସାଥୀଙ୍କ ସହ ଦେବଦର୍ଶନ ଓ ଭ୍ରମଣ ସକାଶେ ମନବଳାଇ ପାରନ୍ତି। ବନ୍ଧୁ ନିଜ କାମ ହାସଲ କରିବା ସକାଶେ ଆପଣଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିବ। ଅଫିସରେ ମନ କଥା ପ୍ରକାଶରେ ପଛେଇ ଯାଇପାରନ୍ତି। କାରିଗରି, ମିସ୍ତ୍ରି କାମ, ପରିବହନ, ଷ୍ଟେସନେରି ବ୍ୟବସାୟ ଓ ଫଳ ଦୋକାନୀ ଲାଭବାନ ହେବେ। ପାରିବାରିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ନିଜତ ପତିଆରା ବୃଦ୍ଧି ପାଇବ।
କନ୍ୟା
ଆଜିର କର୍ମସମ୍ପାଦନ ସକାଶେ ପଡୋଶୀଙ୍କ ନିକଟରୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଚିତ୍ରା ନକ୍ଷତ୍ର ଆମତ୍ୀୟଙ୍କୁ ଭଲକଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ ବୁଝିବେ। ସକାଳୁଆ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ କିନ୍ତୁ ବନ୍ଧୁମହଲରେ ଅପମାନିତ ହେବେ। ପାରିବାରିକ, କର୍ମକ୍ଷେତ୍ର, ବନ୍ଧୁ ସମ୍ପର୍କ ତଥା ଯାତ୍ରା ଓ ବ୍ୟବସାୟ ଆଜି ମନ୍ଦ ହେବନି।
ତୁଳା
ତୁଳା
ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ, ଏଣୁ ସତର୍କତାର ସକ ମତମନ୍ତବ୍ୟ ଦେବା ଭଲ। ସମ୍ୟକ୍‍ ନମ୍ରତା ଓ ନୀରବତା ମାଧ୍ୟମରେ ପାରିବାରିକ କ୍ଷେତ୍ରରେ ବୁଝାମଣା ଦୂରେଇ ପାରିବେ। ସ୍ବାତୀ ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ। ଆନୁଷ୍ଠାନିକ କାମ ସାଙ୍ଗକୁ ଧର୍ମଚର୍ଚ୍ଚା ଲାଗି ମନ ବଳାଇପାରନ୍ତି।
ବିଛା
ବିଛା
ଆଜି ମନ ଅନୁଯାୟୀ କାମ କରିବାରେ ଅସୁବିଧା ହେବ ନାହିଁ। ଅଫିସ୍‍ କାମରେ କୌଣସି ବ୍ୟକ୍ତି ମନଟାକୁ ଗୋଳମାଳିଆ କରିଦେବାର ଆଶଙ୍କା ରହିଛି। ପରୋକ୍ଷ ଭାବେ ଆପଣଙ୍କ ଶତ୍ରୁମାନେ ସମସ୍ୟା ସୃଷ୍ଟି କରିବା ସକାଶେ ଯୋଜନା କରିପାରନ୍ତି। ଜ୍ୟେଷ୍ଠା ନକ୍ଷତ୍ର ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଅସନ୍ତୁଷ୍ଟ ରହିପାରନ୍ତି।
ଧନୁ
ଧନୁ
ଭୁଲ ଧାରଣାରୁ ସାଧାରଣ କଥାକୁ କେନ୍ଦ୍ରକରି ଯୁକ୍ତିତର୍କ ଲାଗିପାରେ। ଉତ୍ତରାଷାଢା ନକ୍ଷତ୍ର କ୍ରୀଡା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ମଜ୍ଜାଇ ରଖି ଅର୍ଥର ଅପବ୍ୟୟ କରିପାରନ୍ତି। ଆର୍ଥିକ ସ୍ଥିତି ପୂର୍ବପରି ରହିବା ସାଙ୍ଗକୁ ପିଲାଙ୍କ ସଫଳତାରେ ଆନନ୍ଦିତ ହେବେ । ବିତର୍କ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିବାର ଆଶଙ୍କା ରହିଛି।
ମକର
ମକର
ପ୍ରତ୍ୟେକ କାମ ଗଡବଡ ହେବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଶ୍ରବଣା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ପଛକୁ ରହି କାମ କରିବା ଭଲ ହେବ। ପରିବାରରେ ହଠାତ୍‍ କୌଣସି ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ। ନିଜର ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ଅନୁଭବ କରି ଦୁଃଖପ୍ରକାଶ କରିପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବାକ୍‍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ପୂର୍ବଭାଦ୍ର ନକ୍ଷତ୍ରର କ୍ରୀଡା, ସାହିତ୍ୟ, ସଙ୍ଗୀତ, କଳା, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହେବ। ପରିବହନ, ଯାନ୍ତ୍ରିକ ଶିଳ୍ପ, ଅଳଙ୍କାର ଦୋକାନୀ, ବିଶେଷ ଭାବରେ ଲାଭବାନ୍‍ ହେବେ। ଇଚ୍ଛା ନ ଥାଇ ମଧ୍ୟ ପରିସ୍ଥିତିରେ ପଡି ଅନାବଶ୍ୟକ ଅର୍ଥବ୍ୟୟ କରିବାକୁ ବାଧ୍ୟ ହୋଇପାରନ୍ତି।
ମୀନମୀନ

ବିଭିନ୍ନ ନୂତନ ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ବ୍ୟବସାୟିକ ସ୍ଥିତି ପୂର୍ବପରି ରହିବା ସାଙ୍ଗକୁ ଧାର ସୂତ୍ରରେ ଅର୍ଥ ପାଇବେ। ରେବତୀ ନକ୍ଷତ୍ରର ଯାତ୍ରା ସଫଳହେବ ଏବଂ ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri