Posted inRasifala

ରାଶିଫଳ: ଶନିବାର , ନଭେମ୍ବର ୧୬ ତାରିଖ – Daily Horoscope

ମେଷ
ଆଜି କୃତ୍ତିକା ନକ୍ଷତ୍ରର ଅର୍ଥ, ଜମିଜମା, କଳକବ୍‌ଜା, ବିଦ୍ୟୁତ୍‌ ଉପକରଣାଦି ଲାଭ ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ବନ୍ଧୁ ଓ ପରିବାର ଦିଗରୁ ମଧ୍ୟ ସମୟଟି ଅନୁକୂଳ ନୁହେଁ। ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅବଦାନ ସମସ୍ୟା ସମାଧାନରେ ସହାୟକ ହେବ। ବନ୍ଧୁ, ସହକର୍ମୀ ସହଯୋଗର ହାତ ବଢ଼ାଇବାରୁ କୌଣସି କାମ ଅଟକିବ ନାହିଁ। କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ରୋହିଣୀ ନକ୍ଷତ୍ରର ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ମିଥୁନ
ମିଥୁନ
କଠିନ ଶ୍ରମ ଓ ଭ୍ରମଣଜନିତ ଶାରୀରିକ ଓ ମାନସିକ ସ୍ତରକୁ ଉଦାସୀନ ରଖିପାରେ। ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ କଟୁ ସତ୍ୟ କହିବାରୁ ତିକ୍ତତା ସୃଷ୍ଟି ହେବ। କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କଳା, ସାହିତ୍ୟ, ରାଜନୀତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ।
କର୍କଟ
କର୍କଟ
ଆର୍ଥିକ ଉନ୍ନତି ହେଲେ ମଧ୍ୟ ଶାରୀରିକ ଅସୁସ୍ଥତା ସୃଷ୍ଟି ହେବ। ପୁଷ୍ୟା ନକ୍ଷତ୍ର ସବୁ କଥାକୁ ଚିନ୍ତା କରି କାମ କରିବା ଭଲ ହେବ। ପରିବାର ମଧ୍ୟରେ ନିଜ ଭାଇ,ବନ୍ଧୁ ଓ କୁଟୁମ୍ବ ଲୋକମାନଙ୍କ ସହ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରେ। ସଭାସମିତିରେ ଜଣେ ପ୍ରତଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି।
ସି˚ହ
ସି˚ହ
ନିଜର ଅସାମର୍ଥ୍ୟତା ବନ୍ଧୁଙ୍କ ସାହାଯ୍ୟ କାର୍ଯ୍ୟକୁ ତ୍ୱରାନ୍ବିତ କରିବ। ଉତ୍ତରାଫାଲଗୁନୀ ନକ୍ଷତ୍ର ଋଣ ଭାରରେ ଅତିଷ୍ଠ ହେବେ, କିନ୍ତୁ ପରିଶୋଧର ରାସ୍ତା ପାଇବେ ନାହିଁ। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ ସହିତ ସମସ୍ୟାର ସମାଧାନ କରିପାରିବେ। ନୂତନ ନିଯୁକ୍ତି ସୂଚନା ଲାଭକରି ଖୁସି ହେବେ।
କନ୍ୟା
ହସ୍ତା ନକ୍ଷତ୍ର ସକାଶେ ଆଜି ବ୍ୟୟଭାର ବୃଦ୍ଧି ମାନସିକ ଅସ୍ଥିରତା ସୃଷ୍ଟି କରିବ। କିଛି ପାଇବାର ଆଶା ରଖିଲେ କିଛି ଦେବା ପାଇଁ ଚେଷ୍ଟା କରନ୍ତୁ। ଜମା ପଡୁନଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ସାଙ୍ଗକୁ କଳହର ଆଶଙ୍କା ମଧ୍ୟ ରହିଛି।
ତୁଳା
ତୁଳା
ବନ୍ଧୁଙ୍କ ପରାମର୍ଶାନୁସାରେ କାମ କଲେ ସମସ୍ୟା ସାମାଧାନର ମାର୍ଗ ଉନ୍ମୁକ୍ତ ହେବ। କିଛି ଦେବା ସକାଶେ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ କରିପାରିବେନି। ଶତ୍ରୁଠାରୁ ଦୂରତା ନ ରଖିଲେ ହଇରାଣ ହେବାକୁ ପଡ଼ିପାରେ। ବିଶାଖା ନକ୍ଷତ୍ର ସକାଶେ ଆଜି ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିପାରେ।
ବିଛା
ବିଛା
ଅନୁରାଧା ନକ୍ଷତ୍ର ଅନୁକୂଳ ସମୟର ଆଗମନରେ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ। ଦୀର୍ଘଦିନ ହେଲା ଯାହା ହୋଇ ପାରିନଥିଲା ଆଜି ତାହା ହୋଇଯିବ। ବ୍ୟବସାୟ, ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ଲାଗି ଚେଷ୍ଟା କରିପାରନ୍ତି। ପରିବାରର ସଦସ୍ୟଙ୍କଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ।
ଧନୁ
ଧନୁ
ଯେତେ ଭଲ କାମ କଲେ ମଧ୍ୟ ନିଜ ଲୋକଙ୍କ ତରଫରୁ ବିରୋଧ ସୂଚନା ପାଇପାରନ୍ତି। ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ଓ କାର୍ଯ୍ୟ ସାଧନ କରିବେ।
ମକର
ମକର
ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ କର୍ମାରମ୍ଭ କରି ଆତ୍ମତୃପ୍ତି ଲଭିବେ। ଉତ୍ତରାଷାଢ଼ା ନକ୍ଷତ୍ର ପାରିବାରିକ ସହଯୋଗ ମାନସିକ କ୍ଷେତ୍ରକୁ ସ୍ଥିରତା ପ୍ରଦାନ କରିବ। କର୍ମକ୍ଷେତ୍ରରେ ଉପରିସ୍ଥମାନେ କାମହାସଲ ସକାଶେ ସହଯୋଗ ଲୋଡ଼ିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମ ଆରମ୍ଭ କରିବେ ତାହା ନିର୍ବିଘ୍ନରେ ସମାପନ ହେବ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। ଶତଭିଷା ନକ୍ଷତ୍ରର ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କଳା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ତଥା ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ

ପରିବାରରେ ପିଲାମାନଙ୍କ ସମସ୍ୟା ସମାଧାନ ସକାଶେ ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। କଳା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନେବା ଭଲ ହେବ। ଶିକ୍ଷା, ସନ୍ତାନ ଏବଂ ବନ୍ଧୁସମ୍ପର୍କ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri