Posted inRasifala

ରାଶିଫଳ: ଶନିବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ଆପଣଙ୍କୁ ନିରୁତ୍ସାହିତ କରିପାରେ। ପ୍ରତ୍ୟେକ କାମରେ ବିଳମ୍ବତା ଜନିତ ମନସ୍ତାପ କରିପାରନ୍ତି। ତଥାପି ଦ୍ୱିଜା ନକ୍ଷତ୍ର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା ହେତୁ ମାନସିକ ଅସ୍ଥିରତା ଦୂର ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ ଓ ଆର୍ଥିକ ଉନ୍ନତି ଘଟିବ।
ବୃଷ
ବୃଷ
ମୃଗଶିରା ନକ୍ଷତ୍ର ସକାଶେ ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ବିରୋଧଜନିତ କାର୍ଯ୍ୟହାନି ଘଟିବ। ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି କ୍ଷେତ୍ରରେ ଖର୍ଚ୍ଚାନ୍ତ କରାଇ କାମ ହାସଲରେ ସହାୟକ ହେବ। ଆଗାମୀ ଦିନ ସକାଶେ କେତେକ ନୂତନ କାମର ପରିକଳ୍ପନା କରିବେ। ଘରକୁ ବହୁତ ଦିନରୁ ଇଚ୍ଛା କରି ମଧ୍ୟ ଆଣି ପାରି ନଥିବା ଜିନିଷଟି ଆଜି ଆଣିପାରନ୍ତି।
ମିଥୁନ
ମିଥୁନ
ଆଜି ନିଜ କାର୍ଯ୍ୟ ପଛକୁ ପକାଇ ବନ୍ଧୁଙ୍କ କାମକୁ ଅଗ୍ରାଧିକାର ଦେଇପାରନ୍ତି। ଆଜିର ଯାତ୍ରାରେ ସଫଳତା ପାଇବେ, କିନ୍ତୁ ସମସ୍ୟା ଭିତର ଦେଇ ଯିବାକୁ ହେବ। ଆରର୍ଦ୍ରା ନକ୍ଷତ୍ର ଉପରିସ୍ଥଙ୍କ ଆଦେଶ ଅନୁସାରେ ନୂତନ ଦାୟିତ୍ୱ ହାତକୁ ନେବେ। ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି।
କର୍କଟ
କର୍କଟ
ଅଜଣା ଲୋକଙ୍କ ସଂସ୍ପର୍ଶରେ ଆସି ଆଜି ଏତେ ବ୍ୟସ୍ତ ରହିବେ ଯେ, ଖାଇବାକୁ ସମୟ ପାଇବେ ନାହିଁ। ପୁନର୍ବସୁ ନକ୍ଷତ୍ର କର୍ମକ୍ଷେତ୍ରରେ ଫାଇଲ୍‌ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଙ୍ଗ୍‌ ପ୍ରଭୃତିରେ ଜଞ୍ଜାଳ ବୃଦ୍ଧି ପାଇବ। ପରିବାର ପ୍ରତି ଉଦାସୀନତା ପରିଲକ୍ଷିତ ହେବ। ପ୍ରତିବନ୍ଧକଜନିତ ବ୍ୟବସାୟ , ପରିବହନ, ମାନସିକ ସ୍ଥିତି ବାଧାପ୍ରାପ୍ତ ହୋଇପାରେ।
ସି˚ହ
ସି˚ହ
ମଘା ନକ୍ଷତ୍ର ସକାଶେ ଆପଣଙ୍କ ପରୋକ୍ଷରେ ଅନ୍ୟମାନେ ବିଭିନ୍ନ ପ୍ରକାର ସମାଲୋଚନା କରିପାରନ୍ତି। କେତେକ ପରିସ୍ଥିତିରେ ଆପଣଙ୍କ ମନ କଥା ଅପ୍ରକାଶ୍ୟ ରହିଯିବ। ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। କିଛି ଘରୋଇ କଥାକୁ କେନ୍ଦ୍ରକରି ପରିବାରରେ ବିତର୍କର ସମ୍ମୁଖୀନ ହୋଇପାରନ୍ତି।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ମରୀଚିକା ପଛରେ ଗୋଡ଼ାଇ ହତାଶ ହେବେ। ଭାବୁଥିବା କାମଟି ଶେଷ କରିିବା କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସାମ୍ନା କରିବେ । ଚିତ୍ରା ନକ୍ଷତ୍ର ପାଇଁ ଆଜିର ପରିବହନରେ ପ୍ରତିବନ୍ଧକ ଦେଖାଦେବ। ଯାହା ବିଷୟରେ ଆଲୋଚନା କରୁଥିବେ ତାକୁ ହଠାତ୍‌ ଅତି ନିକଟରେ ଦେଖି ହଡବଡେଇ ଯାଇପାରନ୍ତି।
ତୁଳା
ତୁଳା
ଆପଣଙ୍କ ସକାଶେ ଘର ଲୋକଙ୍କ ବ୍ୟସ୍ତତାକୁ ଲକ୍ଷ୍ୟ କରି ମନ ଅଶାନ୍ତ ରହିବ। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ନିଜ ଆଡକୁ ଅଙ୍ଗୁଳି ଦେଖାଇପାରେ। ସ୍ବାତୀ ନକ୍ଷତ୍ର ସକାଶେ ଆର୍ଥିକ ଅଭାବ ଇଚ୍ଛା ପୂରଣରେ ବାଧକ ହେବ। ରାଜନୀତି, ନିର୍ମାଣ, କଳା, ସାହିତ୍ୟ କ୍ଷେତ୍ରରେ ସୁନାମକୁ ନିକଟସ୍ଥ ବ୍ୟକ୍ତି ସହି ପାରିବେ ନାହିଁ।
ବିଛା
ବିଛା
ସତର୍କତା ଅଭାବରୁ ଆଜି ସରଳ ବିଶ୍ୱାସ କରି ଠକିଯାଇ ପାରନ୍ତି। ନିଜ ପରିସରର ଲୋକମାନେ ଅପଯଶ ଗାଇ ବୁଲିବେ। କେତେକ କ୍ଷେତ୍ରରେ ଶୀଘ୍ର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇ ଦ୍ୱନ୍ଦ୍ୱରେ ପଡି ପାରନ୍ତି। ଅନୁରାଧା ନକ୍ଷତ୍ରର ପରିଜନ ସହ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ଏକପ୍ରକାର ଖୁସି ରହିବ।
ଧନୁ
ଧନୁ
ସତର୍କ ନ ରହିଲେ ଅର୍ଥହାନି ସହ ଶରୀର ପୀଡ଼ା ଭୋଗିବେ। ମାଙ୍ଗଳିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟରେ ଆଜି ଋଣ ସୂତ୍ରରେ ଅର୍ଥଲାଭ କରିବେ। ଅଫିସ୍‌ କାମରେ ସହକର୍ମୀ ରାଗି କଡ଼ା ଭାଷାରେ ଦି’ପଦ ଶୁଣାଇ ଦେଇ ପାରନ୍ତି କିନ୍ତୁ କାମଟି ଶେଷରେ କରିଦେଇପାରନ୍ତି।
ମକର
ମକର
ଆଜି ମାନସିକ ଅସ୍ଥିରତା ଲାଗିରହିବ। ଉତରାଷାଢ଼ା ନକ୍ଷତ୍ର କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ଭଲ ନ ଥିଲେ ମଧ୍ୟ ଯାହା କରିବା କଥା ଧାର କରି ଚଳାଇନେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେବ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।
କୁମ୍ଭ
କୁମ୍ଭ
ପ୍ରତି କାମ ସ୍ଥିର ଭାବରେ କଲେ ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ଶତଭିଷା ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପରିବାରରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେବ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବାରୁ ସମ୍ଭାବ୍ୟ ସହଯୋଗ ପାଇପାରିବେ।
ମୀନମୀନ

ଅତୀତରେ ଯିଏ ଶତ୍ରୁତା କରୁଥିଲା ସେ ମଧ୍ୟ ଆପଣା ଆଡୁ ସାହାଯ୍ୟ ସହେଯାଗର ହାତ ବଢ଼ାଇବ। କର୍ମକ୍ଷେତ୍ରରେ ସମସ୍ୟାଗୁଡ଼ିକ ଆପଣାଛାଏଁ ସୁଧୁରି ଯିବ କିନ୍ତୁ ଶାରୀରିକ ସୁସ୍ଥତା ନ ଥିବାରୁ ଉପଭୋଗ୍ୟ ହେବନାହିଁ। ଅନ୍ୟମାନଙ୍କ ମନକୁ ମନେଇ କିମ୍ବା ପିଠି ଥାପୁଡ଼େଇ କାମ ହାସଲ କରିବେ। ପୂର୍ବଭାଦ୍ର ନକ୍ଷତ୍ର କଳା, ସାହିତ୍ୟ ପ୍ରତି ଅନୁରାଗ ବଢ଼ିବ ଓ ପ୍ର୍ରଶଂସିତ ମଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ଦଶମ ଚନ୍ଦ୍ର ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ରାଗିଯାଇଥିବା ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି।…

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?