Posted inRasifala

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜି ଶନି ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ଅଚାନକ ଭାବରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭଲ ସମ୍ପର୍କ ରହିଥିବା ବନ୍ଧୁମାନେ ଜମା ଆପଣଙ୍କ ପାଖ ମାଡ଼ିବେ ନାହିଁ। ଅବଶ୍ୟ ସ୍ବାସ୍ଥ୍ୟରେ ଉନ୍ନତି ଘଟି ଦୁର୍ବଳତା କେତେକାଂଶରେ ଦୂର ହେବ। ପୁରୁଣା କଥାକୁ ନେଇ ସହକର୍ମୀଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ।
ବୃଷ
ବୃଷ
ଶନିଦୃଷ୍ଟି ପାରିବାରିକ କ୍ଷେତ୍ରର ପରିସ୍ଥିତିକୁ ସାମାନ୍ୟ ବିଗାଡିଲେ ମଧ୍ୟ ନିୟନ୍ତ୍ରିତ ରହିବ। ଆଜି ଅଫିସ କାର୍ଯ୍ୟରେ ଖୁବ୍‌ ବ୍ୟସ୍ତ ରହିବେ। ଗୃହସଜ୍ଜୀକରଣ, ଯାନବାହନ ମରାମତି ସହ ବ୍ୟବସାୟିକ କାମରେ ଆଂଶିକ ସଫଳତା ମିଳିବ। ଆଜି ଦିନଟିରେ ଶତ୍ରୁତା କରୁଥିବା ଲୋକମାନଙ୍କଠାରୁ ଯଥା ସମ୍ଭବ ଦୂରେଇ ରହିବା ଭଲ ।
ମିଥୁନ
ମିଥୁନ
ଧନାଧିପତିଙ୍କ ସହ ଲାଭାଧିପତିଙ୍କ ସମ୍ପର୍କ କାରଣରୁ ଆର୍ଥିକ ଦୁରବସ୍ଥା ଦୂରେଇଯିବ। ଈର୍ଷାନ୍ବିତ ହୋଇ ଭଲ ସମ୍ପର୍କ ନ ଥବା ଲୋକ ଅସୁବିଧାରେ ପକାଇ ପାରନ୍ତି। ହଜିଯାଇଥିବା ଜିନିଷ କିମ୍ବା ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖବର ଜଣେ ବନ୍ଧୁଙ୍କ ଜରିଆରେ ପାଇବେ। ଶିଳ୍ପ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ, ହେଲେ ବିଶେଷ ଶ୍ରମ ଓ ସମୟ ଦେବାକୁ ପଡ଼ିବ।
କର୍କଟ
କର୍କଟ
ସ୍ବଗୃହୀ ରାଶ୍ୟାଧିପ ଓ ଚତୁର୍ଥାଧିପତିଙ୍କ ପ୍ରଭାବରେ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ଆଜିର ଯାତ୍ରା, ଆଲୋଚନା, ବାଣିଜ୍ୟ ପ୍ରଭୃତି ଦିଗରୁ ଲାଭବାନ୍‌ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତି ସହ ଟକ୍କର ଦେଇ ଆଗକୁ ବଢ଼ିପାରନ୍ତି। କିଏ ଭଲ କହୁ କିମ୍ବା ନ କହୁ ଆପଣ ଯେମିତି ଚିନ୍ତା କରୁଛନ୍ତି, ଠିକ୍‌ ସେହିପରି ହିଁ କରିବା ଠିକ୍‌ ହେବ।
ସି˚ହ
ସି˚ହ
ରବିଙ୍କ ଦୁର୍ବଳତା ସାଙ୍ଗକୁ ପାପଗ୍ରହଙ୍କ ସମ୍ବନ୍ଧ ଯୋଗୁ ଶାରୀରିକ ସ୍ଥିତି କମଜୋର ରହିବ। କର୍ମକ୍ଷେତ୍ରର ସ୍ଥିତି ଭଲ ରହିଥିବାରୁ ପ୍ରତ୍ୟେକ କାମକୁ ଖୁସି ମନରେ କରିବେ। ପାରିବାରିକ ଜୀବନରେ ବୁଝାମଣା ନେଇ ଅଶାନ୍ତିକର ପରିସ୍ଥିତି ଦେଖାଦେବ। ବକେୟା ଟଙ୍କା, ଘର, ଗାଡ଼ି କିମ୍ବା ଯାନ୍ତ୍ରିକ ଜିନିଷ କିଣିବା ପାଇଁ ମନ ବଳାଇପାରନ୍ତି।
କନ୍ୟା
ମୁଖଭାବରେ ବିଳାସକାରକ ଗ୍ରହ ଶୁକ୍ର ଥିବାରୁ ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଦୃଢ ମନୋବଳ ହେତୁ କର୍ମକ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପରୋକ୍ଷ ଶତ୍ରୁତା କାରଣରୁ ନିଜ ଲୋକମାନେ ବିଶ୍ୱାସଘାତ କରିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ, ପ୍ରଶାସନ କ୍ଷେତ୍ରରେ ସାମାନ୍ୟ ସମସ୍ୟା ରହିବ।
ତୁଳା
ତୁଳା
ଶୁକ୍ରଙ୍କ ସୁପ୍ରଭାବରେ ନୂତନ ସମ୍ପର୍କ, ପତ୍ରପତ୍ରିକା ସମ୍ପାଦନା, ପ୍ରଶାସନିକ ଆଲୋଚନା କ୍ଷେତ୍ର ଉନ୍ନତ ରହିବ। ଆଜି ଯେଉଁ ଭଳି ଚିନ୍ତା କରୁଛନ୍ତି, ଠିକ୍‌ ସେହିପରି ହିଁ ହେବ। ଆର୍ଥିକ ସ୍ଥିତି ବେଶ୍‌ ମଜଭୁତ ରହିବ ମାତ୍ର ଖର୍ଚ୍ଚଭାର ବୃଦ୍ଧିଜନିତ ବ୍ୟସ୍ତତା ବୃଦ୍ଧିପାଇବ। ନୂତନ ଯାନବାହନ କିମ୍ବା ମୂଲ୍ୟବାନ୍‌ ଦ୍ରବ୍ୟଲାଭରୁ ଖୁସି ହେବେ।
ବିଛା
ବିଛା
ଚଳିତ ସମୟରେ ଅଭିଳାଷ ପୂରଣ ହୋଇ ନ ପାରେ। ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ଊଣା ହେବ ନାହିଁ। ଏକାଦଶସ୍ଥ ଶୁକ୍ର ଓ ଚନ୍ଦ୍ରଙ୍କ ଶୁଭ ସଂସ୍ଥାନରୁ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ। ପରିବାରରେ ମତପାର୍ଥକ୍ୟ କାରଣରୁ ବିଚଳିତ ରହିପାରନ୍ତି।
ଧନୁ
ଧନୁ
ଦୂରଯାତ୍ରା ସହ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଲାଭ କରିବେ। ଚନ୍ଦ୍ର ଓ ରାଶ୍ୟାଧିପତିଙ୍କ ସ୍ଥିତିଜନିତ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସିତ ହୋଇ ପାରିବେ ନାହିଁ। ନୂତନ ଯୋଜନାରମ୍ଭ, ବାକି ରହିଥିବା ଟଙ୍କା ପଇସା, କୌଣସି ଆଲୋଚନା ଏବଂ ଆନୁଷ୍ଠାନିକ କାମରେ ସଫଳତା ମିଳିବ। ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ।
ମକର
ମକର
କର୍ମାଧିପତିଙ୍କ ଶୁଭତ୍ୱ କାରଣରୁ ଆଶଙ୍କା ଦୂରୀଭୂତ ହେବା ସାଙ୍ଗକୁ ବହୁ ଜନ ପ୍ରଶଂସିତ ହେବେ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋତ୍ସାହନ ଲାଭ କରି ମନୋବଳ ବୃଦ୍ଧି ପାଇବ। ଦୀର୍ଘ ସମୟଧରି ବନ୍ଧୁଙ୍କୁ ପ୍ରତୀକ୍ଷା କରି ରହିବାଜନିତ ଯନ୍ତ୍ରଣା ଅନୁଭବ କରିପାରନ୍ତି।
କୁମ୍ଭ
କୁମ୍ଭ
ବିଭିନ୍ନ ସମସ୍ୟା ମଧ୍ୟରେ ଜୀବନଯାତ୍ରା ଅବ୍ୟାହତ ରଖିଲେ ସଫଳତାର ଆଶା କରାଯାଇପାରେ। ଶୁକ୍ର ଓ ଚନ୍ଦ୍ରଙ୍କ ପ୍ରଭାବରୁ ବାଣିଜ୍ୟ, ସାହିତ୍ୟ, କ୍ରୀଡ଼ା ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ। ଚୁକ୍ତିପତ୍ର, ପରିବହନ, ନିର୍ମାଣ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଆନୁଷ୍ଠାନିକ କାମ ସକାଶେ କଠିନ ପରିଶ୍ରମ କରିବାକୁ ପଡ଼ିପାରେ।
ମୀନମୀନ

ପାପଗ୍ରହ ପ୍ରଭାବରେ ନିଜଲୋକଙ୍କ ବିରୋଧ ସତ୍ତ୍ୱେ କେତେକ କାମ କରିବା ପାଇଁ ନିଷ୍ପତ୍ତି ନେବେ। ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ଠିକ୍‌ ହେବନାହିଁ। ବୃତ୍ତି, ବାଣିଜ୍ୟ, କଳା, ସାହିତ୍ୟ, ସାମ୍ବାଦିକତା ପ୍ରଭୃତି କ୍ଷେତ୍ରରେ ପୂର୍ବସ୍ଥିତି ଅକ୍ଷୁଣ୍ଣ ରହିବ। ସଫଳତାର ସହ କୌଣସି ନୂତନ କର୍ମାରମ୍ଭ କରି ଆନନ୍ଦ ଅନୁଭବ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri