Posted inRasifala

ରାଶିଫଳ: ଶନିବାର , ଅଗଷ୍ଟ ୩୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ଓ ବୁଧଙ୍କ ଏକତ୍ର ସ୍ଥିତି କାରଣରୁ ବିବାଦୀୟ ଚିନ୍ତା, ସମସ୍ୟାମୂଳକ କାମ ମାନସିକ ଅସ୍ଥିରତାକୁ ବୃଦ୍ଧି କରିବ। ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବେ। ସନ୍ତାନଙ୍କ ଶିକ୍ଷା, ବିବାହ ସମସ୍ୟା ମନକୁ ନିରସ କରିପାରେ। କେତେକ କ୍ଷେତ୍ରରେ କୌଣସି ହିତୈଷୀଙ୍କ ଆଶ୍ୱାସନାରୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି।
ବୃଷ
ବୃଷ
ବୃହସ୍ପତିଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପ୍ରଶଂସିତ ହେବେ। କୌଣସି ସୂତ୍ରରୁ ଶୁଣା କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ସବୁ ଠିକ୍‌ ହୋଇଯିବ। ବନ୍ଧୁ କିମ୍ବା ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟହାନିର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
ଚନ୍ଦ୍ରଙ୍କ ଶୁଭସଂସ୍ଥାନରୁ ଅର୍ଥଲାଭ ସହ ଅସଜଡ଼ା କାମ ଠିକ୍‌ ହୋଇଯିବ। ହିତୈଷୀଙ୍କ ପରାମର୍ଶରେ ବ୍ୟବସାୟକୁ ସଙ୍କୁଚିତ କରିବା ସହ ନୂତନ କର୍ମାରମ୍ଭର ଚିନ୍ତା ମଧ୍ୟ କରିପାରନ୍ତି। କଳା, ସାହିତ୍ୟ ଓ ସଙ୍ଗୀତ, ଉଚ୍ଚଶିକ୍ଷା କିମ୍ବା ବିଦେଶ ଯାତ୍ରା ପ୍ରତି ଆଗ୍ରହ ପ୍ରକାଶ କରିବେ। ପାରିବାରିକ କ୍ଷେତ୍ରରେ ସମସ୍ୟା କେତେକାଂଶରେ କମି କମି ଆସିବ।
କର୍କଟ
କର୍କଟ
ମୁଖଭାବସ୍ଥ ରବି ରାଶିସ୍ଥ ବୁଧଙ୍କ ପ୍ରଭାବରୁ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ। ସତର୍କତା ଅଭାବରୁ ଚୋରି, ଧନହାନିର ସୂଚନା ରହିଛି। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ଅନ୍ୟଥା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରି ମୁଣ୍ଡରେ ହାତ ଦେଇ ବସିପାରନ୍ତି।
ସି˚ହ
ସି˚ହ
ଦୀର୍ଘ ପ୍ରତୀକ୍ଷା ପରେ ଆଜି ବନ୍ଧୁଙ୍କ ନିକଟରୁ ହଠାତ୍‌ କୌଣସି ଶୁଭ ଖବର ପାଇ ଖୁସି ହେବେ। ପରିବାରର ଆବଶ୍ୟକତାକୁ ଯଥା ସମୟରେ ପୂରଣ କରିବାରେ ସମର୍ଥ ହେବେ। ଅଫିସିଆଲି କାମରେ ଅଟକି ରହିଥିବା କାମଟିକୁ ସମ୍ପନ୍ନ କରି କେତେକାଂଶରେ ଖୁସି ହେବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ ଏବଂ ସ୍ଥଗିତ କାମ ସମ୍ପନ୍ନ ହେବ। ଶତ୍ରୁତାର ଅବସାନ ଘଟାଇବା ସକାଶେ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ବାଧ୍ୟ ହେବେ। ଉପରିସ୍ଥଙ୍କ ଦ୍ୱାରା ପ୍ରେରିତ ହୋଇ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଗବେଷଣା, ପ୍ରକାଶନ, ପ୍ରଶାସନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ବନ୍ଧୁଙ୍କ ଅନୁରୋଧକ୍ରମେ ଅନ୍ୟମାନଙ୍କ ସହ ସମୟ ବିତାଇବାରେ ସହଯୋଗ କରିବେ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବ କରିପାରେ। ବିବାଦୀୟ ଘଟଣାରେ ବିଜୟୀ ଏବଂ ପ୍ରତିଯୋଗିତାରେ ସଫଳ ହେବେ।
ବିଛା
ବିଛା
ଆଜିର ଯାତ୍ରା ସମୟରେ ଅସାବଧାନତାବଶତଃ ଧନ ହାନିର ଆଶଙ୍କା ରହିଛି। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବାକୁ ପଡ଼ିପାରେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା ଅଥବା ସାହିତ୍ୟ, କଳା ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ। ଅଭାବନୀୟ ପରିସ୍ଥିତିରେ ପଡ଼ି ହଠାତ୍‌ ଗୁଡ଼ାଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହୋଇପାରନ୍ତି।
ଧନୁ
ଧନୁ
ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ଉପୁଜିଥିବା ସମସ୍ୟା ଦୂରେଇଯିବ। ପରୋକ୍ଷ ଶତ୍ରୁତା କାରଣରୁ ନୂତନ କାମଟି ଆରମ୍ଭ କରୁ କରୁ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇ ନ ପାରେ। ନିଜ ସ୍ବାର୍ଥକୁ ଗୁରୁତ୍ୱ ଦେଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।
ମକର
ମକର
ଆଜି କର୍ମକ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେଇ ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା ପ୍ରଶଂସିତ ହେବେ। କଳା, କ୍ରୀଡ଼ା, ସଙ୍ଗୀତାଦି କ୍ଷେତ୍ରରେ କନ୍ୟା ସନ୍ତାନଙ୍କ କୃତିତ୍ୱରୁ ଗୌରବାନ୍ବିତ ମନେକରିବେ। ଦୀର୍ଘଦିନରୁ ଛିନ୍ନ ହୋଇଥିବା ବନ୍ଧୁସମ୍ପର୍କ ପୁନଶ୍ଚ ଯୋଡ଼ି ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟାକୁ ସମାଧାନ କରିପାରିବେ।
କୁମ୍ଭ
କୁମ୍ଭ
ଆଜି ବିଭିନ୍ନ ସୂତ୍ରରୁ ବୈଷୟିକ ଉନ୍ନତି ଯୋଗୁ କାର୍ଯ୍ୟାରମ୍ବ ସକାଶେ ଯୋଜନା କରିପାରନ୍ତି। ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ, କିନ୍ତୁ ପରକ୍ଷଣରେ ଭୁଲ୍‌ ବୁଝାମଣା ଦୂର ହୋଇଯିବ। କାମର ଚାପ ପ୍ରଭାବରୁ ପରିବାର କଥା ଠିକ୍‌ ଭାବେ ବୁଝି ପାରିବେ ନାହିଁ। ଆଜିର ଯାତ୍ରାରେ ଲକ୍ଷ୍ୟ ହାସଲ ସହ ସମସ୍ୟା ସମାଧାନ ହେବ।
ମୀନମୀନ

କର୍ମକ୍ଷେତ୍ରରେ ଆଲୋଚନା ପରିସରରେ ସତକଥା କହି ବିବାଦୀୟ ହୋଇପାରନ୍ତି। ପରିବାର ସଦସ୍ୟଙ୍କ ସହିତ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରାର ଯୋଜନା କରିପାରନ୍ତି। ଆନୁଷ୍ଠାନିକ କାମରୁ କିମ୍ବା ସାମାଜିକ ସ୍ତରରେ ନିଜର କୃତିତ୍ୱ ହେତୁ ପ୍ରଶଂସିତ ହେବେ। ଆଜିର ପ୍ରତ୍ୟୁଷଯାତ୍ରାରେ ସତର୍କତା ଅବଲମ୍ବନ କରିବା ଭଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri