Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୫ ତାରିଖ – Daily Horoscope

ମେଷ
ଚନ୍ଦ୍ର ପୁଷ୍ୟା ନକ୍ଷତ୍ରସ୍ଥ ହେତୁ ଆଜି ପରିବାରରେ ଏବଂ କର୍ମକ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟ ତ୍ୱରାନ୍ବିତ ହେବ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଜିନିଷ କିଣା ବିକା ପାଇଁ ଦିନଟି ଭଲ। ପଡ଼ୋଶୀ, ସହକର୍ମୀ, ଭାଇଭଉଣୀଙ୍କ ସହ ସୁସମ୍ପର୍କ ଅକ୍ଷୁଣ୍ଣ ରହିବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ବୃଷ
ବୃଷ
କର୍ମଭାବସ୍ଥ ବକ୍ରୀ ଶନିଙ୍କ ପ୍ରଭାବରୁ ଅଫିସ୍‌କୁ ଯିବା ବାଟରେ ଅଜଣା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇ ପାରନ୍ତି। ଆଲୋଚନା ପରିସରରେ କୈାଣସି ନୂଆ କାମର ପ୍ରସ୍ତାବକୁ ଅନ୍ୟମାନେ ସମର୍ଥନ ଜଣାଇବେ। ସାମ୍ବାଦିକତା ଓ ରାଜନୀତି ପାଇଁ ଦିନଟି ଭଲ। ଆର୍ଥିକ ସ୍ଥିତି ପୂର୍ବପରି ରହିବା ସାଙ୍ଗକୁ ବନ୍ଧୁ ମିଳନଜନିତ ଆମୋଦିତ ହେବେ।
ମିଥୁନ
ମିଥୁନ
ରାହୁ ଦୃଷ୍ଟ ଚନ୍ଦ୍ରଜନିତ ପରିବାରରେ ବ୍ୟତିକ୍ରମ ଲାଗି ରହିବାରୁ ସବୁକିଛି ବିଗିଡି ଯିବ। ଖୋଜୁଥିବା ଜିନିଷ ଏବଂ ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ଚାହିଁ ନିରାଶ ହେବେ। ସହକର୍ମୀଙ୍କ ସହୃଦୟତାରୁ କାମରେ ସଫଳତା ପାଇବେ। ବ୍ୟବସାୟ କିମ୍ବା ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣକୁ ନେଇ ଅଶାନ୍ତି ଲାଗିରହିବ।
କର୍କଟ
କର୍କଟ
ନିଜ ରାଶିରେ ଚନ୍ଦ୍ର ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ। କିନ୍ତୁ ଅଷ୍ଟମାଧିପତିଙ୍କ ସଂଯୋଗ ହେତୁ ଅଶ୍ଳେଷା ନକ୍ଷତ୍ର ସମସ୍ୟାଗ୍ରସ୍ତ ହୋଇପାରନ୍ତି। ଅର୍ଥର ଅଭାବ ନ ଥିଲେ ମଧ୍ୟ ହାତ ଖୋଲା କରି ଖର୍ଚ୍ଚ କରିପାରିବେ ନାହିଁ। କର୍ମକ୍ଷେତ୍ରରେ କୌଣସି ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ।
ସି˚ହ
ସି˚ହ
ବୁଧ ସହ ଶୁକ୍ର ସଂଯୋଗ ହେତୁ ନିରପେକ୍ଷତା ଅବଲମ୍ବନ ନ କଲେ ସମାଲୋଚିତ ହେବେ। ଦ୍ୱାଦଶସ୍ଥ ରବିଙ୍କ ଯୋଗୁ ଦେହ ଭଲ ରହିବ ମାତ୍ର ଦୁର୍ବଳତାଜନିତ କ୍ଳାନ୍ତିବୋଧ କରିବେ। ଅଧିକାଂଶ ସମୟ ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିପାରନ୍ତି। ପରିବାରରେ ପରସ୍ପରକୁ ଦୋଷ ଦେଇ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି।
କନ୍ୟା
ଅଷ୍ଟମାଧିପତି ଯୁକ୍ତ ବୃହସ୍ପତି ହେତୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସାମ୍ନା କରିବା ପରିସ୍ଥିତି ସୃଷ୍ଟି ହୋଇପାରେ। ପ୍ରତିରୋଧ ଲାଗି କେତେକ କାମ ଅଟକିଯିବାରୁ ଟେନସନ୍‌ ଲାଗିରହିବ। ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ ଓ ବନ୍ଧୁଙ୍କ ସହ ଆଲୋଚନା ପାଇଁ ଦିନଟି ଭଲ। ଚିତ୍ରା ନକ୍ଷତ୍ର ଅର୍ଥ ସଙ୍କଟ ଯୋଗୁ କାମ ପୂର୍ଣ୍ଣାଙ୍ଗ ହେବ ନାହିଁ।
ତୁଳା
ତୁଳା
ସ୍ବଗୃହୀ ଶନିଙ୍କ ଯୋଗୁ ସମସ୍ୟା ଆସିଲେ ମଧ୍ୟ ଦୃଢ଼ ମନୋବଳ ନେଇ କାମ କରି ସଫଳତା ହାସଲ କରିବେ। ସମସ୍ତଙ୍କ ମନଧରି ଚଳିଲେ ମଧ୍ୟ ପରିବାରରେ ପ୍ରଶଂସା ସୂଚକ ପଦୁଟିଏ ଶୁଣିବାକୁ ମିଳିବ ନାହିଁ। ବ୍ୟବସାୟରେ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇରହିବ। ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି।
ବିଛା
ବିଛା
ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ ହେବ, କିନ୍ତୁ ଏଥିପାଇଁ ତକଲିପି ଭୋଗିବାକୁ ପଡ଼ିବ। ଭାଗ୍ୟସ୍ଥାନରେ କର୍ମାଧିପ ଥିବାରୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେବେ। ପ୍ରଶାସନ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ। ସ୍ବାସ୍ଥ୍ୟ ସମସ୍ୟା ଲାଗିରହିଥିଲେ ମଧ୍ୟ ବିଶେଷ ଖରାପ ହେବନାହିଁ।
ଧନୁ
ଧନୁ
ଚତୁର୍ଥ କେନ୍ଦ୍ରରେ ରାହୁ ପାରିବାରିକ ଜୀବନରେ ବିଭିନ୍ନ ଅଶାନ୍ତିକର ପରିସ୍ଥିତି ସୃଷ୍ଟି କରିବ। ଅବଶ୍ୟ ଉତ୍ତରାଷାଢ଼ା ପରିବାରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। କେତେକ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହେବାକୁ ପଡ଼ିପାରେ।
ମକର
ମକର
ମୁଖଭାବରେ ଶନି ଆପଣଙ୍କୁ ପରିସ୍ଥିତି ଅନୁସାରେ ଚଳିବାକୁ ବାଧ୍ୟ କରାଇପାରେ। ମନରେ ବିଭିନ୍ନ ଅଶାନ୍ତି ଓ ଦ୍ୱନ୍ଦ୍ୱ ରହିଥିଲେ ମଧ୍ୟ ମୁହଁଖୋଲି କିଛି କହିପାରିବେନାହିଁ। ବନ୍ଧୁ ପରିଜନ ତଥା ଆମତ୍ୀୟମାନଙ୍କ ସହ ଦୂରଯାତ୍ରା କରିବାକୁ ମନସ୍ଥ କରିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟ ପାଇଁ ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡ଼ିବ।
କୁମ୍ଭ
କୁମ୍ଭ
ରାହୁଙ୍କ ପ୍ରଭାବରେ କୌଣସି କାମ ସହଜରେ ନ ହେବା କାରଣରୁ ମନ ବିଷାଦଗ୍ରସ୍ତ ରହିବ। ଫେରିବା ରାସ୍ତାରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ। କଳା, ସାହିତ୍ୟ, ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଶାରୀରିକ ଅସୁସ୍ଥତା ହେତୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିଯିବ।
ମୀନମୀନ

ରାହୁ ଗୁରୁକ୍ଷେତ୍ରସ୍ଥ ହେତୁ କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ଦୀର୍ଘଦିନ ଧରି ଚାଲିଥିବା ମାଲିମକଦ୍ଦମାରେ ସୁବିଚାର ଆଶା କରିବେ। ସାମାଜିକ ସ୍ତରରେ ବୁଝାମଣା ଓ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ବିବାଦୀୟ ଘଟଣା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri