Posted inRasifala

ରାଶିଫଳ: ମଙ୍ଗଳବାର , ଜୁନ୍‌ ୧୧ ତାରିଖ – Daily Horoscope

ମେଷ
ଆଜି ଅନୁକୂଳ ଗ୍ରହସ୍ଥିତିରୁ ସୁସ୍ଥ ମାନସିକତା, ପାରିବାରିକ ଶାନ୍ତି , ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ। ଆନୁଷ୍ଠାନିକ କାମ, ଧାର୍ମିକ ଅନୁଷ୍ଠାନ ପ୍ରତି ଅନୁରାଗୀ ହେବେ। ସମସ୍ୟା ସମାଧାନ ସହ ଆର୍ଥିକ ଅଭିବୃଦ୍ଧି ଦିନଟିକୁ ସରସ କରାଇବ। ସଭାସମିତିକୁ ଆହୂତହେବା ସହ ଦୂରେଇଯାଇଥିବା ବନ୍ଧୁମାନେ ପାଖେଇଆସିବେ।
ବୃଷ
ବୃଷ
ଏକାଧିକ ଗ୍ରହଙ୍କ ସମାବେଶରେ ରାଜଯୋଗ ପ୍ରଭାବରୁ କାର୍ଯ୍ୟସିଦ୍ଧି ସହ ସାମାଜିକ ପ୍ରତିଷ୍ଠାର୍ଜନ କରିବେ। ଋଣ ପରିଶୋଧ, ବ୍ୟବସାୟରେ ଅର୍ଥ ଲଗାଣ କିମ୍ବା ବିବାଦୀୟ ଘଟଣାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଜଣେ ବନ୍ଧୁଙ୍କ ପ୍ରରୋଚନାରେ ପଡ଼ି ଭୁଲ୍‌ ନିଷ୍ପତ୍ତି ଗ୍ରହଣ କରି ଅନୁତାପକରିବେ। ଗୁଡ଼ାଏ କାମ ହାତକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇବ।
ମିଥୁନ
ମିଥୁନ
ଭୂମିପୁତ୍ର ମଙ୍ଗଳଙ୍କ ସୁପ୍ରଭାବରୁ ଜମିଜମା କ୍ରୟ, ନୂତନ ଗୃହାଦି ସଜ୍ଜୀକରଣ ପାଇଁ ମନ ବଳାଇବେ। ସ୍ଥଗିତକାମକୁ ଶେଷକରିବା ସକାଶେ ବ୍ୟସ୍ତହୋଇ ପଡ଼ିପାରନ୍ତି। ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କାକୁ ଏଡ଼ିହେବ ନାହିଁ। ଅପରାହ୍ନରେ ପରିସ୍ଥିତି ବଦଳିଯିବ ଓ କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆସ୍ଥାଭାଜନ ହୋଇପାରନ୍ତି।
କର୍କଟ
କର୍କଟ
ସ୍ବଗୃହୀ ଚନ୍ଦ୍ର ହେତୁ ପାରିବାରିକ ସୌଖ୍ୟ, ଦୈହିକ ସୁସ୍ଥତା, ଯାତ୍ରା ଯୋଜନା, ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ। ଅଫିସିଆଲି କାମ, ପ୍ରଶାସନିକ କ୍ଷେତ୍ର ତଥା ପାରିପାର୍ଶ୍ୱିକ ପରିସ୍ଥିତି ମନ୍ଦ ହେବନି। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଜମିଜମା ଓ ମାଲିମକଦ୍ଦମାରେ ଆଶାନୁରୂପ ଫଳ ପାଇବେ। ସନ୍ତାନହେତୁକ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୋଇପାରେ।
ସି˚ହ
ସି˚ହ
କର୍ମଭାବସ୍ଥ ଗ୍ରହ ପ୍ରଭାବରୁ ପରିବର୍ତ୍ତିତ ପରିସ୍ଥିତିକୁ ନେଇ କର୍ମତପତ୍ର ରହିବେ। ପରିବାର ସମ୍ବନ୍ଧୀୟ ଦୁଶ୍ଚିନ୍ତା, ଋଣ ପରିଶୋଧ ଚିନ୍ତା, ଆମତ୍ୀୟଙ୍କ ବେଖାତିର ମନୋଭାବ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟିକରିବ। ସନ୍ତାନଙ୍କ ପରସ୍ପର ବିରୋଧ ଭାବାମତ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି।
କନ୍ୟା
ରାଶିରେ କେତୁ ଓ ବୃହସ୍ପତିଙ୍କ ସ୍ଥିତିଜନିତ ପାରିବାରିକ କ୍ଷେତ୍ରରେ ଅଶାନ୍ତିକର ପରିସ୍ଥିତି ଉପୁଜିପାରେ। ଦିନଟିରେ ଖର୍ଚ୍ଚାନ୍ତ ହେଲେ ମଧ୍ୟ ଅଭିଳଷିତ କାମ ସମ୍ପନ୍ନ କରିବାରେ ବିହିତ ପଦକ୍ଷେପ ନେବେ। ପାରିବାରିକ ସ୍ଥିତି, ଆର୍ଥିକ ପରିସ୍ଥିତି ଓ ବ୍ୟବସାୟ, ବାଣିଜ୍ୟ ପୂର୍ବଭଳି ଅକ୍ଷୁଣ୍ଣ ରହିବ।
ତୁଳା
ତୁଳା
ଦୁଃସ୍ଥାନସ୍ଥ ଗ୍ରହଜନିତ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ। ଶାରୀରିକ ସୁସ୍ଥତା, ବ୍ୟବସାୟିକ ଉକତ୍ର୍ଷ, ବନ୍ଧୁଙ୍କ ସହ ସୁସମ୍ପର୍କ ମନକୁ ଉଚ୍ଚାଟକରି ରଖିବ। ଯେତେ ଭଲ କଥା କହିଲେ ମଧ୍ୟ ନିଜ ସଂସ୍ଫର୍ଶରେ ଆସୁଥିବା ବ୍ୟକ୍ତିବିଶେଷ ଓଲଟା ବୁଝିବେ। ବନ୍ଧୁଙ୍କ ଗହଣରେ ପ୍ରବଚନ, ସତ୍‌ସଙ୍ଗ ଓ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ।
ବିଛା
ବିଛା
କେନ୍ଦ୍ରସ୍ଥ ରାଜଯୋଗ ହେତୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଆର୍ଥିକ ଅଭିବୃଦ୍ଧି ଘଟିବ। ଆଜି ଯେଉଁ କାମରେ ହାତ ଦେବେ ତାହା ସମ୍ପନ୍ନ ନ ହୋଇ ରହିବ ନାହିଁ। ଅନୁରାଧା ସକାଶେ ପାରିପାର୍ଶ୍ୱିକ ସ୍ଥିତି ସେତେଟା ଭଲ ନ ଥିବାରୁ ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ।
ଧନୁ
ଧନୁ
କର୍ମକ୍ଷେତ୍ରରେ କେତେକ ନୂତନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ରତ୍ୟେକ କାମରେ ସମୟ ଗଡ଼ି ଗଡ଼ି ଯାଉଥିବାରୁ ମନରେ ବିରକ୍ତିଭାବ ଜାଗ୍ରତ ହେବ। ଭଲ ସମ୍ପର୍କ ରହିଥିବା ବାନ୍ଧବୀଟି ସାଧାରଣ କଥାରେ ମୁହଁ ଫେରାଇନେଇପାରନ୍ତି। ଗବେଷଣା,ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ମକର
ମକର
ଚତୁର୍ଥଭାବର ଶୁଭତ୍ୱ କାରଣରୁ ପାରିବାରିକ ସ୍ଥିତି ଭଲ ରହିବ। କିନ୍ତୁ ଉତ୍ତରାଷାଢ଼ା ନକ୍ଷତ୍ରର ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଦ୍ୱନ୍ଦ୍ୱ ମନକୁ ବିଚଳିତ କରାଇପାରେ। ଆପଣଙ୍କ ସକାଶେ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଖୁବ୍‌ ଆଶାବାଦୀ ହେବେ ଓ କାମଗୁଡ଼ିକ ସୁବିଧାରେ ହୋଇଯିବ
କୁମ୍ଭ
କୁମ୍ଭ
କର୍ମସ୍ଥାନକୁ ଏକାଧିକ ଗ୍ରହଙ୍କ ଦୃଷ୍ଟି ପ୍ରଭାବରୁ ଘରୋଇ ସମସ୍ୟା,ଆର୍ଥିକ ଦୁଃସ୍ଥିତି,କାର୍ଯ୍ୟରେ ବିଳମ୍ବ ଘଟିପାରେ। ଶିଳ୍ପ,ବାଣିଜ୍ୟ,ପରିବହନ, ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି। ସଭାସମିତି, କଳା, ସାହିତ୍ୟ ପ୍ରଭୃତିରେ ଭାଗନେଲେ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
ମୀନମୀନ

ଗ୍ରହ ସ୍ଥିତି ଅନୁକୂଳ ରହିଥିବାରୁ ଲକ୍ଷ୍ୟ ସାଧନ ଦିଗରେ ଅଗ୍ରଗତି ବାଧାପ୍ରାପ୍ତ ହେବନାହିଁ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିବିଶେଷ ଦେଖେଇ ଶିଖେଇ ବାରକଥା କହି ମନକୁ ବିଚଳିତ କରାଇପାରନ୍ତି। ମୂଲ୍ୟବାନ୍‌ ଜିନିଷ କ୍ରୟକରିବାଜନିତ ଅର୍ଥ ସଙ୍କଟ ଦେଖାଦେଇପାରେ। ସଭାସମିତି, ରାଜନୀତି, ମାଲିମକଦ୍ଦମା ତଥା ଆନୁଷ୍ଠାନିକ କାମରେ ଖଟଣି ବଢ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri