Posted inRasifala

ରାଶିଫଳ: ମଙ୍ଗଳବାର , ଜୁନ୍‌ ୧୧ ତାରିଖ – Daily Horoscope

ମେଷ
ଆଜି ଅନୁକୂଳ ଗ୍ରହସ୍ଥିତିରୁ ସୁସ୍ଥ ମାନସିକତା, ପାରିବାରିକ ଶାନ୍ତି , ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ। ଆନୁଷ୍ଠାନିକ କାମ, ଧାର୍ମିକ ଅନୁଷ୍ଠାନ ପ୍ରତି ଅନୁରାଗୀ ହେବେ। ସମସ୍ୟା ସମାଧାନ ସହ ଆର୍ଥିକ ଅଭିବୃଦ୍ଧି ଦିନଟିକୁ ସରସ କରାଇବ। ସଭାସମିତିକୁ ଆହୂତହେବା ସହ ଦୂରେଇଯାଇଥିବା ବନ୍ଧୁମାନେ ପାଖେଇଆସିବେ।
ବୃଷ
ବୃଷ
ଏକାଧିକ ଗ୍ରହଙ୍କ ସମାବେଶରେ ରାଜଯୋଗ ପ୍ରଭାବରୁ କାର୍ଯ୍ୟସିଦ୍ଧି ସହ ସାମାଜିକ ପ୍ରତିଷ୍ଠାର୍ଜନ କରିବେ। ଋଣ ପରିଶୋଧ, ବ୍ୟବସାୟରେ ଅର୍ଥ ଲଗାଣ କିମ୍ବା ବିବାଦୀୟ ଘଟଣାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଜଣେ ବନ୍ଧୁଙ୍କ ପ୍ରରୋଚନାରେ ପଡ଼ି ଭୁଲ୍‌ ନିଷ୍ପତ୍ତି ଗ୍ରହଣ କରି ଅନୁତାପକରିବେ। ଗୁଡ଼ାଏ କାମ ହାତକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇବ।
ମିଥୁନ
ମିଥୁନ
ଭୂମିପୁତ୍ର ମଙ୍ଗଳଙ୍କ ସୁପ୍ରଭାବରୁ ଜମିଜମା କ୍ରୟ, ନୂତନ ଗୃହାଦି ସଜ୍ଜୀକରଣ ପାଇଁ ମନ ବଳାଇବେ। ସ୍ଥଗିତକାମକୁ ଶେଷକରିବା ସକାଶେ ବ୍ୟସ୍ତହୋଇ ପଡ଼ିପାରନ୍ତି। ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କାକୁ ଏଡ଼ିହେବ ନାହିଁ। ଅପରାହ୍ନରେ ପରିସ୍ଥିତି ବଦଳିଯିବ ଓ କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆସ୍ଥାଭାଜନ ହୋଇପାରନ୍ତି।
କର୍କଟ
କର୍କଟ
ସ୍ବଗୃହୀ ଚନ୍ଦ୍ର ହେତୁ ପାରିବାରିକ ସୌଖ୍ୟ, ଦୈହିକ ସୁସ୍ଥତା, ଯାତ୍ରା ଯୋଜନା, ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ। ଅଫିସିଆଲି କାମ, ପ୍ରଶାସନିକ କ୍ଷେତ୍ର ତଥା ପାରିପାର୍ଶ୍ୱିକ ପରିସ୍ଥିତି ମନ୍ଦ ହେବନି। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଜମିଜମା ଓ ମାଲିମକଦ୍ଦମାରେ ଆଶାନୁରୂପ ଫଳ ପାଇବେ। ସନ୍ତାନହେତୁକ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୋଇପାରେ।
ସି˚ହ
ସି˚ହ
କର୍ମଭାବସ୍ଥ ଗ୍ରହ ପ୍ରଭାବରୁ ପରିବର୍ତ୍ତିତ ପରିସ୍ଥିତିକୁ ନେଇ କର୍ମତପତ୍ର ରହିବେ। ପରିବାର ସମ୍ବନ୍ଧୀୟ ଦୁଶ୍ଚିନ୍ତା, ଋଣ ପରିଶୋଧ ଚିନ୍ତା, ଆମତ୍ୀୟଙ୍କ ବେଖାତିର ମନୋଭାବ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟିକରିବ। ସନ୍ତାନଙ୍କ ପରସ୍ପର ବିରୋଧ ଭାବାମତ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି।
କନ୍ୟା
ରାଶିରେ କେତୁ ଓ ବୃହସ୍ପତିଙ୍କ ସ୍ଥିତିଜନିତ ପାରିବାରିକ କ୍ଷେତ୍ରରେ ଅଶାନ୍ତିକର ପରିସ୍ଥିତି ଉପୁଜିପାରେ। ଦିନଟିରେ ଖର୍ଚ୍ଚାନ୍ତ ହେଲେ ମଧ୍ୟ ଅଭିଳଷିତ କାମ ସମ୍ପନ୍ନ କରିବାରେ ବିହିତ ପଦକ୍ଷେପ ନେବେ। ପାରିବାରିକ ସ୍ଥିତି, ଆର୍ଥିକ ପରିସ୍ଥିତି ଓ ବ୍ୟବସାୟ, ବାଣିଜ୍ୟ ପୂର୍ବଭଳି ଅକ୍ଷୁଣ୍ଣ ରହିବ।
ତୁଳା
ତୁଳା
ଦୁଃସ୍ଥାନସ୍ଥ ଗ୍ରହଜନିତ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ। ଶାରୀରିକ ସୁସ୍ଥତା, ବ୍ୟବସାୟିକ ଉକତ୍ର୍ଷ, ବନ୍ଧୁଙ୍କ ସହ ସୁସମ୍ପର୍କ ମନକୁ ଉଚ୍ଚାଟକରି ରଖିବ। ଯେତେ ଭଲ କଥା କହିଲେ ମଧ୍ୟ ନିଜ ସଂସ୍ଫର୍ଶରେ ଆସୁଥିବା ବ୍ୟକ୍ତିବିଶେଷ ଓଲଟା ବୁଝିବେ। ବନ୍ଧୁଙ୍କ ଗହଣରେ ପ୍ରବଚନ, ସତ୍‌ସଙ୍ଗ ଓ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ।
ବିଛା
ବିଛା
କେନ୍ଦ୍ରସ୍ଥ ରାଜଯୋଗ ହେତୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଆର୍ଥିକ ଅଭିବୃଦ୍ଧି ଘଟିବ। ଆଜି ଯେଉଁ କାମରେ ହାତ ଦେବେ ତାହା ସମ୍ପନ୍ନ ନ ହୋଇ ରହିବ ନାହିଁ। ଅନୁରାଧା ସକାଶେ ପାରିପାର୍ଶ୍ୱିକ ସ୍ଥିତି ସେତେଟା ଭଲ ନ ଥିବାରୁ ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ।
ଧନୁ
ଧନୁ
କର୍ମକ୍ଷେତ୍ରରେ କେତେକ ନୂତନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ରତ୍ୟେକ କାମରେ ସମୟ ଗଡ଼ି ଗଡ଼ି ଯାଉଥିବାରୁ ମନରେ ବିରକ୍ତିଭାବ ଜାଗ୍ରତ ହେବ। ଭଲ ସମ୍ପର୍କ ରହିଥିବା ବାନ୍ଧବୀଟି ସାଧାରଣ କଥାରେ ମୁହଁ ଫେରାଇନେଇପାରନ୍ତି। ଗବେଷଣା,ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ମକର
ମକର
ଚତୁର୍ଥଭାବର ଶୁଭତ୍ୱ କାରଣରୁ ପାରିବାରିକ ସ୍ଥିତି ଭଲ ରହିବ। କିନ୍ତୁ ଉତ୍ତରାଷାଢ଼ା ନକ୍ଷତ୍ରର ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଦ୍ୱନ୍ଦ୍ୱ ମନକୁ ବିଚଳିତ କରାଇପାରେ। ଆପଣଙ୍କ ସକାଶେ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଖୁବ୍‌ ଆଶାବାଦୀ ହେବେ ଓ କାମଗୁଡ଼ିକ ସୁବିଧାରେ ହୋଇଯିବ
କୁମ୍ଭ
କୁମ୍ଭ
କର୍ମସ୍ଥାନକୁ ଏକାଧିକ ଗ୍ରହଙ୍କ ଦୃଷ୍ଟି ପ୍ରଭାବରୁ ଘରୋଇ ସମସ୍ୟା,ଆର୍ଥିକ ଦୁଃସ୍ଥିତି,କାର୍ଯ୍ୟରେ ବିଳମ୍ବ ଘଟିପାରେ। ଶିଳ୍ପ,ବାଣିଜ୍ୟ,ପରିବହନ, ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି। ସଭାସମିତି, କଳା, ସାହିତ୍ୟ ପ୍ରଭୃତିରେ ଭାଗନେଲେ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
ମୀନମୀନ

ଗ୍ରହ ସ୍ଥିତି ଅନୁକୂଳ ରହିଥିବାରୁ ଲକ୍ଷ୍ୟ ସାଧନ ଦିଗରେ ଅଗ୍ରଗତି ବାଧାପ୍ରାପ୍ତ ହେବନାହିଁ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିବିଶେଷ ଦେଖେଇ ଶିଖେଇ ବାରକଥା କହି ମନକୁ ବିଚଳିତ କରାଇପାରନ୍ତି। ମୂଲ୍ୟବାନ୍‌ ଜିନିଷ କ୍ରୟକରିବାଜନିତ ଅର୍ଥ ସଙ୍କଟ ଦେଖାଦେଇପାରେ। ସଭାସମିତି, ରାଜନୀତି, ମାଲିମକଦ୍ଦମା ତଥା ଆନୁଷ୍ଠାନିକ କାମରେ ଖଟଣି ବଢ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri