ମେଷ

ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ। କୃତ୍ତିକା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟାରେ ଉନ୍ନତି ହେବାରୁ ଆଶ୍ୱସ୍ତି ଲଭିବେ। କଚେରି ମାମଲାର ସମାଧାନ ସାଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ମିଳିବ।
ବୃଷ

ପ୍ରତିବନ୍ଧକ କାରଣରୁ ସ୍ଥଗିତ କାମ ସମ୍ପର୍କୀୟଙ୍କ ସହଯୋଗରୁ ସମ୍ପନ୍ନ ହେବ। ବନ୍ଧୁଙ୍କ ନିକଟରୁ ଦୁଃଖଦ ଖବର ଶ୍ରବଣ କରି ମନସ୍ତାପ କରିପାରନ୍ତି। ପାରିବାରିକ ସ୍ଥିତି ପୂର୍ବପରି ରହିବା ସହିତ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ମୃଗଶିରା ନକ୍ଷତ୍ର ସକାଶେ ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟା ଦେଖାଦେବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ।
ମିଥୁନ

କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟରୁ ସହଜ ଓ ସୁବିଧାରେ କାମ ହାସଲ କରିପାରିବେ। ବେଖାତିର ମନୋଭାବ ହେତୁ ଉପର ଅଧିକାରୀମାନେ ରାଗିପାରନ୍ତି। ପୁନର୍ବସୁ ନକ୍ଷତ୍ର ସକାଶେ ପରିବାରର ଆବଶ୍ୟକତା ବୃଦ୍ଧିଜନିତ ଖର୍ଚ୍ଚ ଦିଗୁଣା ହୋଇପାରେ। ବାଣିଜ୍ୟରେ ସଫଳତା, ବିବାଦୀୟ ଘଟଣାରେ ବିଜୟ ଲାଭ ଅବଶ୍ୟମ୍ଭାବୀ।
କର୍କଟ

କର୍ମକ୍ଷେତ୍ରରେ ସହକର୍ମୀ ଏକଜୁଟ ହୋଇ ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ଘର କଥାନେଇ ସ୍ତ୍ରୀଙ୍କ ସହ ଆଲୋଚନା ପୂର୍ବକ ବିଭିନ୍ନ ସମସ୍ୟା ସମାଧାନର ସୂତ୍ର ବାହାର କରିପାରନ୍ତି। ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ। ପୁଷ୍ୟା ନକ୍ଷତ୍ର ସକାଶେ ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ ।
ସି˚ହ

ଆଲୋଚନା ପରିସରରେ ବନ୍ଧୁଙ୍କ ଅଶାଳୀନ ମନ୍ତବ୍ୟ ଓ ଅଶୋଭନୀୟ ଆଚରଣରେ ଦୁଃଖ ପ୍ରକାଶ କରିପାରନ୍ତି। ମଘା ନକ୍ଷତ୍ର ପରୋକ୍ଷ ଶତ୍ରୁତା କରୁଥିବା ଲୋକଙ୍କ କଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିବେ। ବନ୍ଧୁଙ୍କ ଅନୁରୋଧରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ଆଳାପ ଆଲୋଚନା ପରେ ଅଶାନ୍ତ ମନ ଶାନ୍ତ ହୋଇଯାଇପାରେ।
କନ୍ୟା

କର୍ମକ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ହସ୍ତା ନକ୍ଷତ୍ର ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବାରୁ ଚିନ୍ତିତ ରହିବେ। ସୁନା ଜିନିଷ କିମ୍ବା କୌଣସି ଯାନ୍ତ୍ରିକ ଜିନିଷ କିଣାବିକାରେ ଠକାମିରେ ପଡ଼ିପାରନ୍ତି। ଅପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିବ, ଯାହାକି ଦୁଶ୍ଚିନ୍ତାକୁ ବୃଦ୍ଧି କରିପାରେ।
ତୁଳା

କଠିନଶ୍ରମ ଓ ବିଶେଷ ଭ୍ରମଣଜନିତ ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉଥିବାରୁ ମନ ଭଲ ରହିବ ନାହିଁ। କର୍ମ କ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଚିତ୍ରା ନକ୍ଷତ୍ର କାର୍ଯ୍ୟହାନି କାରଣରୁ ମାନସିକ ଉଦ୍ବେଗ ବୃଦ୍ଧିଜନିତ ଆଳସ୍ୟ ଅନୁଭବ କରିବେ। ପରିବହନ, ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ବିଛା

ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ ଅବହେଳାଜନିତ ସମସ୍ୟା ଦେଖାଦେବ। ଜ୍ୟେଷ୍ଠା ନକ୍ଷତ୍ର ସକାଶେ ଅପୂରଣୀୟ ଆଶା ମାନସିକ ସ୍ତରକୁ ନିରୁତ୍ସାହିତ କରିବ। ପାରିବାରିକ ସାହଚର୍ଯ୍ୟ କାମ ସକାଶେ ଅନୁକୂଳ ରହିପାରେ। ସାହିତ୍ୟ ଚର୍ଚ୍ଚା, ରାଜନୀତି ଏବଂ ସଭାସମିତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ଧନୁ

ସମୟ ଅନୁକୂଳ ରହିଥିଲେ ମଧ୍ୟ କେତେକ କ୍ଷେତ୍ରରେ ନିଜ ଦୋଷରୁ ସମସ୍ୟା ସୃଷ୍ଟି ହେବ। ବାକ୍ସଂଯମ ଅଭାବରୁ ବନ୍ଧୁଙ୍କ ଘରୋଇ ଝାମେଲାକୁ ଟାଣି ହୋଇ ଯାଇପାରନ୍ତି। ପୂର୍ବାଷାଢ଼ା ନକ୍ଷତ୍ରର ସାଧାରଣ ପରିସ୍ଥିତିରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯିବ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ଓ ପ୍ରତିଯୋଗିତାରେ ସଫଳ ହେବେ।
ମକର

ସ୍ଥଗିତ କାମ ବାରମ୍ବାର ପ୍ରତିରୋଧ ମଧ୍ୟରେ ଅଟକି ଯାଉଥିବା କାରଣରୁ ମନସ୍ତାପ କରିପାରନ୍ତି। ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଧନିଷ୍ଠା ନକ୍ଷତ୍ରର ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ସହଜରେ କାମ ହାସଲ କରିବେ।
କୁମ୍ଭ

ଶତଭିଷା ନକ୍ଷତ୍ର ବହୁବିଧ କର୍ମରେ ଅନୁପ୍ରବେଶ ପାଇଁ ରାସ୍ତା ଉନ୍ମୁକ୍ତ କରିପାରେ। ଗତକାଲିର ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସନ୍ଦେହ ଏବଂ ଭୁଲ୍ ବୁଝାମଣା କାରଣରୁ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ନାହିଁ।
ମୀନ
ଉତ୍ତରଭାଦ୍ର ନକ୍ଷତ୍ରର ଆଜିର ଜୀବନଯାତ୍ରା ପ୍ରୀତିପ୍ରଦ ରହିବ। କିନ୍ତୁ ଅନେକ କ୍ଷେତ୍ରରେ ପାରିବାରିିକ ପ୍ରତିରୋଧ ଯୋଗୁଁ କେତେକ କାମ ଅଟକି ଯାଇପାରେ। କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଘଟିବାର ସୂଚନା ରହିଛି। ପୂର୍ବାଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍ଠିକ୍ ହୋଇଯିବ।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.