Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍‌ ୪ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ର ସମସ୍ୟା ବିଜଡ଼ିତ ରହିଲେ ମଧ୍ୟ କାମ ହାସଲରୁ ଓହରିବେ ନାହିଁ। ପୁରାତନ ରୋଗ, ବାକି ଟଙ୍କା ଓ ପୂର୍ବ ଶତ୍ରୁତାକୁ ନେଇ ମନ ବିଚଳିତ ରହିବ। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅଧିକାଂଶ ସମୟ ବନ୍ଧୁମାନଙ୍କ ମେଳରେ ସମୟ ଅତିବାହିତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ବୃଷ
ବୃଷ
କୃତ୍ତିକା ନକ୍ଷତ୍ର ପରିସ୍ଥିତିର ତାଡ଼ନାରେ କଠୋର ସତ୍ୟ ପ୍ରକାଶ କରିବାକୁ ବାଧ୍ୟହେବେ। ପ୍ରତିବନ୍ଧକ ଓ ପ୍ରତିରୋଧ କାରଣରୁ ଚେଷ୍ଟାକରୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। ଅଫିସରେ ଥିବା ସମୟରେ ଅସମର୍ଥିତ ସୂତ୍ରରୁ କୌଣସି ଶୁଭ ଖବର ଶୁଣି ଖୁସି ହେବେ। ଆଳସ୍ୟ ଓ ଅବହେଳା ଯୋଗୁ ସୁଯୋଗ ହାତଛଡ଼ା ହୋଇପାରେ।
ମିଥୁନ
ମିଥୁନ
କର୍ମକ୍ଷେତ୍ର ସମସ୍ୟାମୁକ୍ତ ରହିବା କାରଣରୁ ମାନସିକ ସ୍ଥିତି ଭଲ ରହିବ। କୁହୁଳୁଥିବା ପାରିବାରିକ ସମସ୍ୟାର ଆଜି ହିଁ ସରଳ ସମାଧାନ ହୋଇଯିବ। ବ୍ୟବସାୟ, ବାଣିଜ୍ୟ, ପ୍ରଶାସନ, ରାଜନୀତି ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ସୁଫଳ ପାଇବେ। ଆରଦ୍ରା ନକ୍ଷତ୍ରର ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ।
କର୍କଟ
କର୍କଟ
ଆଜି ଯାହା କରିବାକୁ ମନସ୍ଥ କରିଛନ୍ତି ତାହା ନିର୍ବିଘ୍ନରେ ସମ୍ପାଦିତ ହେବ। ପୁଷ୍ୟା ନକ୍ଷତ୍ର ଅଫିସ୍‌ରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଆପଣ ଅନ୍ୟମାନଙ୍କ ସାହାଯ୍ୟ ନେଇ ଶତ୍ରୁତା ଓ ସମସ୍ୟାର ଅବସାନ ଘଟାଇବାରେ ସମର୍ଥ ହେବେ। ବନ୍ଧୁମାନଙ୍କ ସହ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ।
ସି˚ହ
ସି˚ହ
ମଘା ନକ୍ଷତ୍ର ସକାଶେ ପରିବାରର ଆର୍ଥିକ ପରିସ୍ଥିତି ପୂର୍ବଭଳି ଜଟିଳ ରୂପ ଧାରଣ କରିପାରେ। ପ୍ରକାଶନ, ପ୍ରଶାସନ ତଥା ଆନୁଷ୍ଠାନିକ କ୍ଷେତ୍ରର ମତଭେଦ ବେଶି ସମୟ ରହିବ ନାହିଁ। କୌଣସି ଏକ ପରିସ୍ଥିତିରେ ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତାକୁ ଅନୁଭବ କରିବେ। ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇପାରନ୍ତି।
କନ୍ୟା
ହସ୍ତା ନକ୍ଷତ୍ର ସକାଶେ ନିକଟ ସମ୍ପର୍କୀୟମାନଙ୍କ ଆନୁଗତ୍ୟ ତଥା ସାହାଯ୍ୟରୁ କାମ ଅଟକିବ ନାହିଁ। ମାତ୍ର୍ର କର୍ମକ୍ଷେତ୍ରରେ କୌଣସି ଅଜଣା ବ୍ୟକ୍ତିଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବା ସମ୍ଭାବନା ରହିଛି। ବିବାଦୀୟ ଘଟଣାରେ ମଧ୍ୟସ୍ଥତାକରି ଅପମାନିତ ହୋଇପାରନ୍ତି।
ତୁଳା
ତୁଳା
ମନ ଯାହା ଚାହୁଁଥିବ ତାହା କରିବାରେ ଅନ୍ତରାୟ ସୃଷ୍ଟି ଆଶଙ୍କା ରହିଛି। ଚିତ୍ରା ନକ୍ଷତ୍ରର ବିବାଦୀୟ ଘଟଣା, ମାଲିମକଦ୍ଦମା, ଆଇନ ଅଦାଲତ କ୍ଷେତ୍ରରେ ସୁଫଳ ମିଳିବ। ମାତ୍ର ସବୁବେଳେ ହାତ ଖାଲି ରହିବ ଓ ଚାହୁଁଥିବା ଜିନିଷ ପାଇବାରେ ବାଧା ଉପୁଜିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ବିଦେଶଯାତ୍ରା, ଗବେଷଣାର ସୁଯୋଗ ପାଇବେ।
ବିଛା
ବିଛା
ଆଜି ଅନୁରାଧା ନକ୍ଷତ୍ର ଅତ୍ୟଧିକ ଭ୍ରମଣ ଓ କାର୍ଯ୍ୟବ୍ୟସ୍ତତା କାରଣରୁ ଦେହ ସାମାନ୍ୟ ଭଲ ଲାଗି ନ ପାରେ। ପରିସ୍ଥିତି ଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି କଥାବାର୍ତ୍ତା କରିବା ଭଲ। ବାକ୍‌ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ପାରିବାରିକ କ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ କାମରେ ତାହା ବାଧକ ହେବ ନାହିଁ।
ଧନୁ
ଧନୁ
ଆଜି ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ସମସ୍ୟା ସୁବିଧାରେ, ଶତ୍ରୁତା ମିତ୍ରତାରେ, ପ୍ରତିବନ୍ଧକରେ ବିପଦ ମୁକ୍ତ କରିବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ, ଆନୁଷ୍ଠାନିକ କାମରେ, ନିର୍ମାଣ କ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ। ରାଜନୀତିରେ ଚେଷ୍ଟା ସଫଳ ହେବ ଓ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ମକର
ମକର
ଶ୍ରବଣା ନକ୍ଷତ୍ର ନିଜ ଲୋକଙ୍କୁ ମନେଇ କାମ ହାସଲ କରିବାର ସୁଯୋଗ ଜୁଟିବ। ଆଇନ ଅଦାଲତ, ପ୍ରତିଯୋଗିତା, ଶିଳ୍ପ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ପାଖପଡ଼ୋଶୀ ସହାୟତା କରିବେ।
କୁମ୍ଭ
କୁମ୍ଭ
ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାରକରିବେ। ଉପରିସ୍ଥଙ୍କ ଆଦେଶରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବା ହେତୁ ପାରିବାରିକ ସମସ୍ୟା କେତେକାଂଶରେ କମି କମି ଯିବ। ସାଙ୍ଗସାଥୀଙ୍କ ଅନୁରୋଧକ୍ରମେ ଭ୍ରମଣ ସୁଯୋଗ ଲାଭ କରିବେ।
ମୀନମୀନ

ଆଜିର ଗ୍ରହ ସ୍ଥିତି ଆପଣଙ୍କ କାମକୁ ସହଜରେ ହାସଲ କରିବା ଦିଗରେ ସହାୟକ ହେବେ। ବନ୍ଧୁମାନେ ଈର୍ଷାପରାୟଣ ହୋଇ ଭାବପ୍ରବଣବଶତଃ ଓଲଟା କଥା କହିବା କାରଣରୁ ଅପଦସ୍ଥ ହୋଇପାରନ୍ତି। କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବା କାରଣରୁ କେତେକ କାମ ଅଟକି ରହିଯିବ। କଳା, ସାହିତ୍ୟରେ ଉନ୍ନତି କରିବେ ଓ ସମସ୍ୟା ସମାଧାନ କରିବାରେ ସଫଳତା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଫେବୃଆରୀ ୫ ତାରିଖ – Daily Horoscope

ମେଷ  ଆଜି ଉତ୍ତରାଫାଲଗୁନୀ ନକ୍ଷତ୍ରରେ ଚନ୍ଦ୍ର କର୍ମଜଞ୍ଜାଳଜନିତ ବ୍ୟସ୍ତତା ବୃଦ୍ଧି କରାଇପାରନ୍ତି। ସ୍ବାସ୍ଥ୍ୟୋନ୍ନତି ଓ କାର୍ଯ୍ୟସିଦ୍ଧିରୁ ଯେତିକି ଖୁସି ହେବେ ଭ୍ରାତୃବିବାଦ ଓ ବନ୍ଧୁସମ୍ପର୍କହାନିରୁ ସେତିକି ଦୁଃଖୀ…

ରାଶିଫଳ: ବୁଧବାର, ଫେବୃଆରୀ ୪ ତାରିଖ – Daily Horoscope

ମେଷ ଚତୁଃଗ୍ରହ କର୍ମସ୍ଥାନରେ କାର୍ଯ୍ୟସିଦ୍ଧି, ଅର୍ଥ ଓ ସମ୍ମାନ ଲାଭ କରାଇବେ। କିନ୍ତୁ ନିକିତି ତଉଲ ପରି ପାରିବାରିକ ଜୀବନର ପଲା ନିମ୍ନାଭିମୁଖୀ ହେତୁ ମନାନ୍ତର ଓ…

ରାଶିଫଳ: ମଙ୍ଗଳବାର , ଫେବୃଆରୀ ୩ ତାରିଖ – Daily Horoscope

ମେଷ କେତୁଯୁକ୍ତ ଚନ୍ଦ୍ର କୋଣଭାବସ୍ଥ ଯୋଗୁ କର୍ମକ୍ଷେତ୍ରରେ ଟେନ୍‍ସନ ଲାଗି ରହିବ। ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା…

ରାଶିଫଳ: ସୋମବାର , ଫେବୃଆରୀ ୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଦ୍ୱିଜା ନକ୍ଷତ୍ର ସମସ୍ତ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ନିଜ ଲୋକ ବିରୁଦ୍ଧାଚରଣ କରିପାରନ୍ତି। ଯାନବାହନ, ହୋଟେଲଶିଳ୍ପ, ଛୋଟ ଦୋକାନ, ଆନୁଷ୍ଠାନିକ…

ରାଶିଫଳ: ରବିବାର, ଫେବୃଆରୀ ୧ ତାରିଖ – Daily Horoscope

ମେଷ ଆଜି ପୁଷ୍ୟା ନକ୍ଷତ୍ରରେ ଚନ୍ଦ୍ର ପରିବାର ଓ କର୍ମକ୍ଷେତ୍ରର ସ୍ଥିତିକୁ କେନ୍ଦ୍ର କରି ଭାବପ୍ରବଣ କରାଇବ। ସାମାଜିକ ସ୍ତରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ…

ରାଶିଫଳ: ଶନିବାର, ଜାନୁଆରୀ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହଚକ୍ରର ଅନୁକୂଳତା କର୍ମକ୍ଷେତ୍ର, ପାରିବାରିକ ଏବଂ ସାମାଜିକ ଦିଗକୁ ଋଦ୍ଧିମନ୍ତ କରିବ। ଶିଳ୍ପ, ନିର୍ମାଣ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ। ଆନୁଷ୍ଠାନିକ କାମରେ…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri