Posted inRasifala

ରାଶିଫଳ: ସୋମବାର, ଜୁନ୍‌ ୩ ତାରିଖ – Daily Horoscope

ମେଷ
ଆଜି ଆର୍ଥତ୍କ ଅଭିବୃଦ୍ଧି ସକାଶେ ଅନୁକୂଳ ପରିବେଶ ସୃଷ୍ଟି ହେବ। କାର୍ଯ୍ୟସିଦ୍ଧି ସାଙ୍ଗକୁ ଶିକ୍ଷା କ୍ଷେତ୍ରରେ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହେବେ। ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ଘର ଲୋକଙ୍କୁ କୈଫିୟତ ଦେବାକୁ ପଡିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭର ନ କରି ସ୍ବାବଲମ୍ବୀ ହେବା ପାଇଁ ଚେଷ୍ଟା କରିପାରନ୍ତି।
ବୃଷ
ବୃଷ
ଦୂର ଯାତ୍ରା ପାଇଁ ପୂର୍ବପ୍ରସ୍ତୁତି କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ସକାଶେ ବ୍ୟସ୍ତ ରହିପାରନ୍ତି। ସୁନ୍ଦର ସ୍ବାସ୍ଥ୍ୟ, ଆଦର୍ଶ ପାରିବାରିକ ଜୀବନକୁ ଅଙ୍ଗେ ନିଭାଇ ଖୁସି ରହିବେ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ମନରେ କୁହୁଳୁଥିବା ଅଶାନ୍ତି ପରିସ୍ଥିତିକୁ ବିଗାଡି ଦେଇପାରେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନରେ ପାଇବେ।
ମିଥୁନ
ମିଥୁନ
ଆଜି ଦୂରଯାତ୍ରା ସହ ବନ୍ଧୁମିଳନ ଘଟିପାରେ। ଆର୍ଥିକ ସହାୟତାର ଅଭାବ ରହିବ ନାହିଁ। ପାରିବାରିକ ସମସ୍ୟା ସମାଧାନ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇ ପ୍ରଶଂସିତ ହୋଇପାରନ୍ତି। ସାମୟିକ କେତେକ କାରଣକୁ ନେଇ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।
କର୍କଟ
କର୍କଟ
ଆଜି ପ୍ରତ୍ୟେକ କାମ ସୁରୁଖୁରୁରେ ସମାପନ ହୋଇପାରିବା ସହ ଅର୍ଥ ଓ ସମ୍ମାନ ପାଇବେ। ପରିବହନ କ୍ଷେତ୍ରରେ, କ୍ରୀଡା ଓ ଚଳଚ୍ଚିତ୍ରରେ, ନିର୍ମାଣ କ୍ଷେତ୍ରରେ, ସଭାସମିତିରେ ସଫଳତା ହାସଲ କରିପାରିବେ। ପରିବାରରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ସରକାରୀ ସ୍ତରରେ ଅଟକି ରହିଥିବା କାମ ପାଇଁ ଟେନ୍ସନ ଦୂରୀଭୂତ ହେବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସକାଶେ ଯେତେ ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟଙ୍କୁ ତାହା କିଞ୍ଚିତ ମନେ ହେବ। ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ, ଯାହାକି ମାନସିକ ଅସୁସ୍ଥତାର କେନ୍ଦ୍ରବିନ୍ଦୁ ପାଲଟି ଯିବ। ସ୍ବାର୍ଥକୁ ଜାବୁଡି ଧରି ଆମତ୍ୀୟମାନେ ଶତ୍ରୁତା କରିବେ। ଆଲୋଚନା ପରିସରରେ ସତର୍କରେ ନ ଚଳିଲେ ବିବାଦରେ ପଡିପାରନ୍ତି।
କନ୍ୟା
ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ମଧ୍ୟରେ ଅଟକି ରହୁଥିବାରୁ ଚିନ୍ତା କ୍ରମଶଃ ବୃଦ୍ଧି ପାଇବ। ଆଜି ଆପଣଙ୍କର ଘର କାମ ସାଙ୍ଗକୁ ଅଫିସ୍‌ କାମ ବଳିଯିବ। ପ୍ରବାସୀ ବ୍ୟକ୍ତିମାନଙ୍କର ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ତୁଳା
ତୁଳା
ମନ ଚାହୁଁଥିବା କାମ ଯଥାସମୟରେ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ। ପାରିବାରିକ କ୍ଷେତ୍ରରେ ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ସମସ୍ୟା ସମାଧାନ କରି ବ୍ୟବସାୟ ଓ ପରିବହନରେ, କଳା ସାହିତ୍ୟ ଓ ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ।
ବିଛା
ବିଛା
ଆକସ୍ମିକ ଭାବରେ ସମ୍ପର୍କୀୟଙ୍କ ସାହାଯ୍ୟ ପାଇ ଟେନ୍ସନ ମୁକ୍ତ ହେବେ। କୌଣସି ଜିନିଷ ପାଇବା ଅଭିଳାଷ କ୍ଷେତ୍ରରେ ମନବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବନ୍ଧୁ ମିଳନରେ, ଆଲୋଚନା କିମ୍ବା ସଭା ସମିତିରେ ଆଗ୍ରହୀ ହୋଇପାରନ୍ତି। ଅଫିସ୍‌ କାମରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢିପାରେ।
ଧନୁ
ଧନୁ
କୌଣସି ଅସୁବିଧା ନ ଥିଲେ ମଧ୍ୟ ଦୀର୍ଘଦିନ ହେଲା ପ୍ରିୟଜନଟିକୁ ନ ଦେଖି ମନରେ ଭାବାନ୍ତର ସୃଷ୍ଟି ହେବ। ବନ୍ଧୁମାନଙ୍କୁ ମନାଇ କାମ ହାସଲ କରିବେ। ନୂତନ ଯୋଜନା କାଯର୍‌ୟକାରୀ କରିବା କ୍ଷେତ୍ରରେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ସନ୍ଧ୍ୟା ସମୟରେ ଦେବଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି।
ମକର
ମକର
ପରିବାରର ଆବଶ୍ୟକ ଅର୍ଥ ସକାଶେ କରଜ କରି କାମ ତୁଲାଇ ନେବେ। ନିକଟତମ ବନ୍ଧୁଙ୍କୁ କିଛି ସାହାଯ୍ୟ ମାଗିବେ ଏହି ଭାବନାରେ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ ହେବେ। କଚେରି ମାମଲା ଅମିମାଂସିତ ରହିବା ହେତୁ ଦୁଶ୍ଚିନ୍ତା ବୃଦ୍ଧି ପାଇବା ଆଶଙ୍କା ରହିଛି।
କୁମ୍ଭ
କୁମ୍ଭ
ଆର୍ଥିକ ଦିଗରୁ ଆଜିର ଦିନଟି ବହୁତ ଭଲ, ମୁହଁ ଖୋଲିଲେ କୌଣସି ଅଭାବ ରହିବ ନାହିଁ। ଯେ କୌଣସି କାମ ହେଉନା କାହିଁକି ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଏହା ସାଙ୍ଗକୁ ପାରିବାରିକ କ୍ଷେତ୍ରରେ ମଧ୍ୟ କାହାର ଛୋଟ କଥାକୁ ଧରି ବସନ୍ତୁ ନାହିଁ। ବାଣିଜ୍ୟ, ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ ହେବେ।
ମୀନମୀନ

ଆଜି ଆପଣଙ୍କ କୌଣସି କାମ ଅଟକି ରହିବ ନାହିଁ ଏବଂ ଯେମିତି ଆଶା କରୁଛନ୍ତି ଠିକ୍‌ ସେହିପରି ହିଁ ପାଇ ଖୁସି ରହିବେ। ଆପଣଙ୍କ କାମର ଦାୟିତ୍ୱ ନେଇଥିବା ବନ୍ଧୁମାନେ କାର୍ଯ୍ୟ ସମ୍ପନ୍ନ କରିବାରେ ହେଳା କରିପାରନ୍ତି। ବ୍ୟବସାୟରେ ବାକି ରହିଥିବା ଅର୍ଥ କୌଶଳର ସହ ଆଦାୟରେ ସକ୍ଷମ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri