Posted inRasifala

ରାଶିଫଳ: ମଙ୍ଗଳବାର, ମେ ୨୮ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର କେନ୍ଦ୍ରରେ ବୁଧ ରାଶିସ୍ଥ ଯୋଗୁ ଆମତ୍ୀୟଙ୍କ ସାହାଯ୍ୟ ପାଇବା କଷ୍ଟକର ହେବ। ଶୁକ୍ରଙ୍କ ପ୍ରଭାବରୁ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶ ପାଇପାରନ୍ତି। ଶନିଙ୍କ ଦୃଷ୍ଟି ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ରହିବ। ଆନୁଷ୍ଠାନିକ କାମରେ ସଫଳତା ପାଇବା କ୍ଷେତ୍ରରେ ଜଣେ ପୁରାତନ ସହକର୍ମୀଙ୍କ ସାହାଯ୍ୟ ମିଳିବ।
ବୃଷ
ବୃଷ
ରାଶିରେ ଗୁରୁଶୁକ୍ର ହେତୁ ସାମାନ୍ୟ ପ୍ରତିବନ୍ଧକ ରହିଲେ ମଧ୍ୟ ଅଭିଳାଷ ପୂରଣ ପାଇଁ ଅନୁକୂଳ ବାତାବରଣ ଫେରିବ। ଅନ୍ୟମାନଙ୍କୁ ମନେଇବାକୁ ଚେଷ୍ଟାକରି ସଫଳତା ପାଇପାରିବେ। ବ୍ୟବସାୟ ଓ ପରିବହନରେ ସମସ୍ୟା କମି କମି ଆସିବା ସୂଚନା ରହିଛି। ବନ୍ଧୁଙ୍କ ଆସିବା ବାଟକୁ ଚାହିଁରହି ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
ଲାଭଭାବରେ ରାଶ୍ୟାଧିପ ଆପଣଙ୍କ ସକାଶେ ବନ୍ଧୁ, ଆମତ୍ୀୟ, ସହକର୍ମୀଙ୍କ ଆଦର ଅଭ୍ୟର୍ଥନାର ସୁଯୋଗ ଆଣିବ। ଅର୍ଥ ସମସ୍ୟା ସମାଧାନ ସହ ବ୍ୟବସାୟ, ଯାତ୍ରା, ନିର୍ମାଣ କାର୍ଯ୍ୟରେ ତପତ୍ର ରହିବେ। ଫାଇଲ୍‌ କାମ ଅଟକି ରହିଥିବା ସକାଶେ ଅନୁତାପ କରିପାରନ୍ତି। ସଭାସମିତି, ସଙ୍ଗଠନ କାମ, ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ।
କର୍କଟ
କର୍କଟ
ଏକାଦଶସ୍ଥ ତିନୋଟି ଗ୍ରହ ଦୈନନ୍ଦିନର ଜୀବନଯାତ୍ରାକୁ ସୁଗମ କରାଇବେ। ପ୍ରଶାସନିକ ସ୍ତରରେ କିମ୍ବା ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ପାରନ୍ତି। ପରିବାର ଭିତରେ ବିନା କାରଣରେ ବିରକ୍ତି ପ୍ରକାଶକରି ଅପ୍ରିୟ ହେବେ। କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ସି˚ହ
ସି˚ହ
ରବି କର୍ମାଧିପତି ସହ ଅବସ୍ଥାନକରି ଆପଣଙ୍କୁ କର୍ମମୁଖର କରାଇବା ସହ ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା ଲାଭକରିବେ। ନିଷ୍ପତ୍ତି ଗ୍ରହଣରେ ନିରପେକ୍ଷ ତଥା ସତ୍ୟ ଓ ନ୍ୟାୟୋଚିତ ମନ୍ତବ୍ୟ ଦେଇ ପ୍ରଶଂସିତ ହେବେ। ପାରିବାରିକ ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁ ହସ୍ତକ୍ଷେପ କରିବାକୁ ନେହୁରା ହେବାକୁ ପଡ଼ିପାରେ।
କନ୍ୟା
ରାଶି ପ୍ରତି ମଙ୍ଗଳଙ୍କ ଦୃଷ୍ଟି ଅମଙ୍ଗଳ ସଦୃଶ ପ୍ରତ୍ୟେକ କାମକୁ ବିବାଦୀୟ କରି ଅଶାନ୍ତ ପରିସ୍ଥିତି ସୃଷ୍ଟିକରିପାରନ୍ତି। ବର୍ତ୍ତମାନର ପରିସ୍ଥିତିରେ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିପାରିଲେ କେତେକାଂଶରେ ରିହାତି ମିଳିବ। ଜମିବାଡ଼ି ସମ୍ପତ୍ତିକୁ କେନ୍ଦ୍ରକରି ପଡ଼ୋଶୀ କିମ୍ବା କ୍ରୟକାରୀ ବନ୍ଧୁଙ୍କ ସହ କଳହ ସୃଷ୍ଟି ଆଶଙ୍କା ରହିଛି।
ତୁଳା
ତୁଳା
ଭାଗ୍ୟାଧିପ ବୁଧ ରାଶିକୁ ଦେଖୁଥିବାରୁ ଅନୁକୂଳ ବାତାବରଣ ମଧ୍ୟରେ ପ୍ରତ୍ୟେକ କାମକୁ ସୁଚାରୁ ରୂପେ ସମ୍ପାଦନ କରିପାରିବେ। କିନ୍ତୁ ପାପମଧ୍ୟସ୍ଥ ରାଶ୍ୟାଧିପତି ଜନିତ ବିଶେଷ ଭ୍ରମଣ ସାଙ୍ଗକୁ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ନୂତନ କର୍ମାରମ୍ଭ, ଯାତ୍ରା, ବାଣିଜ୍ୟ, ବନ୍ଧୁଙ୍କ ସହ ଆଲୋଚନା କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ଶନି କ୍ଷେତ୍ରସ୍ଥ ଚନ୍ଦ୍ର ପ୍ରଭାବରୁ କାମର ଚାପ ଓ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଆମତ୍ୀୟଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ଆଶଙ୍କା ଏଡ଼ାଇ ଦିଆଯାଇ ନ ପାରେ। ଆଜି ଏକାଧାରରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ଧନୁ
ଧନୁ
ପ୍ରିୟଜନର ଅନୁପସ୍ଥିତି ମନରେ ଭାବାନ୍ତର ସୃଷ୍ଟି କରିବାଜନିତ ଆନମନା ରହିବେ। କେତୁ ପ୍ରଭାବରୁ କର୍ମକ୍ଷେତ୍ରରେ ଚାପଗ୍ରସ୍ତ ହେବେ। ରାଜନୀତିରେ, ସଭାସମିତିରେ, ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କଳା, ସାହିତ୍ୟ, ସଙ୍ଗୀତ, ଗବେଷଣା ତଥା ସମ୍ପର୍କ ସ୍ଥାପନ କ୍ଷେତ୍ରରେ ସଫଳତା ପାଇବେ।
ମକର
ମକର
ଚନ୍ଦ୍ରଙ୍କ ସୁପ୍ରଭାବ ସାଙ୍ଗକୁ ଅନୁକୂଳ ଗ୍ରହ ସ୍ଥିତି ହେତୁ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ଧନିଷ୍ଠା ନକ୍ଷତ୍ର ପାଇଁ ସମସ୍ତଙ୍କୁ ସନ୍ତୁଷ୍ଟ କରାଇବା ସହଜ ହେବନାହିଁ। ପରିବାରରେ ପରୋକ୍ଷ ସମାଲୋଚନା ଶୁଣି ବ୍ୟସ୍ତତା ପ୍ରକାଶ କରିପାରନ୍ତି। ପରୋକ୍ଷ ଶତ୍ରୁତା ହେତୁ ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ, କିନ୍ତୁ କର୍ମକ୍ଷେତ୍ର ସମସ୍ୟାବହୁଳ ରହିପାରେ। ଦୁଃସ୍ଥାନସ୍ଥ ଚନ୍ଦ୍ରଙ୍କ ଯୋଗୁ ଅଭାବ ଅସୁବିଧା ନ ଥାଇ ମଧ୍ୟ ବିଭିନ୍ନ ଦୁଶ୍ଚିନ୍ତା ମନକୁ ବିଶାଦିତ କରିବ। ବୁଧଙ୍କ ପ୍ରଭାବରେ ଯୋଗ, ଶରୀର ଚର୍ଚ୍ଚା, ବ୍ୟାୟାମ, ତୀର୍ଥାଟନ ପାଇଁ ମନ ବଳାଇପାରନ୍ତି। ଆନୁଷ୍ଠାନିକ, ସାମାଜିକ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ।
ମୀନମୀନ

ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି, ବନ୍ଧୁଙ୍କ ସ୍ନେହ, ଶ୍ରଦ୍ଧା ବୁଧ ଓ ଶୁକ୍ରଙ୍କ ସ୍ଥିତିଜନିତ କମ୍‌ଜୋର ରହିବ। ଉତ୍ତରଭାଦ୍ରପଦ ନକ୍ଷତ୍ର ସାମାଜିକ ସ୍ତରରେ ସମ୍ମାନ, ସହଯୋଗ, କାର୍ଯ୍ୟସିଦ୍ଧିଜନିତ ଖୁସି ରହିବେ। କେତେକ କ୍ଷେତ୍ରରେ ଭାବପ୍ରବଣତାବଶତଃ କଥାବାର୍ତ୍ତାକରି ଅପଦସ୍ଥ ହୋଇପାରନ୍ତି। ବନ୍ଧୁ ନିଜ ସୁବିଧା ହାସଲ ସକାଶେ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri