Categories: Rasifala

ରାଶିଫଳ: ସୋମବାର, ନଭେମ୍ବର ୨ ତାରିଖ – Daily Horoscope

ମେଷ
ଆଜି ଧନ ସ୍ଥାନରେ ରାହୁ ସହ ଚନ୍ଦ୍ର ଯୋଗ ଧନହାନିର କାରଣ ହୋଇପାରେ । ମିଥ୍ୟାଭାଷଣରୁ ବନ୍ଧୁ ସମ୍ପର୍କ ଫିକା ପଡିଯିବ ଏବଂ ଯାନବାହନରେ ଅସୁବିଧାର ସମ୍ମୁଖୀନ ହେବେ । ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇପାରେ । ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା ଓ ସାହିତ୍ୟ, ଗବେଷଣା, ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ ।
ବୃଷ

ଆଜି ପାପଗ୍ରହ ଯୁକ୍ତ କାରଣରୁ ପ୍ରତ୍ୟେକ ପରିସ୍ଥିତିରେ ଆପଣ କମଜୋର ରହିବେ । ଅଧିକାଂଶ ସମୟ ମାନସିକ ଅସ୍ଥିରତା ସଙ୍ଗକୁ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିବ । ପରିବାରରେ ସାଧାରଣ କଥାରେ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି । ବାଣିଜ୍ୟ, ବ୍ୟବସାୟ,ଏଜେନ୍ସିପ୍ ଓ ପରିବହନ କ୍ଷେତ୍ରରୁ ଲାଭବାନ ହେବେ ।

ମିଥୁନ
ବ୍ୟୟସ୍ଥାନ ପାପଗ୍ରହ ପ୍ରଭାବରୁ ଖର୍ଚ୍ଚଭାର ବୃଦ୍ଧି ପାଇବା ଦୁଶ୍ଚିନ୍ତାର କାରଣ ହେବ । ଯାହାକୁ କିଛି ସହାନୁଭୂତି ଆଶାରେ କହିବାକୁ ଯିବେ, ସେ ଓଲଟା କଥା କହିବ । ଇଚ୍ଛା ନ ଥିଲେ ଅସ୍ଥିର ମନ ହେତୁ କଥାରେ ସଂଯମତା ହରାଇବେ ଓ ସମସ୍ୟାକୁ ଡାକି ଆଣିଲା ଭଳି କାମ କରିପାରନ୍ତି । କ୍ରୀଡା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।
କର୍କଟ
ଆପଣଙ୍କ ରାଶି ଥଣ୍ଡାଗ୍ରହ ଶନିଙ୍କ ଦୃଷ୍ଟିରେ ଥିବାରୁ ସହନଶୀଳତା ଓ ଉଦାର ମନୋଭାବ କାରଣରୁ ଅନ୍ୟମାନଙ୍କର ପ୍ରିୟପାତ୍ର ହେବେ । କିନ୍ତୁ ଅତ୍ୟଧିକ ଭାବପ୍ରବଣତା କାରଣରୁ ସାଧାରଣ ସମସ୍ୟା ଗୁରୁତର ମନେ ହୋଇପାରେ । ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ ।
ସି˚ହ
କର୍ମାଧିପ ନୀଚରାଶିରେ ଥିବାରୁ ଆଜିର କାର୍ଯ୍ୟରେ କିଛିଟା ବ୍ୟତିକ୍ରମ ସୃଷ୍ଟିହୋଇପାରେ । ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ତଥାପି କାମର ଚାପ ବହୁତ ବଢିଯିବ । ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବହୁତ ଭଲ ।
କନ୍ୟା
ବ୍ୟକ୍ତିଗତ ମଜା ମଉଜ ଓ ସୁଖ, ସୁବିଧାକୁ ପ୍ରାଧାନ୍ୟ ଦେଇ ଦାୟିତ୍ୱପୂର୍ଣ୍ଣ କାମଗୁଡିକୁ ଅବହେଳା କରିବେ । ଫଳତଃ ପରିବାର ଭିତରେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ । କୌଣସି ଗୃହୋପକରଣ କିମ୍ବା ମୂଲ୍ୟବାନ୍ ସାମଗ୍ରୀ କ୍ରୟ କରିପାରନ୍ତି ।
ତୁଳା
ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ସକାଶେ କଳହର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅଟକି ରହିଥିବା ବହୁତଗୁଡାଏ କାମ ଟେନ୍ସନ ବଢାଇବ । ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ କିନ୍ତୁ ପରୋକ୍ଷ ଶତ୍ରୁତା ମଧ୍ୟ ସୃଷ୍ଟି ହେବ । ଯାତ୍ରା, ବନ୍ଧୁସମ୍ପର୍କ, କ୍ରୟବିକ୍ରୟ କ୍ଷେତ୍ରରେ କିଛିଟା ଶୁଭଫଳ ପାଇବେ ।
ବିଛା
ମାନସିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ ବୃହସ୍ପତିଙ୍କ ଅବଦାନ ରହିବ । କିନ୍ତୁ ପରିଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା କାରଣରୁ ବିଚଳିତବୋଧ କରିପାରନ୍ତି । ସାମ୍ବାଦିକତା, ରାଜନୀତି, ନୂତନ କର୍ମାରମ୍ଭ, କଳା, ସାହିତ୍ୟ ଓ ଏଜେନ୍ସିପ୍ ପ୍ରଭୃତିରୁ ସୁଫଳ ପାଇବେ । କୌଣସି ନୂତନ ବନ୍ଧୁଙ୍କ ସହ ଆତ୍ମୀୟତା ବୃଦ୍ଧି ପାଇବ ।
ଧନୁ
ଆପଣଙ୍କ ରୋକଠୋକ୍ କଥା ବନ୍ଧୁଙ୍କ ମନରେ ଆଘାତ ସୃଷ୍ଟି କରିବ । ଅନ୍ୟମନସ୍କତା କିମ୍ବା ବିସ୍ମରଣ ଜନିତ କୌଣସି ଜିନିଷ ହରାଇ ପାରନ୍ତି । ସହକର୍ମୀ, ଭାଇଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ । ଜୋର୍ କରି ଅନ୍ୟମାନଙ୍କଠାରୁ ଅର୍ଥ, କାମ, ଆଦାୟ କରି ସମାଲୋଚିତ ହୋଇପାରନ୍ତି ।
ମକର

ଆଜି ଯାହା ଓ ଯେମିତି ଆଶା କରୁଛନ୍ତି ସେମିତି ହିଁ ପାଇବାରେ କୌଣସି ଅସୁବିଧା ରହିବ ନାହିଁ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଝଗଡା ଲାଗିପାରେ । ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇବ । ପଡୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିପାରନ୍ତି ।

କୁମ୍ଭ
ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ସମସ୍ତ ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ନିକଟ ସମ୍ପର୍କୀୟ ମାନଙ୍କ ଈର୍ଷା ଓ ଅସୂୟା ଭାବ ଯୋଗୁଁ ବିଚଳିତବୋଧ କରିପାରନ୍ତି ।
ମୀନ

ଆଜିର ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଭଲ ରହିବନାହିଁ । ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାନ୍ତି । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଲାଭବାନ ହେବାର ଆଶା ରହିଛି ।