Posted inRasifala

ରାଶିଫଳ: ସୋମବାର, ମେ ୬ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଓ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି, ରାଜନୀତି, କଳା, ସାହିତ୍ୟ, ସଂଗଠନ ତଥା ଅଧ୍ୟାପନା କ୍ଷେତ୍ରରୁ ପ୍ରଶଂସା ମିଳିବ। କିନ୍ତୁ ଠିକ୍‌ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି।
ବୃଷ
ବୃଷ
ଅର୍ଥନୈତିକ ପ୍ରଗତି, ପାରିବାରିକ ସଦ୍‌ଭାବ, ବନ୍ଧୁଙ୍କ ସାହାଯ୍ୟ ଲାଭକରି କାମ ହାସଲ କରିବେ। କର୍ମକ୍ଷେତ୍ରରେ ସମ୍ଭାବ୍ୟ ସମସ୍ୟାକୁ ପ୍ରତିରୋଧ କରିବାରେ ସମର୍ଥ ହେବେ। ପାରିବାରିକ ଟେନସନ୍‌ ଦୂର ହେବ ଏବଂ କଳ୍ପନା କିମ୍ବା ଆଶା କରି ନ ଥିବା ଜିନିଷ ଲାଭ କରିବେ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଗତକାଲିଠାରୁ ଯାହା ଚିନ୍ତା କରିଛନ୍ତି ଆଜି ତାହା ବାସ୍ତବତାରେ ପରିଣତ ହେବାରେ ପ୍ରତିବନ୍ଧକ ରହିବ ନାହିଁ। ବୌଦ୍ଧିକତାର ଅଭିବୃଦ୍ଧି ସହ ବୁଦ୍ଧିଜୀବୀ ଗହଣରେ ପ୍ରଶଂସା ଓ ପ୍ରତିଷ୍ଠା ପାଇବେ। ଆରଦ୍ରା ନକ୍ଷତ୍ର ସକାଶେ ସମସ୍ତ ସୁବିଧା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
କର୍କଟ
କର୍କଟ
ଆଜି ଯାହା ଓ ଯେତିକି ପାଇବା କଥା ତାହା ଅବଶ୍ୟ ପାଇବାରେ କୌଣସି ଅସୁବିଧା ରହିବ ନାହିଁ। କେତେକ କାମ ସକାଶେ ଅବଶ୍ୟ ବନ୍ଧୁମାନଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ। ସଭାସମିତିରେ ସଫଳତା ହାସଲ କରିବେ କିନ୍ତୁ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ ବୁଝିପାରନ୍ତି। ପୁନର୍ବସୁ ନକ୍ଷତ୍ର ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
ସି˚ହ
ସି˚ହ
ରାଶ୍ୟାଧିପ ରବିଙ୍କ ଉଚ୍ଚାବସ୍ଥାନ ଯୋଗୁ ରାଜକୀୟ ଠାଣି ଆପଣଙ୍କ ପ୍ରାଧାନ୍ୟକୁ ପ୍ରକଟିତ କରିବ। କିନ୍ତୁ ସାମୟିକ ଭାବରେ ଆପଣଙ୍କ ଚିନ୍ତାଧାରାର ବିପରୀତ ଆଚରଣକୁ ବରଦାସ୍ତ କରିପାରିବେ ନାହିଁ। ଭୁଲ୍‌ ନିଷ୍ପତ୍ତି ନେବା କାରଣରୁ କେତେକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟିର କାରଣ ହୋଇପାରେ।
କନ୍ୟା
ଆପଣଙ୍କ କଥା ଓ କାମକୁ ବନ୍ଧୁମାନେ ପସନ୍ଦ କରିପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ହେବେ। ସାଧାରଣ କଥାକୁ ଜଟିଳକରି ଅଯଥା ପରିବାରରେ ଅଶାନ୍ତିର ଆଶଙ୍କା ରହିଛି। ହସ୍ତା ନକ୍ଷତ୍ର ଅର୍ଥ ସଙ୍କଟ ହେତୁ କାମଗୁଡିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଏଡି ହେବନାହିଁ।
ତୁଳା
ତୁଳା
ଆଜି ସ୍ବାସ୍ଥ୍ୟରେ ଉନ୍ନତି, ଆର୍ଥିକ ପ୍ର୍ରଗତି, ପାରିବାରିକ ସନ୍ତୋଷ ଯୋଗୁ ଖୁସି ରହିବେ। ପାରିପାର୍ଶ୍ୱିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମନକୁ ଉଲ୍ଲସିତ କରିବ। କୌଣସି ଅସୁବିଧା ନ ଥିଲେ ମଧ୍ୟ ଅନ୍ୟମାନଙ୍କ କାର୍ଯ୍ୟକଳାପକୁ ନେଇ ତର୍କବିତର୍କ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଆଶଙ୍କା ରହିଛି।
ବିଛା
ବିଛା
ଅଧିକାଂଶ କ୍ଷେତ୍ରରେ ନୀରବତା ହିଁ ଆପଣଙ୍କ ଭାବମୂର୍ତ୍ତିକୁ ବୃଦ୍ଧି କରିବ। ଯୁକ୍ତିଯୁକ୍ତ ଭାବଗର୍ଭକ ମନ୍ତବ୍ୟ ବିଜ୍ଞବ୍ୟକ୍ତିଙ୍କ ଗ୍ରହଣୀୟ ହୋଇପାରେ। ପଦସ୍ଥ ବ୍ୟକ୍ତିଙ୍କ ସୁଦୃଷ୍ଟି, ସାମାଜିକ, ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ର୍ର ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ। ଅର୍ଥ ସଙ୍କଟ ଦୂର ହେବ, କାର୍ଯ୍ୟରେ ପୂର୍ଣ୍ଣତା ଆସିବ ଏବଂ ଶତ୍ରୁତାର ଅବସାନ ମଧ୍ୟ ଘଟିବ।
ଧନୁ
ଧନୁ
ପାରିବାରିକ ସମ୍ପର୍କ ଓ ପାରିପାର୍ଶ୍ୱିକ ସମ୍ପର୍କ ବହୁତ ଭଲ ରହିବ। କର୍ମକ୍ଷେତ୍ର୍ରରେ ପ୍ରତ୍ୟେକ କାମ ସହଜରେ ହାସଲ କରିପାରିବେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡିବେ, କିନ୍ତୁ କୌଣସି କାମ ଅଟକିବ ନାହିଁ। ମୂଳା ନକ୍ଷତ୍ର ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।
ମକର
ମକର
ଆଜି ଧନିଷ୍ଠା ଆନୁଷ୍ଠାନିକ କାମରେ ସାମାଜିକ ପ୍ରତିଷ୍ଠା ବୃଦ୍ଧିପାଇବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ହଠାତ୍‌ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହେବାରୁ ଦୁଶ୍ଚିନ୍ତା ବଢିଯାଇପାରେ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ସହକର୍ମୀଙ୍କୁ ବିଭିନ୍ନ ବିନୟପୂର୍ଣ୍ଣ କଥା କହିପାରନ୍ତି।
କୁମ୍ଭ
କୁମ୍ଭ
ଆଜି ସମ୍ପର୍କୀୟଙ୍କ ସହଯୋଗରୁ ପ୍ରତ୍ୟେକ କାମକୁ ସୁବିଧାରେ ସମ୍ପନ୍ନ କରିବେ। ପୂର୍ବଭାଦ୍ର ନକ୍ଷତ୍ରର ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ରାସ୍ତା ଖୋଲିଯିବ। ରାଜନୀତି କ୍ଷେତ୍ରରେ କିମ୍ବା ଆଲୋଚନା କାଳରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ପରିବାରର ବ୍ୟତିକ୍ରମ ଘଟଣାଟି ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ।
ମୀନମୀନ

ବିଭିନ୍ନ ଘରୋଇ ସମସ୍ୟା ମନକୁ ଭାରାକ୍ରାନ୍ତ କରିବା ହେତୁ ମନସ୍ତାପ କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ସୃଷ୍ଟି ହୋଇପାରେ। ପଡ଼ୋଶୀ କିମ୍ବା ଅନ୍ତରଙ୍ଗ ବନ୍ଧୁମାନେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇପାରନ୍ତି। ବେଳକୁ ବେଳ ପରିବାରର ଖର୍ଚ୍ଚଭାର ବୃଦ୍ଧି ଯୋଗୁ ଚିନ୍ତା ପ୍ରକଟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri