Categories: Rasifala

ରାଶିଫଳ: ରବିବାର , ମେ ୫ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ଓ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ଭ୍ରାତୃବର୍ଗ କିମ୍ବା ଆମତ୍ୀୟଙ୍କ ସହ ବିରୋଧଭାବ ଉଦ୍ରେକ କରିବାର ସୂଚନା ଜାଣିପାରିବେ। କୃତ୍ତିକା ନକ୍ଷତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା ହେତୁ ମାନସିକ ଅସ୍ଥିରତା ଦୂର ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ ଓ ଆର୍ଥିକ ଉନ୍ନତି ଘଟିବ।
ବୃଷ
ଆନୁଷ୍ଠାନିକ କାମରେ ବିଳମ୍ବଜନିତ ପ୍ରତିରୋଧର ସାମ୍ନା କରିବାକୁ ପଡ଼ିପାରେ। ରୋହିଣୀ ନକ୍ଷତ୍ର ସ୍ତ୍ରୀଙ୍କ ସହଯୋଗ, ବାଣିଜ୍ୟ, ଯାତ୍ରା ଅନୁକୂଳ ରହିବ। ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ କିଛିଟା ଖର୍ଚ୍ଚାନ୍ତ କରାଇ କାମ ହାସଲରେ ସହାୟକ ହେବ। ବହୁତ ଦିନରୁ ଇଚ୍ଛାକରି ମଧ୍ୟ ଆଣିପାରି ନ ଥିବା ଜିନିଷଟି ଆଜି ଆଣିପାରନ୍ତି।
ମିଥୁନ
ପରିବାରରେ ଭୁଲ୍‌ ନିଷ୍ପତ୍ତି ପରିସ୍ଥିତିକୁ ଓଲଟାଇଦେବାର ସୂଚନା ରହିଛି। ଆପଣଙ୍କୁ ନିଜ ଘର କାମ ସାଙ୍ଗକୁ ବନ୍ଧୁ ମାନଙ୍କ କାମକୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ କରିବାକୁ ପଡ଼ିବ। ମୃଗଶିରା ନକ୍ଷତ୍ର ଅଫିସ କାମରେ ବିଭିନ୍ନ ଦିଗରୁ ଆଲୋଚନା କରିବାକୁ ପଡ଼ିପାରେ। ଯାତ୍ରାରେ ସଫଳତା ପାଇବେ, କିନ୍ତୁ ସମସ୍ୟା ଭିତର ଦେଇ ଯିବାକୁ ହେବ।
କର୍କଟ
ଆଜି ଅଶ୍ଳେଷା ନକ୍ଷତ୍ରର ଅର୍ଥହାନି, ତତ୍‌ସମ୍ପର୍କିତ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ ମଧ୍ୟରେ ମାନସିକ ଅଶାନ୍ତି ସୃଷ୍ଟିକରିବ। ନୂତନ ସ୍ଥାନ ପରିଦର୍ଶନ, ନୂଆ କାମର ପରିକଳ୍ପନା, ଅଜଣା ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। କର୍ମକ୍ଷେତ୍ରରେ ଫାଇଲ୍‌ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଂ ପ୍ରଭୃତିରେ ଜଞ୍ଜାଳ ବୃଦ୍ଧି ପାଇବ।
ସି˚ହ
ଦୃଢ଼ ମନୋବଳ ସାଙ୍ଗକୁ ଧୈର୍ଯ୍ୟ, ଯୁକ୍ତିଯୁକ୍ତ କଥା ପରିସ୍ଥିତିକୁ ସମ୍ଭାଳିବାରେ ସାହାଯ୍ୟ କରିବ। ଉତ୍ତରା ଫାଲଗୁନୀ ନକ୍ଷତ୍ର ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହେବେ। ଘରୋଇ କଥାକୁ କେନ୍ଦ୍ରକରି ସମସ୍ୟା ଆସିପାରେ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାର୍ଯ୍ୟ ଓ ଯାତ୍ରା ସନ୍ତୋଷଜନକ ରହିବ।
କନ୍ୟା
ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସାମ୍ନା କରିବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଦେଖାଦେବ। ବନ୍ଧୁ ଗହଣରେ ଯାହା ବିଷୟରେ ଆଲୋଚନା କରୁଥିବେ ତାହାକୁ ହଠାତ୍‌ ଅତି ନିକଟରେ ଦେଖି ହଡ଼ବଡ଼େଇ ଯାଇପାରନ୍ତି। ଚିତ୍ରା ନକ୍ଷତ୍ର ଆଇନ ଅଦାଲତ, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ପାଇବେ।
ତୁଳା
ସ୍ବାସ୍ଥ୍ୟ, ଲୋକସମ୍ପର୍କ, ଅର୍ଥନୀତି, ଗୁପ୍ତ ମନ୍ତ୍ରଣା କ୍ଷେତ୍ରରେ ଉନ୍ନତ ଫଳ ପାଇବେ। ପର୍ଯ୍ୟଟନ, ସତ୍‌ସଙ୍ଗ ଦିଗକୁ ଆକୃଷ୍ଟ ହୋଇପାରନ୍ତି। ସ୍ବାତୀ ନକ୍ଷତ୍ର ରାଜନୀତି, ନିର୍ମାଣ ଓ କଳା, ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନକରି ଖୁସି ରହିବେ। ସଭାସମିତି କିମ୍ବା ଆନୁଷ୍ଠାନିକ କାମ ସକାଶେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ବିଛା
ଆଜି ବିବାଦୀୟ ପରିସ୍ଥିତିରେ ଆରକ୍ଷୀ ସମ୍ପର୍କକୁ ନେଇ ଟେନ୍‌ସନ ଲାଗିରହିବ। ଚୁକ୍ତିପତ୍ର ସମ୍ପାଦନ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଜ୍ୟେଷ୍ଠା ନକ୍ଷତ୍ର ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ଏକପ୍ରକାର ଖୁସି ରହିବ। ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱ କର୍ମକ୍ଷେତ୍ରକୁ କେତେକାଂଶରେ ପ୍ରଭାବିତ କରିପାରେ।
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ଅର୍ଥହାନି ଓ ଶରୀର ପୀଡ଼ାରୁ କଷ୍ଟ ପାଇବେ। ଆଗାମୀ ଦିନର ମାଙ୍ଗଳିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟରେ ଆଜି ଋଣ ସୂତ୍ରରେ ଅର୍ଥଲାଭ କରିବାର ଯୋଗ ରହିଛି। ମାଲି ମକଦ୍ଦମା, ବାଣିଜ୍ୟ, ସାହିତ୍ୟ କ୍ଷେତ୍ର ଉନ୍ନତ ରହିବ।
ମକର
ଆପଣଙ୍କ ଉଦାର ମନୋଭାବ କାରଣରୁ ଭାଇ, ବନ୍ଧୁ, ପଡ଼ୋଶୀଙ୍କ ସହ ସୁସମ୍ପର୍କ ବୃଦ୍ଧି ପାଇବ। ଶ୍ରବଣା ନକ୍ଷତ୍ର ଅଧସ୍ତନ କର୍ମଚାରୀଙ୍କ ଆନୁଗତ୍ୟ, ବିଶ୍ୱସନୀୟ କାର୍ଯ୍ୟକଳାପରୁ ସନ୍ତୋଷ ପ୍ରକାଶ କରିପାରନ୍ତି। ପ୍ରାପ୍ୟ ଧନ ପାଇଁ ପ୍ରତିବନ୍ଧକଜନିତ ମାନସିକ ସ୍ଥିତି ଉତ୍ତେଜନାପ୍ରବଣ ରହିପାରେ।
କୁମ୍ଭ
ପାରିବାରିକ କ୍ଷେତ୍ରରେ ଲାଗିରହିଥିବା ଅସନ୍ତୋଷ ମାନସିକ ସ୍ଥିତିକୁ କଳୁଷିତ କରିବ। ରାଜନୀତି, କଳା, ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିବ। ଶତଭିଷା ନକ୍ଷତ୍ର ଶିଳ୍ପ, ବାଣିଜ୍ୟ, ପରିବହନ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବନ୍ଧୁମାନେ ନିଜ ନିଜ ଭିତରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମୀନ

ଆଜି ବ୍ୟୟବୃଦ୍ଧି, ବିଭିନ୍ନ ସମସ୍ୟା ସମାଧାନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ପାଇବେ ଏବଂ ବନ୍ଧୁଙ୍କ ପ୍ରେରଣା ଲାଭଦାୟକ ହୋଇପାରେ। ରେବତୀ ନକ୍ଷତ୍ର କଳା, ସାହିତ୍ୟ ପ୍ରତି ଅନୁରାଗ ବଢ଼ିବ ଓ ପ୍ରଶଂସିତ ମଧ୍ୟ ହେବେ। ପ୍ରିୟଜନଙ୍କ ଆହ୍ବାନରେ ଭ୍ରମଣପ୍ରିୟ ହେବେ ଏବଂ ନୂତନ ଜିନିଷ କିଣିବାକୁ ମନ ବଳାଇପାରନ୍ତି।