Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ
ଶାରୀରିକ ସମସ୍ୟା ଲାଗିରହିଥିଲେ ମଧ୍ୟ କର୍ମଜଞ୍ଜାଳରୁ ମୁକ୍ତି ପାଇବା ସହଜ ନ ହୋଇପାରେ। ଜଣେ ହିତୈଷୀଙ୍କ ଆନ୍ତରିକ ଚେଷ୍ଟାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଖର୍ଚ୍ଚର ସୁଅକୁ ରୋକିପାରିବେ ନାହିଁ। ଆଜି ଘରର ଅସଜଡ଼ା କାମକୁ ସଜାଡ଼ି ନେଇପାରନ୍ତି।
ବୃଷ
ବୃଷ
ରବି ସହ ଶୁକ୍ରଙ୍କ ସାନ୍ନିଧ୍ୟରୁ ନିଜ ଲୋକଙ୍କ ସମର୍ଥନ ଲାଭକରି ମାନସିକ ସ୍ତରରେ ଆଶ୍ୱସ୍ତି ଲାଭକରିବେ। ଅସାବଧାନତାରୁ ମୂଲ୍ୟବାନ୍‌ ଦବ୍ର୍ୟ ନଷ୍ଟ ସୂଚନା ରହିଛି। ଯିବା ସମୟରେ କୌଣସି ଦରକାରୀ କାଗଜପତ୍ର ନ ପାଇ ବ୍ୟସ୍ତ ହୋଇପାରନ୍ତି। ଅଧିକାଂଶ ସମୟ ମାନସିକ ଅସ୍ଥିରତା କାରଣରୁ କୌଣସି ନିଷ୍ପତ୍ତି ନେବା ସହଜ ନ ହୋଇପାରେ।
ମିଥୁନ
ମିଥୁନ
ବୁଧ ସହ ବୃହସ୍ପତି ସଂଯୋଗଜନିତ ଆପଣ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାହାଯ୍ୟ ଓ ସମର୍ଥନ ଲାଭକରି କାମ ହାସଲ କରିପାରିବେ। ପାରିବାରିକ ଜୀବନରେ ଅସୁବିଧା ଉପୁଜିବ ନାହିଁ। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟାକଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାକୁ ନିଷ୍ପତ୍ତି ନେଇପାରନ୍ତି।
କର୍କଟ
କର୍କଟ
ଷଷ୍ଠସ୍ଥ ରାଶ୍ୟାଧିପ ହେତୁ ଆଜି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରରେ ଦୃଢ଼ ମନୋବଳ ଓ ଉସତ୍ାହ, ଉଦ୍ଦୀପନା ନେଇ କାମ କରିବେ। ଯେକୌଣସି କାମରେ ଚେଷ୍ଟା ସଫଳହେବାରେ ଜଣେ ହିତୈଷୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ବାଣିଜ୍ୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇପାରନ୍ତି।
ସି˚ହ
ସି˚ହ
ବୃହସ୍ପତି ଭାଗ୍ୟ ସ୍ଥାନରେ ଚନ୍ଦ୍ରଙ୍କ କୋଣଭାବସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ। ବ୍ୟୟବୃଦ୍ଧିଜନିତ ଦୁଶ୍ଚିନ୍ତାରେ ମନ ଉଦ୍‌ବେଳିତ ରହିବା ନିଶ୍ଚିତ। ଆଜି ତରବରିଆ ଯାତ୍ରା ନ କରିବା ଭଲ, ସତର୍କ ନ ରହିଲେ ସାଧାରଣ ଆଘାତ ଲାଗିପାରେ। ଅଧ୍ୟୟନ ଓ ଅଧ୍ୟାପନା, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ରାଶିରେ କେତୁ ପ୍ରଭାବରୁ ଆପଣଙ୍କ ଶ୍ଳେଷାର୍ଥପୂର୍ଣ୍ଣ କଥାକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ଆଜି ଯାହା ଆଶା ରଖିଛନ୍ତି, ତାହା ବିଳମ୍ବରେ ପାଇବେ। ପ୍ରଶାସନିକ ସ୍ତରରେ ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡ଼ିକର ସମୀକ୍ଷା କରିପାରନ୍ତି।
ତୁଳା
ତୁଳା
ବୁଧ ଏବଂ ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରେ ନିଜକୁ ଚଳାଇ ନେବାର କଳା ଯୋଗୁ ପ୍ରାୟତଃ ଅସୁବିଧା ରହିବ ନାହିଁ। ସାହାଯ୍ୟ, ସହଯୋଗ ମନୋଭାବରୁ ଅଫିସରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବ୍ୟବସାୟରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ପ୍ରତିବନ୍ଧକକୁ ହଟାଇ ଲାଭବାନ୍‌ ହେବେ। କଚେରି ମାମଲା ସକାଶେ ଦୁଶ୍ଚିନ୍ତା ବଢ଼ିପାରେ।
ବିଛା
ବିଛା
ଚତୁର୍ଥସ୍ଥ ପରସ୍ପର ବିରୁଦ୍ଧାମତ୍କ ଗ୍ରହ ହେତୁ କେତେକ କାମ ସକାଶେ ପରିସ୍ଥିତି ଅନୁକୂଳ ରହିବ ନାହିଁ। ବ୍ୟବସାୟ, ପରିବହନ ଓ ଶିଳ୍ପବାଣିଜ୍ୟ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିପାରିିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନର ଆଶା ଦୁର୍ଲଭ ହୋଇପଡ଼ିବ। ରୋଗ, ଋଣ ଓ ପାରିବାରିକ ସମସ୍ୟାରୁ ରକ୍ଷା ପାଇବାର ପରିକଳ୍ପନା କରିପାରନ୍ତି।
ଧନୁ
ଧନୁ
ଦ୍ୱାଦଶସ୍ଥ ଏକାଧିକ ଗ୍ରହ ହେତୁ କୌଣସି ବିବାଦ, ପ୍ରତିଦ୍ୱନ୍ଦ୍ୱିତା, ତର୍କବିତର୍କରେ ପଶିବା ଠିକ୍‌ ହେବ ନାହିଁ। ଉଚ୍ଚ ଶିକ୍ଷା, ସନ୍ତାନ, ପ୍ରେମ ଓ ପ୍ରଣୟ କ୍ଷେତ୍ରରେ ସମସ୍ୟା ବଢ଼ିଯିବା ସୂଚନା ରହିଛି। ଅବଶ୍ୟ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ବନ୍ଧୁଙ୍କ ନିକଟରୁ ସକାଳୁ ଶୁଭଖବର ପାଇପାରନ୍ତି।
ମକର
ମକର
ରାଶିରେ ଚନ୍ଦ୍ରଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ନିକଟତର ହେବା ପାଇଁ ଚେଷ୍ଟା କରିବେ। ପରିବହନ, ଶିଳ୍ପ, ନିର୍ମାଣ,ବ୍ୟବସାୟରେ ଉନ୍ନତି ଘଟିବ। କିନ୍ତୁ ପରିବାରରେ ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। କୌଣସି କ୍ଷେତ୍ରରେ ତରବର ନ ହୋଇ ଉଚିତ ପଦକ୍ଷେପ ନେଲେ କୃତକାର୍ଯ୍ୟ ହେବେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଏକାଦଶସ୍ଥ ଯୋଗୁ ଆଶା କରିଥିବା ଋଣ ପାଇବାରେ ଅସୁବିଧା ହେବନାହିଁ। ଅନ୍ୟମନସ୍କ ରହି କେତେକ ଗୁରୁତ୍ୱପୂର୍ଣ୍ଣ କାମକୁ ଅଣଦେଖା କରିପାରନ୍ତି। ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଚେଷ୍ଟାକଲେ ଉପକାର ମିଳିବ। ଯାତ୍ରା, ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଅନୁକୂଳ।
ମୀନମୀନ

ବୁଧଙ୍କ ପ୍ରଭାବରୁ ନିଜ ଲୋକଙ୍କୁ ମନାଇ କାମ ହାସଲ କରିବା ସକାଶେ ଚେଷ୍ଟା କରିପାରନ୍ତି। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବୁଲିବେ। ବନ୍ଧୁଙ୍କ ସମ୍ପର୍କରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ କିଛିିଟା ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri