Posted inRasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ
ଆଜି ମଙ୍ଗଳ ସହ ଶନିଙ୍କ ସଂଯୋଗ ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ବ୍ୟବସାୟ,ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି ଅସୁବିଧା ହେବନାହିଁ। ପଡ଼ୋଶୀ କିମ୍ବା ସହକର୍ମୀଙ୍କୁ ସତର୍କତାର ସହ କିଛି କହିବା କିମ୍ବା କରିବା ଭଲ ହେବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ବୃଷ
ବୃଷ
ଉପରେ ପଡି କାହାକୁ କିଛି ଉପଦେଶ ଦେଲେ ସେହି ବ୍ୟକ୍ତି ତାହାକୁ ଭୁଲ୍‌ ବୁଝିବ। ଆଜି ଯିବା ବାଟରେ ଅଜଣା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି। ଆଲୋଚନା ପରିସରରେ ନୂଆକାମର ପ୍ରସ୍ତାବକୁ ଅନ୍ୟମାନେ ଦୃଢ଼ ସମର୍ଥନ ଜଣାଇବେ। ମୃଗଶିରା ନକ୍ଷତ୍ର ସକାଶେ ପ୍ରଶାସନ, ପ୍ରକାଶନ, ସାହିତ୍ୟ, ରାଜନୀତି ଓ ସଂଗଠନ ପାଇଁ ଭଲ।
ମିଥୁନ
ମିଥୁନ
ଆଜି ଦିନଟିରେ ଯାହା କରିବା ପାଇଁ ମନସ୍ଥ କରିଛନ୍ତି, ତାହାକୁ ସମ୍ପନ୍ନ କରିବାରେ ସଫଳ ହେବେ। ଚେଷ୍ଟା କରୁଥିବା କାମ ସକାଶେ ଆପଣଙ୍କୁ ବହୁତ ଲଢେଇ କରିବାକୁ ପଡିବ। ବ୍ୟବସାୟ କିମ୍ବା ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ଅଶାନ୍ତି ଲାଗିରହିପାରେ। ଦ୍ୱାଦଶରେ ପାପଗ୍ରହ ଥିବାରୁ ଖର୍ଚ୍ଚ କ୍ରମଶଃ ବୃଦ୍ଧିପାଇବ।
କର୍କଟ
କର୍କଟ
ଚନ୍ଦ୍ର କେନ୍ଦ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ନିଜର ଅବହେଳା ଓ ଅଳସୁଆମି ହେତୁ କାମଗୁଡିକ ଧିମେଇ ଯାଇପାରେ। ଅର୍ଥର ଅଭାବ ନ ଥିଲେ ମଧ୍ୟ ହାତ ଖୋଲା କରି ଖର୍ଚ୍ଚ କରି ପାରିବେ ନହିଁ। ବନ୍ଧୁ ବାନ୍ଧବ ସୁବିଧାବାଦୀ ଗୁଣରେ ଶୋଷଣ କରିପାରନ୍ତି।
ସି˚ହ
ସି˚ହ
ବନ୍ଧୁଙ୍କ ସହ ପୂର୍ବାଲୋଚନା ମୁତାବକ କାମ ଆରମ୍ଭ କରି ଦେଇପାରନ୍ତି। ନିରପେକ୍ଷତା ଅବଲମ୍ବନ ନ କଲେ ଘରେ ହେଉ କିମ୍ବା କର୍ମକ୍ଷେତ୍ରରେ ସମାଲୋଚିତ ହେବାକୁ ପଡିବ। ଉତ୍ତରାଫାଲଗୁନୀ ନକ୍ଷତ୍ର ପରିବାରରେ ପରଷ୍ପରକୁ ଦୋଷ ଦେଇ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି। ଆଜି କୌଣସି ଆନୁଷ୍ଠାନିକ କାମରେ ନିଜକୁ ନିୟୋଜିତ କରିପାରନ୍ତି।
କନ୍ୟା
ଚେଷ୍ଟା କରୁଥିବା କାମ ସମ୍ପନ୍ନ ନ ହେବାରୁ ବିରକ୍ତି ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ମୁକାବିଲା ସକାଶେ ପ୍ରଚଳିତ ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ। ପାରିବାରିକ ଅସନ୍ତୁଳନ କାରଣରୁ ଟେନ୍‌ସନ୍‌ ଲାଗିରହିବ। ସକାଳୁ ସହକର୍ମୀଙ୍କ ସହ ଆଲୋଚନା ମନକୁ ଖୁସି କରାଇପାରେ। ବ୍ୟବସାୟ ପାଇଁ ଦିନଟି ଭଲ।
ତୁଳା
ତୁଳା
ମୁଖଭାବସ୍ଥ ଚନ୍ଦ୍ର ପ୍ରଭାବରୁ ସମସ୍ୟାର ସମାଧାନ କରି ଶାନ୍ତିରେ ନିଃଶ୍ୱାସ ମାରିବେ। ସମ୍ପର୍କୀୟମାନେ ସମ୍ମୁଖରେ ଭିନ୍ନ ବିରୋଧ କଥା କହିପାରନ୍ତି। ପରିବାରରେ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ପାରସ୍ପରିକ ସହାନୁଭୂତି ମିଳିବ ନାହିଁ। ବ୍ୟବସାୟରେ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇରହିବ।
ବିଛା
ବିଛା
ଦୁଃସ୍ଥାନସ୍ଥ ଭାଗ୍ୟାଧିପତି କାରଣରୁ ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବନ୍ଧୁଙ୍କ ସହଯୋଗ ଆଶାକରିବେ। ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅପମାନଜନକ ସ୍ଥିତିରୁ ଖୁସି ହୋଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରୁ ଶୁଭଫଳ ମିଳିବ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ମାନସିକ ଅଶାନ୍ତି ରହିପାରନ୍ତି।
ଧନୁ
ଧନୁ
କୋଣଭାବସ୍ଥ ଗୁରୁଙ୍କ ପ୍ରଭାବରୁ ପରିବାରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। କେତେକ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହେବାକୁ ପଡ଼ିପାରେ।
ମକର
ମକର
ଚତୁର୍ଥକେନ୍ଦ୍ରସ୍ଥ ଗ୍ରହ ପ୍ରଭାବରେ ଚେଷ୍ଟା ଅବ୍ୟାହତ ରଖିଲେ ସମସ୍ୟା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ନିଜର ଅବହେଳାରୁ କେତେକ ସୁଯୋଗ ହାତଛଡ଼ା ହୋଇପାରେ। ଆତ୍ମୀୟଙ୍କ ସହ ସୁସମ୍ପର୍କ ଠିକ୍‌ ସମୟରେ କାମକୁ ଆସିବ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକର ସାମନା କରିବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
କୌଣସି କାମ ସହଜ ଓ ସୁବିଧାରେ ନ ହେବା କାରଣରୁ ମନ ବିଷାଦଗ୍ରସ୍ତ ରହିବ। ଚତୁର୍ଥାଧିପ ଶନି ଯୁକ୍ତ ହେତୁ ପରିବାରର ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତା କରି ବ୍ୟସ୍ତ ହେବେ। ସହକର୍ମୀମାନେ ଆପଣଙ୍କ ପରାମର୍ଶ କିମ୍ବା ସହଯୋଗ ଲୋଡ଼ିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିରେ ପ୍ରଶଂସିତ ହେବେ।
ମୀନମୀନ

ଧନସ୍ଥ କର୍ମାଧିପ ଆର୍ଥିକ ଅନଟନକୁ ଦୂରେଇବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ପୂର୍ଣ୍ଣମାତ୍ରାରେ ସନ୍ତୁଷ୍ଟ କରିପାରିବେ ନାହିଁ। ଦୀର୍ଘ କେତେଦିନ ହେଲା ଚାଲିଥିବା ମାଲିମକଦ୍ଦମାର ଫଇସଲା ସମ୍ଭାବନା ରହିଛି। ସାମାଜିକ ସ୍ତରରେ ବୁଝାମଣା ଓ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri