Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଯୁକ୍ତ କେତୁ କାରଣରୁ ମାନସିକ ସ୍ବାସ୍ଥ୍ୟହାନି ଅଶାନ୍ତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ଅଭାବଜନିତ ଦୁଶ୍ଚିନ୍ତା ସୃଷ୍ଟିହୋଇପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମି କମି ଆସିବ। ଅବଶ୍ୟ ଯାତ୍ରା, ଶିଳ୍ପ, ବାଣିଜ୍ୟ ,ବ୍ୟବସାୟରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବୃଷ
ବୃଷ
ଏକାଦଶସ୍ଥ ଚତୁର୍ଥାଧିପ ହେତୁ ବୈଷୟିକ ସୁଖ, ସମ୍ପଦ ପାଇବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରେରଣା ଓ ସହଯୋଗରୁ ଉପକୃତ ହେବେ। ଆଜି ଇଚ୍ଛା ନ ଥାଇ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇପାରନ୍ତି। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମିଥୁନ
ମିଥୁନ
ପାପଯୁକ୍ତ ଚନ୍ଦ୍ର ପରିବାର ସ୍ଥାନରେ ଥିବାରୁ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ଅଫିସ କାମରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତ ରହିବେ। ଘର ଓ ପରିବାରରେ କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିପାରନ୍ତି। ସାମାଜିକ ସ୍ତରରେ କୌଣସି କାମରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।
କର୍କଟ
କର୍କଟ
ଭାଗ୍ୟ ସ୍ଥାନରେ ଏକାଧିକ ଗ୍ରହ ରହିଥିବାରୁ ଯେଉଁ କାମରେ ହାତ ଦେବେ ସଫଳତାର ଶୀର୍ଷକୁ ସ୍ପର୍ଶ କରିବେ। ଆମଦାନୀ କାରବାର, ବ୍ୟବସାୟ,ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି। ଆଇନ,ଅଦାଲତ ସମ୍ବନ୍ଧୀୟ କେତେକ ଦୁଶ୍ଚିନ୍ତା ମନକୁ ବିଷାଦିତ କରିବ।
ସି˚ହ
ସି˚ହ
ନୀଚସ୍ଥ ବୁଧଙ୍କ ଯୋଗୁ ପାରିବାରିକ ପରିସ୍ଥିତି ସୁଧାରିବାକୁ ଯାଇ କରଜ କରିବାକୁ ବାଧ୍ୟ ହେବେ। ପ୍ରିୟଜନଙ୍କ ଡାକରା ପାଇ ଦୂର ଜାଗାକୁ ଯିବାକୁ ପଡ଼ିପାରେ। ସହକର୍ମୀ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲରେ ସମର୍ଥ ହେବେ। କଳା, କ୍ରୀଡ଼ା,ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବ।
କନ୍ୟା
ପାପଗ୍ରହଯୁକ୍ତ ଚନ୍ଦ୍ର ହେତୁ ଆଜି ବିବାଦୀୟ ଘଟଣାରେ ପଶିବା ଠିକ୍‌ ହେବନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ, ସଭାସମିତି ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ। କଠିନ ଶ୍ରମ ଓ ଭ୍ରମଣଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ଥଗିତ କାମ ସମ୍ପନ୍ନ କରିବେ।
ତୁଳା
ତୁଳା
କର୍ମାଧିପ ଦୁଃସ୍ଥାନସ୍ଥ ଯୋଗୁ ପ୍ରତିବନ୍ଧକଜନିତ ସମସ୍ୟା ମଧ୍ୟରେ କାମ ଅଟକି ରହିଯାଇପାରେ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପରିବାରରେ ପିଲାମାନଙ୍କ ସମ୍ବନ୍ଧୀୟ କେତେକ ସମସ୍ୟା ମନକୁ ବିଶେଷ ଭାବେ ଆନ୍ଦୋଳିତ କରିବ। ଆଲୋଚନା ପରିସରରେ ପରିସ୍ଥିତିରେ ପଡ଼ି ଠିକ୍‌ ବିଚାରକରି ପାରିବେନାହିଁ।
ବିଛା
ବିଛା
ଚିନ୍ତାଧାରା ବିକ୍ଷିପ୍ତ ରହିବା ଯୋଗୁ ଫସର ଫାଟି ଯାଉଥିବା ଲକ୍ଷ୍ୟକରି ମନ ଅଶାନ୍ତ ରହିବ। କର୍ମକ୍ଷେତ୍ରରେ ବିଶୃଙ୍ଖଳିତ କର୍ମ ସକାଶେ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣକରି କୃତକାର୍ଯ୍ୟ ହେବେ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନ ହେବ।
ଧନୁ
ଧନୁ
ବୃହସ୍ପତିଙ୍କ ସ୍ଥିତିଜନିତ ନିଜ ମନ ଅନୁଯାୟୀ କାମଗୁଡ଼ିକ ନ ହେଲେ ମଧ୍ୟ ଅସଜଡ଼ା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ। କୌଣସି ଲୋକ ବିଷୟରେ କିଛି ନ ଜାଣି ତାହାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ବିଭିନ୍ନ ପ୍ରକାର ପ୍ରତିବନ୍ଧକ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ।
ମକର
ମକର
ନବମସ୍ଥ ଚନ୍ଦ୍ରଜନିତ ଆନୁଷ୍ଠାନିକ କାମରେ ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବାର ସୂଚନା ପାଇପାରନ୍ତି। ଆଜି ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ।
କୁମ୍ଭ
କୁମ୍ଭ
ଶନିଯୁକ୍ତ ମଙ୍ଗଳଙ୍କ ଯୋଗୁ ନିକଟ ସମ୍ପର୍କୀୟମାନଙ୍କ କଥାକୁ ବିଶ୍ୱାସକରି ଅସୁବିଧାରେ ପଡ଼ିପାରନ୍ତି। କଳା,ସାହିତ୍ୟ ଓ ସଙ୍ଗୀତ,କୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ସାଙ୍ଗଠନିକ କାର୍ଯ୍ୟ,ରାଜନୀତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ କାଲିର କାର୍ଯ୍ୟ ସକାଶେ ଦିନସାରା ତପତ୍ରତା ବଢ଼ିପାରେ।
ମୀନମୀନ

ଶୁକ୍ରଯୁକ୍ତ ମଙ୍ଗଳ ପ୍ରଭାବରେ ଅପ୍ରିୟ ସତ୍ୟକଥା କହି ବନ୍ଧୁମାନଙ୍କର ବିରାଗଭାଜନ ହୋଇପାରନ୍ତି। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ଇଚ୍ଛା ବିରୋଧରେ କୌଣସି କାମ କରି ସମାଲୋଚିତ ହେବା କାରଣରୁ ଅନୁତାପ କରିବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ ପରିବାର ଖର୍ଚ୍ଚଭାରର ଆଧିକ୍ୟ,ପୁରାତନ ରୋଗର ପୀଡ଼ା ଏବଂ ପୂର୍ବ ଶତ୍ରୁତାରୁ ଚିନ୍ତିତ ରହିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରର ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ ଅସୁବିଧା ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri