Posted inRasifala

ରାଶିଫଳ: ଶନିବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ
ଭଲ ସମ୍ପର୍କ ନ ଥିବା ଲୋକଟି ସହ ଶତ୍ରୁତା ଲାଗି ରହିଥିବାରୁ ଅଧିକାଂଶ ସମୟ ମନ ଅସ୍ଥିର ରହିପାରେ। ହାତକୁ ନେଇଥିବା କାମ ସମ୍ପୂର୍ଣ୍ଣ ହେବା କଷ୍ଟକର ହେବ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଅଫିସରେ ଅନ୍ୟମାନଙ୍କ କଥା ଭଲ ଲାଗିବ ନାହିଁ।
ବୃଷ
ବୃଷ
କର୍ମକ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ରୋହିଣୀ ନକ୍ଷତ୍ର ଆନୁଷ୍ଠାନିକ କିମ୍ବା ଶୁଭ କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରି ପ୍ରଶଂସିତ ହେବେ। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଓ ଅକୁଣ୍ଠ ସମର୍ଥନ ଯୋଗୁ ଆଗେଇଯିବେ। ଜମିବାଡ଼ି କ୍ରୟ କରିବା ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ।
ମିଥୁନ
ମିଥୁନ
ଆଜି ପରିବାରର ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ପୁନର୍ବସୁ ନକ୍ଷତ୍ରର ପ୍ରଶାସନିକ କ୍ଷେତ୍ରରେ ନିଷ୍ପତ୍ତି ଓଲଟ ପାଲଟ ହୋଇଯିବା ଆଶଙ୍କା ରହିଛି। ଆଲୋଚନା ସମୟରେ ଆପଣଙ୍କ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ଗବେଷଣା, ପ୍ରଶାସନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
କର୍କଟ
କର୍କଟ
ଆପଣ ଆଜି ଯେତେ ଭଲ କାମ କଲେ ମଧ୍ୟ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ପରେ ଅନୁତାପ କରିବାକୁ ପଡ଼ିବ। ଅଶ୍ଳେଷା ନକ୍ଷତ୍ରର ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଘରର ବରାଦ ଅନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିବାକୁ ପଡ଼ିପାରେ।
ସି˚ହ
ସି˚ହ
ମଘା ନକ୍ଷତ୍ର ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। ସାମାଜିକ ସ୍ତରରେ ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ। ବାଣିଜ୍ୟ, ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ଆନୁଷ୍ଠାନିକ କାମରେ ସମସ୍ୟାବହୁଳ ଭାବରେ ଦିନଟିକୁ ଅତିବାହିତ କରିବେ।
କନ୍ୟା
ପିଲାଙ୍କ କୃତି ଓ କୃତିତ୍ୱ ସକାଶେ ମାନସିକ ସ୍ତରରେ ଗର୍ବ ଅନୁଭବ କରିପାରନ୍ତି। ଆଜି ଏକ ଆକସ୍ମିକ ପରିବେଶ ମଧ୍ୟରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ହସ୍ତା ନକ୍ଷତ୍ର ରାଜନୀତି କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ଧାରକରଜ କରିପାରନ୍ତି।
ତୁଳା
ତୁଳା
ଆଜିର ଆଲୋଚନା ସମୟରେ ଅପ୍ରିୟ ସତ୍ୟ କହିବା କାରଣରୁ ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତି। ଖଳ ଲୋକଙ୍କ ଦ୍ୱାରା କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିପାରେ। ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି। ସ୍ବାତୀ ନକ୍ଷତ୍ର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ବିଛା
ବିଛା
ଦିନଟିରେ ବ୍ୟସ୍ତ ବିବ୍ରତ ନ ହୋଇ ସମୟକୁ ଅପେକ୍ଷା କଲେ ସବୁ ଦିଗରୁ ଉପକୃତ ହେବେ। ଅନ୍ୟମନସ୍କ ହେତୁ ଅନୁରାଧା ନକ୍ଷତ୍ରର ଅସାବଧାନତାଜନିତ ଧନ ହାନି ଘଟିପାରେ। କର୍ମକ୍ଷେତ୍ରର ବିବାଦୀୟ ଘଟଣାରେ ଯେଉଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବେ।
ଧନୁ
ଧନୁ
ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ମଧ୍ୟ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ମନ ଅଶାନ୍ତ ରହିବ। ପୂର୍ବାଷାଢ଼ା ନକ୍ଷତ୍ର ସାମାଜିକ ସ୍ତରରେ କେତେକ ନୂତନ କାମର ପରିକଳ୍ପନା କରି ପ୍ରଶଂସିତ ହେବେ। ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ମକର
ମକର
ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଶ୍ରବଣା ନକ୍ଷତ୍ର ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ମନକୁ ପାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିପାରନ୍ତି। ଘରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
କେତେକ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଅବସାଦ ଲାଗିରହିବ। ଆତ୍ମୀୟମାନଙ୍କ ସମ୍ବନ୍ଧରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ପୂର୍ବଭାଦ୍ରବ ନକ୍ଷତ୍ରର ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ ମାତ୍ର ତାହା ଅସ୍ଥାୟୀ ଭଳି ମନେ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରୁ ଲାଭବାନ ହେବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା କମିବ ନାହିଁ।
ମୀନମୀନ

କୌଣସି ଗୁରୁ୍‌ତ୍ୱପୂର୍ଣ୍ଣ କାମରେ ମାନସିକ ଦ୍ୱନ୍ଦ୍ୱ ବଢ଼ିବା କାରଣରୁ ତାହା ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ। ଅସୁବିଧା ନ ଥିଲେ ମଧ୍ୟ ଅଫିସିଆଲି କେତେକ ସମସ୍ୟା କାରଣରୁ ମନରେ ସ୍ଥିରତା ରହି ନ ପାରେ। ଉତ୍ତରଭାଦ୍ରବ ନକ୍ଷତ୍ରର ଅସହିଷ୍ଣୁ ମନୋଭାବରୁ ହଠାତ୍‌ ବିରାଧୀ ପକ୍ଷ ସକ୍ରିୟ ହୋଇ ଉଠିବେ। ଅର୍ଥସଂକଟ କେତେକ କାମର ଗତିରୋଧ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri