Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୨୦ ତାରିଖ – Daily Horoscope

ମେଷ
ଆଜି ଶାରୀରିକ ସ୍ବାସ୍ଥ୍ୟ, ଜମିଜମା, ବନ୍ଧୁ ଓ କୁଟୁମ୍ବ ସମ୍ପର୍କୀୟ ଚିନ୍ତାର ସମାଧାନ ହୋଇଯିବ। ଅଶ୍ୱିନୀ ନକ୍ଷତ୍ର କୌଣସି ଖବର ପାଇ ବିବ୍ରତ ହୋଇପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରି ନେବା ସକାଶେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି। ଭ୍ରମଣ ସମୟରେ ପାଦରେ ଆଘାତ ଲାଗିପାରେ।
ବୃଷ
ବୃଷ
ସକାଳୁ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବେ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ ମାତ୍ର ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ମିଳିବ। ଆଲୋଚନା କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କୃତ୍ତିକା ନକ୍ଷତ୍ରର ପାରିବାରିିକ ସମସ୍ୟା ଗୁରୁତର ହୋଇପାରେ।
ମିଥୁନ
ମିଥୁନ
ଅତୀତର ବାଦବିବାଦ କ୍ରମେ ଜଟିଳ ହେବ, ମାତ୍ର ଆପଣ ବନ୍ଧୁଙ୍କ ସହାୟତା ଲାଭକରି ସଫଳତା ହାସଲ କରିବେ। ମୃଗଶିରା ନକ୍ଷତ୍ର ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି। ଆକସ୍ମିକ ପ୍ରତିରୋଧରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କର୍କଟ
କର୍କଟ
ଆପଣଙ୍କ ପ୍ରତି ପରୋକ୍ଷ ଶତ୍ରୁତା କାରଣରୁ ଆକସ୍ମିକ ଭାବରେ ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତି। କୌଣସି ମୂଲ୍ୟବାନ ଜିନିଷ ଖରିଦ କରିବା ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ। ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ହେବେ। ପୁନର୍ବସୁ ନକ୍ଷତ୍ର ପାଇଁ ଦୂର ବାଣିଜ୍ୟ, ବ୍ୟବସାୟ ଆଦି ବାଧାପ୍ରାପ୍ତ ହୋଇପାରେ।
ସି˚ହ
ସି˚ହ
ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ, କିନ୍ତୁ କୌଣସି ଅସୁବିଧା ହେବ ନାହିଁ। ପାରିବାରିକ କ୍ଷେତ୍ରରେ ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ। ବହୁତ ଦିନ ହେଲା ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କନ୍ୟା
ବନ୍ଧୁମାନଙ୍କ ସାହାଯ୍ୟକ୍ରମେ ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ହସ୍ତା ନକ୍ଷତ୍ରର ପିତାଙ୍କ ସ୍ବାସ୍ଥ୍ୟ ଦୁଶ୍ଚିନ୍ତାର କାରଣ ହୋଇପାରେ। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। ଯୋଜନାବଦ୍ଧ କାମ କରି ଉପକୃତ ହେବେ ନାହିଁ ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ରର ସତ୍‌ସଙ୍ଗ, ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ମନକଥା ମନରେ ରଖିପାରିବେ ନାହିଁ, ଅନ୍ୟମାନଙ୍କ ନିକଟରେ ପ୍ରକାଶ କରି ସମସ୍ୟାକୁ ଡାକି ଆଣିପାରନ୍ତି। ନୂତନ ଯାନ କିମ୍ବା ମୂଲ୍ୟବାନ ଜିନିଷ କିଣିବାକୁ ଆଗ୍ରହ ବଢ଼ିପାରେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାର ସୂଚନା ରହିଛି।
ବିଛା
ବିଛା
ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଲକ୍ଷ୍ୟ ହାସଲ କରିବେ। ଅନୁରାଧା ନକ୍ଷତ୍ର ଆକସ୍ମିକ ଭାବରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
ଧନୁ
ଧନୁ
ଆଜି ସକାଳୁ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ବୁଝିବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ମିତ୍ରତା ଛଳରେ ପାଖେଇ ଆସିବେ ସିନା କୌଣସି କ୍ଷତି ଘଟାଇପାରିବେ ନାହିଁ। ବ୍ୟବସାୟରୁ ଲାଭବାନ ହେବେ ଏବଂ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ମୂଳା ନକ୍ଷତ୍ର କୌଶଳ ପ୍ରୟୋଗ କରି ବାକି ଅର୍ଥ ଆଦାୟରେ ସକ୍ଷମ ହେବେ।
ମକର
ମକର
ମନ ଚାହୁଁ ନ ଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବେ। ଶ୍ରବଣା ନକ୍ଷତ୍ର ସକାଶେ ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସାହାଯ୍ୟ ଲାଭକରିବା କାରଣରୁ ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ଆଜି ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ସହ ଅଫିସରେ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। କିନ୍ତୁ ପୂର୍ବଭାଦ୍ରବ ନକ୍ଷତ୍ର ସାମାଜିକ ସ୍ତରରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ପରକଥାକୁ ବିଶ୍ୱାସ କରି ନିଜ ଲୋକମାନଙ୍କୁ ସନ୍ଦେହ କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ପୂର୍ବପରି ରହିବା ହେତୁ ସାମୟିକ ଖୁସି ରହିବେ।
ମୀନମୀନ

ଅନ୍ୟମାନଙ୍କ ଖଳ କଥାରୁ ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଠିକ୍‌ ସମୟରେ ଯାଇପାରିବେ ନାହିଁ। ବିଳମ୍ବ ଘଟିଲେ ମଧ୍ୟ ହାତ ଦେଇ ଥିବା କାମରେ କିଛି ଅସୁବିଧା ହେବନାହିଁ। ରେବତୀ ନକ୍ଷତ୍ର ସକାଶେ ଆଇନ ଅଦାଲତର ରାୟ ସପକ୍ଷରେ ଯିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri