Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୨୦ ତାରିଖ – Daily Horoscope

ମେଷ
ଆଜି ଶାରୀରିକ ସ୍ବାସ୍ଥ୍ୟ, ଜମିଜମା, ବନ୍ଧୁ ଓ କୁଟୁମ୍ବ ସମ୍ପର୍କୀୟ ଚିନ୍ତାର ସମାଧାନ ହୋଇଯିବ। ଅଶ୍ୱିନୀ ନକ୍ଷତ୍ର କୌଣସି ଖବର ପାଇ ବିବ୍ରତ ହୋଇପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରି ନେବା ସକାଶେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି। ଭ୍ରମଣ ସମୟରେ ପାଦରେ ଆଘାତ ଲାଗିପାରେ।
ବୃଷ
ବୃଷ
ସକାଳୁ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବେ। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ ମାତ୍ର ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ମିଳିବ। ଆଲୋଚନା କ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କୃତ୍ତିକା ନକ୍ଷତ୍ରର ପାରିବାରିିକ ସମସ୍ୟା ଗୁରୁତର ହୋଇପାରେ।
ମିଥୁନ
ମିଥୁନ
ଅତୀତର ବାଦବିବାଦ କ୍ରମେ ଜଟିଳ ହେବ, ମାତ୍ର ଆପଣ ବନ୍ଧୁଙ୍କ ସହାୟତା ଲାଭକରି ସଫଳତା ହାସଲ କରିବେ। ମୃଗଶିରା ନକ୍ଷତ୍ର ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି। ଆକସ୍ମିକ ପ୍ରତିରୋଧରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କର୍କଟ
କର୍କଟ
ଆପଣଙ୍କ ପ୍ରତି ପରୋକ୍ଷ ଶତ୍ରୁତା କାରଣରୁ ଆକସ୍ମିକ ଭାବରେ ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତି। କୌଣସି ମୂଲ୍ୟବାନ ଜିନିଷ ଖରିଦ କରିବା ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ। ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ହେବେ। ପୁନର୍ବସୁ ନକ୍ଷତ୍ର ପାଇଁ ଦୂର ବାଣିଜ୍ୟ, ବ୍ୟବସାୟ ଆଦି ବାଧାପ୍ରାପ୍ତ ହୋଇପାରେ।
ସି˚ହ
ସି˚ହ
ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ, କିନ୍ତୁ କୌଣସି ଅସୁବିଧା ହେବ ନାହିଁ। ପାରିବାରିକ କ୍ଷେତ୍ରରେ ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ। ବହୁତ ଦିନ ହେଲା ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କନ୍ୟା
ବନ୍ଧୁମାନଙ୍କ ସାହାଯ୍ୟକ୍ରମେ ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ହସ୍ତା ନକ୍ଷତ୍ରର ପିତାଙ୍କ ସ୍ବାସ୍ଥ୍ୟ ଦୁଶ୍ଚିନ୍ତାର କାରଣ ହୋଇପାରେ। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। ଯୋଜନାବଦ୍ଧ କାମ କରି ଉପକୃତ ହେବେ ନାହିଁ ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ରର ସତ୍‌ସଙ୍ଗ, ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ମନକଥା ମନରେ ରଖିପାରିବେ ନାହିଁ, ଅନ୍ୟମାନଙ୍କ ନିକଟରେ ପ୍ରକାଶ କରି ସମସ୍ୟାକୁ ଡାକି ଆଣିପାରନ୍ତି। ନୂତନ ଯାନ କିମ୍ବା ମୂଲ୍ୟବାନ ଜିନିଷ କିଣିବାକୁ ଆଗ୍ରହ ବଢ଼ିପାରେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାର ସୂଚନା ରହିଛି।
ବିଛା
ବିଛା
ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଲକ୍ଷ୍ୟ ହାସଲ କରିବେ। ଅନୁରାଧା ନକ୍ଷତ୍ର ଆକସ୍ମିକ ଭାବରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
ଧନୁ
ଧନୁ
ଆଜି ସକାଳୁ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ବୁଝିବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ମିତ୍ରତା ଛଳରେ ପାଖେଇ ଆସିବେ ସିନା କୌଣସି କ୍ଷତି ଘଟାଇପାରିବେ ନାହିଁ। ବ୍ୟବସାୟରୁ ଲାଭବାନ ହେବେ ଏବଂ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ମୂଳା ନକ୍ଷତ୍ର କୌଶଳ ପ୍ରୟୋଗ କରି ବାକି ଅର୍ଥ ଆଦାୟରେ ସକ୍ଷମ ହେବେ।
ମକର
ମକର
ମନ ଚାହୁଁ ନ ଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବେ। ଶ୍ରବଣା ନକ୍ଷତ୍ର ସକାଶେ ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସାହାଯ୍ୟ ଲାଭକରିବା କାରଣରୁ ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ଆଜି ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ସହ ଅଫିସରେ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। କିନ୍ତୁ ପୂର୍ବଭାଦ୍ରବ ନକ୍ଷତ୍ର ସାମାଜିକ ସ୍ତରରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ପରକଥାକୁ ବିଶ୍ୱାସ କରି ନିଜ ଲୋକମାନଙ୍କୁ ସନ୍ଦେହ କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ପୂର୍ବପରି ରହିବା ହେତୁ ସାମୟିକ ଖୁସି ରହିବେ।
ମୀନମୀନ

ଅନ୍ୟମାନଙ୍କ ଖଳ କଥାରୁ ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଠିକ୍‌ ସମୟରେ ଯାଇପାରିବେ ନାହିଁ। ବିଳମ୍ବ ଘଟିଲେ ମଧ୍ୟ ହାତ ଦେଇ ଥିବା କାମରେ କିଛି ଅସୁବିଧା ହେବନାହିଁ। ରେବତୀ ନକ୍ଷତ୍ର ସକାଶେ ଆଇନ ଅଦାଲତର ରାୟ ସପକ୍ଷରେ ଯିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri