Posted inRasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ
ବକ୍ରୀ ମଙ୍ଗଳ ଅଶ୍ୱିନୀ ନକ୍ଷତ୍ରସ୍ଥ ଯୋଗୁ ଶାରୀରିକ ସୁସ୍ଥତା ପୂର୍ବପରି ଭଲ ଥିଲେ ମଧ୍ୟ ମାନସିକ ସ୍ଥିରତା ରହିବ ନାହିଁ । ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ । ଆର୍ଥିକ ସ୍ଥିତି ଦୁର୍ବଳ ହେବା କାରଣରୁ ସବୁ କାମ ଅଟକି ରହିପାରେ ।
ବୃଷ
ବୃଷ

ପାଖ, ପଡୋଶୀମାନେ ସହଯୋଗର ହାତ ବଢାଇବେ ଓ କାମଟି ସୁବିଧାରେ ହୋଇଯିବ । ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ମାତ୍ର ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। ପ୍ରିୟବନ୍ଧୁଙ୍କର ଅନୁପସ୍ଥିତିର ଅଭାବ ଅନୁଭବ କରିବେ ।

ମିଥୁନ
ମିଥୁନ
କର୍ମାଧିପ ପାପପ୍ରଭାବରୁ ମୁକ୍ତ ହେବା ଯୋଗୁ କୌଣସି ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରିବେ । ବିଶେଷଭାବେ ପ୍ରଶାସନ, ପ୍ରକାଶନ, ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ନିଜର ପ୍ରିୟଜନଙ୍କ ସହଯୋଗରୁ ଉପକୃତ ହେବେ ।
କର୍କଟ
କର୍କଟ
ଶୁକ୍ର ଓ ଚନ୍ଦ୍ରଙ୍କ କ୍ଷେତ୍ରବିନିମୟ ଯୋଗ ପ୍ରଭାବରୁ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ବହୁତ ଭଲ ରହିବ । ଭାଇ, ବନ୍ଧୁ ଓ କୁଟୁମ୍ବ ଲୋକମାନଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇପାରେ । ପୁଷ୍ୟା ନକ୍ଷତ୍ର ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି । ବିବାଦୀୟ ଘଟଣାରେ, ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା ରହିଛି ।
ସି˚ହ
ସି˚ହ
ନୀଚାରୋହୀ ରବିଙ୍କ ଯୋଗୁଁ ଦୈହିକ ଏବଂ ମାନସିକ ସୁସ୍ଥତା ଓ ସ୍ଥିରତା ରହି ନ ପାରେ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି । ପୂର୍ବାଫାଲଗୁନୀ ନକ୍ଷତ୍ର କ୍ରୀଡା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । କଚେରି ମାମଲାର ଶୁଣାଣିରୁ ମନ ଖୁସୀ ରହିବ ।
କନ୍ୟା
ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ । ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ କାମ ହାସଲ କରି ଖୁସୀ ହେବେ । ଚିତ୍ରା ନକ୍ଷତ୍ର ଯୋଜନା ବିହୀନ କାମରେ ମୁଣ୍ଡ ପୂରାଇ ଅଶାନ୍ତିକୁ ଆମନ୍ତ୍ରଣ କରିପାରନ୍ତି । ଭୁଲ୍‌ ବୁଝାମଣା ଜନିତ ପରିବାରରେ ଛୋଟ ଛୋଟ କଥା ନେଇ ଅଶାନ୍ତ ରହିବେ ।
ତୁଳା
ତୁଳା
ଆଜିର କାମରେ ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇପାରନ୍ତି । ବିଭିନ୍ନ ସମସ୍ୟା ମଧ୍ୟରେ ବୁଡିରହି ନିଜର କାମଗୁଡିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ । ଅଫିସ୍‌ କାମରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ, ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ ।
ବିଛା
ବିଛା
ଶନିଙ୍କ ପ୍ରଭାବରୁ ବନ୍ଧୁଙ୍କ ନିକଟରୁ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ ପାଇବ। ପରିବାରର ସଦସ୍ୟଙ୍କ ତରଫରୁ କିମ୍ବା ସହକର୍ମୀଙ୍କ ଦ୍ୱାରା ସମସ୍ୟା ଆସିପାରେ । ଜ୍ୟେଷ୍ଠା ନକ୍ଷତ୍ରର ଘରୋଇ ବ୍ୟାପାରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ ।
ଧନୁ
ଧନୁ
ପରୋକ୍ଷ ଶତ୍ରୁତା କରୁଥିବା କୌଣସି ବ୍ୟକ୍ତିମାନଙ୍କ ଦ୍ୱାରା ଆଜିର କର୍ମ କ୍ଷେତ୍ର ବିଶୃଙ୍ଖଳିତ ହୋଇପାରେ । ମୂଳା ନକ୍ଷତ୍ର ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ । ଅଫିସରେ ସହକର୍ମୀମାନଙ୍କ ସହ ସାମୟିକ ମିଷ୍ଟାଳାପରେ ମାତି ରହିପାରନ୍ତି ।
ମକର
ମକର

ଆଜିର ପୂର୍ବାହ୍ନରେ ଅଫିସରୁ ହଠାତ୍‌ କାୈଣସି ଖବର ପାଇ ବିଚଳିତ ବୋଧ କରିବେ । ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ଆବଶ୍ୟକତା ପୂର୍ଣ୍ଣ ହେବା କାଠିକର ପାଠ ହେବ । ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢା ପ୍ରଭୃତିରୁ ସୁଫଳ ପାଇବେ । ବିଶୃଙ୍ଖଳା ଲାଗି ରହିବା କାରଣରୁ ମନ ସ୍ଥିର ରହିବ ନାହିଁ ।

କୁମ୍ଭ
କୁମ୍ଭ
ଶନିଙ୍କ ବଳବାନତ୍ୱ ହେତୁ ଉପଯୁକ୍ତ ଚିକିତ୍ସା କରିବା ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ । ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁ ମାନଙ୍କ ସାହାଯ୍ୟ ଭିକ୍ଷା କରି ପାରନ୍ତି । ଶତଭିଷା ନକ୍ଷତ୍ରର ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ ।
ମୀନମୀନ

ସାଧାରଣ କଥାକୁ ଅତିରଞ୍ଜିତ କରି ପରିବାର ଭିତରେ ଅଯଥା ବ୍ୟସ୍ତତାଜନିତ ସମାଲୋଚିତ ହେବେ । ପରିସ୍ଥିତି ବଶତଃ ଧାର କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହୋଇପାରନ୍ତି । ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ନତୁବା ସମସ୍ୟା ଉପୁଜିପାରେ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri