Posted inRasifala

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ
ଆଜି ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଯେକୌଣସି ପରିସ୍ଥିତି ହେଲେ ମଧ୍ୟ ନିକଟସ୍ଥ ବ୍ୟକ୍ତିଙ୍କୁ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବନ୍ଧୁମାନଙ୍କ ପରାମର୍ଶ କ୍ରମେ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଦ୍ୱିଜା ନକ୍ଷତ୍ରର ପ୍ରଶାସନିକ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ହିତୈଷୀମାନଙ୍କ ତରଫରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ରୋହିଣୀ ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସମସ୍ୟା ହେତୁ ନିର୍ମାଣ ଓ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ସାମାଜିକ ସ୍ତରରେ ନୂତନ ଯୋଜନାରମ୍ଭ କରି ପ୍ରଶଂସିତ ହୋଇପାରନ୍ତି।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ କାମକରିବା ସକାଶେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ଆଜିର ଉଦ୍ୟମ ସଫଳ ଦିଗରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିପାରନ୍ତି। ଅର୍ଥ ସମ୍ପର୍କିତ ଚିନ୍ତା କରୁଥିବା କାମରେ ସଫଳତା ପାଇବେ। ଆରର୍ଦ୍ରା ନକ୍ଷତ୍ର ଯାତ୍ରା କାଳରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
କର୍କଟ
କର୍କଟ
ପାରିପାର୍ଶ୍ୱିକ ସ୍ଥିତିର କୌଣସି ବ୍ୟତିକ୍ରମ ସକାଶେ ମାନସିକ ସ୍ଥିତି ଭଲ ରହିବ ନାହିଁ। ଚେଷ୍ଟା କରୁଥିବା କାମରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଈର୍ଷାପରାୟଣ ମନୋଭାବ ନେଇ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ସୂଚନା ରହିଛି। ପୁନର୍ବସୁ ନକ୍ଷତ୍ର ଆଜିର ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ।
ସି˚ହ
ସି˚ହ
ପୂର୍ବାଫାଲଗୁନୀର ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା କାରଣରୁ ସାମୟିକ ଖୁସୀ ରହିବେ। ସହକର୍ମୀଙ୍କ ସାହାଯ୍ୟ ନେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ପାରିବାରିକ ଅସୁବିଧା କ୍ଷେତ୍ରରେ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ।
କନ୍ୟା
ଆଜିର ଆଲୋଚନା କାଳରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଚିତ୍ରା ନକ୍ଷତ୍ରର କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି।
ତୁଳା
ତୁଳା
ସାଧାରଣ କଥାରେ ଉତ୍ତେଜିତ ନ ହୋଇ କଳହ ଲାଗିଥିବା ବନ୍ଧୁ ପ୍ରତି ସତର୍କ ରୁହନ୍ତୁ। ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ସମ୍ଭାବନା ରହିଛି। ସ୍ବାତୀ ନକ୍ଷତ୍ରର ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବିଛା
ବିଛା
ଜ୍ୟେଷ୍ଠା ନକ୍ଷତ୍ରର କର୍ମକ୍ଷେତ୍ରରେ ଲାଗିରହିଥିବା ବ୍ୟସ୍ତତା ଦୂର ହୋଇଯିବ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି।
ଧନୁ
ଧନୁ
ଛୋଟ କଥାକୁ କେନ୍ଦ୍ରକରି ପରିବାରରେ କଳହ ସୃଷ୍ଟିର ଆଶଙ୍କା ଦେଖାଦେବ। ମୁଳା ନକ୍ଷତ୍ର ସକାଶେ ଭଲ ସମ୍ପର୍କଥିବା ବ୍ୟକ୍ତିଟି ସାମାନ୍ୟ କଥାରେ ମୁହଁ ଫେରାଇ ନେଇପାରେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ରପ୍ତାନି ବାଣିଜ୍ୟରେ ଉନ୍ନତି, ସଭାସମିତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ମକର
ମକର
ଭୁଲ୍‌ ବୁଝାମଣାବଶତଃ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ। ପୂର୍ବ ସ୍ଥିରୀକୃତ ଯୋଜନାଗୁଡ଼ିକ ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ଶ୍ରବଣା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ବହୁତ ଶୁଭପ୍ରଦ ରହିବ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ଉପୁଜିପାରେ। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବା ଦ୍ୱାରା ସମସ୍ୟା ବଢ଼ିବ ସିନା କମିବ ନାହିଁ। ଶତଭିଷା ନକ୍ଷତ୍ରର କର୍ମକ୍ଷେତ୍ର ପୂର୍ବ ଦିନମାନଙ୍କ ଭଳି ଆଜି ମଧ୍ୟ ରହିବ।
ମୀନମୀନ

ଆଜି ଉତ୍ତରଭାଦ୍ରପଦ ନକ୍ଷତ୍ରର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଅନ୍ୟମାନଙ୍କଠାରୁ ପରାମର୍ଶ ଗ୍ରହଣ କରିବା ସହ ନିଜ ମନକୁ ଯେପରି ଆସୁଛି ସେପରି କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri