Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୧୮ ତାରିଖ – Daily Horoscope

ମେଷ
ପୂର୍ବସମସ୍ୟା ଆଜି ହଠାତ୍ ସମାଧାନ ହୋଇଯିବ। କୃତ୍ତିକା ନକ୍ଷତ୍ରରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ବନ୍ଧୁଙ୍କ ସହାୟତାରେ ପରିବହନ ଓ ପାରିବାରିକ ସମସ୍ୟା ରହିବ ନାହିଁ । ଆର୍ଥିକ, ସାମାଜିକ ଓ ବୈଷୟିକ କ୍ଷେତ୍ରରେ ଉପକୃତ ହେବେ । ଶୁଣାକଥାକୁ ବିଶ୍ୱାସ କରି ବିବ୍ରତ ହୋଇପାରନ୍ତି।
ବୃଷ
ବୃଷ
ଯେକୌଣସି କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ । ବ୍ୟବସାୟରେ କିଛି ଅସୁବିଧା ନ ଥିଲେ ମଧ୍ୟ ବେପାର ସନ୍ତୋଷଜନକ ହେବନାହିଁ । ମୃଗଶିରା ନକ୍ଷତ୍ରର ଅନ୍ୟମନସ୍କ କିମ୍ବା ଅସାବଧାନତା ହେତୁ ଧନହାନି ଘଟିପାରେ । ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବ।
ମିଥୁନ
ମିଥୁନ
ତରବରିଆ ପଦକ୍ଷେପ ନେଲେ ସମସ୍ୟା ବଢିଯାଇପାରେ । ପୂର୍ବରୁ ଥିବା ମାଲିମକଦ୍ଦମା, ଆଗାମୀ ପ୍ରମୋଶନ ଓ ଅଯଥା ଟେନ୍ସନ ସୃଷ୍ଟି ହୋଇ ମନକୁ ଭାରାକ୍ରାନ୍ତ କରିପାରେ । ଆଜିର କର୍ମକ୍ଷେତ୍ରରେ ଅର୍ଥଲାଭ ସହ ସହଯୋଗ, ସୁଖ ସମ୍ମାନ ଊଣା ହେବ ନାହିଁ । ପୁନର୍ବସୁର ଅତି ନିକଟତମ ବନ୍ଧୁଙ୍କ କୂଟିଳତା ଅତିଷ୍ଠ କରିପାରେ ।
କର୍କଟ
କର୍କଟ
ଅପୂରଣୀୟ ଆଶା ପୂରଣର ଅନୁକୂଳ ବାତାବରଣ ସୃଷ୍ଟି ହେବ । ପୁଷ୍ୟା ନକ୍ଷତ୍ର ସକାଶେ ଆତ୍ମୀୟମାନେ ଶତ୍ରୁତା କଲେ ବି କିଛି ଅସୁବିଧା ହେବନି। ପରିବାରରୁ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟ ତ୍ୱରାନ୍ବିତ କରିବେ। ଦୂର ଯାତ୍ରା, ବନ୍ଧୁ ମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ ।
ସି˚ହ
ସି˚ହ
ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତି ସୃଷ୍ଟି ହୋଇପାରେ । ଅଭାବ ଓ କେତେକ ପାରିବାରିକ ଅସୁବିଧା ଓ ଅସାମ୍ୟତା କର୍ମକ୍ଷେତ୍ରକୁ ବିଳମ୍ବିତ କରିବ । ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋସତ୍।ହନ ପାଇଁ ମନୋବଳ ବୃଦ୍ଧି ପାଇବ । ପୂର୍ବାଫାଲଗୁନୀ ନକ୍ଷତ୍ର କ୍ରନିକ୍ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି ।
କନ୍ୟା
ପ୍ରତ୍ୟେକ କାମ ମନ ମୁତାବକ ନ ହେବା ଯୋଗୁଁ କ୍ଷୁବ୍ଧ ହୋଇପାରନ୍ତି । ପରିବାର ଭିତରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ କଳ୍ପନାପ୍ରବଣ ହୋଇପାରନ୍ତି । ହସ୍ତା ନକ୍ଷତ୍ରର ଆଜି ଦିନଟିରେ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ ।
ତୁଳା
ତୁଳା
ପ୍ରତିବନ୍ଧକ ଲାଗି ରହିବା କାରଣରୁ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ । କଳା, ସାହିତ୍ୟ, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ । ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ନ ରହିଲେ ବିବାଦ ଘେରରେ ପଡିବେ । ସ୍ବାତୀ ନକ୍ଷତ୍ର ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ତରରେ ଅସନ୍ତୁଷ୍ଟ ରହିବେ।
ବିଛା
ବିଛା
ଦୀର୍ଘଦିନର ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ହୋଇପାରେ । କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରରେ ଥିବା ସମସ୍ୟା ସମାଧାନ ପାଇଁ ଅନ୍ୟର ସାହାଯ୍ୟ ଲୋଡ଼ିବେ। ପ୍ରତିଦ୍ୱନ୍ଦ୍ୱିତା କାରଣରୁ ଶିଳ୍ପ ଓ ବାଣିଜ୍ୟରେ ଉନ୍ନତିର ବାଧା ସୃଷ୍ଟିହେବ। ଅନୁରାଧା ନକ୍ଷତ୍ର ସାମାଜିକ ସ୍ତରରେ ସବୁକଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡିବେ ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି, ଅବଶ୍ୟ ବିଶେଷ କିଛି ଗୁରୁତର ଅବସ୍ଥା ଆସିବ ନାହିଁ । ଶତ୍ରୁ ଆପଣଙ୍କ ପଛରେ ଛାଇଭଳି ଲାଗି ରହିବେ ଏବଂ କିଛିନା କିଛି ସମସ୍ୟା ସୃଷ୍ଟି କରିପାରନ୍ତି । ଶିଳ୍ପ, ବାଣିଜ୍ୟରେ ଲାଭାଂଶ ବଢିପାରେ, ମାତ୍ର ସନ୍ତୁଷ୍ଟ ହୋଇ ପାରିବେ ନାହିଁ । ମୂଳା ନକ୍ଷତ୍ର ପଡୋଶୀଙ୍କ କଥାରେ ପଡ଼ି ଭୁଲ୍ କରିପାରନ୍ତି ।
ମକର
ମକର
ସ୍ବାସ୍ଥ୍ୟସମସ୍ୟା, ବ୍ୟବସାୟ, ଯାତ୍ରା ସମ୍ବନ୍ଧୀୟ କେତେକ ଚିନ୍ତା ମନକୁ ବ୍ୟାକୁଳିତ କରିପାରେ । ଶ୍ରବଣାର ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଲାଗି ରହିବ। ପରିବହନରେ ଆଖିଦୃଷ୍ଟିଆ ସଫଳତା ପାଇବେ ନାହିଁ। ଅବଶ୍ୟ ପୂଜା ସାମଗ୍ରୀ, ଷ୍ଟେସନେରି ଜିନିଷର ବ୍ୟବସାୟ, ହୋଟେଲ ବ୍ୟବସାୟରେ ସଫଳତା ହାସଲ କରିବେ ।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ର କଠିନ ପରିଶ୍ରମଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି । ଅସମର୍ଥିତ ସୂତ୍ରରୁ ହଠାତ୍ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ ଓ ଅର୍ଥଲାଭ ହେବ । କେତେକ ଘରୋଇ କଥାରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବାରୁ ଭାବପ୍ରବଣତା ବୃଦ୍ଧିପାଇବ ।
ମୀନମୀନ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ମିଳିବ । ଉତ୍ତରଭାଦ୍ରବ ନକ୍ଷତ୍ର ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସାବଧାନ ରୁହନ୍ତୁ । ଅଫିସ ରେ ସହକର୍ମୀଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri