Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୧୮ ତାରିଖ – Daily Horoscope

ମେଷ
ପୂର୍ବସମସ୍ୟା ଆଜି ହଠାତ୍ ସମାଧାନ ହୋଇଯିବ। କୃତ୍ତିକା ନକ୍ଷତ୍ରରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ବନ୍ଧୁଙ୍କ ସହାୟତାରେ ପରିବହନ ଓ ପାରିବାରିକ ସମସ୍ୟା ରହିବ ନାହିଁ । ଆର୍ଥିକ, ସାମାଜିକ ଓ ବୈଷୟିକ କ୍ଷେତ୍ରରେ ଉପକୃତ ହେବେ । ଶୁଣାକଥାକୁ ବିଶ୍ୱାସ କରି ବିବ୍ରତ ହୋଇପାରନ୍ତି।
ବୃଷ
ବୃଷ
ଯେକୌଣସି କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ । ବ୍ୟବସାୟରେ କିଛି ଅସୁବିଧା ନ ଥିଲେ ମଧ୍ୟ ବେପାର ସନ୍ତୋଷଜନକ ହେବନାହିଁ । ମୃଗଶିରା ନକ୍ଷତ୍ରର ଅନ୍ୟମନସ୍କ କିମ୍ବା ଅସାବଧାନତା ହେତୁ ଧନହାନି ଘଟିପାରେ । ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବ।
ମିଥୁନ
ମିଥୁନ
ତରବରିଆ ପଦକ୍ଷେପ ନେଲେ ସମସ୍ୟା ବଢିଯାଇପାରେ । ପୂର୍ବରୁ ଥିବା ମାଲିମକଦ୍ଦମା, ଆଗାମୀ ପ୍ରମୋଶନ ଓ ଅଯଥା ଟେନ୍ସନ ସୃଷ୍ଟି ହୋଇ ମନକୁ ଭାରାକ୍ରାନ୍ତ କରିପାରେ । ଆଜିର କର୍ମକ୍ଷେତ୍ରରେ ଅର୍ଥଲାଭ ସହ ସହଯୋଗ, ସୁଖ ସମ୍ମାନ ଊଣା ହେବ ନାହିଁ । ପୁନର୍ବସୁର ଅତି ନିକଟତମ ବନ୍ଧୁଙ୍କ କୂଟିଳତା ଅତିଷ୍ଠ କରିପାରେ ।
କର୍କଟ
କର୍କଟ
ଅପୂରଣୀୟ ଆଶା ପୂରଣର ଅନୁକୂଳ ବାତାବରଣ ସୃଷ୍ଟି ହେବ । ପୁଷ୍ୟା ନକ୍ଷତ୍ର ସକାଶେ ଆତ୍ମୀୟମାନେ ଶତ୍ରୁତା କଲେ ବି କିଛି ଅସୁବିଧା ହେବନି। ପରିବାରରୁ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟ ତ୍ୱରାନ୍ବିତ କରିବେ। ଦୂର ଯାତ୍ରା, ବନ୍ଧୁ ମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ ।
ସି˚ହ
ସି˚ହ
ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତି ସୃଷ୍ଟି ହୋଇପାରେ । ଅଭାବ ଓ କେତେକ ପାରିବାରିକ ଅସୁବିଧା ଓ ଅସାମ୍ୟତା କର୍ମକ୍ଷେତ୍ରକୁ ବିଳମ୍ବିତ କରିବ । ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋସତ୍।ହନ ପାଇଁ ମନୋବଳ ବୃଦ୍ଧି ପାଇବ । ପୂର୍ବାଫାଲଗୁନୀ ନକ୍ଷତ୍ର କ୍ରନିକ୍ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି ।
କନ୍ୟା
ପ୍ରତ୍ୟେକ କାମ ମନ ମୁତାବକ ନ ହେବା ଯୋଗୁଁ କ୍ଷୁବ୍ଧ ହୋଇପାରନ୍ତି । ପରିବାର ଭିତରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ । ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ କଳ୍ପନାପ୍ରବଣ ହୋଇପାରନ୍ତି । ହସ୍ତା ନକ୍ଷତ୍ରର ଆଜି ଦିନଟିରେ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ ।
ତୁଳା
ତୁଳା
ପ୍ରତିବନ୍ଧକ ଲାଗି ରହିବା କାରଣରୁ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ । କଳା, ସାହିତ୍ୟ, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ । ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ନ ରହିଲେ ବିବାଦ ଘେରରେ ପଡିବେ । ସ୍ବାତୀ ନକ୍ଷତ୍ର ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ତରରେ ଅସନ୍ତୁଷ୍ଟ ରହିବେ।
ବିଛା
ବିଛା
ଦୀର୍ଘଦିନର ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ହୋଇପାରେ । କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରରେ ଥିବା ସମସ୍ୟା ସମାଧାନ ପାଇଁ ଅନ୍ୟର ସାହାଯ୍ୟ ଲୋଡ଼ିବେ। ପ୍ରତିଦ୍ୱନ୍ଦ୍ୱିତା କାରଣରୁ ଶିଳ୍ପ ଓ ବାଣିଜ୍ୟରେ ଉନ୍ନତିର ବାଧା ସୃଷ୍ଟିହେବ। ଅନୁରାଧା ନକ୍ଷତ୍ର ସାମାଜିକ ସ୍ତରରେ ସବୁକଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡିବେ ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି, ଅବଶ୍ୟ ବିଶେଷ କିଛି ଗୁରୁତର ଅବସ୍ଥା ଆସିବ ନାହିଁ । ଶତ୍ରୁ ଆପଣଙ୍କ ପଛରେ ଛାଇଭଳି ଲାଗି ରହିବେ ଏବଂ କିଛିନା କିଛି ସମସ୍ୟା ସୃଷ୍ଟି କରିପାରନ୍ତି । ଶିଳ୍ପ, ବାଣିଜ୍ୟରେ ଲାଭାଂଶ ବଢିପାରେ, ମାତ୍ର ସନ୍ତୁଷ୍ଟ ହୋଇ ପାରିବେ ନାହିଁ । ମୂଳା ନକ୍ଷତ୍ର ପଡୋଶୀଙ୍କ କଥାରେ ପଡ଼ି ଭୁଲ୍ କରିପାରନ୍ତି ।
ମକର
ମକର
ସ୍ବାସ୍ଥ୍ୟସମସ୍ୟା, ବ୍ୟବସାୟ, ଯାତ୍ରା ସମ୍ବନ୍ଧୀୟ କେତେକ ଚିନ୍ତା ମନକୁ ବ୍ୟାକୁଳିତ କରିପାରେ । ଶ୍ରବଣାର ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଲାଗି ରହିବ। ପରିବହନରେ ଆଖିଦୃଷ୍ଟିଆ ସଫଳତା ପାଇବେ ନାହିଁ। ଅବଶ୍ୟ ପୂଜା ସାମଗ୍ରୀ, ଷ୍ଟେସନେରି ଜିନିଷର ବ୍ୟବସାୟ, ହୋଟେଲ ବ୍ୟବସାୟରେ ସଫଳତା ହାସଲ କରିବେ ।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ର କଠିନ ପରିଶ୍ରମଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି । ଅସମର୍ଥିତ ସୂତ୍ରରୁ ହଠାତ୍ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ ଓ ଅର୍ଥଲାଭ ହେବ । କେତେକ ଘରୋଇ କଥାରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବାରୁ ଭାବପ୍ରବଣତା ବୃଦ୍ଧିପାଇବ ।
ମୀନମୀନ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ମିଳିବ । ଉତ୍ତରଭାଦ୍ରବ ନକ୍ଷତ୍ର ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସାବଧାନ ରୁହନ୍ତୁ । ଅଫିସ ରେ ସହକର୍ମୀଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri