Posted inRasifala

ରାଶିଫଳ: ଶନିବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ
ଆଜି ସକାଳୁ ବନ୍ଧୁଙ୍କ ସହାନୁଭୂତିସୂଚକ କଥାରେ ହୃଦୟ ବିଗଳିତ ହୋଇଯିବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରୁଥିବା ଦିଗରୁ ଅଧିକ ଅର୍ଥ ପାଇ ଖୁସି ହେବେ। କୃତ୍ତିକା ନକ୍ଷତ୍ର ନୂତନ ଯୋଜନା କ୍ଷେତ୍ରରେ ଉଚ୍ଚ ଆଶା ଧରି ଆଗେଇବେ। କଳା, କ୍ରୀଡ଼ା, ସାହିତ୍ୟ, ଚଳଚ୍ଚିତ୍ର ତଥା ସାମାଜିକ ସ୍ତରରେ ସାହାଯ୍ୟ, ସହଯୋଗ, ସମ୍ମାନ ପାଇ ଖୁସି ହେବେ।
ବୃଷ
ବୃଷ
ଆଜି ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ପରିସ୍ଥିତି ବଦଳି ଯାଇପାରେ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କରି ଅନୁତପ୍ତ ହେବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ଅସୁବିଧା ହେବନାହିଁ। ମୃଗଶିରା ନକ୍ଷତ୍ର ସମ୍ପର୍କ ହାନି କାରଣରୁ ମାନସିକ ଅସ୍ଥିରତା ଅନୁଭବ କରିବେ।
ମିଥୁନ
ମିଥୁନ
ଆଜି ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ପାଇବେ ନାହଁି। ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନର ଆଶା କ୍ଷୀଣ ହୋଇପାରେ। ଆରଦ୍ରା ନକ୍ଷତ୍ର ସମସ୍ତ ସୁବିଧା ଓ ସୁଯୋଗ ଲାଭ କରି କାମ ହାସଲ କରିବେ।
କର୍କଟ
କର୍କଟ
ଭାବପ୍ରବଣତାର ବଶବର୍ତ୍ତୀ ହୋଇ କୌଣସି କାମ କରି ପରେ ଅନୁତାପ କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ନିଜ ଲୋକଙ୍କଠାରୁ ମଧ୍ୟ ସହଯୋଗ ପାଇବେନି। ଆଜି ପୁନର୍ବସୁ ନକ୍ଷତ୍ରର ସାହିତ୍ୟ, ସାମ୍ବାଦିକତା, ଅନୁସନ୍ଧାନ, ପ୍ରଶାସନିକ ସ୍ଥିତି ଭଲ ରହିବ। ବ୍ୟବସାୟ ଅଧିକ ନ ହେଲେ ମଧ୍ୟ ମନ୍ଦ ହେବନାହିଁ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା କୌଣସି ସୂତ୍ରରୁ ଅର୍ଥାଗମ ସମ୍ଭାବନା ରହିଛି। ମାନସିକ ସ୍ତରରେ କିଛି ଦୁଃଖ ରହିଥିଲେ ମଧ୍ୟ ଆବଶ୍ୟକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ପାଇଁ ଦିନଟି ବହୁତ ଭଲ। ପୂର୍ବାଫାଲଗୁନୀ ନକ୍ଷତ୍ର ପାରିବାରିକ ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ହେବେ।
କନ୍ୟା
ଆଜି ହସ୍ତା ନକ୍ଷତ୍ର ବନ୍ଧୁମାନଙ୍କ ସହାୟତାରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ। ଫେରିବା ବାଟରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦ ମୁକ୍ତ ହେବେ। କଥା କଟାକଟି ପରିପ୍ରେକ୍ଷୀରେ କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ପାରିବାରିକ ଦିଗରୁ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିବେ।
ତୁଳା
ତୁଳା
ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟ ଲାଭକରି ଉଚ୍ଚସ୍ତରରୁ କିମ୍ବା ସଭାସମିତିରୁ ସମ୍ମାନିତ ହେବେ। ପରିବାରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ ଏବଂ ଅଯଥା ବିଭିନ୍ନ କଥାରେ ମନ ବିଚଳିତ ରହିପାରେ। ବିଶାଖା ନକ୍ଷତ୍ର ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ଭୁଲ୍‌ ବୁଝାମଣାରେ ପାଖ ପଡ଼ୋଶୀମାନେ ହତାଦର ମନୋଭାବ ପୋଷଣ କରିବେ।
ବିଛା
ବିଛା
ସମସ୍ୟା ଆସିଲେ ମଧ୍ୟ ତାହାର ସମାଧାନର ଉପାୟ ବାହାର କରିବାରେ ସଫଳ ହେବେ। ବ୍ୟବସାୟ ବୃଦ୍ଧି ପାଇବା ସାଙ୍ଗକୁ ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ। ଅନୁରାଧା ନକ୍ଷତ୍ର ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ ଏବଂ କୌଣସି ପ୍ରୋଗାମ କରିବାର ମସୁଧା କରିପାରନ୍ତି। ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।
ଧନୁ
ଧନୁ
କର୍ମବ୍ୟସ୍ତତା ମଧ୍ୟରେ ସ୍ବାସ୍ଥ୍ୟ ପ୍ରତି ଅବହେଳା କରି ଅନୁତାପ କରିବାକୁ ପଡ଼ିପାରେ। ରାଜନୀତି, ସଂଗଠନ, କର୍ମଶାଳା, ସଙ୍ଗୀତ ସମାରୋହ, ମନୋରନ କାର୍ଯ୍ୟକ୍ରମ କ୍ଷେତ୍ରରେ ଶୁଭଫଳ ପାଇବେ। ପରିବାର ଭିତରେ ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ।
ମକର
ମକର
ବିଭିନ୍ନ ଦିଗରୁ ସାହାଯ୍ୟ ଓ ସହଯୋଗ ଲାଭକରି ଉପକୃତ ହେବେ। କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେତୁ ଈର୍ଷାପରାୟଣ ବ୍ୟକ୍ତିଙ୍କ ଟେନ୍‌ସନ ବଢ଼ିଯିବ। ସଭାସମିତି, ଲେଖାପଢ଼ା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଚୁକ୍ତିପତ୍ରରୁ ଶୁଭଫଳ ପାଇବେ। ଶ୍ରବଣା ନକ୍ଷତ୍ର ବନ୍ଧୁଙ୍କଠାରୁ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ।
କୁମ୍ଭ
କୁମ୍ଭ
ଅନ୍ୟମାନଙ୍କ ସାହାଯ୍ୟ ନେଇ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଶତଭିଷା ନକ୍ଷତ୍ର ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। କୌଣସି ଆଲୋଚନାରେ ସାଧାରଣ କଥାକୁ ନେଇ ବନ୍ଧୁ କ୍ଷୁବ୍ଧ ହୋଇପାରନ୍ତି।
ମୀନମୀନ

ଆଜି ପାରିବାରିକ ଜୀବନରେ ମଧ୍ୟ ଆନନ୍ଦର ଲହରି ସୃଷ୍ଟି କରିପାରେ। ଉତ୍ତରଭାଦ୍ର ନକ୍ଷତ୍ରର ପ୍ରତ୍ୟୁଷ ଯାତ୍ରା ଓ ବାଣିଜ୍ୟ ଏବଂ ପରିବହନ ସକାଶେ ଦିନଟି ବହୁତ ଭଲ। ମାଲିମକଦ୍ଦମା ତଥା ବିବାଦୀୟ ଓ ଅମୀମାଂସିତ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri