Posted inRasifala

ରାଶିଫଳ: ଶୁକ୍ରବାର , ଜୁଲାଇ ୨୮ ତାରିଖ – Daily Horoscope

ମେଷ
ଆଜି ନୀଚରାଶିରେ ଅଷ୍ଟମସ୍ଥ ଚନ୍ଦ୍ର ହେତୁ କୌଣସି କାମ ସକାଶେ ପରିବାରରୁ ପୂର୍ଣ୍ଣ ଅନୁମତି କିମ୍ବା ସମର୍ଥନ ପାଇବେ ନାହିଁ। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ବିଭିନ୍ନ ମନ୍ତବ୍ୟ ଦେବେ। ସହକର୍ମୀଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ବିଗତ ଦିନର କୌଣସି ସମସ୍ୟାର ସମାଧାନ ସମ୍ଭାବନା ରହିଛି।
ବୃଷ
ବୃଷ
ଆଜିର କର୍ମକ୍ଷେତ୍ରରେ ବିବାଦୀୟ ଘଟଣାରେ ନୀରବ ରହିବା ପାଇଁ ବାଧ୍ୟ ହେବେ। ପରିବହନରେ ସତର୍କତା ଅବଲମ୍ବନ କରନ୍ତୁ, ଅନ୍ୟଥା ସାଧାରଣ କଥାରେ କଳହର ସମ୍ଭାବନା ରହିଛି। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପୁରାତନ ରୋଗର ପୀଡ଼ାଜନିତ କଷ୍ଟ ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ଆକସ୍ମିକ ଭାବରେ ସ୍ଥାନାନ୍ତର ସାଙ୍ଗକୁ ଖର୍ଚ୍ଚର ଆବଶ୍ୟକତା ଦେଖାଦେବ ଯାହାକି ଦୁଶ୍ଚିନ୍ତା ବୃଦ୍ଧିର କାରଣ ହୋଇପାରେ। ପରିବାରରେ ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରନ୍ତୁ। ପ୍ରଶାସନିକ ସ୍ତରରେ, ରାଜନୀତିରେ ଏବଂ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
କର୍କଟ
ରାଶିରେ ରବିଙ୍କ ସ୍ଥିତି ହେତୁ ଆଜି ଯେଉଁ କାମରେ ହାତ ଦେବେ ତାହା ବ୍ୟର୍ଥ ହେବ ନାହିଁ। ଏହା ସାଙ୍ଗକୁ ଆତ୍ମୀୟସ୍ବଜନ ଓ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଗବେଷଣା, ଅନୁସନ୍ଧାନ, ସାହିତ୍ୟ ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ସି˚ହ
ସି˚ହ
ବୁଧ ଓ ଶୁକ୍ର, ମଙ୍ଗଳଙ୍କ ସଂଯୋଗରୁ ଆର୍ଥିକ ସ୍ବଚ୍ଛଳତା ବୃଦ୍ଧି ସାଙ୍ଗକୁ କର୍ମ ପରିସର ବୃଦ୍ଧି ପାଇବ। କିନ୍ତୁ ପୂର୍ବରୁ ଚାଲି ଆସିଥିବା ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ତଥା ନିର୍ମାଣ କାମରେ ପ୍ରତିବନ୍ଧକ ଲାଗିରହିବ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା
ବନ୍ଧୁ ଗହଣରେ କିମ୍ବା ସଭାସମିତିରେ ଆଜି ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ। ବିବାଦୀୟ ଘଟଣା କିମ୍ବା ଆଇନ ଅଦାଲତରୁ ସୁଫଳ ପାଇବେ। କୌଣସି ଫାଇଲ୍‌ ସମ୍ବନ୍ଧୀୟ ଆଲୋଚନା କ୍ଷେତ୍ରରେ ପରିସ୍ଥିତି ଗୋଳମାଳିଆ ଦେଖାଦେଇପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ପୂର୍ବରୁ ଯେଉଁ ପ୍ରତିରୋଧର ସମ୍ଭାବନା ରହିଥିଲା ତାହା ଦୂରେଇ ଯାଇଥିବାର ଅନୁଭବ କରିବେ। ଆଜି ସଭାସମିତିରେ ସମ୍ମାନିତ ହେବେ ଓ ବ୍ୟବସାୟିକ ଦିଗରୁ ମଧ୍ୟ ଲାଭବାନ ହେବେ। ମାତ୍ର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ସନ୍ତାନମାନଙ୍କ କୌଣସି ଅଭାବ ଓ ଅସୁବିଧା ଚିନ୍ତାର କାରଣ ପାଲଟିଯିବ।
ବିଛା
ବିଛା
ପରିବାରରେ ସମସ୍ୟା ଦେଖାଦେଲେ ମଧ୍ୟ ତାହାର ସମାଧାନ ଦିଗରେ ଯତ୍ନବାନ୍‌ ହେବେ। କେତେକ ଭୁଲ୍‌ରୁ ହାତକୁ ନେଇଥିବା କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ସାମାଜିକ ସ୍ତରରେ ଖଳ ଲୋକମାନଙ୍କ ଦ୍ୱରା ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। କୌଣସି ବ୍ୟକ୍ତି ଦ୍ୱରା ପ୍ରରୋଚିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ଧନୁ
ଧନୁ
ଆଜି ହଠାତ୍‌ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପାରିବାରିିକ ଜଞ୍ଜାଳ ବୃଦ୍ଧି ମନରେ ଅସ୍ଥିରତା ସୃଷ୍ଟି କରିବ। ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇବେ।
ମକର
ମକର
ଆଜିର କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହେବ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗିରହିଲେ ମଧ୍ୟ ପରକ୍ଷଣରେ ସୁଧୁରିଯିବାର ସମ୍ଭାବନା ରହିଛି। ସଭାସମିତିରେ ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଓ ଚଳଚ୍ଚିତ୍ରାଦି ମନୋରଞ୍ଜନ କାମ ପ୍ରୀତିପ୍ରଦ ହେବ। ବିବାଦୀୟ ଘଟଣାରେ ଆଶଙ୍କା କରି ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ।
କୁମ୍ଭ
କୁମ୍ଭ
ଉପରିସ୍ଥଙ୍କ ଆଦେଶାନୁସାରେ ଅଫିସ କାମରେ ଆକସ୍ମିକ ଯାତ୍ରା କରିବାକୁ ପଡିପାରେ। ପାରିବାରିକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧହୋଇପାରନ୍ତି।
ମୀନମୀନ

ଆଜି ଆପଣ ଜଟିଳ କାମକୁ ମଧ୍ୟ ଅତି ସହଜରେ ସମାଧାନ କରିପାରିବେ। ପ୍ରତ୍ୟେକ କ୍ଷେତ୍ରରେ ଟେନ୍‌ସନ୍‌ କମିଯିବ, ସହଯୋଗଭିତ୍ତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ନିଜର ତ୍ରୁଟି ବିଚ୍ୟୁତିକୁ ସୁଧାରି ନେବା ବୁଦ୍ଧିମାନର କାମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri