ମେଷ

ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ ବଳାଇ ପାରନ୍ତି। ମାତ୍ର ନିର୍ମାଣାଧୀନ କାର୍ଯ୍ୟ କେତେକ ଆକସ୍ମିକ ସମସ୍ୟା କାରଣରୁ ସ୍ଥଗିତ ରହିପାରେ। ନିକଟ ସମ୍ପର୍କୀୟ ମାନଙ୍କ ଉପରେ ଭରଷା କରି କୌଣସି କାମ କରିପାରିବେ ନାହିଁ।
ବୃଷ

ଲାଭଭାବରେ ଶନି ଅଭିଳାଷକୁ ପୂରଣ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି କରିବେ। ଯାହା ପାଇଁ କଷ୍ଟ ସ୍ବୀକାର କରି ସାହାଯ୍ୟ କରିଥିଲେ ସେହି ବ୍ୟକ୍ତି ଶତ୍ରୁତା କରିପାରନ୍ତି। ଅପରିଚିତ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କାରଣରୁ ଘର ସଦସ୍ୟ ବିରକ୍ତ ହେବେ। ପ୍ରକାଶନ, ସଙ୍ଗୀତ, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତିର ସୂଚନା ରହିଛି।
ମିଥୁନ

ଧନାଧିପତି ଚତୁର୍ଥରେ ରାହୁଦୃଷ୍ଟିରେ ଥିବାରୁ ଅର୍ଥ ସମ୍ପର୍କୀୟ ବିବାଦ ସୃଷ୍ଟି କରିବେ। ବିଶେଷ କାରଣ ନ ଥାଇ ପ୍ରତିଯୋଗୀ କିମ୍ବା ପ୍ରତିଦ୍ୱନ୍ଦ୍ୱୀ ଦୋଷାରୋପ କରିପାରନ୍ତି। ପରିବାର ଭିତରେ ପୁରୁଣା କଥାର ଆଲୋଚନା ହିଁ କଳହର କାରଣ ହୋଇପାରେ। ପୁରାତନ ରୋଗର ପୀଡ଼ାବୃଦ୍ଧି ଯୋଗୁ କାମ କରିବାକୁ ନିରୁତ୍ସାହିତ ହୋଇପାରନ୍ତି।
କର୍କଟ

ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ଅବସ୍ଥାନ କରି ପ୍ରତ୍ୟେକ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିବେ। ନିଜେ ଅସୁବିଧାରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ ପାଇଁ ଚେଷ୍ଟିତ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ବ୍ୟଥିତ ହେବେ। ବନ୍ଧୁ ଅଭିମାନ ଭରା କଥା କହି ଆପଣ ସାହାଯ୍ୟ କରି ନ ଥିବାରୁ ଦୁଃଖପ୍ରକାଶ କରିପାରନ୍ତି।
ସି˚ହ

ବୁଧ ଓ ଶୁକ୍ରଙ୍କ ସ୍ଥିତିଜନିତ କୌଣସି ବନ୍ଧୁଙ୍କ ପ୍ରତି ଅତ୍ୟଧିକ ଅନୁରକ୍ତି ଭାବୁକ ବନେଇପାରେ। ସାଧାରଣ ଘଟଣାକୁ କେନ୍ଦ୍ରକରି ପାରିବାରିକ ସମସ୍ୟା ବଢିଯିବା କାରଣରୁ ମାନସିକ ଅସ୍ଥିରତା ଦେଖାଦେବ। ଆଜି କାମରଚାପ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଆଶ୍ୱସ୍ତି ବାକ୍ୟ ଶୁଣି ମନ ହାଲୁକା ହୋଇଯିବ।
କନ୍ୟା

ଆପଣ ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ବନ୍ଧୁଟିର ଆପଣଙ୍କ ପ୍ରତି ଥିବା ଭଲ ମନୋଭାବକୁ ବଦଳାଇଦେବାର ଆଶଙ୍କା ଦେଖାଦେବ । ବ୍ୟବସାୟ, ପରିବହନରେ ସମସ୍ୟା ସମାଧାନ ହୋଇପାରେ। ଆନୁଷ୍ଠାନିକ କାମ ପ୍ରତି ଆନ୍ତରିକତା ବିଶିଷ୍ଟବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କରିବ।
ତୁଳା

ରାଶିସ୍ଥ ଚନ୍ଦ୍ର ପ୍ରଭାବରୁ ମନ ଯେପରି କାମ ତଦନୁରୂପ ହେବା କାରଣରୁ ଆନନ୍ଦ ଅନୁଭବ କରିବେ। ଦୀର୍ଘ ମିଆଦୀ ଯୋଜନା ଫସର ଫାଟିଯିବା କାରଣରୁ ମନ ଭଲ ରହିବ ନାହିଁ। ଅନ୍ୟମାନଙ୍କ ସକାଶେ ଯେତେ ଭଲ କାମ କଲେ ମଧ୍ୟ ସେମାନେ ଆପଣଙ୍କୁ ଭୁଲ୍ ବୁଝିବେ। ଧାର୍ମିକ ଅନୁଷ୍ଠାନରେ ଯୋଗଦେଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି।
ବିଛା

ଅଷ୍ଟମ ଓ ବ୍ୟୟାଧିପଙ୍କ ସଂଯୋଗ ଯୋଗୁ ଆପଣଙ୍କ କଥାବାର୍ତ୍ତା ଅନ୍ୟମାନଙ୍କ ଗ୍ରହଣୀୟ ନ ହୋଇପାରେ। ସମୟ ଭଲ ନ ଥିଲେ ମଧ୍ୟ କୌଶଳ ଅବଲମ୍ବନ କରି ଆଶା ପୂରଣ ପାଇଁ ଚେଷ୍ଟା କରିପାରନ୍ତି। ସାହିତ୍ୟ, ସଂଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜିବେ। ବିଶ୍ୱାସର ସହ କାମ କରି ଚାଲନ୍ତୁ ବନ୍ଧୁଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ।
ଧନୁ

ଗୁରୁକ୍ଷେତ୍ରସ୍ଥ ଶନି ପାରିବାରିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ଲାଭକରିବା ଦିଗରେ ସହାୟକ ହୋଇପାରିବ। ବନ୍ଧୁଙ୍କ ପାଖରେ ରହିଯାଇଥିବା ଅର୍ଥ ଆଦାୟରେ ସକ୍ଷମ ହେବେ। ମାଙ୍ଗଳିକ କାମର ପ୍ରସ୍ତୁତି ସକାଶେ ବିଚଳିତବୋଧ କରିପାରନ୍ତି। ବିବାଦୀୟ ଘଟଣାରେ ନୀରବ ରହିବା ଏକ ପ୍ରକାର ଭଲ ହେବ।
ମକର

ସପ୍ତମାଧିପତି କର୍ମସ୍ଥ ଯୋଗୁ ଆନୁଷଙ୍ଗିକ ସହଯୋଗ ପାଇ କାମ ଆଗକୁ ବଢ଼ାଇବାରେ ସମର୍ଥ ହେବେ ା ସଭାସମିତି, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ। ଆଲୋଚନାରେ ଆପଣଙ୍କ କଥାକୁ ବନ୍ଧୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ଆଜିର ବ୍ୟବସାୟିକ ସ୍ଥିତି ସନ୍ତୋଷଜନକ ରହିବା ଯୋଗୁ ବିଶେଷ ଖୁସି ହେବେ।
କୁମ୍ଭ

ଆଜି ତୃତୀୟ କର୍ମାଧିପ ମଙ୍ଗଳ ଏକାଦଶରେ ରହି ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପୂରଣ କରିବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ କଷ୍ଟ ସ୍ବୀକାର କରିପାରନ୍ତି। ସହନଶୀଳତା ଗୁଣରୁ ପ୍ରଶଂସିତ ହେବା ସାଙ୍ଗକୁ ଧୈର୍ଯ୍ୟହରା ନ ହେଲେ ଉପକୃତ ହେବେ। ଦୂରଯାତ୍ରା ସମୟରେ ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ।
ମୀନ
କର୍ମକ୍ଷେତ୍ରକୁ ଗୁରୁଙ୍କ ସ୍ନେହପୂର୍ଣ୍ଣ ଦୃଷ୍ଟି ପ୍ରଭାବରେ ପ୍ରତିକୂଳ ପରିସ୍ଥିତିର ଚାପ କମିଯିବ। ନିକଟତର ବନ୍ଧୁଟି ଦ୍ୱାରା କାମ ହାସଲ ସହଜ ହୋଇପାରିବ। ପାରିବାରିକ ବନ୍ଧୁମିଳନରୁ ସାମୟିକ ଭାବରେ ଦୁଃଖ କେତେକାଂଶରେ ଭୁଲିଯାଇପାରନ୍ତି। ଆର୍ଥିକ ଦୁରବସ୍ଥାକୁ ସୁଧାରିବାକୁ ଯାଇ ବ୍ୟାଙ୍କ ଲୋନ୍ କରିବାକୁ ମନସ୍ଥ କରିପାରନ୍ତି।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.