Posted inRasifala

ରାଶିଫଳ: ସୋମବାର , ଜୁନ୍ ୧୨ ତାରିଖ – Daily Horoscope

ମେଷ
ଆଜି ସକାଳୁ କାମର ଚାପ ଏତେଦୂର ବଢ଼ିଯିବ ଯେ କଳ୍ପନା କରିହେବନି। ଅଶ୍ୱିନୀ ନକ୍ଷତ୍ର କାହାକୁ ହେଲେ ବିରକ୍ତିଭରା କଥା କହିବା ଠିକ୍‌ ହେବ ନାହିଁ। ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଆବଶ୍ୟକ ଅର୍ଥ ଜଣେ ଦକ୍ଷିଣ ଦିଗସ୍ଥ ବନ୍ଧୁଙ୍କ ନିକଟରୁ ପ୍ରାପ୍ତି ହେବ। ପରିବାରରେ ସ୍ତ୍ରୀଙ୍କ ଅମନଯୋଗୀ ଓ ଚିଡ଼ା ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି।
ବୃଷ
ବୃଷ
ଆଜି ମୃଗଶିରା ନକ୍ଷତ୍ରର ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ କଟିବ। ଯାହାକୁ ଯାହା କହିବେ, ସେ ଆଖି ପିଛୁଳାକେ କରିବା ସକାଶେ ବାହାରି ପଡ଼ିବ। କିନ୍ତୁ ନିଜ କ୍ଷେତ୍ରରେ ପାରିବାରିକ ଜୀବନର ଅକୁହା କଥାକୁ ଲୁଚାଇ ରଖି ହସି ହସି କଥା କହିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତା ଓ ଏଜେନଶିପ୍‌ରୁ ଖୁସି ରହିବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ କିଛିନା କିଛି ସମସ୍ୟା ପରିଲକ୍ଷିତ ହେବ। ଆରଦ୍ରା ନକ୍ଷତ୍ର ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ସଫଳତା ପାଇବେ। ପିଲାମାନଙ୍କ କଳହକୁ କେନ୍ଦ୍ର କରି ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଋଣ ପରିଶୋଧ କରିବାରେ ବିଳମ୍ବଜନିତ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ଅନେକ ଆଶା ଓ ବିଶ୍ୱାସକୁ ନେଇ ଦିନଭରି କାମରୁ ଫୁର୍‌ସତ୍‌ ପାଇବେ ନାହିଁ। କୌଣସି ପରିସ୍ଥିତିର କଳ୍ପନା କରି ସାମୟିକ ଭାବାନ୍ତର ସୃଷ୍ଟି ହୋଇପାରେ। ଅବଶ୍ୟ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପୁନର୍ବସୁ ନକ୍ଷତ୍ରର ସାହିତ୍ୟ, ଗବେଷଣା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ସି˚ହ
ସି˚ହ
ଉତ୍ତରା ଫାଲଗୁନୀ ନକ୍ଷତ୍ର ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ସେପରି କିଛି ହେବନି। କିନ୍ତୁ ପାରିବାରିକ କଳହକୁ ନେଇ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ମାନସିକ ଅଶାନ୍ତି ଥିବା ହେତୁ ଅଫିସ୍‌ରେ ମଧ୍ୟ କୈାଣସି କାମକୁ ଠିକ୍‌ ଭାବେ କରିପାରିବେ ନାହିଁ। ଆଜିର ଆର୍ଥିକ ସ୍ଥିତି ଭଲ ରହିବ, ତଥାପି ପରିସ୍ଥିତିକୁ ଲକ୍ଷ୍ୟ ରଖି କାମ କରିବା ଭଲ ହେବ।
କନ୍ୟା
ଆଜି ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତ ରହିପାରନ୍ତି। ଅନ୍ୟମାନେ ପୂର୍ଣ୍ଣ ଭରସା କରିଥିବା କାରଣରୁ ଆପଣଙ୍କ କାର୍ଯ୍ୟ ପରିସର ବୃଦ୍ଧି ପାଇବ। ଅବଶ୍ୟ ପ୍ରତ୍ୟେକ କାମରେ ଆମତ୍ୀୟସ୍ବଜନମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ଚିତ୍ରା ନକ୍ଷତ୍ର ଆଇନ ଅଦାଲତ ତଥା ବିବାଦୀୟ କ୍ଷେତ୍ରରୁ ସୁଫଳ ପାଇବେ।
ତୁଳା
ତୁଳା
ନିଜ ପରିସରର ବ୍ୟକ୍ତିବିଶେଷଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ବହୁତ ଭଲ ରହିବ। ସାମାଜିକ ସ୍ତରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ସ୍ବାତୀ ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ।
ବିଛା
ବିଛା
ଆଜି କିଛି କହିବା ପୂର୍ବରୁ ପରିସ୍ଥିତିକୁ ନଜରରେ ରଖନ୍ତୁ। ଅନ୍ୟଥା ଆପଣଙ୍କ ପ୍ରତି ଶତ୍ରୁ ମନୋଭାବ ପୋଷଣ କରୁଥିବା ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଦୁର୍ଭାବନା ବଢ଼ିଚାଲିବ। ଅନୁରାଧା ନକ୍ଷତ୍ରର ଅତି ଭଲ ସମ୍ପର୍କ ଲୋକଟି ଦୂରେଇ ଯାଇ ଥିବାରୁ ମନରେ ସରସତା ରହି ନ ପାରେ। ଅବହେଳିତ କେତେକ କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ।
ଧନୁ
ଧନୁ
ପୂର୍ବାଷାଢ଼ା ନକ୍ଷତ୍ର ଛୋଟ ଛୋଟ କଥାକୁ ମନ ଭିତରେ ରଖି ଅଶାନ୍ତ ରହିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଅବହେଳା କରି ହଇରାଣ ହେବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ଆବଶ୍ୟକତା ଅନୁଭବ କରି ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ।
ମକର
ମକର
ଆଜି ଯାହା କରନ୍ତୁନା କାହିଁକି ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ଭିତ୍ତିରେ ସମାଧାନ ହୋଇପାରିବ। କିନ୍ତୁ ଉତ୍ତରାଷାଢ଼ା ନକ୍ଷତ୍ରର ପ୍ରକାଶନ, ଆଇନ ଓ ପ୍ରଶାସନିକ ସ୍ତରରେ ପ୍ରତିବନ୍ଧକ ଦେଖାଦେଇପାରେ। ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ କାମ ଭଣ୍ଡୁର କରିପାରନ୍ତି। ସାମାଜିକ ସ୍ତରରେ ପତିଆରା ବୃଦ୍ଧି ପାଇଁ ଚେଷ୍ଟିତ ହେବେ।
କୁମ୍ଭ
କୁମ୍ଭ
ଆଜି ସକାଳୁ ସକାଳୁ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହେବେ। ପୂର୍ବଭାଦ୍ରବ ନକ୍ଷତ୍ରର ବ୍ୟବସାୟିକ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ। ଆର୍ଥିକ ଦିଗଟି ଭଲ ହେଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଦୁଃଶ୍ଚିନ୍ତା ବଢ଼ିଯିବ।
ମୀନମୀନ
କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେଲେ ମଧ୍ୟ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ। ଅଫିସିଆଲି ଟେନସନ୍‌ କମିଯିବ ଏବଂ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ପରିବାରରେ ପିଲାମାନଙ୍କ ଶୃଙ୍ଖଳା ଓ ଶିକ୍ଷା ବିଷୟ ନେଇ ଚିନ୍ତାପ୍ରକଟ କରିବେ। ରେବତୀ ନକ୍ଷତ୍ର ଜାତ ବ୍ୟକ୍ତିମାନେ ପରିସ୍ଥିତିକୁ ଲକ୍ଷ୍ୟ ରଖି କାମ କରିବା ଭଲ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri