Posted inRasifala

ରାଶିଫଳ: ଶନିବାର, ମେ ୬ ତାରିଖ – Daily Horoscope

ମେଷ
ଆଜି ଅନୁକୂଳ ଗ୍ରହସ୍ଥିତି ପ୍ରଭାବରୁ ଉଚ୍ଚ ମନ ଓ ଦୃଢ଼ ଆତ୍ମବଳ ନେଇ କାମ କରିବେ। ମୁଖାଧିପତି ମଙ୍ଗଳ ଯୁକ୍ତ କାରଣରୁ କଥା କହିବାରେ କଠୋରତା ହେତୁ କଳହ ଲାଗିପାରେ। ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ କାମରେ ସଫଳତା ପାଇବେ। ଆତ୍ମୀୟଙ୍କ ସ୍ବାସ୍ଥ୍ୟହାନିଜନିତ ଦୁଶ୍ଚିନ୍ତାରେ ବିଚଳିତ ରହିପାରନ୍ତି ।
ବୃଷ
ବୃଷ
ଗ୍ରହ ପ୍ରତିକୂଳଜନିତ ଅର୍ଥ ସମ୍ପର୍କୀୟ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଦ୍ୱାଦଶସ୍ଥ ପାପଗ୍ରହ ହେତୁ କଚେରି ମାମଲାରେ ଅର୍ଥଦଣ୍ଡରେ ଦଣ୍ଡିତ ହେବାର ଦୁର୍ଯୋଗ କେବଳ ମୃଗଶିରା ପାଇଁ ହୋଇପାରେ, ଯଦି କୁଣ୍ଡଳୀରେ ଭଲ ସମୟ ଚାଲି ନ ଥାଏ। ପରିସ୍ଥିତିର ମୁକାବିଲା କଲେ କେତେକାଂଶରେ ରକ୍ଷା ମିଳିବ।
ମିଥୁନ
ମିଥୁନ
ଶୁକ୍ର ଓ ଚନ୍ଦ୍ରଙ୍କ ପାରଷ୍ପରିକ କୋଣାବସ୍ଥାନ ପ୍ରଭାବରେ ମନରେ କଳ୍ପନାର ରଙ୍ଗୀନ୍‌ ପ୍ରତିଛବି ଉଙ୍କି ମାରିପାରେ। ବ୍ୟବସାୟକୁ ନୂତନ ରୂପ ଦେବାର ପରିକଳ୍ପନା କରି ବନ୍ଧୁଙ୍କ ସହ ଯୋଗାଯୋଗ କରିପାରନ୍ତି। ଜଣେ ବନ୍ଧୁ ଆର୍ଥିକ ଓ ବାଚନିକ ସାହାଯ୍ୟ କରିବେ। କଳା, ସାହିତ୍ୟରେ ଉନ୍ନତି ସହ ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ହେବେ।
କର୍କଟ
କର୍କଟ
ଶନି ଓ ଚନ୍ଦ୍ରଙ୍କ ସମ୍ପର୍କରୁ ଦୀର୍ଘଦିନର ପ୍ରତୀକ୍ଷା ପରେ କୌଣସି ସୂଚନା ଲାଭ କରି ପୁଲକିତ ହେବେ। ଭୁଲ୍‌ ବୁଝାମଣା ହେତୁ ସାଧାରଣ କଥାକୁ ନେଇ ପରିବାରରେ ଟଣାଓଟରା ଦେଖାଦେବ। ଖଳଲୋକଙ୍କ କଥାରେ ପ୍ରଭାବିତ ହୋଇ ଭୁଲ କରିପାରନ୍ତି। ପ୍ରଶାସନ, ରାଜନୀତି, ଆଇନ ତଥା ଆନୁଷ୍ଠାନିକ କ୍ଷେତ୍ରରୁ ସଫଳତା ପାଇବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଚତୁଃଗ୍ରହଯୁକ୍ତ ଉଚ୍ଚସ୍ଥ ରବିଙ୍କ ଯୋଗୁ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇପାରିବେ। ସ୍ବଗୃହରୁ ଅଷ୍ଟମସ୍ଥ ମଙ୍ଗଳ ହେତୁ ପରିବାରରେ ସ୍ଥଗିତ କାମ ପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ। ବ୍ୟବହାରିକ ରୁକ୍ଷତାଜନିତ କୌଣସି ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ଅଗ୍ରଗତି ଘଟିବ।
କନ୍ୟା
ଆଜିର ଦିନଟିରେ ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ଅର୍ଥ ସମ୍ପର୍କୀୟ ସମସ୍ୟା ମନକୁ ବିଚଳିତ କରିପାରେ। ଅଟକି ରହିଯାଇଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ବନ୍ଧୁଙ୍କ ସହ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଲେଖାପଢ଼ା ତଥା ପ୍ରକାଶନ, ରଚନାତ୍ମକ କାର୍ଯ୍ୟ, ସାହିତ୍ୟ, ସଙ୍ଗୀତ ଓ ସତ୍‌ସଙ୍ଗ କ୍ଷେତ୍ରରେ ଆତ୍ମତୃପ୍ତି ପାଇବେ।
ତୁଳା
ତୁଳା
ସମୟର ପ୍ରତିକୂଳତା ସାଙ୍ଗକୁ ପାପଗ୍ରହଯୁକ୍ତ ଚନ୍ଦ୍ର ମାନସିକ ସ୍ଥିତିକୁ କଳୁଷିତ କରିବ। ସପ୍ତମସ୍ଥ ଏକାଧିକଗ୍ରହଙ୍କ ଅବସ୍ଥିତି ସହଧର୍ମିଣୀଙ୍କ ସ୍ବାସ୍ଥ୍ୟସମସ୍ୟା ସୃଷ୍ଟି କରିପାରେ। ବ୍ୟବସାୟରେ ପୂର୍ଣ୍ଣ ସନ୍ତୋଷ ଆସି ନ ପାରେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦିନଟି ଶୁଭଙ୍କରୀ ନୁହେଁ। ସ୍ବାତୀ ନକ୍ଷତ୍ରର ଆଜି ଖୁସିର ଆସର ଜମିପାରେ।
ବିଛା
ବିଛା
ଏକାଦଶସ୍ଥ ପାପଗ୍ରହଯୁକ୍ତ ଚନ୍ଦ୍ର ଓ ଚତୁର୍ଥ ଶନି ହେତୁ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହେବ। ନିଜର ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବ। ବିଶାଖା ଜନ୍ମ ନକ୍ଷତ୍ର ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ସାହିତ୍ୟ, କଳା, କ୍ରୀଡ଼ା, ସଙ୍ଗୀତ ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଧନୁ
ଧନୁ
ବୁଦ୍ଧାଦିତ୍ୟ ଯୋଗ ପ୍ରଭାବରେ ନୂତନ ଭାବେ କରିବାକୁ ଯାଉଥିବା କାମରେ ପ୍ରତିବନ୍ଧକ ଦୂରହୋଇଯିବ। ରାହୁ ନକ୍ଷତ୍ରସ୍ଥ ଶନିଙ୍କ ହେତୁ ମୂଳା ନକ୍ଷତ୍ର ଅସଫଳତାକୁ କେନ୍ଦ୍ରକରି ନିଜ ଲୋକଙ୍କୁ ସନ୍ଦେହ କରିବେ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପାରିବାରିକ ସମସ୍ୟା ସମାଧାନପୂର୍ବକ ହସଖୁସିରେ ସମୟ କଟାଇବେ।
ମକର
ମକର
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବନ୍ଧୁ ପରିଜନଙ୍କ ସହ ଭ୍ରମଣ ଓ ଦେବଦର୍ଶନର ସୁଯୋଗ ମିଳିବ। ବିଫଳ ଆଲୋଚନା ଓ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ମଧ୍ୟ ବିଚଳିତ ହୋଇପାରନ୍ତି। ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ ଉତ୍‌ଫୁଲ୍ଲିତ ହେବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
ଆଜି ଧନସ୍ଥାନ ପାପପ୍ରଭାବ ମୁକ୍ତ ହେତୁ ଅର୍ଥନୈତିକ କାରବାର ସକାଶେ ସମୟ ଅତୀବ ଅନୁକୂଳ ରହିଛି। ସାମାଜିକ ସ୍ତରରେ କୃତି ଓ କୃତିତ୍ୱ କାରଣରୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ। ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡି ଚାଲନ୍ତୁ ନିଶ୍ଚିତ ସଫଳତା ପାଇବେ।
ମୀନମୀନ
ଅଷ୍ଟମସ୍ଥ ପାପଗ୍ରହ ଜନିତ ମନ କଥାକୁ ମନ ଭିତରେ ସାଇତି ରଖି କାମ କରିବାକୁ ବାଧ୍ୟ ହୋଇପାରନ୍ତି। ସାମୟିକ ଅସୁସ୍ଥତା କାରଣରୁ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri