Posted inRasifala

ରାଶିଫଳ: ଶନିବାର, ମେ ୬ ତାରିଖ – Daily Horoscope

ମେଷ
ଆଜି ଅନୁକୂଳ ଗ୍ରହସ୍ଥିତି ପ୍ରଭାବରୁ ଉଚ୍ଚ ମନ ଓ ଦୃଢ଼ ଆତ୍ମବଳ ନେଇ କାମ କରିବେ। ମୁଖାଧିପତି ମଙ୍ଗଳ ଯୁକ୍ତ କାରଣରୁ କଥା କହିବାରେ କଠୋରତା ହେତୁ କଳହ ଲାଗିପାରେ। ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ କାମରେ ସଫଳତା ପାଇବେ। ଆତ୍ମୀୟଙ୍କ ସ୍ବାସ୍ଥ୍ୟହାନିଜନିତ ଦୁଶ୍ଚିନ୍ତାରେ ବିଚଳିତ ରହିପାରନ୍ତି ।
ବୃଷ
ବୃଷ
ଗ୍ରହ ପ୍ରତିକୂଳଜନିତ ଅର୍ଥ ସମ୍ପର୍କୀୟ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଦ୍ୱାଦଶସ୍ଥ ପାପଗ୍ରହ ହେତୁ କଚେରି ମାମଲାରେ ଅର୍ଥଦଣ୍ଡରେ ଦଣ୍ଡିତ ହେବାର ଦୁର୍ଯୋଗ କେବଳ ମୃଗଶିରା ପାଇଁ ହୋଇପାରେ, ଯଦି କୁଣ୍ଡଳୀରେ ଭଲ ସମୟ ଚାଲି ନ ଥାଏ। ପରିସ୍ଥିତିର ମୁକାବିଲା କଲେ କେତେକାଂଶରେ ରକ୍ଷା ମିଳିବ।
ମିଥୁନ
ମିଥୁନ
ଶୁକ୍ର ଓ ଚନ୍ଦ୍ରଙ୍କ ପାରଷ୍ପରିକ କୋଣାବସ୍ଥାନ ପ୍ରଭାବରେ ମନରେ କଳ୍ପନାର ରଙ୍ଗୀନ୍‌ ପ୍ରତିଛବି ଉଙ୍କି ମାରିପାରେ। ବ୍ୟବସାୟକୁ ନୂତନ ରୂପ ଦେବାର ପରିକଳ୍ପନା କରି ବନ୍ଧୁଙ୍କ ସହ ଯୋଗାଯୋଗ କରିପାରନ୍ତି। ଜଣେ ବନ୍ଧୁ ଆର୍ଥିକ ଓ ବାଚନିକ ସାହାଯ୍ୟ କରିବେ। କଳା, ସାହିତ୍ୟରେ ଉନ୍ନତି ସହ ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ହେବେ।
କର୍କଟ
କର୍କଟ
ଶନି ଓ ଚନ୍ଦ୍ରଙ୍କ ସମ୍ପର୍କରୁ ଦୀର୍ଘଦିନର ପ୍ରତୀକ୍ଷା ପରେ କୌଣସି ସୂଚନା ଲାଭ କରି ପୁଲକିତ ହେବେ। ଭୁଲ୍‌ ବୁଝାମଣା ହେତୁ ସାଧାରଣ କଥାକୁ ନେଇ ପରିବାରରେ ଟଣାଓଟରା ଦେଖାଦେବ। ଖଳଲୋକଙ୍କ କଥାରେ ପ୍ରଭାବିତ ହୋଇ ଭୁଲ କରିପାରନ୍ତି। ପ୍ରଶାସନ, ରାଜନୀତି, ଆଇନ ତଥା ଆନୁଷ୍ଠାନିକ କ୍ଷେତ୍ରରୁ ସଫଳତା ପାଇବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଚତୁଃଗ୍ରହଯୁକ୍ତ ଉଚ୍ଚସ୍ଥ ରବିଙ୍କ ଯୋଗୁ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇପାରିବେ। ସ୍ବଗୃହରୁ ଅଷ୍ଟମସ୍ଥ ମଙ୍ଗଳ ହେତୁ ପରିବାରରେ ସ୍ଥଗିତ କାମ ପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ। ବ୍ୟବହାରିକ ରୁକ୍ଷତାଜନିତ କୌଣସି ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ଅଗ୍ରଗତି ଘଟିବ।
କନ୍ୟା
ଆଜିର ଦିନଟିରେ ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ଅର୍ଥ ସମ୍ପର୍କୀୟ ସମସ୍ୟା ମନକୁ ବିଚଳିତ କରିପାରେ। ଅଟକି ରହିଯାଇଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ବନ୍ଧୁଙ୍କ ସହ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଲେଖାପଢ଼ା ତଥା ପ୍ରକାଶନ, ରଚନାତ୍ମକ କାର୍ଯ୍ୟ, ସାହିତ୍ୟ, ସଙ୍ଗୀତ ଓ ସତ୍‌ସଙ୍ଗ କ୍ଷେତ୍ରରେ ଆତ୍ମତୃପ୍ତି ପାଇବେ।
ତୁଳା
ତୁଳା
ସମୟର ପ୍ରତିକୂଳତା ସାଙ୍ଗକୁ ପାପଗ୍ରହଯୁକ୍ତ ଚନ୍ଦ୍ର ମାନସିକ ସ୍ଥିତିକୁ କଳୁଷିତ କରିବ। ସପ୍ତମସ୍ଥ ଏକାଧିକଗ୍ରହଙ୍କ ଅବସ୍ଥିତି ସହଧର୍ମିଣୀଙ୍କ ସ୍ବାସ୍ଥ୍ୟସମସ୍ୟା ସୃଷ୍ଟି କରିପାରେ। ବ୍ୟବସାୟରେ ପୂର୍ଣ୍ଣ ସନ୍ତୋଷ ଆସି ନ ପାରେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦିନଟି ଶୁଭଙ୍କରୀ ନୁହେଁ। ସ୍ବାତୀ ନକ୍ଷତ୍ରର ଆଜି ଖୁସିର ଆସର ଜମିପାରେ।
ବିଛା
ବିଛା
ଏକାଦଶସ୍ଥ ପାପଗ୍ରହଯୁକ୍ତ ଚନ୍ଦ୍ର ଓ ଚତୁର୍ଥ ଶନି ହେତୁ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହେବ। ନିଜର ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବ। ବିଶାଖା ଜନ୍ମ ନକ୍ଷତ୍ର ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ସାହିତ୍ୟ, କଳା, କ୍ରୀଡ଼ା, ସଙ୍ଗୀତ ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଧନୁ
ଧନୁ
ବୁଦ୍ଧାଦିତ୍ୟ ଯୋଗ ପ୍ରଭାବରେ ନୂତନ ଭାବେ କରିବାକୁ ଯାଉଥିବା କାମରେ ପ୍ରତିବନ୍ଧକ ଦୂରହୋଇଯିବ। ରାହୁ ନକ୍ଷତ୍ରସ୍ଥ ଶନିଙ୍କ ହେତୁ ମୂଳା ନକ୍ଷତ୍ର ଅସଫଳତାକୁ କେନ୍ଦ୍ରକରି ନିଜ ଲୋକଙ୍କୁ ସନ୍ଦେହ କରିବେ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପାରିବାରିକ ସମସ୍ୟା ସମାଧାନପୂର୍ବକ ହସଖୁସିରେ ସମୟ କଟାଇବେ।
ମକର
ମକର
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବନ୍ଧୁ ପରିଜନଙ୍କ ସହ ଭ୍ରମଣ ଓ ଦେବଦର୍ଶନର ସୁଯୋଗ ମିଳିବ। ବିଫଳ ଆଲୋଚନା ଓ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ମଧ୍ୟ ବିଚଳିତ ହୋଇପାରନ୍ତି। ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ ଉତ୍‌ଫୁଲ୍ଲିତ ହେବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
ଆଜି ଧନସ୍ଥାନ ପାପପ୍ରଭାବ ମୁକ୍ତ ହେତୁ ଅର୍ଥନୈତିକ କାରବାର ସକାଶେ ସମୟ ଅତୀବ ଅନୁକୂଳ ରହିଛି। ସାମାଜିକ ସ୍ତରରେ କୃତି ଓ କୃତିତ୍ୱ କାରଣରୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ। ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡି ଚାଲନ୍ତୁ ନିଶ୍ଚିତ ସଫଳତା ପାଇବେ।
ମୀନମୀନ
ଅଷ୍ଟମସ୍ଥ ପାପଗ୍ରହ ଜନିତ ମନ କଥାକୁ ମନ ଭିତରେ ସାଇତି ରଖି କାମ କରିବାକୁ ବାଧ୍ୟ ହୋଇପାରନ୍ତି। ସାମୟିକ ଅସୁସ୍ଥତା କାରଣରୁ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଫେବୃଆରୀ ୧୯ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ…

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri