Categories: Rasifala

ରାଶିଫଳ: ରବିବାର, ଫେବୃୟାରୀ ୧୪ ତାରିଖ– Daily Horoscope

ମେଷ
ବହୁତ ଦିନରୁ ଚିନ୍ତା କରିପାରି ନ ଥିବା କାମଟିକୁ ଆଜି ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ନିର୍ଦ୍ଦିଷ୍ଟ ସମୟରେ ବନ୍ଧୁଙ୍କ ଉପସ୍ଥିତିର ଅଭାବକୁ ନେଇ କ୍ଷୋଭ ପ୍ରକାଶ କରିପାରନ୍ତି। ପରିବାରରେ ମନୋମାଳିନ୍ୟଜନିତ ବିବାଦ ବଢ଼ିପାରେ। ଯାହା କରନ୍ତୁ ନା କାହିଁକି ସ୍ବାସ୍ଥ୍ୟପ୍ରତି ସଚେତନ ରହି କାମ କରିବା ଭଲ ।
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ନିଜ ଲୋକମାନେ କ୍ରମଶଃ ଦୂରେଇ ଯାଉଥିବାର ଲକ୍ଷ୍ୟ କରିବେ। ଆର୍ଥିକ ସମସ୍ୟା ଦୂରେଇବାରେ ବନ୍ଧୁ ସାହାଯ୍ୟ କରିପାରନ୍ତି। ନିକଟ ଅତୀତର ପରିସ୍ଥିତିକୁ ଯେତିକି ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ବ୍ୟବସାୟ, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ।
ମିଥୁନ
ଆଜି କାମ ହାସଲ ସକାଶେ ସମ୍ପର୍କୀୟଙ୍କ ଆବଶ୍ୟକତା ଅନୁଭବ କରିବେ। ଜଣେ ବନ୍ଧୁଙ୍କଠାରୁ ହାତ ଉଧାରି ଟଙ୍କା ଆଣିପାରନ୍ତି। ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ସପକ୍ଷରେ ମତ ଦେବେ। ଛୋଟ ଘଟଣାକୁ ଗୁରୁତର ମନେକରି ଭାବପ୍ରବଣ ହୋଇପାରନ୍ତି।
କର୍କଟ
ଆଜିର ଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଠିକ୍‌ ହେବ। ପରୋକ୍ଷ ଶତ୍ରୁତା ପ୍ରତି ସାବଧାନ ନ ରହିଲେ ଅସୁବିଧାର ସମ୍ମୁଖୀନ ହେବେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ
ଅଧିକାଂଶ ସମୟ ବାହାରେ ରହିବା କାରଣରୁ ମନ ଚିନ୍ତାକୁଳ ହେବ। କାମଗୁଡ଼ିକ ବହୁତ ବିଳମ୍ବରେ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିବେ। କାର୍ଯ୍ୟବ୍ୟସ୍ତ ଯୋଗୁ ମଉଜ କରିବାକୁ ଅବସର ପାଇବେ ନାହିଁ। ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ଉଚିତ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ନିକଟ ପରିସରରେ ଆୟୋଜିତ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି।
ତୁଳା
ମନରେ ବିଭିନ୍ନ ଭାବନା ହେତୁ ସବୁ ସମୟରେ ଆନମନା ରହିପାରନ୍ତି। ପରିବାରର ଅବସ୍ଥାକୁ ଦେଖି ବ୍ୟବସ୍ଥା କରନ୍ତୁ, ନତୁବା ଅନାକାଂକ୍ଷିତ ସମସ୍ୟା ଦେଖାଦେଇପାରେ। ସମୟକୁ ଅପେକ୍ଷା କରନ୍ତୁ, ବାଟରୁ ଆପଣ କହିଥିବା ଜିନିଷଟି ଧରି ବନ୍ଧୁ ନିଶ୍ଚୟ ଆସିବେ। ବ୍ୟବସାୟରେ କ୍ଷତିର ସମ୍ଭାବନା ପ୍ରାୟତଃ ନାହିଁ କହିଲେ ଚଳେ।
ବିଛା
ସମସ୍ୟାର ଯଥାବିଧି ସମାଧାନ ପାଇଁ ତପତ୍ରତା ପ୍ରକାଶ କରି ସଫଳ ହେବେ। ଆକସ୍ମିକ ଭାବେ ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବ୍ୟବସାୟରେ ବିଭିନ୍ନ ସମସ୍ୟା ମାନସିକ ଦୁଶ୍ଚିନ୍ତା ବୃଦ୍ଧିକରିବ। ସମ୍ପର୍କୀୟମାନେ ଉପର ମନରେ ସ୍ନେହ, ଶ୍ରଦ୍ଧା ଦେଖାଇ ଭିତରେ ଚେର କାଟିପାରନ୍ତି।
ଧନୁ
ଚିନ୍ତା କରିଥିବା ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ନାହିଁ। ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ରାଜନୈତିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମସ୍ୟାକୁ ଦୃଢ଼ ହସ୍ତରେ ଦମନ କରିବାର ବିଫଳ ପ୍ରୟାସ କରିପାରନ୍ତି।
ମକର
ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଶେଷ ଭାବରେ ବିଚଳିତ କରିବାର ଆଶଙ୍କା ରହିଛି। ଅନ୍ୟର ମନ ଅନୁଯାୟୀ କାମ କରି କର୍ମକ୍ଷେତ୍ରରେ ବାହାବା ନେଇପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ବଢ଼ାଇବାର ସମ୍ଭାବନା ରହିଛି। ନିର୍ମାଣ, ମରାମତି କାମ ଓ ପ୍ରତିଟି ପଦକ୍ଷେପରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।
କୁମ୍ଭ
ଆର୍ଥିକ ପ୍ରଗତି କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ମାଙ୍ଗଳିକ କାମ ପ୍ରସ୍ତୁତିରେ ପ୍ରତିବେଶୀଙ୍କ ସାହାଯ୍ୟ ଓ ସହଯୋଗରୁ ଉପକୃତ ହେବେ। ଏଣୁ ତେଣୁ ଗୁଡାଏ ଖାଦ୍ୟ ଖାଇ ପେଟ ଗୋଳମାଳ ଓ ଅଜୀର୍ଣ୍ଣଜନିତ ବ୍ୟାଧିକୁ ଆମନ୍ତ୍ରଣ କରିପାରନ୍ତି। ରାଜନୀତି, ପ୍ରଶାସନ ତଥା ବ୍ୟବସାୟ ପାଇଁ ଦିନଟି ବହୁତ ଭଲ।
ମୀନ
ବହୁତ ପରିଶ୍ରମ କରିବା କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଅବହେଳା ଜନିତ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରି ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ପାରିବାରିକ ବ୍ୟତିକ୍ରମକୁ ସୁଧାରି ନେବାର ପ୍ରଯତ୍ନ କରିପାରନ୍ତି।