ମେଷ

ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପରିସ୍ଥିତି ସନ୍ତୋଷଜନକ ରହି ନ ପାରେ। ତର୍କବିତର୍କ ମଧ୍ୟରେ ମନ ବୁଝତ୍ଲା ଭଳି କଥା କହି ପରିସ୍ଥିତି ସୁଧାରି ନେବେ। ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କତା ରକ୍ଷା କରିବା ଭଲ।
ବୃଷ

ଶୁକ୍ରଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରି ଯିବାରୁ ଆଶ୍ୱସ୍ତି ଅନୁଭବ କରିବେ। ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ବନ୍ଧୁଙ୍କ ସହ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ପରିବାରରେ ମନର ଅମେଳ ରହିବା କାରଣରୁ ସାମୟିକ ମନ ବିଷାଦଗ୍ରସ୍ତ ହୋଇପାରେ।
ମିଥୁନ

ରାଶ୍ୟାଧିପ ଷଷ୍ଠସ୍ଥ ଯୋଗୁ ଦୈହିକ ସ୍ବାସ୍ଥ୍ୟରେ ଉନ୍ନତି ଓ ଆର୍ଥିକ ଅଭିବୃଦ୍ଧି ମାନସିକ ସ୍ତରକୁ ପ୍ରଫୁଲ୍ଲିତ ରଖିବ। ଭାବୁଥିବେ ଗୋଟିଏ କଥା କିନ୍ତୁ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ସହକର୍ମୀଙ୍କ ସହଯୋଗରୁ କର୍ମକ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହୋଇପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
କର୍କଟ

ଉଚ୍ଚାରୋହୀ କର୍ମାଧିପତିଙ୍କ ଯୋଗୁ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ନିଜ ପରିସରସ୍ଥ ବ୍ୟକ୍ତିଙ୍କ ଗହଣରେ ଆନୁଷ୍ଠାନିକ କାମରୁ ଖୁସି ରହିବେ । ଯାତ୍ରା ସମୟରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ବାଣିଜ୍ୟ, ପ୍ରଶାସନ ଓ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ

ଚତୁର୍ଥ କେନ୍ଦ୍ରରେ ଏକାଧିକଗ୍ରହ ଅବସ୍ଥାନ କରିଥିବାରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ। ଦୀର୍ଘ ଦିନରୁ ସ୍ଥଗିତ ରହିଯାଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରି ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟ ଓ ପରିବହନରେ ବିବାଦ ସୃଷ୍ଟି ହୋଇପାରେ। ରାଶ୍ୟାଧିପତି ରବିଙ୍କ ବଳହୀନତା କାରଣରୁ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତା ପ୍ରକଟ କରିପାରନ୍ତି।
କନ୍ୟା

ସ୍ବଗୃହୀ ବୁଧଙ୍କ ଯୋଗୁ ଅପୂରଣୀୟ ଆଶା ପୂରଣ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ପରୋକ୍ଷ ଶତ୍ରୁତାରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବ। ଘର ଲୋକଙ୍କୁ ଉପେକ୍ଷା କରି ପରକଥାରେ ପଡ଼ି ଭୁଲ୍ ମାର୍ଗ ଅନୁସରଣ କରିପାରନ୍ତି। ନିଜର ଜମା ଟଙ୍କା ପାଇବାରେ ବିଳମ୍ବ ଜନିତ ଅର୍ଥାଭାବ କୌଣସି କାମ କରିବାରେ ପଛେଇ ଯାଇପାରନ୍ତି।
ତୁଳା

ଧନସ୍ଥାନରେ ଶୁକ୍ର ହେତୁ ବିଭିନ୍ନ କାମରେ ଅନୁପ୍ରବେଶ କରି ସଫଳତା ହାସଲ କରିବାରୁ ମାନସିକ ସ୍ଥିତି ଭଲ ରହିବ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ। ତର୍କବିତର୍କଜନିତ ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟାର ସମାଧାନ ପାଇଁ ପ୍ରଯନତ୍ କରିପାରନ୍ତି।
ବିଛା

ମୁଖଭାବସ୍ଥ ମଙ୍ଗଳଜନିତ ପ୍ରତ୍ୟେକ କ୍ଷେତ୍ରରେ ଅନାବଶ୍ୟକ କଥାର ପୁନରାବୃତ୍ତିରୁ ଦୂରେଇ ରହିବା ଭଲ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବାଧ୍ୟ ହେବେ। ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ। ନୂତନ କର୍ମାରମ୍ଭ, ବନ୍ଧୁ ସମ୍ପର୍କ, ବାଣିଜ୍ୟ, ବ୍ୟବସାୟ ପ୍ରଭୃତିରେ ସଫଳତା ହାସଲ କରିପାରିବେ।
ଧନୁ

ରାହୁ ଚତୁର୍ଥ କେନ୍ଦ୍ରରେ ରହିଥିବାରୁ ମତଭେଦ କାରଣରୁ ପରିବାରରେ ଅଶାନ୍ତି ଦେଖାଦେବ। ସବୁକଥାକୁ ହାଲୁକା ଭାବେ ନେଲେ କ୍ଷତିରେ ପଡ଼ିବେ। ସଙ୍ଗଠନ, ନିର୍ମାଣ, ସଭାସମିତି, ରାଜନୀତିରେ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବା ସାଙ୍ଗକୁ ଆଶା କରିଥିବା ଖବର ପାଇ ଖୁସି ହୋଇଯିବେ।
ମକର

ଭାଗ୍ୟସ୍ଥାନରେ ଚନ୍ଦ୍ର ରହିଥିବାରୁ ଆଶା ଓ କଳ୍ପନା ବାସ୍ତବତାରେ ପରିଣତ ହେବା ସକାଶେ ଅନୁକୂଳ ସ୍ଥିତି ସୃଷ୍ଟି ହୋଇଯିବ। ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ସାମାଜିକ ସ୍ତରରେ ସମସ୍ୟା ନିରାକରଣ ପାଇଁ ଚେଷ୍ଟିତ ହେବେ। ମାଙ୍ଗଳିକ କାମ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।
କୁମ୍ଭ

ଶନିଦୃଷ୍ଟ ମଙ୍ଗଳଜନିତ ଆତ୍ମୀୟଙ୍କ ନକାରାତ୍ମକ ଚିନ୍ତାଧାରା ବିବ୍ରତ କରିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସମ୍ପର୍କୀୟଙ୍କ ସହାୟତାରେ ଆଧ୍ୟାତ୍ମିକ ଭାବନା ଓ କାର୍ଯ୍ୟକରିବାରେ ସକ୍ଷମ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବା ଅନୁମେୟ।
ମୀନ
ରାଶିରେ ଶନିଙ୍କ ଅବସ୍ଥିତି କାରଣରୁ କାମର ବିଳମ୍ବତାକୁ ଲକ୍ଷ୍ୟକରି ବିଚଳିତବୋଧ କରିପାରନ୍ତି। ଭଲ ପଡୁନଥିବା ପାଖ ପଡ଼ୋଶୀଙ୍କ ଟୀକାଟିପ୍ପଣୀ ମନରେ ଦୁଶ୍ଚିନ୍ତା ସୃଷ୍ଟି କରିବ। ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ନ ମିଶିବା ଫଳରେ ମନରେ ଭାବାନ୍ତର ସୃଷ୍ଟି ହେବ।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.