Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୧୧ ତାରିଖ – Daily Horoscope

ମେଷ
ମଙ୍ଗଳଙ୍କ ରାଶ୍ୟାବସ୍ଥାନ ଯୋଗୁ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ କେତୁ ଯୁକ୍ତ ଚନ୍ଦ୍ର ମାନସିକ ଅଶାନ୍ତିର କାରଣ ହେବ । ଶନି ପ୍ରଭାବରୁ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ଅଭାବବୋଧ ଦୂରୀକରଣ ସକାଶେ ଧାରକରଜ କରି କାମ ଚଳାଇ ନେବାକୁ ଚେଷ୍ଟା କରି ପାରନ୍ତି । ପରିବାରରେ ମତାନ୍ତର ଘଟିବାର ସୂଚନା ରହିଛି ।
ବୃଷ
ବୃଷ
ଦୁଃସ୍ଥାନସ୍ଥ ରବି ଓ ଶୁକ୍ର ପାରିବାରିକ ସମ୍ପର୍କକୁ କ୍ଷୁଣ୍ଣ କରିବ । ଆଜି ଯେଉଁ କାମକୁ ଆରମ୍ଭ କରିବେ ତାହା ଅବଶ୍ୟ ପୂର୍ଣ୍ଣାଙ୍ଗ ହୋଇଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସମସ୍ୟା ଭିତରେ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ ।
ମିଥୁନ
ମିଥୁନ
ଅଷ୍ଟମସ୍ଥ ବୁଧ ହେତୁ ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ମଧ୍ୟରେ ଚଳିବେ । ପାରିବାରିକ ସମସ୍ୟା ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ବ୍ୟବସାୟରେ ସମସ୍ୟା ବଢ଼ି ବଡ଼ ଆକାର ଧାରଣ କରିବ। ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ଗୃହସଜ୍ଜା, ନିର୍ମାଣ, ଦୋକାନ, ଆଇନ ଅଦାଲତ ଓ ପ୍ରଶାସନ ଏବଂ ପ୍ରକାଶନ କ୍ଷେତ୍ରରୁ ସୁଫଳ ପାଇବେ।
କର୍କଟ
କର୍କଟ
ନୀଚରାଶିସ୍ଥ ଚନ୍ଦ୍ର ଅସୁସ୍ଥତା ସଙ୍ଗକୁ ସମ୍ପର୍କହାନି କରିବ । ଆକସ୍ମିକ ଉପୁଜିଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ଅନୁରୋଧ କରିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।
ସି˚ହ
ସି˚ହ
ଧନାଧିପ ଶୁକ୍ରଯୁକ୍ତ ହେତୁ ଆର୍ଥିକ ସମସ୍ୟା ସୁଧୁରି ଯିବାରେ ପଡ଼ୋଶୀ ସହାୟତା କରିବେ । କର୍ମକ୍ଷେତ୍ରରେ ସହକର୍ମୀ ଆପଣଙ୍କ ଅସୁବିଧାକୁ ବୁଝି ସାହାଯ୍ୟ ପ୍ରତିଶ୍ରୁତି ଦେବେ। ମଘା ନକ୍ଷତ୍ର ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ।
କନ୍ୟା
ଆଜି ମଙ୍ଗଳଙ୍କ କୁପ୍ରଭାବରେ ସାଧାରଣ କଥାକୁ ନେଇ ସହକର୍ମୀଙ୍କ ସହ କଳହ ହୋଇପାରେ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ ସଭା ସମିତିରେ ସମସ୍ୟା ସମାଧାନ ହେବ। ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହେବେ ।
ତୁଳା
ତୁଳା
ପରିବାରରେ ସୁଖଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ଚେଷ୍ଟା କଦାପି ବିଫଳ ହେବନି । ନିର୍ମାଣ, ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ । ବିଶାଖା ନକ୍ଷତ୍ର କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଦେଖାଦେବ।
ବିଛା
ବିଛା
ଚନ୍ଦ୍ରଙ୍କ ଦୁର୍ବଳତା ହେତୁ ଆପଣଙ୍କ କୌଣସି ଉଦ୍ୟମ ସଫଳ ହେବା କଷ୍ଟକର । ଚତୁର୍ଥସ୍ଥ ଶନିଙ୍କ ପ୍ରଭାବରୁ ଅଧିକାଂଶ ସମୟରେ ଡିପ୍ରେସନ ଲାଗି ରହିବ । ଉତ୍ସାହ ନ ଥାଇ ପରିସ୍ଥିତିବଶତଃ ଯନ୍ତ୍ରବତ୍ କାମ କରିବେ । ଅବଶ୍ୟ ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ, ରାଜନୀତି ଓ ସଂଗୀତରେ ସୁନାମ ଅର୍ଜନ କରିବେ ।
ଧନୁ
ଧନୁ
ନୀଚସ୍ଥ ବୃହସ୍ପତି ହେତୁ ପ୍ରତ୍ୟେକ କାମ ସମ୍ପନ୍ନରେ ସଫଳ ହେବେ। ପରିବହନ, ଆଲୋଚନା ପରିସରରେ, ସଭାସମିତିରେ, ତର୍କ ଓ ବିବାଦରେ ସ୍ଥଗିତ କାମକୁ ପୂରା କରିବେ । ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। ବକେୟା ଅର୍ଥ ଆଦାୟରେ ଜଣେ ବନ୍ଧୁ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି ।
ମକର
ମକର
ଅନୁକୂଳ ଗ୍ରହପ୍ରଭାବରୁ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତିି । ସ୍ବଗୃହୀ ମଙ୍ଗଳଙ୍କ ଯୋଗୁଁ ପାରିବାରିକ ଚାପ କ୍ରମଶଃ କମି କମି ଆସିବ। ମାଲିମକଦ୍ଦମା, କ୍ରୀଡା, ପ୍ରେସ୍ ଓ ପବ୍ଲିକେଶନ ତଥା ଆର୍ଥିକ ଦିଗରୁ ସମସ୍ୟା ସମାଧାନ ହୋଇଯିବ । ଦୀର୍ଘଦିନର ସୁସମ୍ପର୍କ ବ୍ୟାହତ ହେବାରୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ ।
କୁମ୍ଭ
କୁମ୍ଭ
ରବିଙ୍କ ନକ୍ଷତ୍ରସ୍ଥ ଶନି ହେତୁ ପ୍ରତ୍ୟେକ କାର୍ଯ୍ୟ ସଂଘର୍ଷପୂର୍ଣ୍ଣ ରହିବ । ମାନସିକ ଚାପ ବୃଦ୍ଧି କାରଣରୁ ଅଫିସରେ କାମ କରିବା କଷ୍ଟକର ହୋଇପଡିବ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇ ଅସୁବିଧାରେ ପଡ଼ିବେ । ଶତଭିଷାର ପରିବାରରେ ପାରସ୍ପରିକ ବୁଝାମଣା ଠିକ୍ ରହିବା ହେତୁ ଆଶ୍ୱସ୍ତି ମିଳିବ।
ମୀନମୀନ
ଏକାଦଶସ୍ଥ ଏକାଧିକଗ୍ରହ ଆପଣଙ୍କ କାର୍ଯ୍ୟସାଧନରେ ସହାୟକ ହେବେ । ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନରେ ବିଶେଷ ଅସୁବିଧା ହେବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ମିଳିବ ଓ ବନ୍ଧୁ ମିଳନରୁ ଖୁସି ହେବେ। ବ୍ୟବସାୟ, ନିର୍ମାଣ, ଦୂରଯାତ୍ରା, ସଭାସମିତି ପ୍ରଭୃତିରୁ ଆଶାନୁରୂପ ଫଳ ପାଇବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri