Posted inRasifala

ରାଶିଫଳ:ଶନିବାର, ଜାନୁୟାରୀ ୨୧ ତାରିଖ – Daily Horoscope

ମେଷ
ବିଶିଷ୍ଟ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିବେ ଓ ସମ୍ମାନ, ପ୍ରତିଷ୍ଠା ମଧ୍ୟ ଲାଭ କରିବେ। ଭଲ କଥା କହିଲେ ମଧ୍ୟ ତାହାକୁ ଅନ୍ୟମାନେ ଭିନ୍ନାର୍ଥରେ ଗ୍ରହଣ କରିପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ପାରିବାରିକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ।
ବୃଷ
ବୃଷ
ପ୍ରତ୍ୟେକ କାମକୁ ସୁରୁଖୁରୁରେ କରାଇନେବେ କିନ୍ତୁ ସାମାନ୍ୟ ପ୍ରତିବନ୍ଧକ ମଧ୍ୟ ଲାଗି ରହିବ। ପାରିବାରିକ ଅଶାନ୍ତି କାରଣରୁ ମାନସିକ ଉଦ୍‌ବେଗ ବଢ଼ିପାରେ। କଳା ସାହିତ୍ୟ ଓ ସାମ୍ବାଦିକତା, ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ। ପରିବହନ କ୍ଷେତ୍ରରେ, ପ୍ରଶାସନିକ ସ୍ତରରେ ସମସ୍ୟା ଆସିପାରେ।
ମିଥୁନ
ମିଥୁନ
ଆଜି ଶାରୀରିକ ସ୍ବାସ୍ଥ୍ୟ ସାଙ୍ଗକୁ ମାନସିକ ସ୍ଥିତି ମଧ୍ୟ ସେତେଟା ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିବ, ତଥାପି କୌଣସି ଅସୁବିଧା ହେବନାହିଁ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ଆଶଙ୍କା ଦେଖାଦେବ। ସରକାରୀ କ୍ଷେତ୍ରରୁ ଋଣସୂତ୍ରରେ ଅର୍ଥଲାଭର ଆଶା ରହିଛି।
କର୍କଟ
କର୍କଟ
ଗଜକେଶରୀ ଯୋଗ ପ୍ରଭାବରୁ କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ପ୍ରତ୍ୟେକ କାମ ସହଜରେ ସମ୍ପନ୍ନ ହେବ। ଭାବପ୍ରବଣତାରେ ଭାସିଯାଇ ଗୁରୁତ୍ୱପୂର୍ଣ୍ଣ କଥାକୁ ପାସୋରି ଦେବାରୁ ପରିବାରରେ ଉଚ୍ଚବାଚ ଘଟିବ। ନିର୍ମାଣ, ଯୋଗାଯୋଗ, ପ୍ରେସ୍‌, ପବ୍ଲିକେଶନ, ଆଲୋଚନାଦି କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ।
ସି˚ହ
ସି˚ହ
ପାରିବାରିକ ଅଶାନ୍ତି ମନ ଭିତରେ ଭରି ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ ଅଟକି ରହିବ ନାହିଁ। ଆଜି ହଠାତ୍‌ କୌଣସି ନୂତନ ଯୋଜନାରମ୍ଭରେ ପ୍ରଥମେ ମୌଖିକ ଆଲୋଚନା କରିବା ଭଲ ହେବ। ମିତ୍ର ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ। ଅବହେଳା କାରଣରୁ କେତେକ ସୁଯୋଗ ହାତଛଡ଼ା ହୋଇପାରେ।
କନ୍ୟା
ଶନିଙ୍କ କୁପ୍ରଭାବରୁ ଆଜି ଯାହା କରିବାକୁ ଯୋଜନା କରୁଛନ୍ତି ତାହା ସଫଳ ହେବା କଷ୍ଟକର ହୋଇପାରେ। ସନ୍ଦେହୀ ମନୋଭାବ ହେତୁ କେତେକ ଅନାକାଂକ୍ଷିତ ସମସ୍ୟା ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଭୁଲ୍‌ ବୁଝାମଣାବଶତଃ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିବେ।
ତୁଳା
ତୁଳା
କେତେକ ଅପୂରଣୀୟ ଆଶା ମନରେ ଆଲୋଡ଼ନ ସୃଷ୍ଟି କରି ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରିବ। ଆଜି ଅଫିସରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ କିନ୍ତୁ ପରିସ୍ଥିତି ସରଗରମ ରହିବ। କୌଣସି ବିବାଦୀୟ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳିନେବେ। ମାଲିମକଦ୍ଦମା, ବନ୍ଧୁଙ୍କ ସହ ଆଲୋଚନା ମୂଲ୍ୟହୀନ ହୋଇ ନ ପାରେ।
ବିଛା
ବିଛା
ଯାହାକୁ ନିଜର ଭାବୁଛନ୍ତି, ଆପଣଙ୍କ ପ୍ରତିଷ୍ଠାରେ ସେ ଈର୍ଷାନ୍ବିତ ହେବେ। ଆପୋସ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସରଳ ସମାଧାନ କରିପାରିବେ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନରେ ସମସ୍ୟା ସମାଧାନ ହେବାର ଆଶା ରହିଛି। ରୋଗ ଯନ୍ତ୍ରଣା ତୀବ୍ର ହେବ କିନ୍ତୁ କିଛି କ୍ଷଣ ପରେ ଉପଶମ ହେବାର ସୂଚନା ରହିଛି।
ଧନୁ
ଧନୁ
ସବୁ ଭଲ ହେଲେ ମଧ୍ୟ କଥାର କଠୋରତା ସବୁ ବିଷୟକୁ ପିତା କରିଦେବ। ଅର୍ଥନୈତିକ, ସାମାଜିକ ସ୍ଥିତି ମଜଭୁତ ରହିବ। ଯେତେ ପ୍ରକାର ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍‌ ସାମ୍‌ନା କରିବା ପାଇଁ ଚେଷ୍ଟା କରି ସଫଳତା ପାଇବେ। ବ୍ୟବସାୟ, ପରିବହନ, ପ୍ରକାଶ, ନିର୍ମାଣ, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ମକର
ମକର
ଏକାଧିକ କାର୍ଯ୍ୟରେ ଅନୁପ୍ରବେଶ କୌଣସିଟାରେ ମଧ୍ୟ ସଫଳତା ଦେବ ନାହିଁ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ବନ୍ଧୁଙ୍କୁ ବିଭିନ୍ନ ପ୍ରକାର ବିନୟପୂର୍ଣ୍ଣ କଥା କହି ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ସାମାଜିକ ସ୍ତରରେ ନୀରବଦ୍ରଷ୍ଟା ଭଳି କାମ କରିବେ।
କୁମ୍ଭ
କୁମ୍ଭ
ଅଶାନ୍ତ ମନ ଭିତରୁ ମଧୁର କଥା ବାହାରିବା କଷ୍ଟକର ମନେହେବ। ପରିବାରରେ ଭାବୁଥିବା କଥାକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ପରିବାରରେ ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ। ଜଣେ ସମ୍ପର୍କୀୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଆଶା ପୂରଣ କରିପାରନ୍ତି।
ମୀନମୀନ
ବିଶେଷ କାରଣ ନ ଥାଇ ମଧ୍ୟ ଆଜି ପରିବାରରେ ଟଣାଓଟରା ଅବଶ୍ୟମ୍ଭାବୀ। ବନ୍ଧୁଙ୍କ ଖାପଛଡ଼ା କଥା ଓ ବେଖାତିର ମନୋଭାବ ଯୋଗୁ ଚିନ୍ତାପ୍ରକଟ କରିବେ। ଋଣ ପରିଶୋଧ ପାଇଁ ବ୍ୟଗ୍ରତା, ସମ୍ପର୍କୀୟଙ୍କ ଅଭିଯୋଗ ଏବଂ ପଡ଼ୋଶୀଙ୍କ ଟାହିଟାପରା ମନକୁ ବିଭ୍ରାନ୍ତ କରିପାରେ। କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri