Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ
ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ, ବିଦ୍ୟୁତ୍‌ ବ୍ୟବସାୟ ଓ ତେଜରାତି ଦୋକାନରୁ ଲାଭବାନ ହେବେ। ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା ସଙ୍ଗକୁ ବିଳାସ ବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବାର ସୂଚନା ରହିଛି।
ବୃଷ
ବୃଷ
ରାଶ୍ୟାଧିପ ଶୁକ୍ର ରାଶିକୁ ଦେଖୁଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ। ପଡ଼ୋଶୀଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। ଆନୁଷ୍ଠାନିକ କାମ କିମ୍ବା ସ୍ବତନ୍ତ୍ରଭାବେ ନିମନ୍ତ୍ରିତ ସଭାସମିତିକୁ ଯିବା ସକାଶେ ଦୂରଯାତ୍ରା କରିବେ। ଶିଳ୍ପ, ବ୍ୟବସାୟ, ପରିବହନ, ସରକାରୀ କାମ, ପଦସ୍ଥବ୍ୟକ୍ତିଙ୍କୁ ସାକ୍ଷାତ କରିବା ପାଇଁ ମନ୍ଦ ହେବନି।
ମିଥୁନ
ମିଥୁନ
ଲାଭାଧିପ ମଙ୍ଗଳ ସପ୍ତମକେନ୍ଦ୍ରସ୍ଥ ଯୋଗୁ ଆଜିର ଯାତ୍ରା, ବାଣିଜ୍ୟ ଏବଂ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ଅଭାବରୁ ବିତର୍କ ଓ ମନାନ୍ତର ସୃଷ୍ଟି ହେବ। ବିବାଦୀୟ ସ୍ଥିତି ଦୂରେଇବାରେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କଚେରି ମାମଲାର ପୂର୍ଣ୍ଣଚ୍ଛେଦ ସାମୟିକ ଆଶ୍ୱସ୍ଥି ପ୍ରଦାନ କରିବ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଥିବାରୁ ମାନସିକ ସ୍ଥିତି ବିଗିଡ଼ିପାରେ। ଅନାବଶ୍ୟକ ଖର୍ଚ୍ଚ ସଙ୍ଗକୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ କାର୍ଯ୍ୟ ହିଁ ଅସୁବିଧାର ସମ୍ମୁଖୀନ କରାଇବ। ଟେନ୍ସନର ଲାଘବ ସକାେଶେ ସ୍ତ୍ରୀଙ୍କ ସହ ଆଲୋଚନା କଲେ ଆଶଙ୍କା ଦୂର ହୋଇପାରିବ। ସାମାଜିକ ସ୍ତରରେ କିମ୍ବା ସଂଗଠନ କ୍ଷେତ୍ରରେ ପ୍ରତିବନ୍ଧକ ସୁଧୁରି ଯିବାର ସୂଚନା ରହିଛି।
ସି˚ହ
ସି˚ହ
ଆଜିର ଗ୍ରହସ୍ଥିତି ଅନୁକୂଳ ଯୋଗୁ କାର୍ଯ୍ୟ ହାସଲରେ ସମର୍ଥ ହେବେ। କିନ୍ତୁ ଚନ୍ଦ୍ର ଓ କେତୁଙ୍କ ସମ୍ପର୍କ ମାନସିକ ଅଶାନ୍ତି ଆପଣଙ୍କୁ ଗୋଲକ ଧନ୍ଦାରେ ପକାଇପାରେ। ଶାଶୁଘର ସମସ୍ୟା ତଥା ଅର୍ଥାଭାବ ହେତୁ ଧାର କରଜଜନିତ ବିବ୍ରତ ରହିବେ। ବନ୍ଧୁଙ୍କ ସହ ଆଳାପ ପରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସକାଶେ ମନସ୍ଥ କରିବେ।
କନ୍ୟା
ଭାଗ୍ୟସ୍ଥାନକୁ ତିନୋଟି ଗ୍ରହଙ୍କ ଦୃଷ୍ଟି ତୀର୍ଥାଟନ କିମ୍ବା ଧାର୍ମିକ କାର୍ଯ୍ୟ ସକାଶେ ଅନୁପ୍ରେରିତ କରାଇପାରେ। ଈର୍ଷା ମନୋଭାବ ପୋଷଣ କରୁଥିବା ବ୍ୟକ୍ତି ସମସ୍ୟାମୂଳକ ପରିସ୍ଥିତି ସୃଷ୍ଟି କରିପାରନ୍ତି। ଅପରିଚିତ ଲୋକଟିଏ ଯାତ୍ରାକାଳରେ ସାହାଯ୍ୟ କରିବ। ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି।
ତୁଳା
ତୁଳା
ଶନିଙ୍କ କ୍ଷେତ୍ରରେ ରାହୁଙ୍କ ସ୍ଥିତି ଆପଣଙ୍କ ବିଚାରଧାରାକୁ କଳୁଷିତ କରିପାରନ୍ତି। ଏଣେ ଅଧିକାଂଶ ସମୟ ସନ୍ତାନଙ୍କ ସ୍ବାସ୍ଥ୍ୟ ଖରାପ ହେଉଥିବାରୁ ବ୍ୟସ୍ତତା ବଢ଼ିଯିବ। ଭଲକାମ କରି ମଧ୍ୟ ପରିବାର କିମ୍ବା ସାମାଜିକ ସ୍ତରରେ ଅଭିଯୋଗର ସମ୍ମୁଖୀନ ହେବେ। ମାତ୍ରାଧିକ ଭ୍ରମଣ ଯୋଗୁ ଆଳସ୍ୟ ଅନୁଭବ କରିପାରନ୍ତି।
ବିଛା
ବିଛା
ରାଶ୍ୟାଧିପ ଧନସ୍ଥାନରେ ରହି ଧନାଧିପତି ବୃହସ୍ପତି ଦେଖୁଥିବାରୁ ଅର୍ଥଲାଭର ଯୋଗ ରହିଛି। ସପ୍ତମାଧିପ ଶୁକ୍ର ରାଶିରେ ଅବସ୍ଥାନ କରୁଥିବାରୁ ପାରିବାରିକ ଶାନ୍ତି ଅନୁଭବ କରିବେ । ବାଣିଜ୍ୟ, ପ୍ରଶାସନ, କଳା, ସାହିତ୍ୟ ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ। ବନ୍ଧୁଙ୍କ କଥାକୁ ପ୍ରତିବାଦ କରି ଟେନ୍ସନ୍‌କୁ ନିମନ୍ତ୍ରଣ କରିପାରନ୍ତି।
ଧନୁ
ଧନୁ
ମଙ୍ଗଳଙ୍କ ରାଶ୍ୟାବସ୍ଥାନ ଆପଣଙ୍କୁ ବାତ୍ସଲ୍ୟ ମମତା ପ୍ରଦାନ ସାଙ୍ଗକୁ ବନ୍ଧୁସମ୍ପର୍କ ବୃଦ୍ଧିରେ ସହାୟକ ହେବ। ଭୋଗସ୍ଥାନରେ ଶୁକ୍ରଙ୍କ ସ୍ଥିତିଜନିତ ବ୍ୟବସାୟ, କ୍ରୀଡ଼ା, ସଙ୍ଗୀତାଦି କ୍ଷେତ୍ରରେ ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିବା କ୍ଷେତ୍ରରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି। ବନ୍ଧୁ ସାହାଯ୍ୟକୁ ମନା କରିପାରିବେ ନାହିଁ।
ମକର
ମକର
ଗ୍ରହଙ୍କ ପ୍ରତିକୂଳସ୍ଥିତି ହେତୁ ଦୁର୍ଭାବନାରେ ମନ ବିଚଳିତ ରହିବାରୁ କୌଣସି କାମ ଶୃଙ୍ଖଳିତ ହେବନାହିଁ। ଅଟକି ରହିଥିବା କାମ ବନ୍ଧୁ କରାଇ ଦେଇପାରନ୍ତି। ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ପରିଜନଙ୍କ ସହିତ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବାର ଆଶା ରହିଛି।
କୁମ୍ଭ
କୁମ୍ଭ
କର୍ମାଧିପ ଏକାଦଶଭାବରେ ଅବସ୍ଥାନ କରିଥିବାରୁ ଆଶା ନିଶ୍ଚିତ ପୂରଣ ହେବ। କିନ୍ତୁ ନୀଚାରୋହୀ ଶନିଙ୍କ ପ୍ରଭାବରେ ଥଣ୍ଡା ଓ କାଶ ହେତୁକ ଅସୁସ୍ଥତା ଅନୁଭବ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିପାରନ୍ତି। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ଅବଶ୍ୟ ପାଇବେ।
ମୀନମୀନ
ବୃହସ୍ପତିଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ଅର୍ଥଲାଭ ସହ କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ପ୍ରିୟଭାଜନ କରାଇବ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତିରୁ ମନ ଖୁସି ରହିବ। ପରିବାର ସଦସ୍ୟଙ୍କ ସହିତ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ। କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମରେ ଅବଶ୍ୟ ସଫଳତା ପାଇବେ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri