ଭୁବନେଶ୍ୱରରେ ଡାଇକିନ୍‌ ସେଣ୍ଟର ଅଫ୍‌ ଏକ୍ସଲେନ୍ସ

ଭୁବନେଶ୍ୱର,୧୩।୪, (ଅନୁରାଧା ମହାରଣା): ଜାପାନର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ତଥା ଭାରତରେ ଏୟାର କଣ୍ଡିସନିଂ ବଜାରରେ ଅଗ୍ରଣୀ ସ୍ଥାନରେ ରହିଥିବା ଡାଇକିନ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଓଡ଼ିଶା ବଜାର ପାଇଁ ଏକାଧିକ ନୂତନ ଏୟାର କଣ୍ଡିସନିଂ ଉପତ୍ାଦର ବଜାର ପ୍ରବେଶ କରାଇଛି। ଏ କ୍ଷେତ୍ରରେ ଉକତ୍ର୍ଷ ପାଇଁ ଡାଇକିନ୍‌ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ତାଲିମ କେନ୍ଦ୍ର ‘ଡାଇକିନ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ’ ପ୍ରତିଷ୍ଠା କରାଯାଇଛି। ଏହି ତାଲିମକେନ୍ଦ୍ରଗୁଡ଼ିକ ଅନ୍ୟ ପ୍ରତିଷ୍ଠାନଗୁଡ଼ିକୁ ସମ୍ପ୍ରସାରିତ କରାଯିବ ଏବଂ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ସହ ଏହି ସହଯୋଗୀ ସମ୍ପର୍କ ଛାତ୍ରୀଛାତ୍ରଙ୍କୁ ନୂଆ ଟେକ୍ନୋଲୋଜି କ୍ଷେତ୍ରରେ ଆନ୍ତର୍ଜାତିକ ମାନକ ଅନୁଯାୟୀ କୁଶଳତା ବିକାଶ ନିମନ୍ତେ ଏକ ମଞ୍ଚ ଯୋଗାଇବ ଏବଂ ସେମାନଙ୍କର ନିଯୁକ୍ତିକୁ ଅଧିକ ଭଲ କରିବା ଦିଗରେ ସେମାନଙ୍କୁ ସହାୟକ ହେବ। ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡାଇକିନ୍‌ ଇଣ୍ଡିଆର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ତଥା ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର କୁଲଦୀପକ ବିରମଣ କହିଛନ୍ତି, ସମଗ୍ର ଭାରତରେ ଡାଇକିନ୍‌ ବଜାର ସ୍ଥିତି ସୁଦୃଢ଼ କରିଥିବାବେଳେ ଅନୁରୂପ ଭାବେ ଓଡ଼ିଶାରେ ଅଗ୍ରସର ହେବାକୁ ଆମର ଯୋଜନା ରହିଛି। ପୂର୍ବାଞ୍ଚଳ ବଜାରରେ ଗତବର୍ଷ ୫୦ ପ୍ରତିଶତିରୁ ଅଧିକ ହାରରେ ଅଭିବୃଦ୍ଧି ହାସଲ କରିଛି ଏବଂ ଡାଇକିନ୍‌ ଇଣ୍ଡିଆ ୨୦୨୫ ସୁଦ୍ଧା ୨୦୦୦ କୋଟି ଟଙ୍କାରେ ପହଞ୍ଚତ୍ବା ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାରେ ୨୦% ବଜାର ଅଂଶ ଦଖଲ କରିବାକୁ ସମଗ୍ର ଓଡ଼ିଶାରେ ମାର୍କେଟିଂ ଏବଂ ପ୍ରମୋସନ କ୍ଷେତ୍ରରେ ଆମ ନିବେଶ ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି। ଏପରିକି ଆନ୍ଧ୍ରପ୍ରଦେଶର ଶ୍ରୀସିଟିରେ ଏହାର ନୂତନ କାରଖାନାକୁ କାର୍ଯ୍ୟକ୍ଷମ କରିଛି, ଯାହା ୭୫.୫ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…

Odisha Budget 2026: ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ଏତିକି ଟଙ୍କା…

ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ…

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

‘ଋଷିକୁଲ୍ୟା ନଦୀର ସୁରକ୍ଷା ହେଉ’

ଧରାକୋଟ,୨୧ା୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାର ସୋରଡା ବ୍ଲକ ଅଧୀନ ଗାଜଲବାଡ଼ି ପଞ୍ଚାୟତ ପିପଳପଙ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri