Posted inଜାତୀୟ

ତାମିଲନାଡୁରେ ‘ଦହି’କୁ ନେଇ ବିବାଦ, ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପରେ ଫାସି ଜାରି କଲା ବୟାନ

ଚେନ୍ନାଇ,୩୦ ।୩: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫଏସଏସଏଆଇ) ପକ୍ଷରୁ ଦହିର ନାମ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ତାମିଲନାଡୁରେ ହିନ୍ଦୀ ବ୍ୟବହାରକୁ ନେଇ ବିବାଦ ଉପୁଜିଛି । ଏଫଏସଏସଏଆଇର ନିର୍ଦ୍ଦେଶ ଅନୁସାରେ ‘କର୍ଡ’ ବା ତାୟିର(ତାମିଲ)କୁ ଏବେ ଦହି(ହିନ୍ଦୀ) ନାମରେ ଲେବଲ କରାଯିବ । ଅର୍ଥାତ୍ ଦହି (କର୍ଡ) ପ୍ୟାକେଟ ଉପରେ ‘ଦହି’ ଲେଖାଯିବ । ଏହି ନିର୍ଦ୍ଦେଶ ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଅଭିଯୋଗ କରିଛନ୍ତି କି କେନ୍ଦ୍ର ସରକାର ତାମିଲନାଡୁରେ ହିନ୍ଦୀର ବ୍ୟବହାରକୁ ଜବରଦସ୍ତ ବ୍ୟବହାର କରିବାକୁ କହୁଛନ୍ତି ।
ଏହାପୂର୍ବରୁ ଏଫଏସଏସଏଆଇ ନିର୍ଦ୍ଦେଶ ଦେଇଥିଲା କି ‘ଦହି’ର ସମସ୍ତ ପ୍ୟାକେଟର ନାମ ତାମିଲନାଡୁ ଓ କର୍ନାଟକରେ ‘ଦହି’ ହେବା ଦରକାର । ଯେଉଁଠାରେ ଏହାକୁ ‘ତାୟିର’ ଅବା ‘ମୋସରୁ’ କୁହାଯାଉଛି । ଏହି ନିର୍ଦ୍ଦେଶ ପରେ ଦକ୍ଷିଣ ରାଜ୍ୟ ପକ୍ଷରୁ ଆପତ୍ତି କରାଯାଇଛି । ତାମିଲନାଡୁର ଦୁଗ୍ଧ ଉତ୍ପାଦନ ସଂଘ ଆଭିନ କହିଛି ସେ ତା’ର ପ୍ୟାକେଟ ଉପରେ ହିନ୍ଦୀ ଶବ୍ଦ ଦହି ବଦଳରେ ତାମିଲ ଶବ୍ଦ ‘ତାୟିର’ ବ୍ୟବହାର କରିବ ।
ବିବାଦ ଉପୁଜିବା ପରେ ଏଫଏସଏସଏଆଇ ଗୁରୁବାର ଦହି ଶବ୍ଦର ବ୍ୟବହାରକୁ ନେଇ ନୂଆ ଦିଶାନିର୍ଦ୍ଦେଶ ଜାରି କରିଛନ୍ତି । ଏବେ ଏଫଏସଏସଏଆଇ ଏକ ଅଧିସୂଚନା ଜାରି କରି ଦହି ପ୍ୟାକେଟ ଉପେର ଆଞ୍ଚଳିକ ନାମର ଉପଯୋଗର ଅନୁମତି ଦେଇଛି । ଅଧିସୂଚନାରେ କୁହାଯାଇଛି କି ହଦିକୁ ଏହି ନୂଆ ଉଦାହରଣ ଅନୁସାରେ ବି ଲେବଲ କରାଯାଇ ପାରିବ, ଯେମିତିକି କର୍ଡ(ଦହି) ଅବା କର୍ଡ(ମୋସରୁ) ଅବା କର୍ଡ(ଜାବୁତ ଦାଉଦ) ଅବା କର୍ଡ(ତାୟିର) କର୍ଡ(ପେରୁଗୁ) ।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri