ସରିଲା ନୂଆଁଖାଇ, ଗାଁ ଗାଁରେ ଦାଦନ ସର୍ଦ୍ଦାର

ଖଡ଼ିଆଳ,୩୦।୯(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ଅଞ୍ଚଳରେ ବେସ ଉତ୍ସାହର ସହ ଲୋକେ ଗଣପର୍ବ ନୂଆଁଖାଇ ପାଳନ କରିଛନ୍ତି। ନୂଆଁଖାଇ ସରିବା ପରେ ଦାଦନ ସର୍ଦ୍ଦାର ଗାଁ ଗାଁରେ ଏଜେଣ୍ଟ ରଖି ମୁଣ୍ଡ ପିଛା ୨୦ରୁ ୩୦ ହଜାର ଟଙ୍କା ଅଗ୍ରିମ ଦେଇ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ନେବା ପ୍ରସ୍ତୁତି ଆରମ୍ଭ କରି ଦେଇଛି। ରାଜ୍ୟ ବାହାରୁ ଖଡିଆଳକୁ ଆସି ଦାଦନ ସର୍ଦ୍ଦାର କିଛି ସ୍ଥାନରେ ଢ଼େରା ବାନ୍ଧି ଅଞ୍ଚଳରେ ନିର୍ଭୟରେ ବେପାର ଜମାଇ ମୁଣ୍ଡପ୍ରତି ଏଜେଣ୍ଟର କମିଶନ ସ୍ଥିର କରୁଛି।

ଅଗ୍ରିମ ଅଧିକ ମାତ୍ରାରେ ଟଙ୍କା ପାଇ ଶ୍ରମିକ ନୂଆଁଖାଇ ପରେ ରାଜ୍ୟ ବାହାରକୁ ଯିବା ପାଇଁ ନିଜ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲାରୁ ପ୍ରାୟ ହଜାର ହଜାର ସଂଖ୍ୟାରେ ଦାଦନ ଖଟିବାକୁ ଲୋକେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, ମହାରାଷ୍ଟ୍ର ଆଦିକୁ ଯାଉଥିଲେ ମଧ୍ୟ ତାହାର ଠିକ ହିସାବ ଜିଲା ଶ୍ରମ ବିଭାଗ ପାଖରେ ରହୁନାହିଁ। ବାହାରକୁ ଦାଦନ ଖଟି ଯାଉଥିବା ଶ୍ରମିକମାନେ ପଞ୍ଚାୟତରେ ନିଜର ନାମ ପଞ୍ଜୀକରଣ କରିବା ନିୟମ ରହିଛି। ମାତ୍ର ଜିଲାରେ ସଚେତନତା ଅଭାବ ଯୋଗୁ ପଞ୍ଚାୟତକୁ ଶ୍ରମିକମାନେ ନାମ ପଞ୍ଜୀକରଣ କରୁନାହାନ୍ତି। ଫଳରେ ଜିଲାରୁ ପ୍ରତ୍ୟେକ ବର୍ଷ କେତେ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି ତାହାର ଠିକ ହିସାବ ରହୁନାହିଁ।

ଏ ନେଇ ଆବଶ୍ୟକ ସଚେତନତା କାର୍ଯ୍ୟ କେବଳ କାଗଜପତ୍ରରେ ସିମିତ ରହିଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ନିୟମ ରହିଛି। ପଞ୍ଜୀକୃତ ଶ୍ରମିକମାନଙ୍କୁ ଶହେ ଦିନର କାର୍ଯ୍ୟ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। କିଛି ଶ୍ରମିକ କାର୍ଯ୍ୟ କରିଥିଲେ ହେଁ ଏ ପର୍ଯ୍ୟନ୍ତ ତାର ପ୍ରାପ୍ୟ ପାଇ ନ ଥିବାରୁ ଶ୍ରମିକ ସରକାରୀ କାର୍ଯ୍ୟରୁ ମୁହଁ ଫେରିଛନ୍ତି। ଜିଲାରେ ଗରିବଙ୍କ ପାଇଁ ଆସୁଥିବା ସରକାରୀ ଯୋଜନା ରାଜନୈତିକ ହସ୍ତକ୍ଷେପ ଯୋଗୁ ପ୍ରକୃତ ଗରିବ ସୁଫଳ ହୋଇପାରୁ ନ ଥିବାରୁ ଜିଲାରୁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲାରେ ଦାଦନ ଶ୍ରମିକ ରୋକିବା ପାଇଁ ଆବଶ୍ୟକ ସଚେତନତା ସହିତ ସରକାରୀ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେବା ଏବଂ ଖଡିଆଳରେ ଡେରା ବାନ୍ଧି ନିର୍ଭୟରେ ଗାଁ ଗାଁରେ ଅଗ୍ରୀମ ଦେଉଥିବା ଦାଦନ ସର୍ଦ୍ଦାର ପ୍ରତି କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri