ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ: କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ

ଜୟପାଟଣା, ୧୦।୧୦(ଓମ ପ୍ରକାଶ ବୈଠାରୁ):କଲହାଣ୍ଡିରେ ଥମୁନି ଦାଦନ ଦୁଃଖ। ପୁଣି ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ। କାନ୍ଦବୋବାଳିରେ ଫାଟିପଡିଛି ଗାଁ ଦାଣ୍ଡ। ଏଭଳି ଦୁଖଃଦ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୟପାଟଣା ଥାନା ପ୍ରଜାନାଗଫେଡ଼ି ଗାଁରେ। ଏହି ଗାଁର ଗିରିରାଜ ବାଣୁଆ ନାମକ ଜଣେ ଯୁବକ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇ ସେଠାରେ ଟ୍ରେନରେ ତାଙ୍କର ମୃତ୍ୟୁ ହୋଇଛି।
ତାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବା ଯୋଗୁ ମୃତଦେହ ଗାଁକୁ ଆଣିବାକୁ ସକ୍ଷମ ହୋଇ ନ ଥିଲେ। ଫଳରେ ସ୍ଥାନୀୟ ଲୋକେ ବିଧାୟକ ପ୍ରଦୀପ ଦିଶାରୀ ଓ ଭବାନୀପାଟଣା ଆଦିବାସୀ ସଂଘ ସଭାପତିଙ୍କୁ ଜଣାଇଥିଲେ। ଏହାପରେ ଉଭୟେ ଏହି ଘଟଣାକୁ ନେଇ ଜିଲା ପ୍ରଶାସନକୁ ଜଣାଇବା ପରେ ମୃତ ଗିରିରାଜ ବାଣୁଆଙ୍କ ମୃତଦେହ ଗାଁକୁ ଆଣିବା ବ୍ୟବସ୍ଥା କରିଥିଲେ। ଶୁକ୍ରବାର ତାଙ୍କ ମରଶରୀର ଗାଁକୁ ଫେରିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରୋଜଗାରିଆ ପୁଅକୁ ହରାଇ ବାପାମା ଭାଙ୍ଗି ପଡ଼ିଥିବାବେଳେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗେଇଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୨: ରବିବାର (୧ ଫେବୃଆରୀ) କେନ୍ଦ୍ର ବଜେଟ ଉପସ୍ଥାପନ ପୂର୍ବରୁ, ସରକାର ସାଧାରଣ ଜନତା ଏବଂ ବ୍ୟବସାୟ ଉଭୟଙ୍କୁ ଏକ ଝଟକା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ…

ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ

ଦେବଗଡ, ୧।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ଜଣେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ଦେବଗଡ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri