Categories: ବାଣିଜ୍ୟ

ବାଦଶାହା ମସଲାର ୫୧% ଅଂଶଧନ ହାସଲ କରିବ ଡାବର

ନୂଆଦିଲ୍ଲୀ,୨୭ା୧୦: ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ଇଣ୍ଡିଆ ବ୍ରାଣ୍ଡେଡ୍‌ ମସଲା କମ୍ପାନୀ ବାଦଶାହାର ୫୧% ଅଂଶଧନ ହାସଲ କରିବାକୁ ଯାଉଛି। ଏପରିକି ଏହି ଅଂଶଧନ ବାବଦକୁ କମ୍ପାନୀ ବର୍ତ୍ତମାନ ୫୮୭.୫୨ କୋଟି ଟଙ୍କା ନଗଦ ଅର୍ଥ ରାଶି ବାଦଶାହାକୁ ପ୍ରଦାନ କରିଥିବା ଜଣାପଡ଼ିଛି। ଏ ନେଇ ମଧ୍ୟ ଉଭୟ କମ୍ପାନୀ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି। ଏହି ଅଧିଗ୍ରହଣ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ ବୋଲି ଉଭୟ ପକ୍ଷରୁ କୁହାଯାଇଛି।

ଏପରିକି ଆସନ୍ତା ୩ ବର୍ଷ ମଧ୍ୟରେ କମ୍ପାନୀ ୫୦୦ କୋଟି ଟଙ୍କାକୁ ବୃଦ୍ଧି କରିବା ନେଇ ରଣନୀତିକ ଉଦ୍ଦେଶ୍ୟ ରହିଛି। ସେହିପରି ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା କିମ୍ବା ତା’ ପୂର୍ବରୁ ମଧ୍ୟ ଅଂଶଧନ କ୍ରୟ ସମ୍ପୂର୍ଣ୍ଣ କରିବାକୁ ଡାବର ଆଶା ରଖିଛି। ଆସନ୍ତା ୫ବର୍ଷ ପରେ ଅବଶିଷ୍ଟ ୪୯% ଅଂଶଧନ ହାସଲ କରିବ ବୋଲି ଜଣାପଡ଼ିଛି। ରହିଯାଇଥିବା ୪୯ ପ୍ରତିଶତ ଶେୟାର ଆଗାମୀ ୫ ବର୍ଷ ମଧ୍ୟରେ କିଣାହେବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତେବେ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ବାଦଶାହା ମସଲା କମ୍ପାନୀର ସମ୍ପୂର୍ଣ୍ଣ ଭାବେ ଅଧିଗ୍ରହଣ ଡାବର ପାଖକୁ ଚାଲିଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।

Share