Categories: ବାଣିଜ୍ୟ

କଳିଙ୍ଗ ହସ୍ପିଟାଲରେ ଡା. ବି.ଏସ୍‌. ଦାସ ନ୍ୟୁରୋ ସାଇନ୍‌ସେସ୍‌ ସେଣ୍ଟର

ଭୁବନେଶ୍ୱର,୨୭ା୮: ରାଜ୍ୟର ପ୍ରମୁଖ ଘରୋଇ ମେଡିକାଲ ‘କଳିଙ୍ଗ ହସ୍ପିଟାଲ’ ପରିସରରେ ଗୁରୁବାର ବିଶିଷ୍ଟ ସ୍ନାୟୁ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ପ୍ରଫେସର ଡା. ଭବାନୀ ଶଙ୍କର ଦାସ (ବି.ଏସ୍‌.ଦାସ)ଙ୍କ ନାମରେ ଏକ ସର୍ବବୃହତ୍‌ ନ୍ୟୁରୋ ସାଇନ୍‌ସେସ୍‌ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଡା. ଦାସଙ୍କ ସ୍ତ୍ରୀ ଡ. ସରଳା ଦାସଙ୍କ ସମେତ ହସ୍ପିଟାଲର ଚେୟାରମ୍ୟାନ ଡା. ସିତ କଣ୍ଠ ଦାଶ, କଳିଙ୍ଗ ହସ୍ପିଟାଲର ପରିଚାଳନା ମଣ୍ଡଳୀ ଏବଂ ଅନ୍ୟମାନଙ୍କ ଉପସ୍ଥିତିରେ ଉକ୍ତ ସେଣ୍ଟରର ଉଦ୍‌ଘାଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଦିବଂଗତ ଚିକିତ୍ସକ ଡ. ଦାସଙ୍କ ସମ୍ମାନ ନିମନ୍ତେ ଡା.ସରଳା ଦାସଙ୍କୁ ଏକ ସ୍ମାରକୀ ହସ୍ପିଟାଲ ପକ୍ଷରୁ ଡା. ସିତ କଣ୍ଠ ଦାଶ ପ୍ରଦାନ କରିଥିଲେ।

Share